ବଢୁଛି ହାତୀ-ମଣିଷ ଲଢ଼େଇ

ଯାଜପୁର,୧୯ା୧(ହର୍ଷବର୍ଦ୍ଧନ ବେହେରା): ହାତୀ ଚଲାପଥ (ଏଲିଫ୍ୟାଣ୍ଟ କରିଡର) ଏବଂ ହାତୀ ସଂରକ୍ଷିତ ଅଞ୍ଚଳ (ଏଲିଫ୍ୟାଣ୍ଟ ରିଜର୍ଭ) ଯୋଜନା କଟକ ଫରେଷ୍ଟ ଡିଭିଜନ ଅଞ୍ଚଳରେ ଲକ୍ଷ୍ୟଚ୍ୟୁତ ହୋଇଛି। ସେହିପରି ଜାତୀୟ ରାଜପଥ (ଏନ୍‌ଏଚ୍‌) ନିର୍ମାଣରେ ହାତୀପଲ ସହଜରେ ଚଳାଚଳ ପାଇଁ ଗଳି ପୋଲ ବା ଏଲିଫ୍ୟାଣ୍ଟ ଅଣ୍ଡର ପାସେସ୍‌ (ଇୟୁପି) ଉପଯୁକ୍ତ ଭାବେ ଆବଶ୍ୟକ ସଂଖ୍ୟାରେ ନିର୍ମାଣ ହେଉନାହିଁ। ଫଳରେ ଯାଜପୁର ଜିଲାରେ ଏବେ ବଣୁଆ ହାତୀ ଗ୍ରାମାଭିମୁଖୀ ହୋଇଛନ୍ତି। ଗତ ପ୍ରାୟ ୩ ଦିନ ହେବ ଧର୍ମଶାଳା, କୋରାଇ, ରସୁଲପୁର ଓ ସୁକିନ୍ଦାର କାଳିଆପାଣି ଅଞ୍ଚଳରେ ହାତୀମାନେ ମଣିଷଙ୍କ ଜୀବନ ନେବା ସହ ବ୍ୟାପକ ଫସଲହାନୀ କରୁଥିବା ସୂଚନା ମିଳିଛି। କୋରେଇ ବ୍ଲକ ତଣ୍ଡରା ଗ୍ରାମରେ ଏବଂ ସୁକିନ୍ଦା ବ୍ଲକ ଚିଙ୍ଗୁଡିପାଳ ପଞ୍ଚାୟତର ପୋଡାହରା ଗାଁରେ ହାତୀ ଆକ୍ରମଣରେ ୨ ଜଣଙ୍କ ଜୀବନ ଯାଇଛି। ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳରେ ୧୦ହାତୀ ଥିବା ପଲ ଏବଂ କୋରାଇ ଓ ଧର୍ମଶାଳା ଅଞ୍ଚଳରେ ଏକ ବଣୁଆ ହାତୀ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି ।
ଜାତୀୟ ରାଜପଥ ଦେଇ ସହଜରେ ହାତୀ ଚଲାପଥ ସଂକ୍ରାନ୍ତରେ ଓଡ଼ିଶା ବନ୍ୟଜନ୍ତୁ ସମ୍ପଦ ସୋସାଇଟି ପକ୍ଷରୁ ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)ରେ ୬୧/୨୦୨୧/ଇଜେଡ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ହେଲେ ଭାରତ ସରକାରଙ୍କ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ବିଭିନ୍ନ ବୈଷୟିକ ଆଳ ଦେଖାଇ ଏହାକୁ ଅଣଦେଖା କରାଯାଇଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ରାଜ୍ୟରେ ୨୦୧୨-୧୩ ରୁ ୨୦୨୧-୨୨ ମଧ୍ୟରେ ୭୮୪ ହାତୀଙ୍କ ମୃତ୍ୟୁ ହୋଇଛି। ଏନେଇ ପୂର୍ବରୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି। ହାତୀବଂଶ ସୁରକ୍ଷା ପାଇଁ ରାଜ୍ୟରେ ୧୪ଟି ହାତୀ ଚଲାପଥ ଏବଂ ୩ ହାତୀ ସଂରକ୍ଷିତ ଅଞ୍ଚଳ ଯୋଜନା କାର୍ଯ୍ୟକାରୀ ହେଉଛି। ଏଥିପାଇଁ ବିଗତ ୧୦ ବର୍ଷରେ ହାତୀ ମଣିଷ ବିବାଦର ସମାଧାନ ପାଇଁ ବନ୍ୟପ୍ରାଣୀ ସଂସ୍ଥା ତରଫରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବଜେଟ୍‌ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହୋଇଛି। ଏହାବାଦ ଚିହ୍ନଟ କରିଡର ପୁନରୁଦ୍ଧାର କାର୍ଯ୍ୟ କରାଯାଇଛି। କିନ୍ତୁ ଜାତୀୟ ରାଜପଥ ନିର୍ମାଣବେଳେ ହାତୀଙ୍କ ସୁରକ୍ଷା ବିଷୟକୁ ଦଳିମକଚି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ସଂପୃକ୍ତ ଠିକାଦାର ମିଶି ନିଜ ସ୍ବାର୍ଥ ସାଧନରେ ମାତିଛନ୍ତି। ଯାଜପୁର ଜିଲାରେ ୧୬, ୫୩ ଏବଂ ୨୦ନଂ. ଜାତୀୟ ରାଜପଥ ଯାଇଛି। ଏହିସବୁ ରାଜପଥ ଜିଲାର ପ୍ରାୟ ଅଞ୍ଚଳକୁ ସଂଯୋଗ କରିଛି। ଯେଉଁଠାରେ ହାତୀଙ୍କ ସୁରକ୍ଷା ତଥା ସହଜରେ ଚଳାଚଳ କରିବାକୁ ଆବଶ୍ୟକ ଇୟୁପି ନିର୍ମାଣ ହୋଇ ନ ଥିବା ଅଭିଯୋଗ ହେଉଛି। ତେଣୁ ହାତୀଙ୍କ ସୁରକ୍ଷା ଦୃଷ୍ଟିରୁ ଏନ୍‌ଜିଟିରେ ସୋସାଇଟି ପକ୍ଷରୁ ହୋଇଥିବା ଅଭିଯୋଗରେ ୱାଇଲ୍ଡ ଲାଇଫ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ ରିପୋର୍ଟ-୨୦୧୬ର ନିର୍ଦ୍ଦେଶନାମା ଅନୁଯାୟୀ ଇୟୁପିର ଲମ୍ବ ୫୦ ମିଟର ହେବା ଆବଶ୍ୟକ। ଏହି ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ହାତୀପଲଙ୍କ ସହଜ ଚଳାଚଳ ପାଇଁ ଇୟୁପିର ଉଚ୍ଚତା ୬ ରୁ ୮ ମିଟର ଏବଂ ଓସାର ୧୦ ରୁ ୧୨ ମିଟର ହେବା କଥା। କିନ୍ତୁ ଜାତୀୟ ରାଜପଥ ନିର୍ମାଣରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ବୈଷୟିକ ଦୃଷ୍ଟିକୋଣକୁ ଆଳ କରି ୫୦ ମିଟର ସ୍ପାନ ସ୍ଥଳେ ୨୫ ମିଟର ସ୍ପାନ ଲମ୍ବର ଇୟୁପି ନିର୍ମାଣ କରାଯାଉଛି। ଏହାଦ୍ୱାରା ଏକାଥରକେ ୫୦ ରୁ ୬୦ ହାତୀଥିବା ପଲ ଚଳାଚଳରେ ଏହି ଇୟୁପି ଯଥେଷ୍ଟ ନୁହେଁ ବୋଲି ଅଭିଯୋଗକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ। କିନ୍ତୁ ବୈଷୟିକ ଆଳ କରି ଏହା ସମ୍ଭବପର ନୁହେଁ ବୋଲି ଏନ୍‌ଏଚ୍‌ଏଆଇ ଅଭିଯୋଗକୁ ଖଣ୍ଡନ କରି ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରିଥିଲେ। ନଦୀ ଉପରେ ୧କିଲୋମିଟରରୁ ଊର୍ଦ୍ଧ୍ୱ ସ୍ପାନ ନିର୍ମାଣ ହୋଇ ପାରୁଥିବାବେଳେ ରାଜପଥରେ ଏହା କାହିଁକି ସମ୍ଭବପର ନୁହେଁ ବୋଲି ଅଭିଯୋଗକାରୀ ପୁଣି ପ୍ରଶ୍ନ କରିବା ସହ ଏହ ଉପରେ ସୁପ୍ରିମକୋର୍ଟରେ ୪୫୬୫/୨୦୨୨ରେ ଏକ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷେ ଯାଜପୁର ଜିଲାରେ ମାତ୍ରାଧିକ କଳାପଥର ଖାଦାନ, ଖଣି କାରଖାନା, ଶିଳ୍ପ ପ୍ରତିଷ୍ଠା ଓ ରାସ୍ତାଘାଟ ନିର୍ମାଣ ଯୋଗୁ ସବୁଜବଳୟ ନଷ୍ଟ ହେବା ସହ ବନ୍ୟଜନ୍ତୁମାନଙ୍କ ଆବାସସ୍ଥଳୀ ସଙ୍କୁଚିତ ହେବାରେ ଲାଗିଛି। ଏହିକ୍ରମରେ ୪୯୮୩ ବର୍ଗ କି.ମି. ପରିମିତ କଟକ ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଜଙ୍ଗଲ ବିପଦରେ ପଡିଛି । ଏହାଦ୍ୱାରା ଜଙ୍ଗଲ ପାଦଦେଶରେ ଥିବା ଜଳାଶୟଗୁଡିକ ଶୁଖିଯାଉଥିବାରୁ ବଣୁଆ ହାତୀ ଗାଁ ମୁହାଁ ହୋଇ ଫସଲ ନଷ୍ଟ କରିବା ସାଙ୍ଗକୁ ହାତୀ-ମଣିଷ ବିବାଦ ତେଜୁଛି ବୋଲି ମତପ୍ରକାଶ ପାଇଛି। ହାତୀପଲ କିପରି ଜନବସତି ମଧ୍ୟକୁ ନ ଆସି ଜଙ୍ଗଲ ମଧ୍ୟରେ ସୁରକ୍ଷିତ ଭାବେ ଚଳପ୍ରଚଳ କରିପାରିବେ ସେଥିପାଇଁ ରାଜ୍ୟର ବିିଭିନ୍ନ ଜଙ୍ଗଲରେ ହାତୀ ଚଳାପଥ ଯୋଜନା ଠିକ ଭାବେ କାର୍ଯ୍ୟକାରୀ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?