ବିସ୍ଥାପନ ଯୁଗରେ ଶିକ୍ଷା ବ୍ୟବସ୍ଥା

ଆଫଗନିସ୍ତାନରୁ ଅନ୍ୟ ଦେଶଗୁଡ଼ିକୁ ଶରଣାର୍ଥୀଙ୍କ ସୁଅ ଛୁଟିଛି। ପୃଥିତ୍ବୀର ବିଭିନ୍ନ ଦେଶରେ ଏବେ ପ୍ରାୟ ୨୬ ଲକ୍ଷ ଆଫଗାନ୍‌ ଶରଣାର୍ଥୀ ରହିଛନ୍ତି। ବତ୍ତର୍ର୍ମାନ ସୁଦ୍ଧା ପୃଥିତ୍ବୀରେ ମୋଟ ଶରଣାର୍ଥୀ ଏବଂ ବଳପୂର୍ବକ ବିସ୍ଥାପିତ ହୋଇଥିବା ଲୋକଙ୍କ ସଂଖ୍ୟା ୮ କୋଟି ୨୪ ଲକ୍ଷ । ଯଦି ଏ ସମସ୍ତଙ୍କୁ ଗୋଟିଏ ଦେଶରେ ରଖାଯାଏ ତେବେ ସେହି ଦେଶ ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱର ୨୮ତମ ବୃହତ୍‌ ଦେଶ ହୋଇଯିବ। ବିଶ୍ୱ ବ୍ୟାଙ୍କ୍‌ ଆକଳନରୁ ଜଣାପଡ଼ିଛି, ଯଦି ଏବେକାର ଧାରା ଚାଲୁ ରହେ ତେବେ ୨୦୫୦ ସୁଦ୍ଧା ଶରଣାର୍ଥୀ ଏବଂ ବିସ୍ଥାପିତ ଲୋକଙ୍କ ସଂଖ୍ୟା ବ୍ରାଜିଲର ଲୋକସଂଖ୍ୟାକୁ ଟପିଯିବ। ଏହି ସଂଖ୍ୟା ମଧ୍ୟ ଜର୍ମାନୀ, ଇଟାଲୀ , ଇଂଲଣ୍ଡ ଏବଂ ଫ୍ରାନ୍ସ ଜନସଂଖ୍ୟା ପାଖାପାଖି ହୋଇଯିବ। ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ର ଜଳ ପତ୍ତନ ବୃଦ୍ଧି ପାଉଥିବାରୁ କେତେଜଣ ଭବିଷ୍ୟକାର କହିଛନ୍ତି ଯେ, ଏହା ଯୋଗୁ ବିଶ୍ୱରେ ମାନବ ଇତିହାସରେ ସବୁଠୁ ଅଧିକ ସଂଖ୍ୟକ ଲୋକ ବିସ୍ଥାପିତ ହେବେ । ଏହା ୧୦୦ କୋଟିକୁ ଟପିଯାଇପାରେ ବୋଲି ସେମାନେ ଅନୁମାନ କରିଛନ୍ତି। କରୋନା ଭୂତାଣୁ ପ୍ରକାଶ ପାଇବାର ବହୁ ପୂର୍ବରୁ ଯୁଦ୍ଧ,ଜାତିଗତ ଓ ସାମ୍ପ୍ରଦାୟିକ ଘୃଣା ଏବଂ ଅନ୍ୟର ଦୁଃଖ ଯନ୍ତ୍ରଣା ଅନୁଭବ କରିବାରେ ସାମଗ୍ରିକ ଅକ୍ଷମତା ଯୋଗୁ ଶରଣାର୍ଥ ସଂଖ୍ୟା ବଢ଼ିଚାଲିଥିଲା। ଏବେ ଶରଣାର୍ଥୀ କ୍ୟାମ୍ପ୍‌ ବା ଶିବିରଗୁଡ଼ିକ ସ୍ଥାୟୀ ସହର ପାଲଟିଯାଇଛି। ତଥାପି ଅଧିକାଂଶ ଶରଣାର୍ଥୀ ଏଣେତେଣେ ଝୋପଡ଼ି, ବଖୁରିଆ କୁଡ଼ିଆ ଏବଂ ଭଡ଼ା ଘରେ ରହୁଛନ୍ତି। ସେମାନେ ହାରାହାରି ୨୦ ବର୍ଷ ହେବ ଏଭଳି ପରିବେଶରେ ରହି ଆସୁଛନ୍ତି। ଏହି ସ୍ଥିତିର ଅନ୍ତ ଘଟୁନାହିଁ।
ଦୁଃଖର ବିଷୟ , ଉକ୍ତ ସମସ୍ୟାରେ ପୀଡ଼ିତ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ଯୁବପିଢି ଅନ୍ଧକାରକୁ ଠେଲି ହୋଇଯାଉଛନ୍ତିି। ସେମାନେ ଶିକ୍ଷା ଓ ନିଯୁକ୍ତି ନ ପାଇ ଭବିଷ୍ୟତ ହରାଉଛନ୍ତି। ଯଦି ଗୋଟିଏ ଦେଶର ସମସ୍ତ ଯୁବକ ଶିକ୍ଷା ଓ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୁଅନ୍ତି ତେବେ ଆମେ ମେଧା,ଦକ୍ଷତା ଓ ସୁଯୋଗ ହରାଇବା ନିଶ୍ଚିତ। ଉପଲବ୍ଧ ସଂସାଧନ ବା ସାମର୍ଥ୍ୟର ମଧ୍ୟ ଉପଯୋଗ ହୋଇପାରିବନି । ଏହାଯୋଗୁ କେତେ କ୍ଷତି ହେବ ତାହା ଚିନ୍ତା କରନ୍ତୁ ତ। ସାମ୍ପ୍ରତିକ ସମୟରେ ବିସ୍ଥାପିତ ଯୁବକମାନଙ୍କର ବିଭିନ୍ନ କ୍ଷେତ୍ରରେ ସାମର୍ଥ୍ୟ ପ୍ରତିପାଦନ କରିବାର ଦକ୍ଷତା ରହିଛି। ସେମାନେ ଆଗାମୀ ଦିନର ଆଲର୍ବଟ ଆଇନ୍‌ଷ୍ଟାଇନ, ଜିସେ ନର୍ମାନ୍ସ, ଜେ.କେ. ରୋଲିଂ ଏବଂ ଟିମ୍‌ ବର୍ନର୍ସ ଲିଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ଯୋଗ୍ୟ ହୋଇ ଏକ ସମୃଦ୍ଧ ଏବଂ ବିପଦଶୂନ୍ୟ ବିଶ୍ୱ ଗଢ଼ିବା ପାଇଁ ଆଗକୁ ବଢ଼ିପାରିବେ। କିନ୍ତୁ ସିରିଆ କିମ୍ବା ଆଫଗାନିସ୍ତାନରେ ସୈନ୍ୟଙ୍କ ଦ୍ୱାରା ଘେରାବନ୍ଦୀ ସହରରେ ଅତ୍ୟନ୍ତ ବିପଜ୍ଜନକ ପରିବେଶରେ ଫସିଥିବା ଯୁବକମାନଙ୍କ ପାଇଁ ମେଧା ପ୍ରଦର୍ଶନର କେଉଁ ସୁଯୋଗ ରହିଛି? ମଧ୍ୟପ୍ରାଚ୍ୟରେ ୟେମେନ, ଚାଦ୍‌, କେନ୍ଦ୍ର ଆଫ୍ରିକାନ୍‌ ରିପବ୍ଲିକ, କମେରୁନ, ଲିବ୍ୟାରେ ଲାଗି ରହିଥିବା ସଂଘର୍ଷରେ କିମ୍ବା ଉଗାଣ୍ଡା ସୀମାର ଦକ୍ଷିଣ ସୁଦାନ ଶରଣାର୍ଥୀ ଶିବିରରେ ଥିବା ପିଲାଙ୍କ ପାଇଁ କି ସୁଯୋଗ ରହିଛି?
ଶରଣାର୍ଥୀ ସମସ୍ୟା ଏବେ ବ୍ୟାପକ ହେବାରେ ଲାଗିଛିି। ଧନୀ ୟୁରୋପରେ ଏହି ସମସ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର। ୨୦୨୦ରେ ଗ୍ରୀସ୍‌ରେ ମୋରିଆ ଶରଣାର୍ଥୀ ଶିବିର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯିବାବେଳକୁ ସେଠାରେ ହଜାର ହଜାର ଯୁବକ ଫର୍ମାଲ ଏଡୁକେଶନ ବା ଓ୍ୟପଚାରିକ ଶିକ୍ଷା ଗ୍ରହଣ କରି ନ ଥିତ୍ଲେ । ଦୁଇବର୍ଷ ପୂର୍ବେ ସେଠାରେ ଶିକ୍ଷାରୁ ବଞ୍ଚିତ ୧୨,୧୩,୧୪ ବର୍ଷୀୟ ପିଲା ଅତ୍ୟଧିକ ନିରାଶ ହୋଇ ଆମତ୍ହତ୍ୟା ଉଦ୍ୟମ କରିଥିଲେ।
ଶରଣାର୍ଥୀଙ୍କୁ ନେଇ ଯାଉଥିତ୍ବା ଡଙ୍ଗା ଓଲଟି ପଡ଼ିଲେ ଆଶା ମରିଯାଏ। ଖାଦ୍ୟ ନେଇ ଯାଉଥିବା ଗାଡ଼ି ଭୋକିଲାଙ୍କ ପାଖରେ ନ ପହଞ୍ଚିପାରିଲେ ଆଶା ଆଶାରେ ରହିଯାଏ। ହସ୍ପିଟାଲରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା କରିବାକୁ ଡାକ୍ତର ନ ଥିଲେ ଆଶା ମଉଳିଯାଏ । ଠିକ୍‌ ସେମିତି ଜଣେ ଯୁବକ ତା’ଭବିଷ୍ୟତ ଗଢି ନ ପାରିଲେ ଏବଂ ଏକ ଭିନ୍ନ ଜୀବନର ସ୍ବପ୍ନ ଦେଖିବାରେ ସକ୍ଷମ ନ ହେଲେ ତା’ଆଶା ମଧ୍ୟ ଶେଷ ହୋଇଯାଏ। ସବୁ ଯୁବକଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷା ହିଁ ସହାୟକ ହୋଇଥାଏ। ସାମ୍ପ୍ରତିକ ସ୍ଥିତିରୁ ଈପ୍‌ସିତ ଲକ୍ଷ୍ୟ ହାସଲ କରିବାରେ ଶିକ୍ଷା ଏକ ଉତ୍ତମ ମାଧ୍ୟମ ଭାବେ କାର୍ଯ୍ୟ କରେ। କିନ୍ତୁ ସେମାନେ ଶିକ୍ଷାରୁ ବଞ୍ଚିତ ହେଲେ ଭବିଷ୍ୟତ ଗଢ଼ିବାରେ ବିଫଳ ହୁଅନ୍ତି। ସେମାନଙ୍କ ଜୀବନର ସ୍ବପ୍ନ ସ୍ବପ୍ନରେ ରହିଯାଏ, ଯାହା ଘଟୁଛି ଶରଣାର୍ଥୀ ଶିବିରରେ ଥିବା ପିଲାମାନଙ୍କ କ୍ଷେତ୍ରରେ।
ଶରଣାର୍ଥୀ ସମସ୍ୟା ଶୀଘ୍ର ବୃଦ୍ଧିପାଇବାରେ ଲାଗିଛି। ଏହା ଏକ ବିସ୍ଫୋରକ ସ୍ଥିତିରେ ରହିଛି ଯାହାକୁ ଗୋଟିଏ ପ୍ରୟାସରେ ଦୂର କରାଯାଇପାରିବ ନାହିଁ। ଶରଣାର୍ଥୀ ଯୁବକମାନେ ଏକ ସ୍ଥିର ଓ ସହାୟକ ପରିବେଶ ପାଉନାହାନ୍ତି। ଏଭଳି ଅବ୍ୟବସ୍ଥା ମଧ୍ୟରେ ସେମାନଙ୍କୁ ଜୀବନ ପରିବର୍ତ୍ତନକାରୀ ଶିକ୍ଷା ସୁଯୋଗଗୁଡ଼ିକ ଉପଲବ୍ଧ କରାଇବାର ପଦକ୍ଷେପ ନିଆଯାଉଛି। ୨୦୧୬ରେ ‘ଏଡୁକେଶନ କ୍ୟାନ୍‌ନଟ୍‌ ଓ୍ବେଟ୍‌’ ନାମକ ଏକ ୟୁନାଇଟେଡ୍‌ ଗ୍ଲୋବାଲ ଫଣ୍ଡ୍‌ ଆରମ୍ଭ କରାଯାଇଛି। ଏହା ସ୍କୁଲ୍‌ ବୟସର ଶରଣାର୍ଥୀ ପିଲା ଓ ଯୁବକମାନଙ୍କ ପାଇଁ ନୂଆ ଆଶା ସଞ୍ଚାର କରିଛି। ଏଭଳି ଅଭିଯାନ ଆରମ୍ଭ ହେବା ପରଠାରୁ ଏହା ବିଶ୍ୱର ମାନବୀୟ ସଙ୍କଟରେ ଫସିଥିବା ପ୍ରାୟ ୪୬ ଲକ୍ଷ ପିଲାଙ୍କ ନିକଟରେ ପହଞ୍ଚିପାରିଛି। ଏହାସହ ଏହି ଅଭିଯାନ ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଉଥିବା ସଂସ୍ଥାଗୁଡ଼ିକୁ ଲକ୍ଷ ଲକ୍ଷ ପିଲା ଓ ଯୁବକମାନଙ୍କୁ ସାହାଯ୍ୟ ଯୋଗାଇବାକୁ ପ୍ରେରଣା ଦେଉଛି। ଏହି ସଂସ୍ଥାଗୁଡ଼ିକ ସକ୍ରିୟତା ମଧ୍ୟ ପ୍ରକାଶ କରିଛନ୍ତି। ୟୁନିଭର୍ସିଟି ଛାତ୍ରମାନଙ୍କ ପାଇଁ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଟର୍‌ନ୍ୟାଶନାଲ ଏଡୁକେଶନସ୍‌ ଫର୍‌ ଏଡୁକେଶନ ଇନ୍‌ ଏମର୍ଜେନ୍ସି ରେସ୍‌ପନ୍ସ ଅନ୍‌ଲାଇନ ପ୍ଲାଟ୍‌ଫର୍ମରେ ଉଚ୍ଚ ଶିକ୍ଷା ପ୍ରାପ୍ତିର ମାର୍ଗ ଦେଖାଉଛି। ୨୦୧୪ରେ ମାନ୍ୟତା ପ୍ରାପ୍ତ ତଥା ବିନା ଦେୟରେ ଅନ୍‌ଲାଇନରେ ଶିକ୍ଷା ପ୍ରଦାନ କରୁଥିବା ୟୁନିଭର୍ସିଟି ଅଫ୍‌ ପିପୁଲର ୧,୦୬,୦୦୦ ଛାତ୍ରଙ୍କ ମଧ୍ୟରେ ୭,୦୦୦ ଶରଣାର୍ଥୀ ଛାତ୍ର ରହିଛନ୍ତି। ୨୦୩୦ ସୁଦ୍ଧା ୟୁନିଭର୍ସିଟି ଏହି ସଂଖ୍ୟା ୨୫,୦୦୦କୁ ବୃଦ୍ଧି କରିବ ବୋଲି ଜାତିସଂଘକୁ କଥା ଦେଇଛି।
ସ୍କଲାରଶିପ୍‌ ପ୍ରୋଗ୍ରାମଗୁଡ଼ିକ ମଧ୍ୟ ବିସ୍ଥାପିତ ଯୁଗରେ ଶିକ୍ଷା କ୍ଷେତ୍ରରେ ଅନେକ କିଛି କରିପାରିଛନ୍ତି। ହାର୍କନେସ୍‌ ଫେଲୋଶିପ୍‌ ସ୍ବାସ୍ଥ୍ୟନୀତି ଉପରେ ଗବେଷଣା କରୁଥିବା ଗବେଷକ ଏବଂ ଚିକିତ୍ସକମାନଙ୍କୁ ନେଇ ଏକ ସହଭାଗୀ ଅନ୍ତର୍ଜାତୀୟ ନେଟ୍‌ଓ୍ବର୍କ ଗଠନ କରିଛି। କେନେଡି ସ୍କଲାରଶିପ୍‌ ଆଣ୍ଟଲାଟିକ ମହାସାଗରୀୟ ଦେଶଗୁଡ଼ିକର ନେତାମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ାଇବାକୁ ପ୍ରେରିତ କରୁଛି। ସ୍କାଓ୍ବାର୍ଜମ୍ୟାନ ସ୍କଲାର୍ସ ଚାଇନା ଏବଂ ଅବଶିଷ୍ଟ ବିଶ୍ୱ ମଧ୍ୟରେ ସମ୍ପର୍କ ମଜଭୁତ କରିବା ଭଳି ଏକ ନେଟ୍‌ଓ୍ବର୍କ ପ୍ରସ୍ତୁତ କରୁଛି। ମାଣ୍ଡେଲା ରୋଡେସ୍‌ ସ୍କଲାରଶିପ୍‌ ଯୁବ ଆଫ୍ରିକୀୟଙ୍କୁ ଦୂରଦୃଷ୍ଟିସମ୍ପନ୍ନ କରି ମହାଦେଶରେ ପରିବର୍ତ୍ତନ ଆଣିିବା ସହ ସମାନତା, ସ୍ବାଧୀନତା ଏବଂ ମାନବ ଅଧିକାରକୁ ଆଗକୁ ବଢ଼ାଇବା ପାଇଁ ସାହାଯ୍ୟ କରୁଛି। ବିପଦରେ ଏବଂ ପଛରେ ପଡ଼ିଥିବା ଯୁବକମାନଙ୍କ ମଧ୍ୟରେ ଆଶା ସୃଷ୍ଟି କରିବା ଓ ଶିକ୍ଷାର ସୁଯୋଗ ଯୋଗାଇଦେବା ସହ ଏହି ମୂଲ୍ୟବୋଧଭିତ୍ତିକ ଅଧିକାରଗୁଡ଼ିକୁ ଆଗକୁ ବଢ଼ାଇବା ଏବଂ ଶାନ୍ତି ଓ ସ୍ଥିରତା ଆଣିବାର ଏହା ଏକ ଦୃଢ ପଥ। ଏହା ମଧ୍ୟ ଶରଣାର୍ଥୀ ସଙ୍କଟର ପରିବର୍ତ୍ତନକାରୀ ଓ ସ୍ଥାୟୀ ସମାଧାନର ପଥ ଦେଖାଇବ।
ସବୁଠୁ ଅବହେଳିତ,ବିସ୍ଥାପିତ ଗୋଷ୍ଠୀ ମଧ୍ୟରୁ ଆମେ ଦକ୍ଷ ଯୁବ ନେତୃତ୍ୱ ପାଇପାରିବା ଏବଂ ସେମାନଙ୍କୁ ଉନ୍ନତ ଶିକ୍ଷା ଉପଲବ୍ଧ କରାଇପାରିବା। ଏକ ଅଭିନବ, ପ୍ରତିଯୋଗିତାଭିତ୍ତିକ ପ୍ରୋଗ୍ରାମ ଶରଣାର୍ଥୀ ଏବଂ ବିସ୍ଥାପିତ ଛାତ୍ରମାନଙ୍କୁ ଫେଲୋଶିପ ସହ ଯେ କୌଣସି କ୍ଷେତ୍ରରେ ସମ୍ପୂର୍ଣ୍ଣ ଦୁଇବର୍ଷିଆ ସ୍ନାତକ କୋର୍ସ ଯୋଗାଇଦେବ। ସେମାନେ ଯେଉଁ ଦେଶରେ ଶରଣାର୍ଥୀ ଭାବେ ରହିଥିତ୍ବେ ସେଠାରେ ହେଉ କିମ୍ବା ବିଶ୍ୱର ଅନ୍ୟ ଭାଗରେ ଏଭଳି ଶିକ୍ଷା ଯୋଗାଇ ଦେବ। ଯଦି ଏହି ଅଭିଯାନ ସଫଳ ହେବା ଲାଗି ଆବଶ୍ୟକ କରୁଥିବା ପାଣ୍ଠି ପାଇପାରିବ ତେବେ ଏହା ଅନ୍ୟ ସମ୍ମାନଜନକ, ସ୍ଥାୟୀ ଏବଂ ପ୍ରଭାବଶାଳୀ ସ୍କଲାର୍‌ଶିପ ପ୍ରୋଗ୍ରାମର ସମକକ୍ଷ ହୋଇପାରିବ। କେବଳ ଏତିକି ନୁହେଁ, ହଜାର ହଜାର ଯୁବକମାନଙ୍କୁ ସଙ୍କଟରୁ ମୁକାଳି ସେମାନଙ୍କୁ ଆଙକାକ୍ଷିତ ସ୍ଥାନରେ ପହଞ୍ଚିବାରେ ସାହାଯ୍ୟ କରିବ।

ଗର୍ଡନ ବ୍ରାଉନ, ଆଲାନ୍‌ ଗଡ୍‌ମ୍ୟାନ


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?