ଆମେ ସବୁ ପଣ୍ଡିତ

ଡ. ସତ୍ୟନାରାୟଣ ମିଶ୍ର

ସମାଜରେ ମୁଖ୍ୟତଃ ଦୁଇ ପ୍ରକାର ମଣିଷ ଦୃଷ୍ଟିଗୋଚର ହୋଇଥାଏ ତାହା ହେଲା ଆର୍ଥିକ ଦୃଷ୍ଟିକୋଣରୁ ଧନୀ-ଦରିଦ୍ର ଓ ବୌଦ୍ଧିକ ଦୃଷ୍ଟିକୋଣରୁ ପଣ୍ଡିତ-ମୂର୍ଖ। ତେବେ ଏଠାରେ ବୌଦ୍ଧିକ ଦୃଷ୍ଟିକୋଣ ଉପରେ ଆଲୋକପାତ କରାଯାଇପାରେ। ଶିକ୍ଷା ଗ୍ରହଣ ତଥା ଜ୍ଞାନର ପରିସୀମା ମଧ୍ୟରେ ଯେଉଁମାନଙ୍କର ଅବସ୍ଥିତି ନ ଥାଏ ସେମାନଙ୍କୁ ମୂର୍ଖ କୁହାଯାଏ। ଅନ୍ୟପକ୍ଷରେ ସ୍ବୀକୃତିପ୍ରାପ୍ତ ଜ୍ଞାନକ୍ଷେତ୍ର ଓ ସାମାଜିକ ଆଦୃତ ଜ୍ଞାନ ପରିସୀମାକୁ ଯିଏ ଅତିକ୍ରମ କରିଥାଏ ତାହାକୁ ଜ୍ଞାନୀ ବା ପଣ୍ଡିତ ବୋଲି ସମାଜ ଆଖ୍ୟା ଦେଇଥାଏ। ଜ୍ଞାନର ଶୀର୍ଷ ସୋପାନରେ ଉପନୀତ ହୋଇ ଯିଏ ଜ୍ଞାନର ପ୍ରୟୋଗରେ ସମାଜର ମଙ୍ଗଳ କରିଥାନ୍ତି ତାଙ୍କୁ ପଣ୍ଡିତ ବୋଲି ସମାଜ ଆଦର କରିଥାଏ । ପଣ୍ଡିତ ହେଉଛନ୍ତି ବିଶେଷ ଜ୍ଞାନ ଥିବା ବ୍ୟକ୍ତି କିମ୍ବା ଯେ କୌଣସି ଜ୍ଞାନର ଶିକ୍ଷକ, ବିଶେଷକରି ବୈଦିକ ଶାସ୍ତ୍ର, ଧର୍ମ କିମ୍ବା ଦର୍ଶନ, ରାଜନୀତି, ଅର୍ଥନୀତି ଆଦିରେ ଦକ୍ଷତା ହାସଲ କରିଥିବା ବ୍ୟକ୍ତିବିଶେଷ। ପଣ୍ଡିତ ହେଉଛନ୍ତି ଜ୍ଞାନର ମଣିଷ ଯିଏ ନିଜ ଦକ୍ଷତା ଅନୁଯାୟୀ ସେବା କରନ୍ତି ଏବଂ କ୍ରୋଧର ସୀମା ଜାଣନ୍ତି ତଥା ତାହାର ନିୟନ୍ତ୍ରଣ ମଧ୍ୟ ଜାଣିଥାନ୍ତି ।
ପଣ୍ଡିତର ଉତ୍ପତ୍ତି ଶିକ୍ଷାର ପରାକାଷ୍ଠାରୁ ସୃଷ୍ଟି ହୋଇଥାଏ। ତେଣୁ ଶିକ୍ଷା କେବଳ ରୋଜଗାରର ମାଧ୍ୟମ ନୁହେଁ କିମ୍ବା ଧନ ଅର୍ଜନ ପାଇଁ ଏକ ଉପକରଣ ନୁହେଁ। ଏହା ଆତ୍ମଜୀବନରେ ଏକ ପ୍ରାରମ୍ଭ, ସତ୍ୟର ଅନୁସରଣ ଏବଂ ଗୁଣର ଅଭ୍ୟାସରେ ମାନବ ପ୍ରାଣର ତାଲିମ। ପଣ୍ଡିତର ଅର୍ଥ ହେଉଛି ଜ୍ଞାନ ମାଲିକ କିମ୍ବା ଶିକ୍ଷିତ ବ୍ୟକ୍ତି। ଏହା ସେହି ବ୍ୟକ୍ତିଙ୍କୁ ବୁଝାଏ, ଯିଏ ବିଭିନ୍ନ ପ୍ରସଙ୍ଗରେ ତ୍ରୁଟିବିହୀନ କ୍ଷେତ୍ର ବା ସମାରୋହ ପରିଚାଳନା କରେ ଏବଂ ରାଜା ବା ପ୍ରଶାସନକୁ ଉଚିତ ପରାମର୍ଶ ଦେଇଥାଏ। ବର୍ତ୍ତମାନର ଗଣତନ୍ତ୍ରରେ ମଧ୍ୟ ବିଶେଷ ପାଣ୍ଡିତ୍ୟ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ଭାରତର ସଂସଦକୁ ମନୋନୀତ କରାଯାଇଥାଏ, କାରଣ ପାଣ୍ଡିତ୍ୟର ପରାକାଷ୍ଠାରେ ପରାମର୍ଶର ଉତ୍କର୍ଷ ଦେଶକୁ ଅଗ୍ରଗତିରେ ସହାୟକ ହେବାର ପ୍ରୟାସ।
ଶିକ୍ଷା ସାଧାରଣତଃ ଏକ ଡିଗ୍ରୀ ହାସଲ କରିବା ଏବଂ ଏକ ଚାକିରି ପାଇଁ ନିଜକୁ ଯୋଗ୍ୟ ବୋଲି ଅନୁମାନ କରାଯାଏ। ଜଣେ ବ୍ୟକ୍ତିଙ୍କ ନାମ ପରେ ଡିଗ୍ରୀର ସୂଚୀ ଯେତେ ଅଧିକ ହେବ, ସେ ଅଧିକ ଶିକ୍ଷିତ ବୋଲି ବିଶ୍ୱାସ କରାଯାଏ। ଏହା ଶିକ୍ଷାର ଏକ ସଂକୀର୍ଣ୍ଣ ଏବଂ ଭୁଲ୍‌ ଧାରଣା। ପ୍ରକୃତ ଶିକ୍ଷା କେବଳ ବିଦ୍ୟାଳୟ, ମହାବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟରେ ପଢ଼ିବା ଏବଂ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ନୁହେଁ ବରଂ ବ୍ୟକ୍ତିତ୍ୱର ବୌଦ୍ଧିକ, ନୈତିକ ଏବଂ ଶାରୀରିକ ସମ୍ପୂର୍ଣ୍ଣ ବିକାଶ ତଥା ମାନବିକତାର ଦୂରଦୃଷ୍ଟି ହେଉଛି ଶିକ୍ଷା, ଯାହାକୁ ଆମେ ଜ୍ଞାନୀ ବା ପଣ୍ଡିତ ବୋଲି ବିବେଚନା କରିପାରିବା। ଜଣେ ଶିକ୍ଷିତ ବ୍ୟକ୍ତି ସୁଚିନ୍ତିତ ମତ ତଥା ଦେଶ ଓ ଜାତିର କଲ୍ୟାଣ ନିମନ୍ତେ ବ୍ୟକ୍ତ କରିଥାଏ। ଜଣେ ପଣ୍ଡିତଙ୍କର ବିଶେଷତ୍ୱ କରିଥିବା ବିଷୟରେ ପୁଙ୍ଖାନୁପୁଙ୍ଖ ଏବଂ ଠିକ୍‌ ଜ୍ଞାନ ରହିବା ଉଚିତ ଓ ସେ ଅନ୍ୟ ବିଷୟଗୁଡ଼ିକର ବ୍ୟାପକ ବିକାଶ ବିଷୟରେ ଅବଗତ ହେବା ଉଚିତ।
ଶିକ୍ଷା ହେଉଛି ଜ୍ଞାନର ଅନୁସନ୍ଧାନ ଏବଂ ଏହା ସମଗ୍ର ଜୀବନବ୍ୟାପୀ ସାଧନା। ତେଣୁ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବନ ସମୟରେ ଜ୍ଞାନ ଆହରଣ କରିବାକୁ ଉତ୍ସାହର ସହିତ ଏବଂ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିବାକୁ ପଡ଼ିବ। ଯଦି କେହି ହାର୍ଭାର୍ଡ, ଅକ୍ସଫୋର୍ଡ ଆଦି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଥାନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ଜ୍ଞାନ ପ୍ରତି ତାଙ୍କର କୌତୂହଳ ହରାଇ ଜ୍ଞାନ ଅନୁସରଣ କରିବା ବନ୍ଦ କରିଦିଅନ୍ତି, ତେବେ ସେ ଜଣେ ଶିକ୍ଷିତ ବ୍ୟକ୍ତି, କିନ୍ତୁ ଅଶିକ୍ଷିତ ବୋଲି ବିବେଚନା କରାଯାଇପାରେ। ପଣ୍ଡିତ ହେଉଛି ସିଏ ଯିଏ କୌଣସି ସାହାଯ୍ୟ ନ ନେଇ ସମସ୍ୟାଗୁଡ଼ିକ ବ୍ୟାଖ୍ୟା କରିବାର କ୍ଷମତା ହାସଲ କରିଥିବେ, କଠିନ ପ୍ରଶ୍ନ ପଚାରିବାର କ୍ଷମତା ରହିଥିବ। ଅପ୍ରାସଙ୍ଗିକ ତଥ୍ୟର ଜନସାଧାରଣଙ୍କଠାରୁ ଆବଶ୍ୟକ ତଥ୍ୟକୁ ଶୀଘ୍ର ଅନୁକରଣ କରିବାର କ୍ଷମତା, ସମ୍ପୂର୍ଣ୍ଣ ଏକାକୀ କାମ କରିବାର କ୍ଷମତା, ଅନ୍ୟମାନଙ୍କୁ ମନାଇବା ପାଇଁ କ୍ଷମତା, ସୂଚନାକୁ ନୂତନ ଢାଞ୍ଚାରେ ଧାରଣା ଏବଂ ପୁନଃ ସଂଗଠିତ କରିବାର କ୍ଷମତା ଥିତ୍ବ।
ଲେଖକ, ବିଦ୍ୟାଳୟର ପ୍ରତିଷ୍ଠାତା, ଉପନିବେଶର ନେତା କିମ୍ବା ଜାତିର ବିଜେତାମାନଙ୍କ ପାଇଁ ଏକ ବିଶ୍ୱବିଦ୍ୟାଳୟ ଜନ୍ମସ୍ଥାନ ନୁହେଁ। ମୂଳତଃ ଏକ ବିଶ୍ୱବିଦ୍ୟାଳୟ ସମାଲୋଚକ କିମ୍ବା ପରୀକ୍ଷାମୂଳକ, ଅର୍ଥନୀତିଜ୍ଞ କିମ୍ବା ଇଞ୍ଜିନିୟର ଗଠନ କରିବାରେ ଏହା ବିଷୟବସ୍ତୁ ନୁହେଁ। ଆଜି ମାର୍ଟିନ ଲୁଥର୍‌, ଆଲବର୍ଟ ଆଇନଷ୍ଟାଇନ ଏବଂ ଚାର୍ଲି ଚାପଲିନ ପରି ପୁରୁଷମାନେ ଜ୍ଞାନର ଭଣ୍ଡାରରେ ରହି ଜ୍ଞାନର ବିସ୍ତାର କ୍ଷେତ୍ରରେ ବିଶେଷ ଭୂମିକା ଗ୍ରହଣ କରିଯାଇଛନ୍ତି। ତେଣୁ ପଣ୍ଡିତମାନେ ହେଉଛନ୍ତି ସମସ୍ତ ଜ୍ଞାନର ଅଧିକାରୀ ଓ ସେମାନେ ଯାହା କହିଥାନ୍ତି ବା କରିଥାନ୍ତି ଅନ୍ୟମାନେ ତାହା ଅନୁକରଣ ଓ ଅନୁସରଣ କରିଥାନ୍ତି। ତେବେ ସମାଜରେ ମୂର୍ଖମାନଙ୍କର ସ୍ଥିତି ନ ରହିଲେ ପଣ୍ଡିତମାନେ ଆଦୃତ ହୋଇପାରନ୍ତି ନାହିଁ। ତେଣୁ ପଣ୍ଡିତମାନେ ଜ୍ଞାନର ଅସ୍ତ୍ରରେ ସମାଜକୁ ତଥା ବିଶେଷତଃ ମୂର୍ଖମାନଙ୍କୁ ବୌଦ୍ଧିକ କ୍ଷେତ୍ରରେ ପରିବର୍ତ୍ତନ କରି ଏକ ସୁସ୍ଥ ସମାଜ ଗଠନ କରିବାର ଭୂମିକା ନିର୍ବାହ କରିଥାନ୍ତି।
ବର୍ତ୍ତମାନର ଗଣତନ୍ତ୍ରରେ ମଧ୍ୟ ଆଚାର ସଂହିତାର ନାମ ପରିବର୍ତ୍ତନ କରି ମୁଖ୍ୟ ପଦ ପଦବୀର ଅଧିଷ୍ଠାନ କରୁଥିବା ମୁଖ୍ୟ ଶାସନ ଅଧିକାରୀମାନଙ୍କର ଜଣେ ଜଣେ ପରାମର୍ଶଦାତା ନିଯୁକ୍ତ ହୋଇଥାନ୍ତି, ଯାହାକୁ ଅତି ସରଳ ଭାବରେ ବୁଝାଇ କହିଲେ ପଣ୍ଡିତ ବୋଲି ନିର୍ଦ୍ଦିଷ୍ଟ କରାଯାଇଥାଏ। ପରାମର୍ଶଦାତା ବା ପଣ୍ଡିତଙ୍କ ପରାମର୍ଶରେ ଦେଶର ବା ରାଜ୍ୟର ଶାସନ ଚାଳିତ ହୋଇଥାଏ। ବର୍ତ୍ତମାନର ଦୃଷ୍ଟିକୋଣକୁ ବିଚାର କଲେ ସମାଜରେ ଆଜିକାଲି ମୂର୍ଖ ଅପେକ୍ଷା ଶିକ୍ଷିତ ବା ଜ୍ଞାନୀ ବା ପଣ୍ଡିତ ମାନେ ଅଧିକ ସଂଖ୍ୟାରେ ବିରାଜମାନ କରୁଛନ୍ତି। ମୂର୍ଖ ଭୁଲ୍‌ କଲେ ପଣ୍ଡିତ ସଂଶୋଧନ କରିଥାନ୍ତି, ତେବେ ଯେହେତୁ ବର୍ତ୍ତମାନ ପଣ୍ଡିତ ସଂଖ୍ୟା ସମାଜରେ ଅଧିକ ତଥା ଶାସନର ନିୟନ୍ତ୍ରକ ହେଉଛନ୍ତି ପଣ୍ଡିତମାନେ,ତେଣୁ ସମାଜରେ ଅନ୍ୟାୟ, ଅନୀତି, ବିଶୃଙ୍ଖଳା, ବ୍ୟଭିଚାର, ଦୁର୍ନୀତି ଆଦିର ପ୍ରାଦୁର୍ଭାବର ପ୍ରତିଷ୍ଠା କ୍ରମେ କ୍ରମେ ବୃଦ୍ଧି ହେବାରେ ଲାଗିଛି ଓ ଏଠାରେ ଯେହେତୁ ପଣ୍ଡିତମାନଙ୍କର ସଂଖ୍ୟା ଅଧିକ ତେଣୁ ବିଧାନ ଅନୁଯାୟୀ ପଣ୍ଡିତମାନେ ବର୍ତ୍ତମାନ କାହାକୁ ଦାୟୀ କରିବେ ଓ କାହାକୁ ପରାମର୍ଶ ଦେବେ। ଜ୍ଞାନୀ ବ୍ୟକ୍ତି ସମସ୍ତଙ୍କ ପ୍ରତି ସମାନ ଦୃଷ୍ଟିଶକ୍ତି ପ୍ରୟୋଗ କରିଥାନ୍ତି, ଯଦ୍ଦ୍ବାରା ସମାଜରେ ସମାନତାର ତରାଜୁର ସମସ୍ତଙ୍କୁ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ଜଣେ ମୂର୍ଖ ବ୍ୟକ୍ତି ଅନୀତି, ଦୁର୍ନୀତି ଅସ୍ଥିରତା ସୃଷ୍ଟି କରିଥାନ୍ତି ଏବଂ ପାର୍ଥକ୍ୟ ସୃଷ୍ଟି କରନ୍ତି କିନ୍ତୁ ପଣ୍ଡିତମାନେ ଉକ୍ତ ସ୍ଥିତିକୁ ପରାହତ କରି ଶୃଙ୍ଖଳା ଓ ଆଦର୍ଶର କ୍ଷେତ୍ର ପ୍ରସ୍ତୁତ କରିଥାନ୍ତି। ମାତ୍ର ଯେଉଁଠି ପଣ୍ଡିତ ମାନଙ୍କର ସଂଖ୍ୟା ସମାଜରେ ଅଧିକ ତେଣୁ ସମାଜର ସମସ୍ତ ନୀତିନିୟମ ପଣ୍ଡିତମାନଙ୍କ ଦ୍ୱାରା ହିଁ ନିର୍ଦ୍ଧାରିତ ଓ ନିୟନ୍ତ୍ରିତ ହୋଇଥାଏ ଏଥିରେ ମୂର୍ଖମାନଙ୍କର ଭୂମିକା କିଛି ନ ଥାଏ । ତେଣୁ ଆଜିର ସାମାଜିକ ପରିସ୍ଥିତିରେ ଆମେ କାହାକୁ ଦାୟୀ କରିବା କାରଣ ଆମେ ପରା ସବୁ ପଣ୍ଡିତ !
ଅଭିଲେଖାଧିକାରୀ, ଜାତୀୟ ଅଭିଲେଖାଗାର, ଭାରତ ସରକାର, ଭୁବନେଶ୍ବର, ମୋ:୯୯୩୭୩୪୫୯୦୦


Enter your email to get our daily news in your inbox.

All Right Reserved By Dharitri.Com

ନୈତିକ ଦୁର୍ବଳତାର ପ୍ରତୀକ

ଚୌହାନ ଚଳଚ୍ଚିତ୍ରର ଟିଜର ହେଉଛି ସଂଖ୍ୟାବହୁଳବାଦ ସମ୍ପର୍କରେ ପ୍ରଚାର କରୁଥିବା ସିନେମାଗୁଡ଼ିକ ମଧ୍ୟରେ ଏକ ସଦ୍ୟତମ ଦୃଷ୍ଟାନ୍ତ। ଏଥିରେ କୁହାଯାଇଛି ଯେ, ଲୁହବୁହା ଗ୍ୟାସ୍‌ର ପ୍ରଭାବ ନାହିଁ।…

ପିଲା ଖୋଜୁଛନ୍ତି ସାର୍‌ଙ୍କୁ

ପ୍ରତି ଶିକ୍ଷା ବର୍ଷ ଆରମ୍ଭରେ ପିଲାମାନେ ସାର୍‌ଙ୍କୁ ଖୋଜନ୍ତି। କାହଁିକିନା ସେମାନଙ୍କର ପାଠପଢ଼ା ଆରମ୍ଭ ହେବ। ସାର୍‌ ନ ଥିଲେ ପାଠପଢ଼ା ସମ୍ଭବ ନୁହେଁ। ଅବଶ୍ୟ ଆଜିକାଲି…

ସବୁଜିମା ସୁରକ୍ଷାର ମହତ୍ତ୍ୱ

ସବୁଜିମା ସୃଷ୍ଟିର ଏକ ଅସାଧାରଣ ଦୃଷ୍ଟାନ୍ତର ଅବତାରଣା ଏଠାରେ ଅତ୍ୟନ୍ତ ପ୍ରଯୁଜ୍ୟ। ଦିବା ତାପମାତ୍ରା ୬୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରୁଥିବା ଏବଂ ରାତିରେ ହଠାତ୍‌ ଶୀତଳ…

କାର୍ଯ୍ୟକାଳ ବୃଦ୍ଧିରେ ଦ୍ୱନ୍ଦ୍ୱ

ହରିୟାଣା ସରକାର ମୁଖ୍ୟ ଶାସନ ସଚିବ ଅନୁରାଗ ରସ୍ତୋଗୀଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ୧ ବର୍ଷ ପାଇଁ ବୃଦ୍ଧି କରିବା ସକାଶେ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।…

ଏଆଇ ବନାମ ଓଡ଼ିଆ ସାହିତ୍ୟ

ସଭ୍ୟତାର ବିକାଶ କ୍ରମରେ ମଣିଷ ନିଜର ବୁଦ୍ଧିମତ୍ତାକୁ ବ୍ୟବହାରକରି ଅନେକ ଅସାଧ୍ୟକୁ ସାଧନ କରିଛି। ସେଇ ପରିପ୍ରେକ୍ଷୀରେ ଚଳନ୍ତି ସମୟରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତ୍ତା(ଏଆଇ)…

ନାଟୋ ଓ ପ୍ରତିରକ୍ଷା ବଜାର

୧୯୩୯ ମସିହାରେ ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ସେତେବେଳେ କାନାଡ଼ା ପାଖରେ କୌଣସି ଆଖିଦୃଶିଆ ସାମରିକ ଶିଳ୍ପ ନ ଥିଲା। ହେଲେ ୬ ବର୍ଷ ପରେ,…

ମୁଇଁ ପାଠ ପଢ଼ିନି ଆଜ୍ଞା

ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ତୃତୀୟ ସ୍ବର୍ଣ୍ଣକ୍ଷେତ୍ର ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ ହୋଇଥିଲେ ମାଣ୍ଡିଆ ରାଣୀ ନାମରେ ପରିଚିତା ଡ. ରାଇମତୀ ଘିଉରିଆ। କୋରାପୁଟ ଜିଲା କୁନ୍ଦୁରା…

ଏଇ ଭାରତରେ

ଏକତା ନହର ରହୁଛନ୍ତି ନଏଡାର ଏକ ଆପାର୍ଟମେଣ୍ଟରେ। ପେସାରେ ସେ ଜଣେ ଚିତ୍ରଶିଳ୍ପୀ। ଏବେ ତାଙ୍କୁ ବୟସ ୩୫। ବିଲୁପ୍ତିର ଦ୍ୱାର ଦେଶରେ ଥିବା କେତେକ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri