ସ୍ମାର୍ଟସିଟି ପ୍ରକଳ୍ପ ଅବଧି ବର୍ଷେ ବଢ଼ିଲା

ଭୁବନେଶ୍ୱର , ୭ା୫ (ବ୍ୟୁରୋ) ୨୦୧୫ରେ ‘୧୦୦ ସ୍ମାର୍ଟସିଟି ମିଶନ’ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହି ମିଶନରେ ଓଡ଼ିଶାର ଦୁଇଟି ପ୍ରମୁଖ ସହର ଯଥା ଭୁବନେଶ୍ୱର ଏବଂ ରାଉରକେଲାକୁ ସାମିଲ କରାଯାଇ ବ୍ୟାପକ ଉନ୍ନତି କରାଯିବା ସହ ସ୍ମାର୍ଟସିଟିରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକଳ୍ପ, ଯୋଜନା କାର୍ଯ୍ୟକାରୀ କରାଯାଉଛି। ତେବେ ଚଳିତବର୍ଷ ମାର୍ଚ୍ଚ ସୁଦ୍ଧା ସ୍ମାର୍ଟସିଟି ପ୍ରକଳ୍ପ ଶେଷ ହେବା ନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିବାବେଳେ ଏବେ ଏହାକୁ ଆଉ ୧ ବର୍ଷ ଅର୍ଥାତ୍‌ ୨୦୨୪ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ମେ’ ୧ରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଚିଫ୍‌ ସେକ୍ରେଟାରି, ପ୍ରିନ୍ସିପାଲ ସେକ୍ରେଟାରି (ଅର୍ବାନ ଡେଭଲପ୍‌ମେଣ୍ଟ) ଏବଂ ୧୦୦ଟି ସ୍ମାର୍ଟସିଟିର ସିଇଓଙ୍କୁ ଚିଠି କରାଯାଇଛି। ଏଥିସହ ଚିଠିରେ ଉଲ୍ଲେଖ ରହିଛି ଯେ, ଏହି ୧ବର୍ଷ ମଧ୍ୟରେ କୌଣସି ଅତିରିକ୍ତ ମୂଲ୍ୟ ବିନା ପୂର୍ବରୁ ଅନୁମୋଦିତ ଆର୍ଥିକ ଆବଣ୍ଟନ ମଧ୍ୟରେ କାର୍ଯ୍ୟ କରାଯିବ। ଯେଉଁସବୁ ପ୍ରକଳ୍ପ ଗୁଡିକ ଚାଲୁ ରହିଛି ବା ହେବାକୁ ବାକି ଅଛି ଆସନ୍ତା ୧ ବର୍ଷ ମଧ୍ୟ ସେ ସବୁକୁ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସ୍ମାର୍ଟସିଟି ମିଶନକୁ ବର୍ଦ୍ଧିତ କରିବା ନେଇ ମିଶନର ନିର୍ଦ୍ଦେଶକ କୁନାଲ କୁମାର କହିଛନ୍ତି, କେତେକ ସହରରେ ନିର୍ଦ୍ଧାରିତ ସମୟରେ କାମ ବା ପ୍ରକଳ୍ପ ସରି ନ ଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ସେହିପରି ବର୍ଦ୍ଧିତ ସମୟ ମଧ୍ୟରେ ‘ମିଶନ୍‌ ଟୁ ମୁଭ୍‌ମେଣ୍ଟ’ ଜରିଆରେ ସ୍ମାର୍ଟ ସହରଗୁଡିକର ସଫଳତାକୁ ନେଇ ଦେଶର ଅନ୍ୟ ସହରଗୁଡିକରେ ଉପଯୋଗ କରାଯିବା ନେଇ ଚେଷ୍ଟା କରାଯିବ। ଇଣ୍ଟିଗ୍ରେଟେଡ୍‌ କମାଣ୍ଡ ଆଣ୍ଡ୍‌ କଣ୍ଟ୍ରୋଲ ସେଣ୍ଟର (ଆଇସିସିସି) ପରି କ୍ଷେତ୍ରରେ ଆମର ଆଭ୍ୟନ୍ତରୀଣ ପାରଦର୍ଶିତାକୁ ଆହୁରି ସୁଦୃଢ କରିବାକୁ ଏକ ସୁଯୋଗ ପ୍ରଦାନ କରିବ। ସମସ୍ତ ସ୍ମାର୍ଟସିଟିରେ ସିଟି ଡାଟା ପଲିସି, ଷ୍ଟ୍ରିଟ୍‌ ଡିଜାଇନ୍‌ ଗାଇଡ୍‌ଲାଇନ୍ସ, ସାଇବର ସୁରକ୍ଷା ଢାଞ୍ଚା ଆଦି ଅନେକ ନୀତି ସୃଷ୍ଟି ହୋଇନାହିଁ କିମ୍ବା ସୃଷ୍ଟି ହୋଇଥିଲେ ଅନେକ ସହରରେ କାର୍ଯ୍ୟକ୍ଷମ ହୋଇନାହିଁ। ତେଣୁ ଏହି ସମୟ ବୃଦ୍ଧି ସ୍ମାର୍ଟସିଟିର ଅଧିକାରୀଙ୍କୁ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ସହ ବାକି ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ସୁଯୋଗ ପ୍ରଦାନ କରିବ ବୋଲି ମିଶନର ନିର୍ଦ୍ଦେଶକ କହିଛନ୍ତି। ତେବେ ସ୍ମାର୍ଟସିଟି ଗଠନ ପୂର୍ବରୁ ବିଏମ୍‌ସି ପକ୍ଷରୁ ୮୧ଟି ପ୍ରକଳ୍ପର ତାଲିକା ପ୍ରଦାନ କରାଯାଇଥିଲା। ସେଥିରୁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) ମାତ୍ର ୨୮ଟି ପ୍ରକଳ୍ପ କରିବାକୁ ଯୋଜନା କରିଥିଲା। ସେଥିମଧ୍ୟରେ ସ୍ମାର୍ଟ ଜନପଥ, ବିଏମ୍‌ସି ଆଇସିଓଏମ୍‌ସି ଟାଓ୍ବାର, ବହୁତଳ କାର ପାର୍କିଂ, ସ୍ମାର୍ଟ କିଓସ୍କ, ପ୍ରୋଜେକ୍ଟ କୁଟୁମ୍ବ ଭଳି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଥିବାବେଳେ ଅନେକ ବାକି ରହିଛି। ତେଣୁ ଆସନ୍ତା ୧ବର୍ଷ ମଧ୍ୟରେ ବାକି ପଡିଥିବା ସମସ୍ତ ଯୋଜନା କାର୍ଯ୍ୟକାରୀ କରିବାକୁ ବିଏସ୍‌ସିଏଲ୍‌ ଜୋର୍‌ଦାର ଉଦ୍ୟମ କରୁଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?