Posted inଖେଳ

ଡିଟି ଗ୍ରୁପ ନେଲା ଆର୍ଯ୍ୟନଙ୍କ ଦାୟିତ୍ୱ

ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ ଏବେ ବିନା ଚାପରେ ଆଗକୁ ବଢ଼ିବା ପଥ ପରଷ୍କାର ହୋଇଛି। କାରଣ ଡିଟି (ଦୂତୀ ଚାନ୍ଦ-ତପି ମିଶ୍ର) ଗ୍ରୁପ ଏବେ ଆର୍ଯ୍ୟନଙ୍କ ଦାୟିତ୍ୱ ହାତକୁ ନେଇଛି। ଫଳରେ ଏଣିକି ଆର୍ଯ୍ୟନଙ୍କ ବ୍ରାଣ୍ଡିଙ୍ଗ୍‌, ପ୍ରତିଯୋଗିତାରେ ଅଂଶଗ୍ରହଣ, ପ୍ରସ୍ତୁତି ଓ ମିଡିଆ ମ୍ୟାନେଜମେଣ୍ଟ ଆଦିର ପରିଚାଳନା ଏବଂ ଜଣେ ପ୍ରତିଷ୍ଠିତ ଖେଳାଳିଭାବେ ଗଢ଼ି ତୋଳିବା ଦାୟିତ୍ୱ ଏଣିକି ଡିଟି ଗ୍ରୁପ ନେବ। ଦୁଇ ବର୍ଷିଆ ଚୁକ୍ତି ସମୟସୀମା ମଧ୍ୟରେ ଆର୍ଯ୍ୟନଙ୍କୁ ବିଭିନ୍ନ ପ୍ରାୟୋଜକଙ୍କ ସହ ଯୋଡ଼ିବା ପାଇଁ ଏହି ଗ୍ରୁପ ପ୍ରୟାସ କରିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ତପି ମିଶ୍ର ପ୍ରକାଶ କରିଛନ୍ତି। ପୂର୍ବରୁ ଅଲିମ୍ପିଆନ ଦୂତୀଙ୍କ ପାଇଁ ଏହି ଗ୍ରୁପ କାର୍ଯ୍ୟ କରି ଆସୁଛି। ମୁଁ ଏହି କମ୍ପାନୀ ଆରମ୍ଭ କରିଥିଲେ ହେଁ ଦୂତୀ ଏକ ଲକି ନାମ ହୋଇଥିବାରୁ ତାଙ୍କ ନାମରେ ଏହାର ନାମକରଣ କରାଯାଇଛି। ରାଜ୍ୟର ଅନ୍ୟ ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ମଧ୍ୟ ଏହାର ପରିସରକୁ ଆଣିବାକୁ ଉଦ୍ୟମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
୧୦୦ ମିଟରରେ ଜାତୀୟ ରେକର୍ଡଧାରିଣୀ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ମଧ୍ୟ ଏପରି ଏକ ପ୍ରୟାସ ନିହାତି ଆବଶ୍ୟକ ଥିଲା ବୋଲି ପ୍ରକାଶ କରିଛନ୍ତି। ”ରାଜ୍ୟରେ ଯେଉଁ ସକ୍ରିୟ ଆଥଲେଟ୍‌ମାନେ ପ୍ରତିଷ୍ଠା ଅର୍ଜନ କରିଛନ୍ତି କିମ୍ବା ଯେଉଁ ପ୍ରତିଭାସମ୍ପନ୍ନ ଖେଳାଳି ଅଛନ୍ତି ସେମାନଙ୍କ କଥା ବୁଝିବାକୁ କେହି ନାହିଁ। ତେଣୁ ଏହି ଗ୍ରୁପ ଆଗାମୀ ଦିନରେ ସେହି ଲକ୍ଷ୍ୟରେ କାର୍ଯ୍ୟ କରିବ। ଫଳରେ ଆଥଲେଟ୍‌ମାନେ ଚାପର ବଶବର୍ତ୍ତୀ ନ ହୋଇ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇ ପାରିବେ“ ବୋଲି ଏସିଆନ ଗେମ୍ସରେ ଡବଲ ସିଲଭର ମେଡାଲିଷ୍ଟ ଦୂତୀ କହିଛନ୍ତି। ଆର୍ଯ୍ୟନ ଗତବର୍ଷ ତାସକେଣ୍ଟରେ ଅନୁଷ୍ଠିତ ଇଣ୍ଡିପେଣ୍ଡେଣ୍ଟ କପ୍‌ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ଗତ ୨ ବର୍ଷ ମଧ୍ୟରେ ସେ ୪ଟି ଅନ୍ତର୍ଜାତୀୟ ଏବଂ ଏକାଧିକ ଜୁନିୟର ବର୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଆର୍ଯ୍ୟନଙ୍କ ଏହି ପ୍ରଗତିରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ତାଙ୍କ ବାପା ତଥା ଆଥଲେଟ୍‌ ଗୌରୀଶଙ୍କର ମିଶ୍ର। ”ଆର୍ଯ୍ୟନର ଖାଦ୍ୟପେୟଠାରୁ ଆରମ୍ଭ କରି ଟ୍ରେନିଂ ଏବଂ ବାହାରକୁ ଯିବା ପାଇଁ ଯାହାସବୁ ଖର୍ଚ୍ଚ ମୋତେ ବହନ କରିବାକୁ ପଡ଼ୁଥିଲା। ମାତ୍ର ଏବେ ଅତିକମ୍‌ରେ ୨ ବର୍ଷ ପାଇଁ ଏ ସବୁ ସମସ୍ୟା ଆଉ ନାହିଁ। ଫଳରେ ତା’ ଖେଳ ପ୍ରତି ମୋତେ ଏବେ ଅଧିକ ଫୋକସ କରିବାକୁ ସମୟ ମିଳିବ“ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

ରାଜସ୍ଥାନର କ୍ରମାଗତ ଦ୍ୱିତୀୟ ବିଜୟ

ଜୟପୁର,୨୮ା୩: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୯ତମ ଆଇପିଏଲ୍‌ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୨ ରନ୍‌ରେ ହରାଇ କ୍ରମାଗତ ଦ୍ୱିତୀୟ ବିଜୟୀ ହୋଇଛି...

ଦିଲ୍ଲୀକୁ ୧୮୬ ରନର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଜୟପୁର,୨୮।୩: ଦିଲ୍ଲୀ କ୍ୟାପିଟାଲ ଏବଂ ରାଜସ୍ଥାନ ରୟାଲ ମଧ୍ୟରେ ଖେଳାଯାଉଥିବା ୯ମ ମ୍ୟାଚରେ ଦିଲ୍ଲୀକୁ ୧୮୬ ରନର ଲକ୍ଷ୍ୟ ଦେଇଛି ରାଜସ୍ଥାନ। ଏହି ମ୍ୟାଚ ଜୟପୁରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri