Posted inଖେଳ

ଡିଟି ଗ୍ରୁପ ନେଲା ଆର୍ଯ୍ୟନଙ୍କ ଦାୟିତ୍ୱ

ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)-
ଓଡ଼ିଶାର ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ ଏବେ ବିନା ଚାପରେ ଆଗକୁ ବଢ଼ିବା ପଥ ପରଷ୍କାର ହୋଇଛି। କାରଣ ଡିଟି (ଦୂତୀ ଚାନ୍ଦ-ତପି ମିଶ୍ର) ଗ୍ରୁପ ଏବେ ଆର୍ଯ୍ୟନଙ୍କ ଦାୟିତ୍ୱ ହାତକୁ ନେଇଛି। ଫଳରେ ଏଣିକି ଆର୍ଯ୍ୟନଙ୍କ ବ୍ରାଣ୍ଡିଙ୍ଗ୍‌, ପ୍ରତିଯୋଗିତାରେ ଅଂଶଗ୍ରହଣ, ପ୍ରସ୍ତୁତି ଓ ମିଡିଆ ମ୍ୟାନେଜମେଣ୍ଟ ଆଦିର ପରିଚାଳନା ଏବଂ ଜଣେ ପ୍ରତିଷ୍ଠିତ ଖେଳାଳିଭାବେ ଗଢ଼ି ତୋଳିବା ଦାୟିତ୍ୱ ଏଣିକି ଡିଟି ଗ୍ରୁପ ନେବ। ଦୁଇ ବର୍ଷିଆ ଚୁକ୍ତି ସମୟସୀମା ମଧ୍ୟରେ ଆର୍ଯ୍ୟନଙ୍କୁ ବିଭିନ୍ନ ପ୍ରାୟୋଜକଙ୍କ ସହ ଯୋଡ଼ିବା ପାଇଁ ଏହି ଗ୍ରୁପ ପ୍ରୟାସ କରିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ତପି ମିଶ୍ର ପ୍ରକାଶ କରିଛନ୍ତି। ପୂର୍ବରୁ ଅଲିମ୍ପିଆନ ଦୂତୀଙ୍କ ପାଇଁ ଏହି ଗ୍ରୁପ କାର୍ଯ୍ୟ କରି ଆସୁଛି। ମୁଁ ଏହି କମ୍ପାନୀ ଆରମ୍ଭ କରିଥିଲେ ହେଁ ଦୂତୀ ଏକ ଲକି ନାମ ହୋଇଥିବାରୁ ତାଙ୍କ ନାମରେ ଏହାର ନାମକରଣ କରାଯାଇଛି। ରାଜ୍ୟର ଅନ୍ୟ ପ୍ରତିଭା ସମ୍ପନ୍ନ ଖେଳାଳିଙ୍କୁ ମଧ୍ୟ ଏହାର ପରିସରକୁ ଆଣିବାକୁ ଉଦ୍ୟମ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।
୧୦୦ ମିଟରରେ ଜାତୀୟ ରେକର୍ଡଧାରିଣୀ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ମଧ୍ୟ ଏପରି ଏକ ପ୍ରୟାସ ନିହାତି ଆବଶ୍ୟକ ଥିଲା ବୋଲି ପ୍ରକାଶ କରିଛନ୍ତି। ”ରାଜ୍ୟରେ ଯେଉଁ ସକ୍ରିୟ ଆଥଲେଟ୍‌ମାନେ ପ୍ରତିଷ୍ଠା ଅର୍ଜନ କରିଛନ୍ତି କିମ୍ବା ଯେଉଁ ପ୍ରତିଭାସମ୍ପନ୍ନ ଖେଳାଳି ଅଛନ୍ତି ସେମାନଙ୍କ କଥା ବୁଝିବାକୁ କେହି ନାହିଁ। ତେଣୁ ଏହି ଗ୍ରୁପ ଆଗାମୀ ଦିନରେ ସେହି ଲକ୍ଷ୍ୟରେ କାର୍ଯ୍ୟ କରିବ। ଫଳରେ ଆଥଲେଟ୍‌ମାନେ ଚାପର ବଶବର୍ତ୍ତୀ ନ ହୋଇ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇ ପାରିବେ“ ବୋଲି ଏସିଆନ ଗେମ୍ସରେ ଡବଲ ସିଲଭର ମେଡାଲିଷ୍ଟ ଦୂତୀ କହିଛନ୍ତି। ଆର୍ଯ୍ୟନ ଗତବର୍ଷ ତାସକେଣ୍ଟରେ ଅନୁଷ୍ଠିତ ଇଣ୍ଡିପେଣ୍ଡେଣ୍ଟ କପ୍‌ ହ୍ୟାଣ୍ଡବଲ୍‌ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ଗତ ୨ ବର୍ଷ ମଧ୍ୟରେ ସେ ୪ଟି ଅନ୍ତର୍ଜାତୀୟ ଏବଂ ଏକାଧିକ ଜୁନିୟର ବର୍ଗ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଆର୍ଯ୍ୟନଙ୍କ ଏହି ପ୍ରଗତିରେ ସ୍ବାଭାବିକଭାବେ ଖୁସି ଜାହିର କରିଛନ୍ତି ତାଙ୍କ ବାପା ତଥା ଆଥଲେଟ୍‌ ଗୌରୀଶଙ୍କର ମିଶ୍ର। ”ଆର୍ଯ୍ୟନର ଖାଦ୍ୟପେୟଠାରୁ ଆରମ୍ଭ କରି ଟ୍ରେନିଂ ଏବଂ ବାହାରକୁ ଯିବା ପାଇଁ ଯାହାସବୁ ଖର୍ଚ୍ଚ ମୋତେ ବହନ କରିବାକୁ ପଡ଼ୁଥିଲା। ମାତ୍ର ଏବେ ଅତିକମ୍‌ରେ ୨ ବର୍ଷ ପାଇଁ ଏ ସବୁ ସମସ୍ୟା ଆଉ ନାହିଁ। ଫଳରେ ତା’ ଖେଳ ପ୍ରତି ମୋତେ ଏବେ ଅଧିକ ଫୋକସ କରିବାକୁ ସମୟ ମିଳିବ“ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Commonwealth Games: ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଝଣ୍ଡୁ କୁମାର

ନୂଆଦିଲ୍ଲୀ,୨୫।୭: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ, ପାରା ଭାରୋତ୍ତୋଳକ ଝଣ୍ଡୁ କୁମାର କାଂସ୍ୟ ପଦକ ଜିତି ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣ, ନଟରାଜ ସେମିରେ

ଗ୍ଲାସ୍‌ଗୋ, ୨୪ା୭:ଭାରତୀୟ ସନ୍ତରଣକାରୀ ଶ୍ରୀହରି ନଟରାଜ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସନ୍ତରଣର ୫୦ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଅନୁଷ୍ଠିତ ହିଟ୍‌ରଗୁଡ଼ିକରୁ ଶ୍ରେଷ୍ଠ ୧୬ଜଣ ଏହି…

ଡୋପିଙ୍ଗ ମାମଲା, ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ଜୁଡୋକା ମାନ୍‌

ନୂଆଦିଲ୍ଲୀ,୨୪ା୭: ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ପଦକ ବିଜୟିନୀ ଜୁଡୋକା ତୁଲିକା ମାନ୍‌ଙ୍କୁ ଚଳିତ ଗ୍ଲ୍‌ାସ୍‌ଗୋ ସଂସ୍କରଣରୁ ପ୍ରତ୍ୟାହାର କରି ନିଆଯାଇଛି। ଗତ ୧୨ ମାସ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri