Posted inଜାତୀୟ

ଡବଲ୍‌ ଇଞ୍ଜିନ କୋଇଲାର ଥିଲା, କଳଙ୍କି ଲାଗି ଗଲାଣି; ଆମର ବିଦ୍ୟୁତଯୁକ୍ତ ନୂଆ ଇଞ୍ଜିନ: କେଜ୍‌ରିଓ୍ବାଲ

ଅହମ୍ମଦାବାଦ,୧୫।୧୧: ଆଗାମୀ ଗୁଜରାଟ ଉପନିର୍ବାଚନରେ ବାଜିମାତ କରିବା ଲାଗି ଅଣ୍ଟା ଭିଡିଛି ଆମ୍‌ ଆଦମୀ ପାର୍ଟୀ(ଏଏପି)। ଅନେକ ପ୍ରସଙ୍ଗ ଉଠାଇ ଦଳ ଶାସକ ଭାଜପାକୁ ଟାର୍ଗେଟ କରୁଛି। ଏହି କ୍ରମରେ ମଙ୍ଗଳବାର ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଭାଜପାକୁ କଟାକ୍ଷ କରିଛନ୍ତି। ଡବଲ ଇଞ୍ଜିନ କୋଇଲାର ଥିଲା। ସେଥିରେ କଳଙ୍କି ଲାଗି ଗଲାଣି। ଆମେ ବିଦ୍ୟୁତଯୁକ୍ତ ନୂଆ ଇଞ୍ଜିନ। ଲୋକେ ଏବେ ନୂଆ ଇଞ୍ଜିନ ଚାହୁଁଛନ୍ତି ବୋଲି କେଜ୍‌ରିଓ୍ବାଲ କହିଛନ୍ତି।

ରାଜ୍ୟରେ ଭାଜପାର ୨୭ ବର୍ଷର ଶାସନ ଉପରେ ପ୍ରତିକ୍ରିୟା ରଖି କେଜ୍‌ରିଓ୍ବାଲ କହିଛନ୍ତି, ବର୍ଷକ ପରେ ଗଛରେ ବି ନୂଆ ପତ୍ର ଆସେ। ଗଣତନ୍ତ୍ରରେ ହାରିବା ଏବଂ ଜିତିବା ସାଧାରଣଜନତାଙ୍କ ଉପରେ। ନିର୍ବାଚନର ୩ ଦିନ ପୂର୍ବରୁ ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ଏହାଛଡ଼ା କେଜ୍‌ରିଓ୍ବାଲ ମାଗଣା ବିଜୁଳି ପ୍ରସଙ୍ଗରେ ସମାଲୋଚନାକୁ ନେଇ କହିଛନ୍ତି, ଆମକୁ ଧନୀ ଦେଶ ହେବାର ଅଛି। ତେଣୁ ଜନସାଧାରଣଙ୍କୁ ମାଗଣା ଶିକ୍ଷା ଦେବାକୁ ହେବ। ହେଲେ ନେତାମାନେ ଏହାକୁ ମାଗଣା ରାବିଡି ବୋଲି କହୁଛନ୍ତି। ଏଭଳି ସରକାରଙ୍କୁ ଇସ୍ତଫା ଦେଇଦେବା ଉଚିତ। ଦେଶବାସୀଙ୍କ ଅପମାନ କରନ୍ତୁନାହିଁ। ସମସ୍ତ ନେତାମାନଙ୍କୁ ୪ ହଜାର ୟୁନିଟ୍‌ ମାଗଣା ବିଜୁଳି ମିଳୁଛି। ହେଲେ ଜନସାଧାରଣଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଦେଲେ ଲୋକେ ଗାଳି କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?