Posted inଫୁରସତ

କୁକୁରର ଠାଟ୍‌ବାଟ୍‌

ରୋମାନିୟାର ଏକ କୁକୁର ଏବେ ବେଶ୍‌ ଚର୍ଚ୍ଚାରେ ଅଛି। ଚର୍ଚ୍ଚାର କାରଣ ହେଉଛି ଏହାର ଠାଟ୍‌ ବାଟ୍‌। ଡିଜାଇନର୍‌ ପୋଷାକକୁ ଷ୍ଟାଇଲିସ୍‌ ସନ୍‌ଗ୍ଲାସ୍‌ ତା’ସାଙ୍ଗକୁ ମ୍ୟାଚିଂ ସୁଜ୍‌। କୁକୁର ନୁହେଁ ତ ପୂରା ରକ୍‌ ଷ୍ଟାର୍‌ ଭଳି ଦେଖାଯାଏ। ବିସ୍କିଟ୍‌ ନାମକ ଏହି କୁକୁରର ଓ୍ବାର୍ଡରୋବ୍‌ରେ ଭଳିକି ଭଳି ଜୋତାର କଲେକ୍ସନ, ଭିନ୍ନ ଭିନ୍ନ ଡିଜାଇନ୍‌ର ସନ୍‌ଗ୍ଲାସ୍‌, ହ୍ୟାଟ୍‌ ସହ ଷ୍ଟାଇଲିସ ପୋଷାକ ରହିଛି। ଏସବୁ ପାଇଁ ତା’ର ମାଲିକ ଲାଭି ରୋଜ୍‌ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଲାଭି ରୋଜ କହନ୍ତି, ‘ମୋ ପାଖରେ ବି ଏତେ ଜୋତା ନାହିଁ ଯେତିକି ବିସ୍କିଟ୍‌ ପାଖରେ ଅଛି। ୫ ବର୍ଷର ବିସ୍କିଟ୍‌ ପାଖରେ ୪୩ ଯୋଡା ଜୋତା, ୪୭ ଯୋଡା ସନ୍‌ଗ୍ଲାସ୍‌ ଅଛି, ଯାହାକୁ ଏକ ବଡ ଓ୍ବାର୍ଡରୋବ୍‌ରେ ସାଇତି ରଖାଯାଇଛି। ବିସ୍କିଟ ବହୁତ ଆଜ୍ଞାକାରୀ। ତାକୁ ଯାହା କହେ ସେ ମାନିଥାଏ। ତା’ର ଇନଷ୍ଟାଗ୍ରାମ ଓ ଟିକ୍‌ଟକ୍‌ରେ ଆକାଉଣ୍ଟ ଅଛି। ଯେଉଁଠି ତା’ର ବହୁତ ଫଲୋୟର ଅଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ iPhone ଧରିଥିଲା କୁନି ପୁଅ, ବୋଟିଂ ସମୟରେ କରିଦେଲା ଏମିତି କାଣ୍ଡ, ୟୁଜର୍ସ ଦେଖି…

ପିଲାମାନଙ୍କ ଦୁଷ୍ଟାମୀର ଭିଡିଓ ପ୍ରତିଦିନ ସୋସିଆଲ ମିଡିଆରେ ଭାଇରାଲ ହୁଏ, କିନ୍ତୁ ଏଥର ଜଣେ କୁନି ପିଲା ଏମିତି କାରନାମା କରିଛି ଯାହା ୟୁଜର୍ସଙ୍କୁ ଚକିତ କରିଦେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri