ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁରକୁ ଦେଖିବାକୁ ମିଳୁଛି। କୁକୁରଟି କିଛି ଗୋଟେ ଖାଉଥିବା ବେଳେ ଏକ କାଉ ଆସି ତାକୁ ପଛରୁ ଖୁମ୍ପି ଦେଉଛି। ପରେ କୁକୁର ତାହା ପଛରେ ଦୌଡ଼ିଯାଉଛି। ଏବଂ ଅନ୍ୟ ଏକ କାଉ ଆସି କୁକୁର ଖାଉଥିବା ଖାଦ୍ୟକୁ ନେଇଯାଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Teamwork divides the task pic.twitter.com/UPHhmwvqjS
— Susanta Nanda IFS (@susantananda3) June 2, 2021