Posted inଫୁରସତ

ବିଲେଇକୁ ପାଣିରୁ ଉଦ୍ଧାର କଲା କୁକୁର, ଭିଡିଓ ଦେଖିଲେ…

କୁକୁର ଏବଂ ବିଲେଇଙ୍କ ମଧ୍ୟରେ ଲଢ଼େଇ କେମିତି ହୋଇଥାଏ ତାହା ବେଶ୍‌ ସମସ୍ତଙ୍କୁ ଜଣା। ଯେତେବେଳେ ଉଭୟ ପାଖାପାଖି ରହିଥାଆନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥାଏ। ମାତ୍ର ଆପଣ ଏହି ଦୁଇ ପ୍ରାଣୀ ମଧ୍ୟରେ ପ୍ରେମ ଏବଂ ବନ୍ଧୁତା କେବେ ଦେଖିଛନ୍ତି କି? ହୁଏତ ଦେଖି ନ ଥିବେ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ କୁକୁର ଏବଂ ବିଲେଇଙ୍କ ମଧ୍ୟରେ ବନ୍ଧୁତା ଦେଖିବାକୁ ମିଳିଛି। ଭିଡିଓରେ ପରସ୍ପର ପାଇଁ ଚିନ୍ତା ଏବଂ ସାହାଯ୍ୟ ସମସ୍ତଙ୍କୁ ଚକିତ କରିଛି।

@Gabriele_Corno ନାମକ ଏକ ଟୁଇଟର୍‌ ପେଜ୍‌ରେ ଏହି ଭିଡିଓଟି ଶେୟାର କରାଯାଇଛି। ଯେଉଁଥିରେ କୁକୁର ଏବଂ ବିଲେଇଙ୍କ ମଧ୍ୟରେ ପ୍ରେମ, ବନ୍ଧୁତା ଦେଖିବାକୁ ମିଳିଛି। କାର୍ଟୁନଠାରୁ ଆରମ୍ଭ କରି ଫିଲ୍ମ ପର୍ଯ୍ୟନ୍ତ ସବୁଥିରେ ଉଭୟଙ୍କ ମଧ୍ୟରେ ଶତ୍ରୁତା ଥିବାର ଦେଖିଥିବେ। କିନ୍ତୁ ଏହି ଭିଡିଓରେ କୁକୁର ଶତ୍ରୁତା ଭୁଲି ପାଣିରେ ପଡ଼ିଥିବା ଏକ ବିଲେଇର ଜୀବନ ରକ୍ଷାକରିଛି।

ଭିଡିଓରେ ଏକ ବିଲେଇ ସୁଇମିଂ ପୁଲ୍‌ରେ ପଡ଼ିଥିବାର ନଜର ଆସିଛି। କୁକୁର ପ୍ରଥମେ ଏହାକୁ ଉପରକୁ ବାହାର କରିବାକୁ ଚେଷ୍ଟା କରୁଛି। ପରେ ଯେତେବେଳେ ଏହାକୁ ବାହାର କରିବାରେ ଅସମର୍ଥ ହୁଏ, ସେତେବେଳେ ସେ ନିଜେ ପାଣି ଭିତରକୁ ଡେଇଁପଡୁଛି ଏବଂ ବିଲେଇକୁ ପିଠିରେ ବସାଇ ପାଣି ଭିତରୁ ବାହାରକୁ ଆଣୁଛି। ବିଲେଇ କୁକୁରର ପିଠି ଉପରକୁ ଚଢ଼ି ଯାଉଛି ଏବଂ କୁକୁର ତା’ର ଦୁଇ ଗୋଡ଼କୁ ପାଣି ଭିତରୁ ବାହାର କରିବା ମାତ୍ରେ ବିଲେଇ ବାହାରକୁ ଡେଇଁପଡୁଛି।

ଏହି ଭିଡିଓ ୩୭ ହଜାରରୁ ଅଧିକ ଭ୍ୟୁ ପାଇଥିବା ବେଳେ ଅନେକ ଲୋକ ନିଜ ନିଜର ମତାମତ ଦେଇଛନ୍ତି। ଜଣେ କହିଛନ୍ତି, ଯିଏ ଭିଡିଓ ରେକର୍ଡିଂ କରୁଛି, ସେ ବିଲେଇକୁ ବଞ୍ଚାଇବା ପାଇଁ କାହିଁକି ଡେଇଁଲା ନାହିଁ, ଆଉ ଜଣେ କହିଛନ୍ତି, ପଶୁମାନେ ମଣିଷ ଅପେକ୍ଷା ଅଧିକ ବୁଦ୍ଧିମାନ ଅଟନ୍ତି। ସେହିପରି ଅନ୍ୟ ଜଣେ କହିଛନ୍ତି, ଏହି କୁକୁର ଆଶ୍ଚର୍ଯ୍ୟଜନକ ଅଟେ। କୁକୁରମାନେ ବହୁତ ବୁଦ୍ଧିମାନ। ସେ ଏ ମଣିଷମାନଙ୍କ ପରି ହେବାକୁ ଚାହାନ୍ତିନି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri