କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ। ମଧ୍ୟପ୍ରଦେଶର ହୋଶଙ୍ଗାବାଦ ଜିଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଲାବ୍ରାଡର କୁକୁରର ଡିଏନ୍‌ଏ ଟେଷ୍ଟ କରାଯାଇଛି। ଏହି ମାମଲା ଆଇନଗତ ଫ୍ରେମ୍‌ରେ ପହଞ୍ଚିବା ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଅନେକ କାରଣ ଖୋଜିବା ପରେ ମଧ୍ୟ ପ୍ରକୃତ ମାଲିକଙ୍କ ପରିଚୟ ମିଳିଲା ନାହିଁ। ଫଳରେ ବାଧ୍ୟ ହୋଇ କୁକୁରର ଡିଏନ୍‌ଏ ଟେଷ୍ଟ କରାଇବାକୁ ନିଷ୍ପତ୍ତି ନେଇଛି ପୋଲିସ।


୩ ବର୍ଷର ଲାବ୍ରାଡର କୁକୁରକୁ ଶାଦବ ଖାନ ନାମକ ଜଣେ ବ୍ୟକ୍ତି ତାଙ୍କର ବୋଲି କହି ଦାବି କରୁଛନ୍ତି। କିନ୍ତୁ କ୍ରିତିକ୍‌ ଶିଭରେ କହିଛନ୍ତି ଯେ, ଏହା ତାଙ୍କ କୁକୁର ‘ଟାଇଗର’। ଶାଦବ କହିଛନ୍ତି ଯେ, ପ୍ରାୟ ୩ ମାସ ପୂର୍ବେ ତାଙ୍କ କୁକୁର ‘କୋକୋ’ ହଜିଯାଇଥିଲା ଯାହାର ସୂଚନା ସେ ଅଗଷ୍ଟରେ ଗ୍ରାମାଞ୍ଚଳ ଥାନାରେ କରିଥିଲେ। ନଭେମ୍ବର ୧୮ରେ ଶାଦବ ମାଲକେଡିରେ ଏକ କୁକୁର ଥିବା ସୂଚନା ପାଇବା ପରେ କ୍ରିତିକ୍‌ଙ୍କ ଘରେ ପହଞ୍ଚିଥିଲେ। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଶେଷରେ ପୋଲିସ ଡାକିବାକୁ ପଡ଼ିଥିଲା।

ଏହାର ଗୋଟିଏ ଦିନ ପରେ ଶାଦବ କିଛି ଫଟୋ ଏବଂ ଡକ୍ୟୁମେଣ୍ଟ ନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। କ୍ରିତିକ୍‌ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷର ନେତା ଅଟନ୍ତି। ସେ ମଧ୍ୟ ପୋଲିସ ନିକଟରେ ନିଜର ଦାବି ଉପସ୍ଥାପନ କରିଥିଲେ। ଉଭୟଙ୍କ ଦାବିକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲା ପୋଲିସ। ଶେଷରେ କୁକୁରର ଡିଏନ୍‌ଏ ଟେଷ୍ଟ ପାଇଁ କହିଥିଲା। ତେଣୁ ରିପୋର୍ଟ ଆସିବା ପରେ ପ୍ରକୃତ ମାଲିକ ଚିହ୍ନଟ ହେଲେ ତାଙ୍କ ନିକଟକୁ ପଠାଯିବ ବୋଲି ଦାୟିତ୍ୱରେ ଥିବା ଥାନାଧିକାରୀ ହେମନ୍ତ ଶ୍ରୀବାସ୍ତବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ ମ୍ୟାରେଜ୍ ହୋଇସାରିଥିବା କହି ପୀଡ଼ିତାଙ୍କୁ ବିଶ୍ୱାସ କରାଇ ଅଦାଲତରୁ ମାମଲା ପ୍ରତ୍ୟାହାର : ପରେ ପୁଣି ପ୍ରତାରଣା

ଦେବଗଡ଼, ୧୨।୭ (ଶଶାଙ୍କ ଶେଖର ଝାଙ୍କର): ଟଙ୍କା ଠକେଇ ଓ ବଳାତ୍କାର ଭଳି ସଙ୍ଗୀନ ଅଭିଯୋଗରେ ରୁଜୁ ହୋଇଥିବା ମାମଲା ଅଦାଲତରୁ ପ୍ରତ୍ୟାହାର କରାଇବା ପରେ ପୀଡ଼ିତାଙ୍କୁ…

ସରିଛି ରବିଧାନ ସଂଗ୍ରହ, ସରିନି ଚାଷୀଙ୍କ ଦୁଃଖ ଏବେ ବି ମଣ୍ଡିରେ ପଡ଼ିଛି ଧାନ ଚାଷୀଙ୍କୁ ମିଳିନି ବିକ୍ରିଧାନର ପ୍ରାପ୍ୟ

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଚାଷକାର୍ଯ୍ୟ ଜୋର୍‌ ଧରିଛି। ଅନ୍ୟପଟେ ଏପର୍ଯ୍ୟନ୍ତ ଜିଲା ଚାଷୀଙ୍କ ରବିଧାନ କିଣାବିକା ସମସ୍ୟା ଅସମାହିତ ରହିଛି। ଗତମାସ ୩୦ତାରିଖରୁ ଜିଲାରେ…

ଇସ୍ତଫା ଦେବାର ଦିନକ ପରେ ବିଜେଡି ଫେରିଲେ କାଉନ୍‌ସିଲର

ଭୁବନେଶ୍ୱର,୧୨।୭ (ସୁନିତ୍‌ ମିଶ୍ର): ଚୌଦ୍ୱାର ମ୍ୟୁନିସିପାଲଟିର ୧୨ ନମ୍ବର ଓ୍ବାର୍ଡର କାଉନସିଲର୍‌ ସୁବ୍ରତ କୁମାର ସାମଲ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଇସ୍ତଫା…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଜଟିଳ ପ୍ରକ୍ରିୟା

ଆଇନଶୂନ୍ୟ ଦେଶଗୁଡ଼ିକର ମନମୁଖି ଶାସନ ପ୍ରତି ଲୋକମାନଙ୍କ ମନରେ ଗଭୀର ଆତଙ୍କ ରହିଥାଏ। ଏଥିରେ ନିଷ୍ଠୁରତାକୁ ଏକ ପ୍ରକ୍ରିୟା ଭାବରେ ଦର୍ଶାଯାଇ ଲୋକଙ୍କୁ ନିର୍ଯାତନା ଦିଆଯାଇଥାଏ। ଏବେ…

୧୩ହଜାର ଫୁଟ ଉଚ୍ଚତାରେ ସ୍ୱାମୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ସ୍ତ୍ରୀ

ବର୍ଲିନ, ୧୨ା୭: ଏକ ଯାତ୍ରୀବାହୀ ବିମାନ ଝରକା ଦେଇ ଜଣେ ୬୧ ବର୍ଷିୟ ବୃଦ୍ଧ ହଠାତ୍‌ ଟାଣି ହୋଇଯାଉଥିବାବେଳେ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ମୃତ୍ୟୁ ମୁଖରୁ…

ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ

ଭୁବନେଶ୍ୱର, ୧୨ା୭(ବନ୍ଦନା ସେଠୀ): ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଏଥିସହ ଗାଙ୍ଗେଟିକ୍‌ ୱେଷ୍ଟବେଙ୍ଗଲ ଓ ପାଖାପାଖି ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ…

କିମ୍ୱଦନ୍ତୀ ଗାୟିକା ଏସ୍‌. ଜାନକୀଙ୍କ ପରଲୋକ

ଭୁବନେଶ୍ୱର,୧୨ା୭ (ସୌମ୍ୟରଞ୍ଜନ ରାଉତ): ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅବସାନ ଘଟିଛି। ଦକ୍ଷିଣ ଭାରତର ପ୍ରଖ୍ୟାତ ପାର୍ଶ୍ୱଗାୟିକା ଏସ୍‌. ଜାନକୀଙ୍କର ଶନିବାର ମହୀଶୂରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri