ଭାରପ୍ରାପ୍ତରେ ଚାଲିଛି ଜିଲା ଶ୍ରମ କାର୍ଯ୍ୟାଳୟ: ୩୦ରୁ ଅଛନ୍ତି ମାତ୍ର ୯ଜଣ

ଭବାନୀପାଟଣା,୭ା୨(ଉତ୍ତମ କୁମାର ଦାଶ)- ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ଶ୍ରମ କାର୍ଯ୍ୟାଳୟରେ ଏବେ ଅଧିକାରୀ ଓ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହୋଇଛି। ଏଠାରେ ସମୁଦାୟ ୩୦ଟି ପଦବୀ ରହିଥିବାବେଳେ ଅଛନ୍ତି ମାତ୍ର ୯ଜଣ। ଅବଶିଷ୍ଟ ୨୧ଟି ପଦବୀ ଖାଲି ପଡିଛି। ପ୍ରଭାଗୀୟ ଶ୍ରମ ଆୟୁକ୍ତ (ଡିଏଲ୍‌ସି),୨ଜଣ ଜିଲା ଶ୍ରମ ଅଧିକାରୀ, ୧୦ ସହକାରୀ ଶ୍ରମ ଅଧିକାରୀ, ଜଣେ କନିଷ୍ଠ ଷ୍ଟେନୋଗ୍ରାଫର, ବରିଷ୍ଠ ସହାୟକ, ୫ ପିଅନ ଓ ଜଣେ ଚାଳକ ପଦବୀ ଖାଲିପଡିଛି। ଗତ ଜାନୁୟାରୀ ଶେଷରେ ଏଠାରେ ଥିବା ଜିଲା ଶ୍ରମ ଅଧିକାରୀ ସୁବାସ ଚନ୍ଦ୍ର ମଣ୍ଡଳଙ୍କ ଡିଏଲ୍‌ସି ଭାବରେ ରାୟଗଡ଼ା ଜିଲାକୁ ପଦୋନ୍ନତି ହୋଇଛି। ଫଳରେ ଏବେ ଭାରପ୍ରାପ୍ତ କଳାହାଣ୍ଡି ଜିଲା ଶ୍ରମ ଅଧିକାରୀ ଭାବେ ସହକାରୀ ଜିଲା ଶ୍ରମ ଅଧିକାରୀ ଜିତମ୍‌ ମାଝୀ ଦାୟିତ୍ୱ ତୁଲାଉଛନ୍ତି। ୨ବର୍ଷରୁ ଅଧିକ ହେବ ଡିଏଲ୍‌ସି ପଦବୀ ଖାଲିପଡିଛି। ଭାରପ୍ରାପ୍ତ ଦାୟିତ୍ୱ ରାୟଗଡାରେ ନିଯୁକ୍ତ ହୋଇଥିବା ଡିଏଲ୍‌ସି ସୁବାସ ଚନ୍ଦ୍ର ମଣ୍ଡଳ ନେଇଥିବା ଜଣାପଡିଛି। ମୋଟାମୋଟି ଭାବେ କହିବାକୁ ଗଲେ ଭାରପ୍ରାପ୍ତ ଅଧିକାରୀରେ ଜିଲା ଶ୍ରମ କାର୍ଯ୍ୟାଳୟ ଚାଲିଛି।
କଳାହାଣ୍ଡି ଜିଲାରେପ୍ରତିବର୍ଷ ହଜାର ସଂଖ୍ୟାରେ ଶ୍ରମିକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ସେମାନଙ୍କୁ ତଦାରଖ କରିବା ସହ ଗତିବିଧି ଉପରେ ନଜର ରଖିବା ପାଇଁ ଯେଉଁ ବିଭାଗର ଆବଶ୍ୟକତା ରହିଛି ଖୋଦ୍‌ ସେହି ବିଭାଗର ଅଧିକାରୀ, କର୍ମଚାରୀଙ୍କ ଅଭାବ ରହିଛି। ଜିଲା ଶ୍ରମ କାର୍ଯ୍ୟାଳୟରେ ଏତେ ସଂଖ୍ୟକ ପଦବୀ ଖାଲିପଡିଥିବାରୁ କିପରି କାର୍ଯ୍ୟ ହେଉଥିବ ତାହା ସହଜେ ଅନୁମେୟ। ଅନ୍ୟପକ୍ଷରେ ଜିଲାରେ ସ୍ଥାୟୀ ଡିଏଲ୍‌ସି ପଦବୀ ପୂରଣ କରିବା ପାଇଁ କଳାହାଣ୍ଡି ଆଇନଜୀବୀ ସଂଘ ପକ୍ଷରୁ ଶ୍ରମବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ୍‌ଙ୍କ ଉଦ୍ଦେଶ୍ୟରେ ଗତ ସୋମବାର କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାରେ ଡିଏଲ୍‌ସି ପୋଷ୍ଟ ଖାଲି ଥିବାରୁ ଶ୍ରମିକ ଜନିତ ମାମଲା ବିଳମ୍ବିତ ହେବା ସହ ସେମାନେ ଠିକ୍‌ ସମୟରେ ନ୍ୟାୟ ପାଉ ନ ଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

Pension: ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୮ମ ବେତନ ଆୟୋଗରେ ବଢ଼ିବ ପେନସନ, ଜାଣନ୍ତୁ ପୁରା ହିସାବ…

ନୂଆଦିଲ୍ଲୀ,୧୧।୯: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କ ମଧ୍ୟରେ ଅଷ୍ଟମ ବେତନ କମିଶନ ସମ୍ବନ୍ଧୀୟ ଆଲୋଚନା ଜୋର୍ ଧରିଛି । ଦରମା ଓ ପେନସନ୍ ସମ୍ପର୍କିତ ନୂଆ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ରୋଚକ ଘଟଣା: ଟିମ ଇଣ୍ଡିଆଠାରୁ ଛଡ଼ାଇ ନିଆଗଲା ଡ୍ରେସିଂ ରୁମ! ଆଫଗାନିସ୍ତାନ ସିରିଜରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ୩ ମ୍ୟାଚର T20 ସିରିଜ ଆସନ୍ତା ସେପ୍ଟେମ୍ବର ୧୩ରୁ ଆରମ୍ଭ ହେବ। ସିରିଜର ସମସ୍ତ ମ୍ୟାଚ ଦିଲ୍ଲୀର ଅରୁଣ ଜେଟଲୀ…

ଆଉ ମାଗଣା ନୁହେଁ UPI! ପ୍ରତି ଟ୍ରାଞ୍ଜାକ୍ସନ୍‌ରେ ଦେବାକୁ ପଡ଼ିବ ଏତେ ଟଙ୍କା: କେନ୍ଦ୍ରରୁ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୧।୯: UPI ବ୍ୟବହାର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆସିଛି ବଡ଼ ଅପଡେଟ୍‌। କିଛି ଦିନ ତଳେ UPI ଉପରେ ଚାର୍ଜ ଲାଗିବ ବୋଲି ଖବର…

ଗାଁ ସାଥୀଙ୍କ ଦୁଇ ଦଫା ଦାବି ନେଇ ବିକ୍ଷୋଭ

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଦୁଇ ଦଫା ଦାବି ପୂରଣ ଦାବିରେ…

ଦିନିକିଆ ଗଞ୍ଜାମ ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ: ପ୍ରାଣି ଚିକିତ୍ସାଳୟ ପୁନରୁଦ୍ଧାର ପାଇଁ…

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ )ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?