ଭୁବନେଶ୍ୱର,୨୦ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍ଜିଏସ୍ଓ୍ବାଇ) କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଗତ ୪ ବର୍ଷ ଧରି ଓଡ଼ିଶା ପ୍ରଥମ ସ୍ଥାନ ବଜାୟ ରଖିପାରିଛି। ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ସୂଚନା ଦିଆଯାଇଛି। ସବୁ ଜିଲାରେ ପ୍ରତ୍ୟେକ ପ୍ରକଳ୍ପ ବିଶେଷ କରି ମାଓବାଦୀପ୍ରବଣ ଜିଲା ପାଇଁ ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ କରିବାକୁ ଜିଲାପାଳ, ଏସ୍ପି ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ଠିକାଦାରମାନେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। କ୍ଷେତ୍ରସ୍ତରରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ବୈଠକରେ ସୂଚନା ଦେଇଛନ୍ତି।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ସଡ଼କ ସଂଯୋଗ ସରକାରଙ୍କ ମୁଖ୍ୟ ପ୍ରାଥମିକତା। ପିଏମ୍ଜିଏସ୍ଓ୍ବାଇ, ଉପାନ୍ତ ସେତୁ ଯୋଜନା ଏବଂ ବିଜୁ ସେତୁ ଯୋଜନା ପାଇଁ ଅର୍ଥର ଅଭାବ ରହିବ ନାହିଁ। ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ପୋଲିସ, ପୂର୍ତ୍ତ ବିଭାଗ ଯନ୍ତ୍ରୀ ଏବଂ ଠିକାଦାରଙ୍କୁ ପରାମର୍ଶ ଦେଇଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ ଉପେନ୍ଦ୍ର କୁମାର ମୁଣ୍ଡ ବାର୍ଷିକ ଆକ୍ସନ ପ୍ଲାନ୍ ବିଷୟରେ ସୂଚନା ଦେଇଛନ୍ତି। ୨୦୨୧-୨୨ରେ ୨୦୯୫ କିଲୋମିଟର ରାସ୍ତା ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ସୁଦ୍ଧା ୧୫୦୦ କି.ମି. ରାସ୍ତା ନିର୍ମାଣ ଶେଷ ହୋଇ ସାରିଲାଣି। ବଳକା ରାସ୍ତା ମଧ୍ୟରୁ ମାଓବାଦୀ ପ୍ରବଣ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଜିଲାରେ ୨୫୦ କି.ମି. ରାସ୍ତା ରହିଛି। ପୋଲିସ ସହାୟତାରେ ସେଠାରେ ଠିକାଦାରମାନେ ରାସ୍ତା ନିର୍ମାଣ କରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ସଚିବ ସୁଦର୍ଶନ ପଣ୍ଡା ବୈଠକରେ ସୂଚନା ଦେଇ କହିଛନ୍ତି ଯେ, ପିଏମ୍ଜିଏସ୍ଓ୍ବାଇ ରେ ୬୪,୮୨୧ କି.ମି. ରାସ୍ତା ଓ ୫୮୩ ପୋଲ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଥିଲା। ସେଥିରୁ ୨୬,୩୨୯ କୋଟି ଟଙ୍କା ବ୍ୟୟରେ ୬୧,୪୨୮ କି.ମି. ରାସ୍ତା ଏବଂ ୪୧୨ ସେତୁ ନିର୍ମାଣ ଶେଷ ହୋଇଛି।

ଆଜି ବିଜେଡି ସଂସଦୀୟ ଦଳ ବୈଠକ
ଭୁବନେଶ୍ୱର,୨୮।୧(ବ୍ୟୁରୋ): ଚଳିତ ମାସ ୨୯ରେ ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବିଜେଡିର କ’ଣ ରଣନୀତି ରହିବ, ସେ ନେଇ ସଂସଦୀୟ...

ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ସମୁତ୍କର୍ଷ
ବଳଙ୍ଗା, ୧୯ା୫(ଡି.ଏନ୍.ଏ.)-ପ୍ରଳଙ୍କରୀ ବାତ୍ୟା ଫନୀରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ ଜିଲା। ବାତ୍ୟାରେ ନିଜର ସର୍ବସ୍ବ ହରାଇ ବେସାହାରା ହୋଇପଡ଼ିଛନ୍ତି ଲକ୍ଷ ଲକ୍ଷ ଲୋକ। ବାତ୍ୟାକୁ...

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, ୬ା୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଠାରୁ ୩ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଆସନ୍ତା ୭ରେ ଦିଲ୍ଲୀର ବିଜ୍ଞାନ ଭବନରେ ହେବାକୁ ଥିବା ନୀତି...

ଆମିଷ ବଜାର ଚଳଚଞ୍ଚଳ: ଜମୁଛି ବେପାର
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଆଜି ଛାଡ଼ଖାଇ। ପରମ୍ପରା ଅନୁସାରେ ପୂର୍ଣ୍ଣିମା ପରଦିନ ଛାଡ଼ଖାଇ । ହେଲେ ଗତକାଲି ଶନିବାର ଥିବାରୁ ଅଧିକାଂଶ ଘରେ ଆମିଷ କରାଯାଇ ନ ଥାଏ।...

‘ଟିକ୍ ମି’ ଆପ୍ ଦ୍ୱାରା ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ
ଭୁବନେଶ୍ୱର,୧୭ା୪(ବ୍ୟୁରୋ): ଲକ୍ଡାଉନ୍ ପାଇଁ ଲୋକେ ଘରେ ରହିଛନ୍ତି। ସେମାନଙ୍କର ଯେପରି ସମସ୍ୟା ନ ଉପୁଜିବ ସେଥିପାଇଁ ଅନ୍ଲାଇନ୍ ଓ ହୋମ୍ ଡେଲିଭରି ସେବାକୁ ଅନୁମତି ଦେଇଛନ୍ତି...

କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ୩୧ ମାର୍ଚ୍ଚ ଯାଏ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ପରୀକ୍ଷା ଚାଲୁ ରହିବ
ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ସଂକ୍ରମଣ ବିଶ୍ୱବାସୀଙ୍କ ନିଦ ହଜାଇ ସାରିଥିବା ବେଳେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କର୍ନାଟକର କଲ୍ବୁର୍ଗୀରେ କରୋନାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ...

୧୦ ହଜାର ଟପିଲା ‘ମୋ ପ୍ରତିଭା’ ଆବେଦନ
ଭୁବନେଶ୍ୱର,୯।୫(ବ୍ୟୁରୋ): ଲକ୍ଡାଉନ୍ରେ ଶିଶୁଙ୍କ ସୃଜନଶୀଳତାର ବିକାଶ ପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ୟୁନିସେଫ୍...

ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍, ଆଉ ୨୦ ଆକ୍ରାନ୍ତ ମୃତ
ଭୁବନେଶ୍ୱର,୧୧।୨(ବ୍ୟୁରୋ): ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୦ ଜଣ ଆକ୍ରାନ୍ତଙ୍କ ମତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ...