Posted inଫୁରସତ

ଜଙ୍ଗଲ ରାଜାଙ୍କ ଭିନ୍ନ ରୂପ, ଶିକାର ପରିବର୍ତ୍ତେ କଲେ ଏମିତି, ଭିଡିଓ ଦେଖିଲେ…

ଜଙ୍ଗଲର ରାଜା ସିଂହ ସବୁଠାରୁ ଭୟଙ୍କର ଶିକାରକାରୀ ଭାବରେ ଜଣାଶୁଣା। ମାତ୍ର ଜଙ୍ଗଲ ରାଜାଙ୍କୁ ଯଦି ଭାବପ୍ରବଣ ଏବଂ ସ୍ନେହପୂର୍ଣ୍ଣ ଭାବନାରେ ଦେଖନ୍ତି ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ସିଂହ କିମ୍ବା ସିଂହୀ ସେମାନଙ୍କ ପିଲାମାନଙ୍କ ପ୍ରତି ଯେତେ ଭଲ ପାଆନ୍ତି, ସେମାନଙ୍କର ଶିକାର କିମ୍ବା ଶିକାର ଛୁଆକୁ କେବେ ବି ଭଲପାଆନ୍ତି ନାହିଁ। କଳେ ବଳେ କୌଶଳେ ସେମାନେ ଶିକାର କରିଥାନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସିଂହର ସମ୍ପୂର୍ଣ୍ଣ ଭିନ୍ନ ରୂପ ଦେଖାଯାଉଛି। ଏହି ଭିଡିଓରେ ସିଂହ ଏକ ଘୁଷୁରିକୁ ଚାଟୁଥିବାର ନଜର ଆସିଛି।

 

@ Nature1sScary ନାମକ ଏକ ଟୁଇଟର ପେ

ଜ୍‌ରେ ଭିଡିଓଟି ଶେୟାର କରାଯାଇଛି। ଭିଡିଓରେ ଏକ ସିଂହ ଘୁଷୁରି ଛୁଆକୁ ଧରିଛି। ପ୍ରଥମେ ଦେଖିଲେ ଲାଗିବ ସେ ଏହାକୁ ଶିକାର କରିଛି। ମାତ୍ର ଏହାକୁ ଖାଇବା ପରିବର୍ତ୍ତେ ସେ ଘୁଷୁରିକୁ  ସ୍ନେହପୂର୍ଣ୍ଣ ଭାବେ ଚାଟିଚାଲିଛି। ପ୍ରଥମେ ସିଂହଟି ଘୁଷୁରିକୁ ଧରୁଛି। ତା’ପରେ ଘୁଷୁରି ପଳାଇବାକୁ ଚେଷ୍ଟା କରିବା ବେଳେ ସେ ଏହାକୁ ପାଟିରେ ଧରି ଚାଲିଯାଉଛି।

ଭିଡିଓଟକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ହଜାର ହଜାର ଲୋକ କମେଣ୍ଟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ଭିଡିଓ ଆରମ୍ଭରୁ ଚିନ୍ତାଜନକ ମନେ ହେଉଥିଲା। ଅନ୍ୟ ଜଣେ କହିଛନ୍ତି, ଘୁଷୁରି ସିଂହ ସହ ଖେଳୁଥିବା ପରି ଦେଖାଯାଉଛି। ସେହିପରି ଆଉ ଜଣେ ମଜାରେ କହିଛନ୍ତି, ପ୍ରଥମେ ମାରିନେଟ୍‌, ତା’ପରେ ଖାଅ। ଅନ୍ୟ ଜଣେ ୟୁଜର କହିଛନ୍ତି, ଲାଗୁଛି ଯେପରି ସିଂହ ଜିଭରେ ରେଜର ଚଳାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନକୁ ରାସ୍ତା ନାହିଁ, କେନାଲ ପାର୍‌ ହୋଇ ଶବଦାହ କଲେ ଗ୍ରାମବାସୀ

ଗଞ୍ଜାମ,୧୬ା୮(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ଗଡ଼ହୁମ୍ମା ଗ୍ରାମ ନିକଟରେ ରହିଛି ବାଉଁସିଆ ପଡ଼ା ଗ୍ରାମ। ଶବଦାହ ପାଇଁ ଗ୍ରାମବାସୀ ନାହିଁ ନ ଥିବା…

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri