ଦିବ୍ୟାଙ୍ଗ ଶିକ୍ଷକ ପରିବାରକୁ ବାସନ୍ଦ

ଛତ୍ରପୁର,୨୦।୬(ଡି.ଏନ.ଏ): ଗଞ୍ଜାମ ବ୍ଲକରେ ପୁଣି ଏକ ବାସନ୍ଦ ଘଟଣା ସାମନାକୁ ଆସିଛି। ଗାଁରେ ସାମାଜିକ ବାସନ୍ଦ ହୋଇଥିବା ଜଣେ ଦିବ୍ୟାଙ୍ଗ ଶିକ୍ଷକ ନ୍ୟାୟ ପାଇଁ ରବିବାର ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ହେଉଛନ୍ତି ରମ୍ଭା ଥାନା ଅଧୀନ ତାରିଣୀପଲ୍ଲୀ ଗାଁର ରବୀନ୍ଦ୍ର କୁମାର ସେଠୀ। ସାମାନ୍ୟ ଓ ବ୍ୟକ୍ତିଗତ କଳିରୁ ତାଙ୍କ ପରିବାରକୁ ୩ ମାସ ହେଲା ବାସନ୍ଦ କରାଯାଇଛି ା ପରିବାର ସହ ରବୀନ୍ଦ୍ର ଛତ୍ରପୁର ଆସି ଏସ୍‌ପିଙ୍କ ଅନୁପସ୍ଥିତିରେ ଅତିରିକ୍ତ ଏସପିଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଛନ୍ତି। ନ୍ୟାୟ ପ୍ରଦାନ ସହ ଦୋଷୀଙ୍କୁ ଆଇନ୍‌ ଅନୁଯାୟୀ ଦଣ୍ଡ ଦେବାକୁ ସେ ଅନୁରୋଧ କରଛନ୍ତି।
ରବୀନ୍ଦ୍ର ଦର୍ଶାଇଛନ୍ତି ଯେ, ଜାନୁୟାରୀ ୧ ତାରିଖରେ ତାଙ୍କ ଘର ଆଗରେ ଗାଁ ସଭାପତି ଟ୍ରାକ୍ଟରରେ ବାଲି ଆଣି ଗଦା କରିଥିଲେ ା ୫ ଦିନ ପରେ ମଧ୍ୟ ବାଲି ନ ଉଠାଯିବାରୁ ତାଙ୍କୁ ପଚାରିଥିଲେ ମଧ୍ୟ ସେ କିଛି ଶୁଣି ନ ଥିଲେ। ଏ ସମ୍ପର୍କରେ ରବୀନ୍ଦ୍ର ରମ୍ଭା ଥାନା ପୋଲିସକୁ ଜଣାଇଥିଲେ। ପୋଲିସ ହସ୍ତକ୍ଷେପ ପରେ ବାଲି ଉଠାଯାଇଥିଲା ା ପରେ ଏହି ରାଗରେ ମାର୍ଚ୍ଚ ୬ ତାରିଖରେ ଗାଁ ସଭାପତିଙ୍କ ଦ୍ୱାରା ପରିବାରକୁ ବାସନ୍ଦ କରାଯାଇଛି। ଗାଁ ଦୋକାନୀ କୌଣସି ଜିନିଷ ଦେଉନାହାନ୍ତି ବୋଲି କୋହ ଭରା କଣ୍ଠରେ ରବୀନ୍ଦ୍ର ଅତିରିକ୍ତ ଏସପିଙ୍କୁ କହିଛନ୍ତି। ଅନ୍ୟପକ୍ଷରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ୧୫ ତାରିଖରେ ରମ୍ଭା ଥାନା ପୋଲିସ ଉକ୍ତ ଗାଁରେ ଆଲୋଚନା ବୈଠକ କରିଥିଲା। ସେଠାରେ ପୋଲିସ ଉପସ୍ଥିତିରେ ବାସନ୍ଦ ଉଠିଥିବା କୁହାଯାଇଥିଲା ା ମାତ୍ର ପୋଲିସ ଗାଁରୁ ଯିବା ପରେ ତାଙ୍କ ପାଇଁ ଗାଁ କୋଠ ଟଙ୍କା ଖର୍ଚ୍ଚ ହୋଇଛି, ଉକ୍ତ ଟଙ୍କା ଦେବାକୁ କମିଟି ପକ୍ଷରୁ ରବୀନ୍ଦ୍ରଙ୍କୁ କୁହାଯାଇଥିଲା। ଟଙ୍କା ନ ଦେବାରୁ ବାସନ୍ଦ ବଳବତ୍ତର ରହିବ ବୋଲି ଗାଁ ସଭାରେ ଘୋଷଣା ହୋଇଥିବା ରବୀନ୍ଦ୍ର ଜଣାଇଛନ୍ତି। ଅଭିଯୋଗ ପରେ ଅତିରିକ୍ତ ଏସ୍‌ପି କହିଛନ୍ତି, ବାସନ୍ଦ ସମାଧାନ ହୋଇଛି। ଯଦି କେହି ଟଙ୍କା ମାଗିଛନ୍ତି ତାଙ୍କ ନାଁରେ ଏତଲା ଦେବାକୁ ରବୀନ୍ଦ୍ରଙ୍କୁ ପରାମର୍ଶ ଦିଆଯାଇଛି ା

୩୧ ପରିବାର ଉପରୁ ବାସନ୍ଦ ଉଠିଛି: ଏସ୍‌ପି

ଗଞ୍ଜାମ ପୋଲିସ ଜିଲାରେ ସାମାଜିକ ବାସନ୍ଦ ଘଟଣା ଥମୁନି। ବିଶେଷକରି ଛତ୍ରପୁର ନିର୍ବାଚନମଣ୍ଡଳୀ ଅଧୀନ ଛତ୍ରପୁର, ଗଞ୍ଜାମ, ରମ୍ଭା ଓ ଚମାଖଣ୍ଡି ଥାନା ଅଞ୍ଚଳରେ ଏହି ଘଟଣା ପୋଲିସକୁ ନାକେଦମ କଲାଣି ା ପୋଲିସ ଉପସ୍ଥିତିରେ ଗାଁରେ ସମାଧାନ ହୋଇ ବାସନ୍ଦ ଉଠାଯାଉଛି ଏବଂ ପୋଲିସ ଗାଁରୁ ଗଲାପରେ ପୁଣି ଉକ୍ତ ପରିବାର ଉପରେ ଜରିମାନା ପକାଯାଉଛି ା ଜରିମାନା ନ ଦେଲେ ଗାଁରେ ପୁଣି ବାସନ୍ଦ ଘୋଷଣା କରାଯାଉଛି ା ଅନ୍ୟପକ୍ଷରେ ଗତ ୩ଦିନ ମଧ୍ୟରେ ଗଞ୍ଜାମ ଓ ରମ୍ଭା ଥାନା ପୋଲିସ ସମ୍ପୃକ୍ତ ଗାଁକୁ ଯାଇ ପଞ୍ଚାୟତିରାଜ ପ୍ରତିନିଧି ଓ ଗାଁ କମିଟି ସହ ଆଲୋଚନା କରିଛି। ଉକ୍ତ ୨ ଥାନା ଅଧୀନ ୫ଟି ଗାଁର ୩୧ ପରିବାର ଉପରେ ବାସନ୍ଦ ଉଠିଥିବା ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ରବିବାର ଟୁଇଟ୍‌ କରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ,ଉଦ୍ଦେଶ୍ୟ ସମ୍ପର୍କରେ…

ଭଞ୍ଜନଗର,୨୫।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ ଆନୁକୂଲ୍ୟରେ ଚାଲିଥିବା ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri