Posted inଗଜପତି

ଲୋକଙ୍କ ସେବାରେ ଆସୁନି ସ୍ବଚ୍ଛ ପାନୀୟ ଜଳ ଯୋଗାଣ

ନୂଆଗଡ଼,୨୦।୬: ନୂଆଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଥିବା ବେଳେ ଏଠାରେ ବିଭିନ୍ନ ସ୍ଥାନରେ ମେଶିନ ଲଗାଇ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସେବା ସ୍ଥାପନ କରାଯାଇଥିଲା। ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କାର ପ୍ରକଳ୍ପ ଅଚଳ ଅବସ୍ଥାରେ ପଡ଼ିରହିଥିବାରୁ ଲୋକଙ୍କ ସେବାରେ ଆସୁନାହିଁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ସେବା। ଏହି ସେବା ଅପହଞ୍ଚ ଇଲାକାରେ ଲୋକଙ୍କୁ ମାଗଣାରେ ସ୍ବଚ୍ଛ ଥଣ୍ଡା ପାଣି ଯୋଗାଇବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଲୋକଙ୍କ ସେବାରେ ଆସୁନଥିବାରୁ ଦାୟୀ କରିଛନ୍ତି ଲୋକେ। ସୂଚନା ଅନୁଯାୟୀ, ଗତ କିଛି ବର୍ଷ ପୂର୍ବେ ନୂଆଗଡ଼ ସଦରଠାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବ୍ଲକ କାର୍ଯ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର ଏବଂ ବିଦ୍ୟାଳୟ ସମ୍ମୁଖରେ ସ୍ବଚ୍ଛ ପାନୀୟ ଜଳଯୋଗାଣ ସେବା ଜିଲା ଉନ୍ନୟନ ସଂସ୍ଥା ପକ୍ଷରୁ ଆରମ୍ଭ କରିବା ନିମନ୍ତେ ଷ୍ଟାଣ୍ଡ ପୋଷ୍ଟରେ ମେଶିନ ଲଗାଯାଇଥିଲା। ଏହି ସେବା ଆରମ୍ଭ ହେବାର କିଛି ମାସ ପରେ ଏହା ଅଚଳ ହୋଇଯାଇଥିଲା। ଅଚଳ ହେବା ଦିନରୁ ସେଗୁଡିକ ମରାମତି କରାଯାଇନାହିଁ। ତେଣୁ ଦୀର୍ଘ ବର୍ଷ ହେବ ଲୋକଙ୍କ ସେବାରେ ଆସୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଗରିବ ତଥା ଆଦିବାସୀ ବହୁଳ ଗ୍ରାମବାସୀମାନେ ବିଭିନ୍ନ କାର୍ଯ୍ୟରେ ସଦର ମହକୁମାକୁ ଆସନ୍ତି। ଅର୍ଥର ଅପଚୟ ନ କରି ଗ୍ରୀଷ୍ମ ଋତୁରେ ମାଗଣାରେ ସ୍ବଚ୍ଛ ଥଣ୍ଡା ପାନୀୟ ଜଳ ପାଇଥାନ୍ତେ। ତେବେ ବର୍ତ୍ତମାନ ଏହି ସେବା ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଥିବା ଦେଖିବାକୁ ମିଳିଛି। ନିମ୍ନମାନର ଯନ୍ତ୍ର ଲାଗି ଥିବାରୁ ଅଳ୍ପଦିନ ମଧ୍ୟରେ ଏହି ସେବା ଅକାମୀ ହେଇଯାଇଥିବା ନେଇ ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ନ ଥିବାରୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହି ସେବାକୁ ପୁନର୍ବାର ମରାମତି କରିବା ସହିତ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରହଣ କରି ସ୍ବଚ୍ଛ ପାନୀୟ ଜଳ ଯୋଗାଇବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାୟଗଡ଼ାକୁ ଚାଲାଣ କରୁଥିବାବେଳେ ମାଡିବସିଲା ପୋଲିସ, ୧୦୦ କେଜି ଗଞ୍ଜେଇ ଜବତ

ମୋହନା, ୨୦।୭( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡ଼ବା ଥାନା ପୋଲିସ ଆଜି ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ…

୯୭ ବର୍ଷରେ ମିଳିଲା ସରକାରୀ ସହାୟତା: ବୃଦ୍ଧା ମହିଳାଙ୍କ ମୁହଁରେ ଫୁଟିଲା ହସ

ଗଜପତି,୨୦।୭(ଗିରିଧାରୀ ପରିଛା): ପ୍ରଶାସନ କେବଳ ଅଫିସ ଭିତରେ ସୀମିତ ନ ରହି ଲୋକଙ୍କ ଦ୍ୱାରରେ ପହଞ୍ଚିଲେ କିପରି ପରିବର୍ତ୍ତନ ଆସିପାରେ, ତାହାର ଏକ ଉଦାହରଣ ଗଜପତି ଜିଲାର…

ବସରେ ଗଞ୍ଜେଇ ଚାଲାଣ ପାଇଁ ଯୋଜନା ବେଳେ ମାଡିବସିଲା ଅଡବା ପୋଲିସ, ୪ ଲକ୍ଷ ଟଙ୍କାର ଗଞ୍ଜେଇ ସହ କେରଳର…

ମୋହନା,୧୯ା୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଶନିବାର ବିଳମ୍ବିତ ରାତିରେ ପୋଲିସ ପାଟ୍ରୋଲିଂ କରିବା ସମୟରେ ୪୦ କିଲୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri