ଆସନ୍ତାକାଲିଠାରୁ ଖୋଲିବ ଧବଳେଶ୍ୱର ମନ୍ଦିର

ଆଠଗଡ଼,୫।୮: କଟକ ଜିଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର ମନ୍ଦିର ଶୁକ୍ରବାରଠାରୁ ଖୋଲିବ । କୋଭିଡ୍‌ ଗାଇଡ୍‌ଲାଇନରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାର ଅଗଷ୍ଟ ମାସର ଗାଇଡଲାଇନରେ କଟକଣା କୋହଳ କରିଥିଲେ। ତେବେ ଧର୍ମାନୁଷ୍ଠାନ ଖୋଲିବା ନିଷ୍ପତ୍ତି ଜିଲା ପ୍ରଶାସନ ଉପରେ ଏସ୍‌ଆରସି ଛାଡିଥିଲେ। ତେବେ ପ୍ରଶାସନିକ ଅଧିକାରୀ ଓ ଧର୍ମାନୁଷ୍ଠାନ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ପରେ ବାବା ଧବଳେଶ୍ୱର ଓ କଟକ ଟାଉନ ଅଞ୍ଚଳ ବ୍ୟତୀତ ସମଗ୍ର ଜିଲାରେ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲାପାଳ ଘୋଷଣା କରିଥିଲେ। ଗୁରୁବାର ମନ୍ଦିର ଖୋଲିବା ନେଇ ଆଠଗଡ଼ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ମନ୍ଦିର ଖୋଲିବା ଉପରେ ଆଲୋଚନା ହୋଇଥିଲା। ପରେ ବାବା ଧବଳେଶ୍ୱରଙ୍କ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଥିଲା। ମନ୍ଦିର ସକାଳ ୬ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଖୋଲିବ। ମନ୍ଦିର ଭିତରେ ଭୋଗ କରିବାକୁ ଅନୁମତି ଦିଆଯିବ ନାହିଁ। ମାସ୍କ ବାଧ୍ୟତାମୂଳକ କରାଯାଇଛି। ଗର୍ଭବତୀ ମହିଳା, ୧୦ ବର୍ଷରୁ କମ ପିଲା ଓ ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ଭିତରେ ପ୍ରବେଶ ଉପରେ କଟକଣା ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ଅଧାପନ୍ତରିଆ, ଠିକାଦାରଙ୍କ ଦେଖାନାହିଁ

ଯାଜପୁର ଅଫିସ,୨୭ା୧୨: ଯାଜପୁର ଜିଲା ବଡ଼ଚଣା ବ୍ଲକର ବନ୍ଦାଳୋଠାରୁ ଏଣ୍ଡରପଦା ପର୍ଯ୍ୟନ୍ତ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ୨ ବର୍ଷ ହେଲା ଅଧାପନ୍ତରିଆ କାମ କରି...

୫ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଢେଙ୍କାନାଳ ଅଫିସ, ୭।୧୧: ଢେଙ୍କାନାଳ ଜିଲାର ୫ ଆହାରକେନ୍ଦ୍ରକୁ ଆଇଏସ୍‌ଓ-୯୦୦୧:୨୦୧୫ ମାନ୍ୟତା ପ୍ରଦାନ କରାଯାଇଥିବା ବୁଧବାର ଜିଲା ଆହାର ସୋସାଇଟି ପକ୍ଷରୁ ସୂଚନା ଦିଆଯାଇଛି। ତନ୍ମଧ୍ୟରେ ଢେଙ୍କାନାଳ...

ପାରିବାରିକ କଳହ: ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ସ୍ବାମୀ

ଖୋର୍ଦ୍ଧା ଅଫିସ, ୪।୧୦: ଖୋର୍ଦ୍ଧା ଜିଲା ବାଣପୁର ଥାନା ନଇରି ପଞ୍ଚାୟତ ସାନ-ନଇରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କ ଆତ୍ମହତ୍ୟା ପରେ...

ଗୁମ୍ମା ଅଞ୍ଚଳକୁ ସାନିଟାଇଜ୍‌ କଲା ପ୍ରଶାସନ

ଗୁମ୍ମା,୧୪ା୪: ଗଜପତି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସତର୍କତାମୂଳକ...

କଳିଙ୍ଗନଗର, ଜାରକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ: ସ୍ଥାନୀୟ ନିଯୁକ୍ତିକୁ ନିୟନ୍ତ୍ରଣ କରୁଛନ୍ତି ରାଜନେତା

ଯାଜପୁର ଅଫିସ,୫ା୨:ନବେ ଦଶକରେ ସ୍ଥାନୀୟ ନିଯୁକ୍ତି ଆଶାରେ କଳିଙ୍ଗନଗରବାସୀ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ସ୍ବାଗତ କରିଥିଲେ। କିନ୍ତୁ ଶିଳ୍ପରେ ନିଯୁକ୍ତିର ବାସ୍ତବ ଚିତ୍ର ଓଲଟା ହୋଇଛି। ସମ୍ପ୍ରତି...

ଯାତ୍ରା ନ ହେଲେ କ’ଣ ହେବ ତିନିରଥ

ପୁରୀ ଅଫିସ,୧୯ା୬: ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏଥର ରଥଯାତ୍ରା ହେବ ନାହିଁ। ରାଜ୍ୟ କ୍ୟାବିନେଟ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ନିଷ୍ପତ୍ତି ନେଇଛି।...

୪ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ତେନ୍ତୁଳିଖୁଣ୍ଟି,୧୨।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ କାଦମାଳି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। କେବଳ ପଡିଛି ପାଦଚଲା ରାସ୍ତା।...

ରତ୍ନପଥର ଚୋରା ଚାଲାଣ ଘଟଣା: ୨ ଗିରଫ

ରାୟଗଡ଼ା ଅଫିସ,୧୦ା୧୨: ରତ୍ନପଥର ଚୋରାଚାଲାଣ ଘଟଣାରେ ରାୟଗଡ଼ା ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବୌଦ୍ଧ ଜିଲା ସୁଧାସାହିର ସରକାରୀ ଶିକ୍ଷକ ରାଧାମୋହନ...

Advertisement
Archives

Model This Week