ସୁଖଦ ଅନୁଭୂତି ନେଇ ଫେରିଲେ ଭକ୍ତ

ପୁରୀ,୩୦ା୧(ଅଜିତ୍‌ ମହାନ୍ତି):ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବା ପରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ଯେପରି ରାଜ୍ୟର ସମସ୍ତ ଜିଲାରୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ବୁଲି ସୁଖଦ ଅନୁଭୂତି ନେଇ ଫେରିବେ ସେ ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ସୋମବାର ୫ଟି ଜିଲାରୁ ଭକ୍ତ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ଦେଖିଛନ୍ତି।
ବାଲେଶ୍ୱରରୁ ଆସିଥିବା ବିଜୟଲକ୍ଷ୍ମୀ ଜେନା କହିଛନ୍ତି, ବହୁତ ଭଲ ବ୍ୟବସ୍ଥା ହୋଇଛି। ବସ୍‌ରେ ଆସି ସମଙ୍ଗ ପାର୍କିଂରେ ପହଞ୍ଚତ୍ବା ପରେ ଶ୍ରୀମାର୍ଗ ଦେଇ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କଲୁ। ପରେ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କଲୁ। ସୁଖଦ ଅନୁଭୂତି ନେଇ ଫେରୁଛୁ। ଶ୍ରୀମନ୍ଦିର ଭିତରେ ଆଉ ଟିକେ ଭଲ ବ୍ୟବସ୍ଥା ହେବା ଦରକାର। ସେହିପରି ସଦର ବ୍ଳକ୍‌ରୁ ଆସିଥିବା ବନମାଳି ବାରିକ୍‌ କହିଛନ୍ତି, କୋଟି କୋଟି ଓଡ଼ିଆଙ୍କ ସ୍ବପ୍ନ ପୂରଣ ହୋଇଛି। ଭକ୍ତଙ୍କ ପାଇଁ ରାଜ୍ୟ ସରକାର ବହୁତ କିଛି କରିଛନ୍ତି। ପୂର୍ବରୁ କୌଣସି ସରକାର ଏଭଳି ବ୍ୟବସ୍ଥା କରି ନ ଥିଲେ। ଆଗରୁ ଅନେକ ଥର ପୁରୀ ଆସିଛି, ମାତ୍ର ଚଳିତଥର ଅନୁଭୂତି ନିଆରା। ବହୁତ ଭଲ କାର୍ଯ୍ୟ କରାଯାଇଛି। ପରିକ୍ରମା ମାର୍ଗରେ ଯେତେ ଲୋକ ଆସିଲେ ମଧ୍ୟ ଗହଳି ଜଣାପଡୁନାହିଁ। ଭକ୍ତମାନେ ଭଲ ଭାବେ ଠାକୁର ଦର୍ଶନ କରିପାରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ଅତି ଉଚ୍ଚକୋଟିର। ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟବସ୍ଥା ଯୋଗୁ ସୁବିଧାରେ ଆସି ମହାପ୍ରଭୁଙ୍କ ଦର୍ଶନ କରି ପୁଣି ଫେରିଯାଉଛୁ।
କଟକ ଜିଲା ବାଙ୍କି ବ୍ଳକ୍‌ରୁ ଆସିଥିବା ବିରଞ୍ଚତ୍ ନାରାୟଣ ସେଠୀ କହିଛନ୍ତି, ସରକାରଙ୍କ ପକ୍ଷରୁ କରାଯାଇଥିବା ପରିକ୍ରମା ପ୍ରକଳ୍ପ ଦେଖିବାକୁ ଇଛା ଥିଲା। ମହାପ୍ରଭୁଙ୍କ ଡୋରି ଲାଗିଲା। ଫଳରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ଦେଖିଲି। ବହୁତ ଶାନ୍ତି ଅନୁଭବ ହେଲା। ପୂର୍ବ ଅପେକ୍ଷା ବର୍ତ୍ତମାନ ଅନେକ କିଛି ପରିବର୍ତ୍ତନ ଘଟିଛି। ଯାହା ବି ହୋଇଛି ଭଲ ହୋଇଛି। ସରକାରଙ୍କ ପକ୍ଷରୁ କରାଯାଇଥିବା ବସ୍‌ ଯୋଗେ ତାଙ୍କ ଅଞ୍ଚଳରୁ ପ୍ରାୟ ୪୦ ଜଣ ଲୋକ ସାଙ୍ଗରେ ଆସିଛନ୍ତି। ବାଙ୍କୀ ସଦର ବ୍ଲକ୍‌ର ଜୟନ୍ତୀ ସେଠୀ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ ଦେଖି ବହୁତ ଖୁସି ଲାଗିଲା। ଏହି ଅନୁଭୂତି କହିବା ପାଇଁ ତାଙ୍କ ନିକଟରେ ଭାଷା ନାହିଁ। ସରକାରଙ୍କ ପକ୍ଷରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ତାହା ସ୍ବାଗତ ଯୋଗ୍ୟ ପଦକ୍ଷେପ। ପରିକ୍ରମା ପ୍ରକଳ୍ପ ଦ୍ୱାରା ଭକ୍ତମାନେ ଅନେକ ସୁବିଧା ପାଇପାରୁଛନ୍ତି। ଦର୍ଶନରେ ସମସ୍ୟା ରହୁନାହିଁ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ। ପୁରୀ ଆସିବାଠାରୁ ଫେରିବା ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଛି। ତେଣୁ ଖୁସି ଲାଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri