ହଳଦିଆ ତରଭୁଜର ଚାହିଦା ବଢୁଛି

ନୂଆପଡ଼ା ଅଫିସ,୩୦।୩:ନୂଆପଡା ସଦର ବ୍ଲକ ଗୋଡଫୁଲା ପଞ୍ଚାୟତ ଭେରାକାଲା ଗ୍ରାମର ଏକ ପରିବାର ପନିପରିବା ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟଙ୍କୁ ମଧ୍ୟ ରୋଜଗାର ଦେଉଛନ୍ତି। ଉକ୍ତ ଗ୍ରାମର ଭୁକୁରାମ ପଟେଲଙ୍କ ସ୍ତ୍ରୀ ଜବତିନବାଇ ପଟେଲ ଏବଂ ତାଙ୍କ ୨ ପୁଅ ତିରତରାମ ଓ ମହେନ୍ଦ୍ରଙ୍କୁ ମିଶାଇ ମୋଟ ୧୦ଜଣ ସଦସ୍ୟ ରହିଛନ୍ତି। ୧୦ ଏକର ଚାଷ ଜମିରେ ଧାନ ଚାଷ କରି ପରିବାର ଚଳାଇବା କଷ୍ଟକର ହେଉଥିଲା। ଦୁଇ ଛୁଆଙ୍କୁ ପାଠ ପଢାଇବାରେ ଅସୁବିଧା ହେବାରୁ ମାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ସେଥିରେ ଧାନ ଚାଷ କରି ଅଳ୍ପ କିଛି ଜମିରେ ପନିପରିବା ଚାଷ କରୁଥିଲେ। ପରିବା ଚାଷରେ ଅଧିକ ଲାଭ ହେବାରୁ ଧାନ ଚାଷ କମାଇ ପନିପରିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ଚଳିତ ରବି ଫସଲରେ ୫ ଏକର ଜମିରେ ଧାନ ଚାଷ କରିଥିବା ବେଳେ ୧ ଏକରରେ ଲାଲ ଓ ହଳଦିଆ ରଙ୍ଗର ତରଭୁଜ ଚାଷ, ଅଧା ଏକରରେ ଭେଣ୍ଡି, ୭୦ ଡେସିମିଲରେ ବନ୍ଧା ଓ ଫୁଲ କୋବି, ଅଧା ଏକର ଜମିରେ ପାତଳଘଣ୍ଟା, ଅଧା ଏକରରେ ବାଇଗଣ, ୩୦ ଡେସିମିଲ ଜମିରେ ପିଆଜ ଚାଷ କରିଛନ୍ତି। ବାକି ଜମିରେ ଝୁଣଙ୍ଗ, ଶାଗ ଇତ୍ୟାଦି ଚାଷ କରିଛନ୍ତି। ୨ ଭାଇ ଚାଷ କାମରେ ଲାଗିବା ଦିନଠାରୁ ରବି ଋତୁରେ ପନିପରିବା ଚାଷ କରି ୩ ଲକ୍ଷ ଟଙ୍କା ରୋଜଗାର କରି ପରିବାର ବେଶ ଖୁସିରେ ଚଳୁଛନ୍ତି। ଏକ ଲକ୍ଷ ଟଙ୍କା ଚାଷ କାର୍ଯ୍ୟରେ ଖର୍ଚ୍ଚ ହେଲେ ୨ ଲକ୍ଷ ଟଙ୍କା ଲାଭ ମିଳୁଛି। ନିଜେ ଚାଷ କରି ଦୁଇ ପଇସା ରୋଜଗାର କରିବା ସହ ଆଉ ୫ଜଣ କାମ କରି ପରିବାର ଖୁସିରେ ଚଳାଉଛନ୍ତି। ଆମେ ନିଜେ ନୂଆପଡା ବା ଖରିଆର ରୋଡ ବଜାରରୁ ମଞ୍ଜି କିଣି ଚାଷ କରୁଥିଲୁ। ହେଲେ ଚଳିତବର୍ଷ ନୂଆପଡା କୃଷି ବିଭାଗ ପକ୍ଷରୁ ହଳଦିଆ ତରଭୁଜ ମଞ୍ଜି ଯୋଗାଇ ଦେଇଥିବା ଗଛ ଭଲ ହୋଇ ଫଳ ମଧ୍ୟ ଭଲ ଆସୁଛି। ଗୋଟିଏ ଗଛରେ ୪ ରୁ ୬ ଟି ଫଳ ଧରୁଛି। ଲାଲ ତରଭୁଜ ଅପେକ୍ଷା ହଳଦିଆ ତରଭୁଜର ଚାହିଦା ଅଧିକ ରହିଛି। ବର୍ଷା ଦିନେ ଜମିରେ ଅଧିକ ପାଣି ହେଉଥିବାରୁ ପନିପରିବା ଚାଷ ଭଲ ଆସେ ନାହିଁ। ସେଥିପାଇଁ ବର୍ଷା ଦିନେ ବାଇଗଣ ଓ ଝୁଣଙ୍ଗ ଚାଷ କରି ବାକି ଜମିରେ ଧାନ ଚାଷ କରିଥାଉ ବୋଲି ଭୁକୁରାମ ପଟେଲ କହିଛନ୍ତି।

ସେମାନଙ୍କ ମୁହଁରୁ …

ପୂର୍ବରୁ ବାପା ଧାନ ଚାଷ କରି ଅଳ୍ପ ଜମିରେ ପନିପରିବା ଚାଷ କରୁଥିଲେ। ସେଥିରେ ଆମକୁ ଲାଭ କମ ମିଳୁଥିଲା। ଟଙ୍କା ଅଭାବ ଯୋଗୁ ଆମକୁ ଅଧିକ ପଢାଇ ପାରିଲେ ନାହିଁ। ମାଟ୍ରିକ ପର୍ଯ୍ୟନ୍ତ ପଢି ବାପାଙ୍କୁ ଚାଷରେ ସହଯୋଗ କଲୁ। ସେହିଦିନଠାରୁ ଚାଷ ଭଲ ହୋଇ ଅଧିକ ଲାବବାନ ହୋଇ ପରିବାର ଖୁସିରେ ଚଳୁଛୁ। ବାପା ବୟସ୍କ ହୋଇ ଗଲେଣି, ଦୁଇ ଭାଇ ଚାଷ କରିବା ସହ ପରିବାର ସହଯୋଗ କରୁଛନ୍ତି।
ତିରିତରାମ ପଟେଲ, ଭେରାକାଲା ଗ୍ରାମର ଚାଷୀ
ପୂର୍ବରୁ ଆମେ ଦୋକାନରେ ଲାଲ ତରଭୁଜ ବିକ୍ରି କରୁଥିଲୁ। ତରଭୁଜୁ ଫାଳ କଲେ ଲାଲ ରଙ୍ଗ ଦେଖାଯାଏ। ଲୋକେ ଆସି ହଳଦିଆ ତରଭୁଜ ଦିଅ ବୋଲି କହିବାରୁ। ମୁଁ ବ୍ୟାବସାୟୀଙ୍କୁ ବୁଝିବାରୁ ଭେରାକାଲା ଗ୍ରାମରେ ହଳଦିଆ ତରଭୁଜ ମିଳୁଛି ବୋଲି କହିବାରୁ ସେଠାରୁ ପ୍ରତିଦିନ ୫୦ ରୁ ୧୦୦ କିଲୋଗ୍ରାମ ତରଭୁଜ ଆଣି ବିକ୍ରୟ କରୁଛି। ଏହି ତରଭୁଜ ଭଲ ବିକ୍ରି ହେଉଛି।
ଗୋବିନ୍ଦ ସାହୁ, ନୂଆପଡ଼ା ବ୍ୟାବସାୟୀ
ମୁଁ ନୂଆପଡା ବଜାରକୁ ତରଭୁଜ କିଣିବା ପାଇଁ ଆସିଲା ବେଳକୁ ଦେଖିଲି ଯେ ଲୋକେ ହଳଦିଆ ରଙ୍ଗର ତରଭୁଜ ଖାଉଥିଲେ। ମୁଁ ଦୋକାନୀଙ୍କୁ ପଚାରିଲି, ସେ କହିଲେ ଏହା ଏକ ନୂଆ ଭେରାଇଟିର ତରଭୁଜ, ଥରେ ନେଇ ଖାଇଲେ ଖୁସି ହୋଇଯିବେ ବୋଲି କହିଲେ। ମୁଁ ଗୋଟିଏ ତରଭୁଜ ନେଇ ଗଲି। ପରିବାର ଲୋକ ଫାଳ କରି ଦେଖିବା ବେଳକୁ ହଳଦିଆ ଦିଶିବାରୁ ଏଇଟା କ’ଣ ବୋଲି ପଚାରିଥିଲେ। ମୁଁ ତରଭୁଜ ବୋଲି କହିବାରୁ ଖାଇ ବେଶ ଖୁସି ହେଲେ।
ଅଶୋକ ପାଣ୍ଡେ, ଗ୍ରାହକ ବୋଇରଭାଡି
ଲାଲ ରଙ୍ଗର ତରଭୁଜ ଅପେକ୍ଷା ହଳଦିଆ ରଙ୍ଗର ତରଭୁଜ ଭଲ ଉପତ୍ାଦନ ହୋଇ ବଜାରରେ ଅଧିକ ଚାହିଦା ରହିଛି। କୃଷି ବିଭାଗ ପକ୍ଷରୁ ପରୀକ୍ଷା ମୂଳକ ଭାବେ ପ୍ରଥମେ ଜିଲାର ୮ଜଣ ଚାଷୀଙ୍କୁ ୧୨ ପକେଟ ମଞ୍ଜି ଚାଷ କରିବା ପାଇଁ ଦେଇଛୁ। ୭୫ ରୁ ୮୦ ଦିନରେ ଅମଳ ହୋଇ ବିକ୍ରୟ ହୋଇଥାଏ। ନୂଆପଡା ବ୍ଲକରୁ ୬ଜଣ, କୋମନା ବ୍ଲକ ଝଗ୍ରାହୀ ଗାଁର ଜଣେ ଏବଂ ଖଡିଆଳ ବ୍ଲକ ମାଣ୍ଡୋସିଲ ଗାଁର ଜଣେ ଚାଷୀଙ୍କୁ ଭୁବନେଶ୍ୱରରୁ ମଞ୍ଜି ଆଣି ଚାଷ କରିବା ପାଇଁ ଦିଆଯାଇଛି।
ସୁଧାଂଶୁ ଶେଖର ସାହୁ, ନୂଆପଡ଼ା ସହକାରୀ କୃଷି ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri