ଇ-ଯାନର ଚାହିଦା ବଢ଼ିବ: ଅଖିଳ ପୋଦ୍ଦାର

ଓଡ଼ିଶାରେ ଦୁଇଚକିଆ ଯାନର ବେଶ୍‌ ଆଦର ରହିଛି। ସହର ହେଉ କିମ୍ବା ଗ୍ରାମାଞ୍ଚଳ, ସବୁ ବର୍ଗର ଲୋକେ ଦୁଇଚକିଆ ଯାନ ଉପରେ ନିର୍ଭର କରିଥାଆନ୍ତି। ତେଣୁ ଏହା ଗମନାଗମନର ମୁଖ୍ୟ ମାଧ୍ୟମ ସାଜିଛି। ଟୁ ହ୍ବିଲର ବିକ୍ରି କ୍ଷେତ୍ରରେ ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ‘ଉତ୍କଳ ଅଟୋ’ର ପରିଚାଳନା ଅଂଶୀଦାର ଅଖିଳ ପୋଦ୍ଦାରଙ୍କ ସହିତ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା।

ଆପଣଙ୍କ ପ୍ରାଥମିକ ଜୀବନ କିପରି ରହିଥିଲା?
ରାଞ୍ଚତ୍ସ୍ଥିତ ଇଂଲିଶ୍‌ ମାଧ୍ୟମ ବିକାଶ ବିଦ୍ୟାଳୟରୁ ଶିକ୍ଷା ଆରମ୍ଭ ହୋଇଥିଲା। ପରେ ସେଣ୍ଟ ଜାଭିୟର୍ସ ମହାବିଦ୍ୟାଳୟରୁ ବାଣିଜ୍ୟରେ ସମ୍ମାନ ସହ ରାଞ୍ଚତ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲି। ମାତ୍ର ୧୮ ବର୍ଷ ବୟସରେ ଏକ ରୁଗ୍‌ଣ ଅଶୋକ ଲେ ଲ୍ୟାଣ୍ଡ୍‌ ଡିଲର୍‌ଶିପ୍‌ର ଦାୟିତ୍ୱ ଗ୍ରହଣ କରିଥିଲି।
ଅଟୋ ମୋବାଇଲ୍‌ ବ୍ୟବସାୟରେ କିପରି ପ୍ରବେଶ କଲେ?
ଜୀବନର ପ୍ରାରମ୍ଭରୁ ସ୍ବଳ୍ପ ପୁଞ୍ଜିରେ କିପରି ଦକ୍ଷ ପରିଚାଳନା ହୋଇପାରିବ, ତାହା ପ୍ରମାଣିତ କରିବା ପାଇଁ ଚାନ୍ଦମଲ୍‌ (ଏକ ରୁଗ୍‌ଣ ସଂସ୍ଥା)କୁ ପୁନଶ୍ଚ ଚଳଚଞ୍ଚଳ କରିପାରିଥିଲି। ଏହାପରେ ୮ବର୍ଷ ପର୍ଯ୍ୟନ୍ତ ଏହି ବାଣିଜି୍ୟକ ଯାନର ବିକ୍ରେତା ଭାବରେ ସଫଳତା ଅର୍ଜନ କରିଥିଲି। ମୋ ସମ୍ପର୍କୀୟ ଜେଜେଙ୍କ କଟକରେ ଥିବା ଉତ୍କଳ ଅଟୋ (ବଜାଜ୍‌ ବିକ୍ରେତା) ସଙ୍କଟରେ ପହଞ୍ଚତ୍ଥିଲା। ମୁଁ ଆଉ ଏକ ଆହ୍ବାନର ସାମ୍ନା କରି ୧୯୯୮ରେ ଉତ୍କଳ ଅଟୋର ପରିଚାଳନା ଭାର ଗ୍ରହଣ କଲି।
ଏହି ବ୍ୟବସାୟର ଭବିଷ୍ୟତ କିପରି ରହିବ, ନିଜ ଅନୁଭୂତିରୁ କିଛି କୁହନ୍ତୁ?
ଅଟୋମୋବାଇଲ୍‌ କ୍ଷେତ୍ରରେ ମୋ ୨୫ ବର୍ଷର ଅଭିଜ୍ଞତା ରହିଛି। ଦେଶର ଅର୍ଥନୈତିକ ଏବଂ ସାମାଜିକ ଉନ୍ନତିରେ ସବୁବେଳେ ଏହି ବ୍ୟବସାୟର ସହଭାଗିତା ରହିବ। ଆଗାମୀ ଦିନରେ ଏହାର ଆବଶ୍ୟକତା ସମୟାନୁଯାୟୀ ପରିବର୍ତ୍ତିତ ହୋଇପାରେ। ଭବିଷ୍ୟତରେ ଇନ୍ଧନ ଯାନ କିମ୍ବା ଇ-ଯାନର ବ୍ୟବହାର ବହୁଳ ହୋଇପାରେ। ତେବେ ପ୍ରତି ପରିବାରରେ ଦୁଇଚକିଆ ଯାନ ବ୍ୟବହାର ପ୍ରାୟତଃ ଦେଖିବାକୁ ମିଳିବ।
ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍କଳ ଅଟୋର ଯାତ୍ରା କିପରି ରହିଛି?
ଉତ୍କଳ ଅଟୋ ୧୯୭୦ ମସିହାରେ ଓଡ଼ିଶାର ପ୍ରଥମ ବଜାଜ୍‌ ୨ ଚକିଆ ଯାନ ବିକ୍ରେତା ଭାବରେ କାର୍ଯ୍ୟ ଆରମ୍ଭ କଲା। ସେହି ସମୟରେ ସ୍କୁଟରଟିଏ ପାଇବା ପାଇଁ ଅଗ୍ରିମ ଅର୍ଥ ଦେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା। ହେଲେ ଆଜିକାଲି ଗ୍ରାହକଙ୍କ ପସନ୍ଦ ମୁତାବକ ବିଭିନ୍ନ ମଡେଲ ଯାନ ଯୋଗାଇଦେବା ପାଇଁ ଶୋ’ରୁମ୍‌ ପ୍ରସ୍ତୁତ ଅଛି। ପରେ ବଜାଜ୍‌ ଡିଲରଶିପ୍‌ ଛାଡ଼ି ହୋଣ୍ଡା ଦୁଇଚକିଆ ବିକ୍ରେତା ଭାବେ କାର୍ଯ୍ୟ ଆରମ୍ଭ କଲୁ। କେବଳ ବିକ୍ରି ନୁହେଁ, ବିକ୍ରି ପରବର୍ତ୍ତୀ ସେବାକୁ ଆମେ ଯଥେଷ୍ଟ ଗୁରୁତ୍ୱ ଦେଇଥାଉ। ଫଳରେ ଗ୍ରାହକମାନଙ୍କର ସନ୍ତୋଷ ଆମକୁ ଆଗକୁ ବଢ଼ାଇଛି। ଏହି ପରିପ୍ରେକ୍ଷୀରେ ଉତ୍କଳ ଅଟୋ ପୂର୍ବାଞ୍ଚଳରେ ଏକ ନମ୍ବର ହୋଣ୍ଡା ବିକ୍ରେତା ଭାବରେ ମାନ୍ୟତା ପାଇଛି।
ଭବିଷ୍ୟତକୁ ନେଇ ଆପଣଙ୍କର କି ଲକ୍ଷ୍ୟ ରହିଛି?
ଆଗାମୀ ଦିନରେ ଅଟୋମୋବାଇଲ୍‌ ଇଣ୍ଡଷ୍ଟ୍ରିରେ ଉତ୍କଳ ଅଟୋ କାର୍ଯ୍ୟ କରିବ। ଲୋକଙ୍କ ଚାହିଦା ଦେଖି ସବୁଠୁ ଭଲ ଇ-ଦୁଇଚକିଆ ଏବଂ ଚାରିଚକିଆର ବିକ୍ରେତା ହେବା ପାଇଁ ଚେଷ୍ଟା ଜାରି ରହିଛି।
ଅବସର ସମୟ କିପରି କଟାଇବାକୁ ଭଲ ପାଆନ୍ତି?
ଅବସର ସମୟରେ ପରିବାର ସହିତ ବିଭିନ୍ନ ସ୍ଥାନକୁ ବୁଲିଯିବାକୁ ଭଲ ପାଏ। ଆରମ୍ଭରୁ ମୋର ସମାଜସେବା ପ୍ରତି ରୁଚି ରହିଛି। ତେଣୁ ବହୁ ସାମାଜିକ ଅନୁଷ୍ଠାନ ଜରିଆରେ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥାଏ। ଅବହେଳିତ ପିଲାଙ୍କ ଶିକ୍ଷା ଏବଂ ସେମାନଙ୍କ ଉନ୍ନତି ପାଇଁ ସହାୟତା ଯୋଗାଇ ଦେଇଥାଏ।
ଏହି ବ୍ୟବସାୟରେ କ’ଣ ସବୁ ଆହ୍ବାନ ରହିଛି?
ଏହି ବ୍ୟବସାୟରେ ବିକ୍ରେତାମାନେ କମ୍ପାନୀ ଉପରେ ଅଧିକ ନିର୍ଭରଶୀଳ ହୋଇଥାଆନ୍ତି। ଉଚିତ ସମୟରେ ଚାହିଦା ମୁତାବକ ଉତ୍ପାଦ ମିଳିବା ଏକ ଆହ୍ବାନରେ ପରିଣତ ହୋଇଛି। ପ୍ରତିଯୋଗିତାମୂଳକ ବଜାରରେ ଗ୍ରାହକଙ୍କ ଆବଶ୍ୟକତାକୁ ଦେଖି ଭିନ୍ନ ଭିନ୍ନ ଉତ୍ପାଦ ଉପଲବ୍ଧ କରାଇବା ଏକ ବଡ଼ ସମସ୍ୟା।
କୋଭିଡ୍‌ ସମୟରେ ବ୍ୟବସାୟ କିପରି ଥିଲା?
କୋଭିଡ୍‌ ସମୟ ବ୍ୟବସାୟୀମାନଙ୍କ ପରିଚାଳନା ଦକ୍ଷତାର ମାନଦଣ୍ଡ ମାପିବା ପାଇଁ ସୁଯୋଗ ଦେଇଥିଲା। ବିଭିନ୍ନ ସ୍ତରରୁ ସହଯୋଗ ପାଇ ବ୍ୟବସାୟ ତିଷ୍ଠି ପାରିଲା। ବିଶେଷକରି ଆମ କର୍ମଚାରୀମାନେ ଏକ ପରିବାର ଭଳି ସୁଖଦୁଃଖରେ ସହଭାଗୀ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୯।୪ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଭେଲୋର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଭିଆଇଟି)ର ବହୁ ପ୍ରତୀକ୍ଷିତ ‘ଦି ଭିଆଇଟି ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା...

ଗୁଣାତ୍ମକ ଉତ୍ପାଦର ସର୍ବୋତ୍ତମ ବିକ୍ରୟ ସୁଯୋଗ

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଆର୍‌ୟା ଓମ୍‌ନିଟକ୍‌ ଏବଂ ମୋଟୋରୋଲା ସଲ୍ୟୁଶନ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା (ପାର୍ଟନରଶିପ) ନିକଟରେ ହୋଇଯାଇଛି। ବିଶେଷକରି ଘରୋଇ...

ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ...

କଗ୍ନିଜାଣ୍ଟକୁ ଶ୍ରେଷ୍ଠ ନିଯୁକ୍ତିଦାତା ମାନ୍ୟତା

ଭୁବନେଶ୍ୱର,୧୯।୪: ଦେଶର ପ୍ରମୁଖ ତଥା ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀ ‘କଗ୍ନିଜାଣ୍ଟ’କୁ ନିକଟରେ ଶ୍ରେଷ୍ଠ ନିଯୁକ୍ତିଦାତାର ମାନ୍ୟତା ଓ ସମ୍ମାନ ପ୍ରଦାନ କରାଯାଇଛି। ଲିଙ୍କ୍‌ଡିନ ପକ୍ଷରୁ ଘରୋଇ...

ବଦଳିଲା ଇପିଏଫ୍‌ଓ ନିୟମ: ସହଜରେ ଅଧିକ ଟଙ୍କା ଉଠାଇପାରିବେ ହିତାଧିକାରୀ

ଭୁବନେଶ୍ୱର,୧୯।୪(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍‌ଓ) କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତିକର ଖବର ଦେଇଛି। ଇପିଏଫ୍‌ଓରୁ ଟଙ୍କା ଉଠାଣ ନିୟମରେ କିଛି ନୂତନ...

୫ ହଜାର କର୍ମଚାରୀଙ୍କୁ ଛଟେଇ କଲା ଟୋଷିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୮।୪: ଜାପାନର ପ୍ରମୁଖ ଇଲେକ୍ଟ୍ରୋନିକ୍ସ କମ୍ପାନୀ ଟୋଷିବା ୫୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। କମ୍ପାନୀର ପୁନଃବ୍ୟବସ୍ଥିତ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି। ଏହି ସଂଖ୍ୟା...

ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୮।୪ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ସ୍ମାଇଲ ଗୋଲ୍ଡ ଜୁଏଲର୍ସର ୩ୟ ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ରାମନବମୀ ଅବସରରେ...

ବଜାରରେ ଭି-ଗାର୍ଡର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୪: ଭି-ଗାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ଉତ୍ପାଦଗୁଡ଼ିକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବ୍ରାଣ୍ଡ୍‌ର ନୂତନ ଉତ୍ପାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri