ଅପହରଣ କରାଯାଇଛି କହି ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ ଡେଲିଭରି ବୟ: ସ୍ତ୍ରୀଙ୍କୁ ଛାଡ଼ି ପ୍ରେମିକାଙ୍କୁ ନେଇ ଫେରାର

ଭୁବନେଶ୍ୱର,୧୪।୯(ବ୍ୟୁରୋ): ରାଜଧାନୀରେ ଡେଲିଭରି ବୟ ପତିତପାବନ ପୃଷ୍ଟିଙ୍କ ଅପହରଣକୁ ନେଇ ଚହଳ ପଡ଼ିଥିଲା । ସ୍ତ୍ରୀକୁ ଶେଷଥର ମୋତେ ଡର ଲାଗୁଛି,ପଛରେ କିଛି ମଦୁଆ ମୋ ଗାଡ଼ିକୁ ପିଛା କରୁଛନ୍ତି, ମୋ ଗାଡ଼ି ଖରାପ ହୋଇଯାଇଛି ବୋଲି କହିଥିଲେ । ପରେ ତାଙ୍କୁ ଅପହରଣ କରାଯାଇଥିବା ଏକ ଭଏସ ମେସେଜ ସ୍ତ୍ରୀକୁ ପଠାଇଥିଲେ। ସ୍ତ୍ରୀ ଏନେଇ ଧଉଳି ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ, ମନିପର୍ସ ଓ ଗଞ୍ଜି ମିଳିଥିଲା। ଯାହାକୁ ନେଇ ମନରେ ଭୟ ସୃଷ୍ଟି ହେବା ସହ ସନ୍ଦେହ ବଢ଼ିଥିଲା। ଘଟଣାକୁ ନେଇ ରାଜଧାନୀରେ ଡେଲିଭରି ବୟ ଅସୁରକ୍ଷିତ ନେଇ ଚର୍ଚ୍ଚା ହୋଇଥିଲା।
ଏବେ କିନ୍ତୁ କାହାଣୀ ନୂଆ ମୋଡ଼ ନେଇଛି। ବିବାହିତ ଥାଇ ବି ପୁଣି ଥରେ ରୋମାନ୍ସରେ ମାତିଥିଲେ ଡେଲିଭରି ବୟ ପତିତପାବନ। ସ୍ତ୍ରୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ପାଇଁ ସେ ରଚିଥିଲେ ସୁଚିନ୍ତିତ ଷଡଯନ୍ତ୍ର । ହେଲେ ଅଧା ବାଟରେ ସବୁ ଫସର ଫାଟିଗଲା। ବର୍ତ୍ତମାନ ଡେଲିଭରି ବୟ ପ୍ରେମିକା ସହ ମଧ୍ୟପ୍ରଦେଶରୁ ଠାବ ହୋଇଛନ୍ତି। ସେଠାକାର ପୋଲିସ ଉଭୟଙ୍କୁ ଅଟକ ରଖିଥିବା ବେଳେ ଓଡ଼ିଶାର ପୁଲିସ ଟିମ୍‌ ସେମାନଙ୍କୁ ଆଣିବାକୁ ମଧ୍ୟପ୍ରଦେଶ ଯିବ ବୋଲି ଜଣାପଡ଼ିଛି। ପତିତପାବନ ଅପହରଣ ମାମଲାରେ ଏପରି ନୂଆ ଟ୍ବିଷ୍ଟ ଆସିବା ପରେ ଘଟଣାକୁ ନେଇ ଚର୍ଚ୍ଚା ସରଗରମ ହେବାରେ ଲାଗିଛି ।
ଗତ ଶନିବାର ରାତିରୁ ପତିତପାବନ ଅପହରଣ ଡ୍ରାମା ପରେ ରବିବାର ପୁରୀ ଜିଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ନିଖୋଜ ହୋଇ ଯାଇଥିଲେ। ଏନେଇ ଗୋପ ଥାନାରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏଥିସହ ପତିତପାବନ ସେମାନଙ୍କ ଝିଅକୁ ଅପହରଣ କରି ନେଇଥିବା ଗଣମାଧ୍ୟମ ସମ୍ମୁଖରେ କହିଥିଲେ।
ନିଖୋଜ ଯୁବତୀଙ୍କ ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ସେମାନଙ୍କ ଘର ନିକଟରେ ପତିତପାବନଙ୍କ ସମ୍ପର୍କୀୟ ମାଉସୀ ଘର। ତେଣୁ ସେ ବିଭିନ୍ନ ସମୟରେ ଏଠାକୁ ଆସୁଥିବା ବେଳେ ସେମାନଙ୍କ ଝିଅ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ଏପରିକି ବିବାହ ପୂର୍ବରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୮ ମାସ ତଳେ ସେ ଅହଲ୍ୟାଙ୍କୁ ପ୍ରେମ ବିବାହ କରିଥିଲେ ମଧ୍ୟ ସେମାନଙ୍କ ସମ୍ପର୍କ ପୂର୍ବ ପରି ଥିଲା। ହେଲେ ଗତ ରବିବାର ରାତିରେ ଝିଅ ନିଖୋଜ ହୋଇ ଯାଇଥିବା ବେଳେ ଏକ ହାତଲେଖା ଚିଠି ଛାଡ଼ି ଯାଇଥିଲେ। ସେଥିରେ ସେ ପତିତପାବନଙ୍କୁ ଭଲ ପାଉଥିବା ସ୍ପଷ୍ଟ ଭାବେ ଉଲ୍ଲେଖ କରିଲେ।
ଅନ୍ୟପଟେ ଏକ ଗ୍ୟାରେଜ କରିବା ନିମନ୍ତେ ଗତ ଶନିବାର ପତିତପାବନ ୧୫ ହଜାର ଟଙ୍କା ଧରି ଘରୁ ବାହାରି ଯାଇଥିଲେ। ପରେ ରାତିରେ ସ୍ତ୍ରୀଙ୍କୁ ଭଏସ ମେସେଜ ପଠାଇ ତାଙ୍କୁ କେହି ଛୁରି ଦେଖାଇ ନେଇ ଯାଉଥିବା ଜଣାଇଥିଲେ। ଏ ନେଇ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri