Posted inଖେଳ

ଟୋକିଓ ଅଲିମ୍ପିକ୍ସ ବିଳମ୍ବିତ ହେବାର ମୂଲ୍ୟ ୨ ବିଲିୟନ ଡଲାର

ଟୋକିଓ,୩୦।୧୧(ଏପି): କୋଭିଡ୍‌-୧୯ ମହାମାରୀ କାରଣରୁ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ବିଳମ୍ବିତ ହୋଇଛି। ତେବେ ଏଥିପାଇଁ ଆୟୋଜକମାନଙ୍କୁ ମୂଲ୍ୟ ଦେବାକୁ ପଡିଛି। ଏହି ମେଗା ଇଭେଣ୍ଟ ବିଳମ୍ବିତ ହେବାର ମୂଲ୍ୟ ପାଖାପାଖି ୨ ବିଲିୟନ ଆମେରିକୀୟ ଡଲାର ବା ୨୦୦ ବିଲିୟନ ୟେନ ବୋଲି ଏକ ରିପୋର୍ଟରୁ ଜଣାପଡିଛି।
ଜାପାନର କିଓଡୋ ନ୍ୟୁଜ୍‌ ଏଜେନ୍ସି ଓ ୟୋମିଉରୀ ଖବରକାଗଜ ଏନେଇ ରବିବାର ରିପୋର୍ଟ ପ୍ରକାଶ କରିଛି। ଅଲିମ୍ପିକ୍‌ ଆୟୋଜକଙ୍କ ନିକତର ଥିବା ଏକ ସୂତ୍ରରୁ ଏ ବିଷୟରେ ଜଣାଯାଇଛି ବୋଲି କୁହାଯାଇଛି। ଟୋକିଓମୋଟ୍ରୋ ସରକାର, ଜାପାନୀ ଜାତୀୟ ସରକାର ଓ ଆୟୋଜକମାନେ ଏହି ମୂଲ୍ୟ କିପରି ଆବଣ୍ଟିତ ହେବ ସେ ନେଇ ଆସନ୍ତାମାସ ରିପୋର୍ଟ କରିବେ। ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଏହି ମୂଲ୍ୟର ଭରଣା ପାଇଁ ୬୫୦ ମିଲିୟନ ଡଲାର ପ୍ରଦାନ କରିବ ବୋଲି କହିଛି। ଆଇଓଏ ଏନେଇ ସବିଶେଷ ବିବରଣୀ ପ୍ରଦାନ କରିନାହିଁ। ତେବେ ଟୋକିଓ ଅଲିମ୍ପିକ୍ସ ବ୍ୟୟବହୁଳ ହେବ ବୋଲି ଆଇଓଏ ତରଫରୁ କୁହାଯାଇଛି। ଟୋକିଓ ଅଲିମ୍ପିକ୍ସ ଆୟୋଜନ ପାଇଁ ୧୨.୬ ବିଲିୟନ ଆମେରିକୀୟ ଡଲାର ଖର୍ଚ୍ଚ ହେବ ବୋଲି ଆନୁଷ୍ଠାନିକ ଭାବେ ଜଣାଯାଇଛି। କିନ୍ତୁ ଏହି ଖର୍ଚ୍ଚ ଦ୍ୱିଗୁଣିତ ହେବ ବୋଲି ଗତବର୍ଷ ସରକାରଙ୍କ ଏକ ଅଡିଟ୍‌ରୁ ଜଣାପଡିଥିଲା। ଏଥିରୁ ୫.୬ ବିଲିୟନ ଡଲାର ସର୍ବସାଧାରଣଙ୍କର ବୋଲି କୁହାଯାଇଥିଲା।
୨୦୧୩ରେ ଯେତେବେଳେ ଟୋକିଓକୁ ଆୟୋଜନ ଅଧିକାର ମିଳିଥିଲା ସେତେବେଳେ ୭.୩ ବିଲିୟନ ଡଲାର ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏଥିରେ ୨ ବିଲିୟନ ଡଲାର ଯୋଗ ହେବ ବୋଲି ଅକ୍ସଫୋର୍ଡର ଏକ ବିଶ୍ୱବିଦ୍ୟାଳୟ ତା’ର ଏକ ଗବେଷଣା ଚଳିତବର୍ଷ ପ୍ରାରମ୍ଭରେ ଉଲ୍ଲେଖ କରିଥିଲା। ଏହା ଇତିହାସର ସବୁଠାରୁ ବ୍ୟୟ ବହୁଳ ଅଲିମ୍ପିକ୍ସ ସାବ୍ୟସ୍ତ ହେବ ଓ ଏହି ଖର୍ଚ୍ଚ ଦିନିକୁ ଦିନ ବଢିବାରେ ଲାଗିବ ବୋଲି ଏହି ଗବେଷଣା ଉଲ୍ଲେଖ କରାଯାଇଥିଲା। ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଅଲିମ୍ପିକ୍ସ ନିରାପଦରେ ଆୟୋଜନ ହୋଇପାରିବ ବୋଲି ଆଇଓସି ଓ ଆୟୋଜକମାନେ ସବୁ ପ୍ରାୟୋଜକ ଓ ଜନସାଧାରଣଙ୍କୁ ଅବଗତ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି।
୨୦୨୧ ଜୁଲାଇ ୨୩ରୁ ଅଲିମ୍ପିକ୍ସ ଓ ଅଗଷ୍ଟ ୨୪ରୁ ପାରା ଅଲିମ୍ପିକ୍ସ ଆରମ୍ଭ ହେବ। ଏଥିରେ ମୋଟ ଉପରେ ୧୫, ୪୦୦ ଆଥଲେଟ ଓ ୧୦ ହଜାର ଅଫିସିଆଲ, ଜଜ୍‌, ଷ୍ଟାଫ୍‌, ଭିଆଇପି, ପ୍ରାୟୋଜକ, ମିଡିଆ ତଥା ବ୍ରଡକାଷ୍ଟର କର୍ମଚାରୀ ଏହି ମେଗା ଇଭେଣ୍ଟରେ ଯୋଗ ଦେବେ। ଚଳିତ ମାସ ପ୍ରାରମ୍ଭରେ ରାପିଡ୍‌ ଟେଷ୍ଟିଂ ଓ ଭ୍ୟାକ୍‌ସିନ ନେଇ ଆଇଓସି ଅଧ୍ୟକ୍ଷ ଥୋମାସ ବାକ୍‌ ବେଶ୍‌ ଆଶବାଦୀ ଥିବା କଥା କହିଥିଲେ। ତେବେ ଏହା ଦ୍ୱାରରେ କରୋନା ସମସ୍ୟା ସମାଧାନ ହେବ ସେ କଥା କହିହେବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ। ଆଥଲେଟମାନଙ୍କୁ ସବୁ ପ୍ରକାର ନୀତିନିୟମ ମଧ୍ୟରେ ରହିବାକୁ ପଡିବ। ଇତି ମଧ୍ୟରେ ଜାପାନ ଅନ୍ୟ ଦେଶ ତୁଳନାରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକାଇଦେଲା BCCIର ଘୋଷଣା; ଏହି ଖେଳାଳିଙ୍କୁ ମିଳିଲା ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୮ା୧୧: ରାଇଜିଂ ଷ୍ଟାର୍ସ ଏସିଆ କପ୍‌ ପୂର୍ବରୁ ଭାରତୀୟ ଦଳରେ ହୋଇଛି ବଡ଼ ପରିବର୍ତ୍ତନ । ଆହତ ସମସ୍ୟା ଯୋଗୁଁ ଟୁର୍ନାମେଣ୍ଟରୁ ଓହରିଛନ୍ତି ରଜତ ପାଟିଦାର ।…

ମହମ୍ମଦ ସାମିଙ୍କୁ ମିଳିଲା ନାହିଁ ସମ୍ମାନ? ଅବସର ଘୋଷଣା ପରେ କଡ଼ା କଥା କହିଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୮ା୧୧: ଭାରତୀୟ ଦ୍ରୁତ ବୋଲିଂ ବିଭାଗକୁ ଏକ ନୂତନ ପରିଚୟ ଦେଇଥିବା ଅଭିଜ୍ଞ ପେସର୍ ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏକ ସୋସିଆଲ…

SRH-ର ରିଲିଜ ତାଲିକାରେ ୩ ଜଣଙ୍କ ନାମ ଆଗରେ ରହିବ; ଦୁଇଥର ‘ପର୍ପଲ କ୍ୟାପ’ ଜିତିଥିବା ଖେଳାଳିଙ୍କୁ ଦଳରୁ ବିଦା!

ନୂଆଦିଲ୍ଲୀ,୮।୧୧: IPL 2027 ମିନି-ନିଲାମର ତାରିଖ ପାଖେଇ ଆସୁଛି। ସମସ୍ତ ୧୦ଟି ଦଳକୁ ନଭେମ୍ବର ୧୭ ତାରିଖ ସୁଦ୍ଧା ନିଜ ନିଜର ‘ରିଟେନସନ ତାଲିକା’ (ଦଳରେ ରଖାଯିବାକୁ…

ତୃତୀୟ ଟେଷ୍ଟରେ ଟିମ ଇଣ୍ଡିଆର ଦବଦବା; ଜୈସୱାଲଙ୍କ ଶତକ ପରେ ଚମକିଲେ ସୁନ୍ଦର-ତିଲକ

ନୂଆଦିଲ୍ଲୀ,୮।୧୧: ତୃତୀୟ ଅଣ-ଅଫିସିଆଲ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା, ନ୍ୟୁଜିଲ୍ୟାଣ୍ଡ ନିଜର ପ୍ରଥମ ଇନିଂସରେ…

ରୋହିତ, ବିରାଟ, ଶିଖର ଧୱନ ଯାହା କରିପାରିଲେ ନାହିଁ, ତାହା କରି ଦେଖାଇବେ ଗିଲ

ନୂଆଦିଲ୍ଲୀ,୮।୧୧: ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ୨-୦ରେ ଅଗ୍ରଣୀ…

କନଫର୍ମ! ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହୋଇଯାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା; ସେ ଆଉ ଏମଆଇ (MI) ପରିବାରର ଅଂଶ ନୁହଁନ୍ତି

ନୂଆଦିଲ୍ଲୀ,୮।୧୧: IPL 2027 ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ (ଦଳ ବଦଳ) ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ, ମୁମ୍ବାଇ ଇଣ୍ଡିଆନ୍ସର ଏକ ସୋସିଆଲ…

ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୮।୧୧: ବରିଷ୍ଠ କ୍ରିକେଟର ସୁନୀଲ ଗାଭାସ୍କର ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ସମର୍ଥନରେ ଆସିଛନ୍ତି। ୱେଲିଂଟନରେ ୧୩୫ ରନର ଲକ୍ଷ୍ୟକୁ ପିଛା କରିବା ସମୟରେ,…

ଏହି ୨୦ ଜଣ ଖେଳାଳିଙ୍କ ମଧ୍ୟରୁ ଚୟନ କରାଯିବ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳ ଯେଉଁଥିରୁ ସ୍ଥାନ ପାଇବେ କେବଳ…

ନୂଆଦିଲ୍ଲୀ,୮।୧୧: ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ୨୦୨୭ ଦିନିକିଆ ବିଶ୍ୱକପ ଆସନ୍ତା ବର୍ଷ ଅକ୍ଟୋବର ୨ରୁ ଆରମ୍ଭ ହେବ। ଦଳଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?