Posted inଫୁରସତ

ବିଶ୍ୱର ଗଭୀରତମ ଗୁମ୍ଫା

ତିବଲିସି: ବିଶ୍ୱରେ ଏମିତି କିଛି ଅଜବ ସ୍ଥାନ ରହିଛି, ଯାହା ରୋମାଞ୍ଚକର ହେବା ସହ ବିପଦପୂର୍ଣ୍ଣ ମଧ୍ୟ ହୋଇଥାଏ। ଏପରି ଏକ ଜାଗା ହେଉଛି ଭେରିଓଭକିନା ଗୁମ୍ଫା; ଯାହା ବିଶ୍ୱର ସବୁଠୁ ଗଭୀରତମ। ଗୁମ୍ଫା ଏତେ ଗଭୀର ଯେ, ଯେ କେହି ଏହା ଭିତରକୁ ଯିବାକୁ ସାହସ କରିପାରନ୍ତିନି। ତା’ ଭିତରେ ଏପରି ଲାଗେ, ଯେପରି ଏହି ଗୁମ୍ଫା ପାତାଳ ଲୋକକୁ ଲମ୍ବିଛି। ସେଥିପାଇଁ ବହୁ ଲୋକ ଏହି ଗୁମ୍ଫାକୁ ଦେଖି ଡରି ଯାଆନ୍ତି। ସୂଚନା ମୁତାବକ ଭେରିଓଭକିନା ଗୁମ୍ଫାର ଗଭୀରତା ୭ ହଜାର ୨୫୭ ଫୁଟ। ଏହି ଗୁମ୍ଫା ଅବଖାଜିଆର ଆରବିକା ମାସିଫରେ ଅବସ୍ଥିତ; ଯାହା ଜର୍ଜିଆର ଏକ ଅନ୍ୟ ଅଞ୍ଚଳ। ତେବେ ଗୁମ୍ଫାର ପୂରା ଯାତ୍ରା କରିବାକୁ ଅତି କମ୍‌ରେ ଗୋଟିଏ ସପ୍ତାହ ଲାଗିଥାଏ। ଏହି ଗୁମ୍ଫା ଚୂନାପଥରରେ ତିଆରି ହୋଇଛି। ଏହାକୁ ପ୍ରଥମ ଥର ପାଇଁ ୧୯୬୮ରେ ଉଦ୍ଧାର କରାଯାଇଥିଲା। ସେତେବେଳେ ଏହି ଗୁମ୍ଫାର ଅଧିକାଂଶ ଭାଗ ବିଷୟରେ ଜଣାପଡ଼ି ନ ଥିଲା। ୧୯୮୨ରେ ମସ୍କୋର ସ୍ପେଲିଓଲୋଜି କ୍ଲବ ଗୁମ୍ଫାର କିଛି ଅଂଶ ବାବଦରେ ଉଦ୍ଧାର କରିଥିଲେ। ପୂର୍ବରୁ ଏହି ଗୁମ୍ଫାର ନାମ ଗୋତାଖୋର ଆଲେକ୍ସଜ୍ୟାଣ୍ଡର ଭେରେଭ୍‌କିନାଙ୍କ ନାମରେ ରଖାଯାଇଥିଲା; ଯାହାଙ୍କ ମୃତ୍ୟୁ ୧୯୮୩ରେ ହୋଇଥିଲା। ମାର୍ଚ୍ଚ ୨୦୧୮ ପୂର୍ବରୁ ବିଶ୍ୱର ସବୁଠୁ ଗଭୀରତମ ଗୁମ୍ଫା ଭାବେ ରେକର୍ଡ କ୍ରୁବେରା ଗୁମ୍ଫା ନାମରେ ଥିଲା। ବିଶ୍ୱର ଏହା ଗଭୀରତମ ଗୁମ୍ଫା ଭାବେ ୨ୟ ସ୍ଥାନରେ ରହିଛି; ଯାହାର ଗଭୀରତା ୭ ହଜାର ୨୧୫ ଫୁଟ। ଜର୍ଜିଆର ଅବ୍‌ଖୋଜିଆ ଜିଲାରେ ଏହି ଗୁମ୍ଫା ଅବସ୍ଥିତ। ଭେରିଓଭକିନା ଗୁମ୍ଫା ଭିତରକୁ ଯିବା ଏତେ ସହଜ ନୁହେଁ। ଯେଉଁମାନେ ଅତ୍ୟନ୍ତ ସାହସୀ କେବଳ ସେଭଳି ଲୋକ ହିଁ ତା’ ଭିତରକୁ ଯାଇଥାନ୍ତି। ଏହି ଗୁମ୍ଫା ଏତେ ପ୍ରସିଦ୍ଧ ଯେ, ଲୋକେ ଏହାକୁ ଦେଖିବାକୁ ବହୁ ଦୂରରୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?