ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା ବହୁ ଆକାଂକ୍ଷିତ ପରମପ୍ରଭୁ ଋଷି ଶ୍ରୀଅରବିନ୍ଦଙ୍କୁ ଦର୍ଶନ କଲେ, ଇତିହାସର ବିଡମ୍ବନା ଯେ, ପ୍ରଥମ ମହାଯୁଦ୍ଧ ହେତୁ ତାଙ୍କୁ ଫେରିଯିବାକୁ ପଡ଼ିଲା, କିନ୍ତୁ ୧୯୧୪ରୁ ୧୯୨୦ ପାଞ୍ଚ ବର୍ଷ ମା’ ଜାପାନରେ ଅବସ୍ଥାନ କଲେ ଏବଂ ୧୯୨୦ ଏପ୍ରିଲ ୨୪ରେ ଏକଦା ଋଷି ଅଗସ୍ତ୍ୟଙ୍କ ତପୋକ୍ଷେତ୍ର ପଣ୍ଡିଚେରୀକୁ ପ୍ରତ୍ୟାବର୍ତ୍ତନ କଲେ। ଏହି ପବିତ୍ର ଅବସରରେ ମା’ଙ୍କ ଅନୁପମ ଭକ୍ତି ”ମୋର ପଣ୍ଡିଚେରୀ ପ୍ରତ୍ୟାବର୍ତ୍ତନ ହିଁ ସକଳ ଅପଶକ୍ତି ଉପରେ ଅପ୍ରତିହତ ବିଜୟର ସ୍ମାରକୀ“, ନୂତନ ଜୀବନ ଓ ଜଗତର ରୂପକାର ମହାଯୋଗୀ ଶ୍ରୀଅରବିନ୍ଦ ତାଙ୍କ ରଚିତ ମହାକାବ୍ୟ ସାବିତ୍ରୀରେ କହିଛନ୍ତି ”ଏକଇ ହୃଦୟ ତାଙ୍କୁ ଦେଇପାରେ ସାରା ଜଗତେ ଆଶ୍ରୟ“ (ସାବିତ୍ରୀ-୧୫ ପୃଷ୍ଠା) ସାମ୍ପ୍ରତିକ ସମାଜରେ ଅନ୍ୟାୟ, ଅତ୍ୟାଚାର, ଅବିଚାର ଓ ଅନ୍ଧକାର ଘନୀଭୂତ ହେଉଥିବାବେଳେ କରୁଣାମୟୀ ବିଶ୍ୱଜନନୀଙ୍କର ବାଣୀ ଜଗତକୁ ଅମୃତାୟିତ କରିବା ଦିଗରେ ଏକ ପ୍ରେରଣାମୟୀ ଉଦ୍‌ଘୋଷଣା।
୧୯୧୪ ମସିହା ମାର୍ଚ୍ଚ ୨୯ ଅପରାହ୍ନରେ ଯେଉଁ ସାକ୍ଷାତ ସମ୍ଭବପର ହୋଇଥିଲା ତାହା ଅତୀତରେ ଅନୁରୂପ ଅନ୍ୟ ଅନେକ ସାକ୍ଷାତ ତାଲିକାରେ ମହମ ସଂଯୋଜନ। ଏତାଦୃଶ ସାକ୍ଷାତ୍‌ର କେତୋଟି ବିରଳ ଦୃଷ୍ଟାନ୍ତ ହେଉଛି ରାମ- ପରଶୁରାମ ସାକ୍ଷାତ, ମଗଧର ନନ୍ଦରାଜ ଶାସନ ଦ୍ୱାରା ଅପମାନିତ ଯୁବକ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ସହ ଅକସ୍ମାତ ନନ୍ଦ-ବିରୋଧୀ ବୃଦ୍ଧ ବ୍ରାହ୍ମଣ ଚାଣକ୍ୟଙ୍କ ଭେଟ। ଏହାର ପରବର୍ତ୍ତୀ ପରିଣାମ ଇତିହାସରେ ଲିପିବଦ୍ଧ କିନ୍ତୁ ସୁଦୂର ପ୍ୟାରିସରୁ ଆସି ମା’ଙ୍କର ଶ୍ରୀଅରବିନ୍ଦଙ୍କ ସାକ୍ଷାତର ପରିଣାମ ମା’ ଯାହା ହୃଦୟଙ୍ଗମ କରିଥିଲେ ତାହା ହେଲା ପୃଥିବୀର ଅସଂଖ୍ୟ ଲୋକ ଅଜ୍ଞାନ ନିମିରରେ ରହି ଥାଆନ୍ତୁ ନା କାହିଁକି ଭୂପୃଷ୍ଠରେ ଶ୍ରୀଅରବିନ୍ଦଙ୍କ ଉପସ୍ଥିତି ହିଁ ଦିନେ ସେ ଅଜ୍ଞାନ ଆଲୋକରେ ରୂପାନ୍ତରିତ ହେବ ଏବଂ ଦିବ୍ୟ ଯୁଗର ଆଗମନରେ ନିଶ୍ଚିତ ପ୍ରତିଶ୍ରୁତି। ବିଶ୍ୱାସର ଏ ଦଲିଲ ଅନନ୍ୟ। ସେହି ମୁହୂର୍ତ୍ତରେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ସ୍ବରୂପ ନିର୍ଣ୍ଣୟ କରିପାରିଲେ ବୋଲି ଆମେ ଆଜି ତାହା ଜାଣୁଛୁ।
ପ୍ରଫେସର ମନୋଜ ଦାସଙ୍କ ଭାଷାରେ ”ବିଧାତାର ପଞ୍ଜିକାରେ ସେହି ମୁହୂର୍ତ୍ତରେ ସ୍ପଷ୍ଟ ହୋଇ ଉଠିଥିବା ଶ୍ରୀମାଙ୍କ ଭୂମିକା- ଶ୍ରୀଅରବିନ୍ଦଙ୍କ ଯୋଗଯଜ୍ଞରେ ସେ ହେବେ ପୁରୋହିତ, ଦେବେ ଆହୁତି, ଚେତନାର ରହସ୍ୟାଲୋକରେ ସେ ନିଜକୁ ସମର୍ପଣ କରିବେ ଯୋଗେଶ୍ୱରଙ୍କ ଦୁଃସହ ପରୀକ୍ଷା ନିରୀକ୍ଷାର କଦବା ଆଧାର। କଦବା ସହଯୋଗୀ, କଦବା ସହକାରୀ, କଦବା ନିରୀକ୍ଷକ ଏବଂ କଦବା ଧାତ୍ରୀ ରୂପେ ଶ୍ରୀମାଙ୍କୁ ଇତିହାସର ବିଡମ୍ବନା ହେତୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିଲା ସତ, କିନ୍ତୁ ସେ ଯୋଗଯଜ୍ଞର ସୂତ୍ରପାତ ହୋଇ ସାରିଥିଲା। ୧୯୨୦ ଏପ୍ରିଲ ୨୪ରେ ତାଙ୍କ ପୁନରାଗମନ ଉତ୍ତାରୁ ତାହା ଯେଉଁ ଯୁଗ୍ମ ତପସ୍ୟାର ରୂପ ନେଲା, ଆମ ମନ ବୁଦ୍ଧିର ମାଧ୍ୟମ ଯୋଗେଶ୍ୱର ଆକଳନ ଅସମ୍ଭବ କିନ୍ତୁ ଅକାଶକୁ ମାପି ନ ପାରିଲେ ମଧ୍ୟ ମହାଶୂନ୍ୟକୁ ଦୃଷ୍ଟିପାତ କଲେ ତା’ର ଅସୀମତାର ଧାରଣା କରିହୁଏ। ସେହି ରୀତିରେ ମାତୃବିଭୂତି ପ୍ରତି ଆସ୍ଥାଶୀଳ ହୋଇ ତାଙ୍କ ପ୍ରତି ଉନ୍ମୁଖ ହେଲେ ସେ ଅଭୂତପୂର୍ବ ତପସ୍ୟାର ଊଣାଧିକ ଉତ୍ତାପ ଅନୁଭୂତ କରିହୁଏ, ଅନୁଭୂତିକୁ ଅନ୍ୟ କୌଣସି ଉପଯୁକ୍ତ ଶବ୍ଦ ଅଭାବରୁ ଏ ଲେଖକ ଉତ୍ତାପ ବୋଲି କହୁଛି। ତାହା ସୌମ୍ୟ ଉତ୍ତାପ, ବିନା ପ୍ରବାସରେ ତାହା ଆମ ଶୀତଳ ଚେତନାରେ ସଞ୍ଚାର କଲେ ସଞ୍ଜୀବନୀର ଉଷ୍ମତା ଶ୍ରୀମାଙ୍କ ସ୍ଥାୟୀ ଆଗମନ ପୂର୍ବରୁ ଆଶ୍ରମ ନ ଥିଲା। କେତେଜଣ ଏକାନ୍ତ ବିଶ୍ୱସ୍ତ ଓ ଅନୁରକ୍ତ ସେବକଙ୍କ ଗହଣରେ ଶ୍ରୀଅରବିନ୍ଦ ଥିଲେ ଯୋଗମଗ୍ନ। ସେମାନେ ଅତ୍ୟନ୍ତ ଭଦ୍ର, ବିବେକୀ ଓ ବୁଦ୍ଧିଦୀପ୍ତ ହେଲେ ମଧ୍ୟ ସେମାନଙ୍କ ସ୍ବାଭିମାନ ଥିଲା ଖୁବ୍‌ ଉଗ୍ର। ପରିବର୍ତ୍ତନଶୀଳ ପୃଥିବୀ ସମ୍ପର୍କରେ ଯଥେଷ୍ଟ ଉପଲବ୍‌ଧି ଥିବା ସତ୍ତ୍ୱେ ସଂସ୍କାରରେ ସେମାନେ ଥିଲେ ଅତ୍ୟନ୍ତ ରକ୍ଷଣଶୀଳ। ଶ୍ରୀଅରବିନ୍ଦଙ୍କର ପ୍ରଥମ ପର୍ଯ୍ୟାୟର ଜୀବନୀକାର ପ୍ରମୁଖ ଶିଷ୍ୟ ଆମ୍ବାଭାଇ ପୁରାଣୀ ଲେଖିଛନ୍ତି, ”ଶ୍ରୀମାଙ୍କର ଆଗମନ ଆମ ନିବାସରେ ଗୋଟାଏ ଚାଞ୍ଚଲ୍ୟ ସୃଷ୍ଟିକଲା। ପରବର୍ତ୍ତୀ ସମୟରେ ସେହି ଅନୁଗତମାନେ ନିଜ ନିଜର ସ୍ମୃତିକଥାରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି ନିଜସ୍ବ ବହୁ ମୂଲ୍ୟବାନ ଉପଲବ୍‌ଧି, ଯାହା ଆମର ଚେତନାକୁ ବହୁ ବିସ୍ମୟ ଓ ପୁଲକରେ ଅଭିଭୂତ କରେ। ଶ୍ରୀମାଙ୍କ ଜନନୀସୁଲଭ ସ୍ନେହ, ସୌହାର୍ଦ୍ଦ୍ୟ ସହ ନମ୍ରତା ସେମାନଙ୍କ ଅଜାଣତରେ ହିଁ ତାଙ୍କ ଆଗରେ ସେମାନଙ୍କୁ ହୃଦ୍‌ବୋଧ କରାଇଲେ -ଯେଉଁ ନିରାଭିମାନୀ ସରଳ ଅନ୍ତେବାସୀ ଶ୍ରୀଅରବିନ୍ଦଙ୍କୁ ସେମାନଙ୍କ ନିଜର ସଖା, ଦିଗ୍‌ଦର୍ଶକ ରୂପେ ଧରିନେଇଛନ୍ତି – ସେ ସେତିକିଠାରୁ ବହୁତ- ବହୁତ- ଅଧିକ ମହୀୟାନ, ଦିବ୍ୟ ଜନନୀଙ୍କ ଶ୍ରଦ୍ଧାମୟ ଉପସ୍ଥିତିର ପ୍ରଭାବରେ ଅନୁଗତମାନଙ୍କ ସଂଖ୍ୟା ବୃଦ୍ଧି ହେବାକୁ ଲାଗିଲା। ଶ୍ରୀଅରବିନ୍ଦ ତାଙ୍କ ତପସ୍ୟାର ଦୂରଗମ୍ୟ ପର୍ବତରେ ନିମଜ୍ଜିତ ରହି ୧୯୨୬ ମସିହା ୨୪ ନଭେମ୍ବରରୁ ଅନୁଗତମାନଙ୍କ ଦୃଷ୍ଟିର ଅନ୍ତରାଳକୁ ଚାଲିଯିବା ପରଠାରୁ ଏ ସମାବେଶ ଶ୍ରୀମାଙ୍କ କରୁଣାର ଆଲୋକରେ ପ୍ରତି ପର୍ଯ୍ୟାୟରେ ତାଙ୍କ ସାଙ୍ଗଠନିକ ବ୍ୟବସ୍ଥା ଅନୁସାରେ କେମିତି ହେବାକୁ ଲାଗିଲା। ଏହା ହେଲା ବିନ୍ଦିବକ ଆଶ୍ରମରେ ପରିଣତ। ଅନ୍ତେବାସୀଙ୍କ ସଂଖ୍ୟା ଥିଲା ଆଜିର ଆଶ୍ରମରେ ନିହାତି ନଗଣ୍ୟ- ମାତ୍ର ୨୫ (ପଚିଶ)
ଶ୍ରୀଅରବିନ୍ଦ ତପସ୍ୟାଜନିତ ଅନ୍ତରାଳକୁ ଚାଲିଯିବା ପୂର୍ବରୁ ବୁଦ୍ଧିଦୀପ୍ତ ଅନୁଗତମାନେ ବାରମ୍ବାର ଯେଉଁ ପ୍ରଶ୍ନବାଣରେ ତାଙ୍କୁ ଜର୍ଜରିତ କଲେ। ସେ ପ୍ରଶ୍ନ ଥିଲା ”ଆପଣ ଯେଉଁ ମା’ଙ୍କ ଆସିବା ସମ୍ପର୍କରେ ଅନେକ ଥର କହୁଥିଲେ ଇଏ କ’ଣ ସେହି ମା’? ଶେଷରେ ଶ୍ରୀଅରବିନ୍ଦ କେତେଖଣ୍ଡ କାଗଜରେ ଶ୍ରୀମା’ଙ୍କ ସମ୍ପର୍କରେ ଲେଖିଲେ, ଯାହାକି ପରେ ପୁସ୍ତକର ରୂପ ନେଲା। ତାହାହିଁ ଆଜି ପୂର୍ଣ୍ଣଯୋଗ ସାଧନାର ମୂଳମନ୍ତ୍ର- ଗୀତାର ସ୍ବରୂପ – ମା’ କ୍ଷୁଦ୍ର ପୁସ୍ତିକାଟିଏ।
ଏଥିରେ ଶ୍ରୀମାଙ୍କର ଚାରୋଟି ଶକ୍ତି ସହିତ ଶ୍ରୀଅରବିନ୍ଦ ଆମମାନଙ୍କୁ ପରିଚିତ କରାଇଥିଲେ ମଧ୍ୟ ଆହୁରି ଆଠଗୋଟି ଶକ୍ତି ଅପ୍ରକାଶିତ ରହିଛି। ତାଙ୍କର ରୂପ ଚତୁଷ୍ଟୟୀ ହେଉଛନ୍ତି ମହେଶ୍ୱରୀ, ମହାକାଳୀ, ମହାଲକ୍ଷ୍ମୀ ଓ ମହାସରସ୍ବତୀ। ସଂକ୍ଷେପରେ କହିଲେ ଜ୍ଞାନ, ବଳ, ସଂହତି ଓ ପରିପୂର୍ଣ୍ଣତା ହିଁ ଏ ଶକ୍ତି ଚତୁଷ୍ଟୟୀ ଅଭିବ୍ୟକ୍ତି। ଏ ସୃଷ୍ଟିକୁ ସର୍ବାଙ୍ଗ ସୁନ୍ଦର କରିବାକୁ ଯଦି ଅନନ୍ତକାଳ ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ପ୍ରୟୋଜନ ହୁଏ, ତାହା ସକାଶେ ସେ ପ୍ରସ୍ତୁତ। ମା’ଙ୍କର ସମସ୍ତ ଶକ୍ତି ମଧ୍ୟରେ ମନୁଷ୍ୟର ସମସ୍ତ ତ୍ରୁଟିକୁ ସେ ସର୍ବାପେକ୍ଷା ଅଧିକ ଧୈର୍ଯ୍ୟ ସହ ସହ୍ୟ କରି ଆସିଛନ୍ତି। ଦୟା ଓ ସ୍ମିତହାସ୍ୟ ସହ ଆମ ପାଖେ ପାଖେ ରହିଛନ୍ତି ଓ ସର୍ବଦା ସାହାଯ୍ୟ କରୁଛନ୍ତି। ଏହାହିଁ ଶ୍ରୀଅରବିନ୍ଦଙ୍କ ଉକ୍ତି।

  • ବିମଳ ପ୍ରସନ୍ନ ଦାସ
    ମୋ: ୯୪୩୮୧୮୬୨୨୬

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri