ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

 

ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ ଆନୁବଂଶିକ ଜେନେଟିକ୍‌ ବା ହର୍ମୋନ୍‌ଗତ ତ୍ରୁଟି ହୋଇପାରେ। ଏଥିପାଇଁ ବିଧିବଦ୍ଧ ଡାକ୍ତରୀ ଚିକିତ୍ସା ଆବଶ୍ୟକ ହୁଏ। କିନ୍ତୁ କିଶୋରାବସ୍ଥାରେ ମେଦବୃଦ୍ଧିର ମୁଖ୍ୟ କାରଣ ତ୍ରୁଟିପୂର୍ଣ୍ଣ ଜୀବନଶୈଳୀ। ଜଙ୍କ୍‌ଫୁଡ୍‌, ଫାଷ୍ଟଫୁଡ୍‌ ଖାଇବା ସହ ଶାରୀରିକ ସକ୍ରିୟତା ନ ରହିବା ଏହାର ମୁଖ୍ୟ କାରଣ। ଜୀବନଶୈଳୀ ଓ ଖାଦ୍ୟଶୈଳୀରେ ପରିବର୍ତ୍ତନ ଦ୍ୱାରା ଏହି ମୋଟାପଣ ଦୂରେଇହେବ।
ପିଲାଙ୍କ ବୟସ ଓ ଉଚ୍ଚତା ତୁଳନାରେ ଓଜନ ଅଧିକ ହେଲେ ରକ୍ତଚାପ ଏବଂ ମଧୁମେହର ଆଶଙ୍କା ବଢ଼ିଯାଏ। ଝିଅମାନେ ମୋଟା ହେଲେ ଋତୁସ୍ରାବରେ ଅନିୟମିତତାଦେଖାଯାଏ। ଯେଉଁ ମହିଳାମାନଙ୍କର ଗର୍ଭାବସ୍ଥାରେ ମଧୁମେହ ସମସ୍ୟା ଥାଏ ସେମାନଙ୍କ ସନ୍ତାନ ମୋଟାହେବାର ଆଶଙ୍କା ଅଧିକ। ସେମାନଙ୍କ ମଧ୍ୟରୁ ୭୦-୮୦ ପ୍ରତିଶତ ବଡ଼ ହେବାପରେ ବି ମେଦବହୁଳ ହୋଇ ରୁହନ୍ତି।
ପିଲାଙ୍କ ଓଜନ ପର୍ସେଣ୍ଟାଇଲରେ ମପାଯାଏ। ଅନ୍ୟ ଦେଶର ସେହି ବୟସ ଓ ଉଚ୍ଚତାର ପିଲାମାନଙ୍କ ଓଜନ ସହ ଆପଣଙ୍କ ପିଲାର ଓଜନ ଅନୁପାତ ନିଆଯାଏ ଏଥିରେ। ଏହି ଚାର୍ଟ ଡାକ୍ତରଙ୍କ ପାଖରେ ଥାଏ। ଏଥିରୁ ଜଣାପଡ଼େ ଆପଣଙ୍କ ପିଲା ମୋଟା ନା ନୁହେଁ। ଆପଣ ଇଣ୍ଟରନେଟ୍‌ରେ ମଧ୍ୟ ପର୍ସେଣ୍ଟାଇଲ ଚାର୍ଟରୁ ଓଜନ ଓ ଉଚ୍ଚତାର ଅନୁପାତ ଜାଣିପାରିବେ। ଏଥିରେ ସନ୍ଦେହ ଆସିଲେ ବିଏମ୍‌ଆଇ ଅନୁଯାୟୀ ମଧ୍ୟ ମେଦ ସମ୍ପର୍କରେ ସଚେତନ ହୋଇପାରିବେ। ଇଣ୍ଟରନେଟ୍‌ରେ ଚାଇଲ୍‌ଡ ବିଏମ୍‌ଆଇ କାଲ୍‌କୁଲେଟର ଦ୍ୱାରା ଆପଣ ପିଲାର ଲିଙ୍ଗ ଓ ବୟସ ହିସାବରେ ଓଜନ କେତେ ହେବା ଉଚିତ ତାହା ଜାଣିପାରିବେ।ଯଦି ପିଲାର ବିଏମ୍‌ଆଇ ୧୮ରୁ କମ୍‌ ତା’ହେଲେ ଜାଣିନିଅନ୍ତୁ ଶରୀର ପାଇଁ ଆବଶ୍ୟକ ପୋଷକତ୍ବ ମିଳୁନାହିଁ। ଧଳା ଖାଦ୍ୟ ଯଥା- ଚିନି, ଚାଉଳ, ମଇଦା, ଲହୁଣି, ଛେନା ଇତ୍ୟାଦି ଉପରେ ନିୟନ୍ତ୍ରଣ ରଖନ୍ତୁ। ମିଠା ସହିତ ବନ୍ଧୁତା ଅଧିକ ବଢ଼ାନ୍ତୁ ନାହିଁ। ତେଲଛଣା ଏବଂ ଫାଷ୍ଟଫୁଡ୍‌ କମ୍‌ କରନ୍ତୁ। ମୃଦୁ ପାନୀୟଠାରୁ ଦୂରରେ ରୁହନ୍ତୁ। ପିଜା, ବର୍ଗର, ନୁଡୁଲ୍ସ, ଚିପ୍ସ ଆଦି ସହ ସମ୍ପର୍କ ଶେଷ କରିଦିଅନ୍ତୁ। ସେମାନଙ୍କୁ ସବୁଜ ପନିପରିବା, ଫଳ ଏବଂ ଦୁଗ୍ଧ ଉପରେ ନିର୍ଭର କରିବା ଶିଖାନ୍ତୁ। ପ୍ରତିଦିନ କିଛି ପିତାଖାଦ୍ୟ ସାମିଲ କରନ୍ତୁ। ପିତାଖାଦ୍ୟ ଇନ୍‌ସୁଲିନ ପ୍ରତିଶୋଧନ କ୍ଷମତା ବଢ଼ାଏ। ଦୈନିକ-୫୦୦ରୁ ୭୦୦ ମିଲି ଏହାକୁ ପିଇବାକୁ ଦିଅନ୍ତୁ। ପିଲାଙ୍କ ଖାଦ୍ୟରେ ୪୦ ପ୍ରତିଶତ କାର୍ବୋହାଇଡ୍ରେଟ୍‌, ୪୦ ପ୍ରତିଶତ ପ୍ରୋଟିନ୍‌, ୨୦ ପ୍ରତିଶତ ଫ୍ୟାଟ୍‌ ରହିବା ଆବଶ୍ୟକ। ଦୈନିକ ଖାଦ୍ୟରେ ଅତିକମ୍‌ରେ ଦୁଇଟି ଫଳ ଓ ପରିବା ସାମିଲ କରନ୍ତୁ। ଦହି ଓ ଫଳ ଉଭୟ ସ୍ବାସ୍ଥ୍ୟ ପାଇଁ ଭଲ। ପିଲାଙ୍କୁ ସ୍ବାଦିଷ୍ଟ ଲାଗିବା ପାଇଁ ବିଭିନ୍ନ ପରିବା ପୂର ଦେଇ ରୁଟି ଓ ପରଟା କରନ୍ତୁ। ଗଜାମୁଗ, ବୁଟ ଇତ୍ୟାଦି ଦୈନିକ ଖାଇବାକୁ ଦିଅନ୍ତୁ। ପିଲାଙ୍କୁ ଫାଷ୍ଟଫୁଡ୍‌ ଏବଂ ମିଠା ଆଦିରୁ ଦୂରେଇ ରଖିବା ମଧ୍ୟ ଠିକ୍‌ ନୁହେଁ, କାରଣ ସେମାନେ ନିଜକୁ ରୋକିପାରିବେ ନାହିଁ। ସୁବିଧା ମିଳିଲେ ଅତ୍ୟଧିକ ଖାଇଦେବେ। ତେଣୁ ସପ୍ତାହରେ ଗୋଟିଏ ଦୁଇଟି ଭୋଜନ ସେମାନଙ୍କ ପସନ୍ଦର ଦିଅନ୍ତୁ। ଏଥିପାଇଁ ଛୁଟିଦିନକୁ ହିଁ ବାଛନ୍ତୁ। ଯେମିତି ସେମାନେ ନିଜ ପସନ୍ଦର ଖାଦ୍ୟକୁ ଉପଭୋଗ କରି ଖାଇପାରିବେ ଏହିଦିନ। ଟିଭି, ମୋବାଇଲ, ଲାପ୍‌ଟପ୍‌ ଆଦିରେ ଦିନକୁ ଦୁଇଘଣ୍ଟାରୁ ଅଧିକ ସମୟ ବସିବାକୁ ଦିଅନ୍ତୁ ନାହିଁ। ଘର ବାହାରେ ଖେଳିବାକୁ ଦିଅନ୍ତୁ। ଛୋଟ ଛୋଟ କାମ ପାଇଁ ପଠାନ୍ତୁ। ଘରେ ଗଛ ଲଗାଇ ଏହାର ଯତ୍ନ ନେବାକୁ କୁହନ୍ତୁ। ବ୍ୟାଡ୍‌ମିଣ୍ଟନ, ଫୁଟ୍‌ବଲ ଆଦି ଖେଳିବାକୁ ପ୍ରୋତ୍ସାହନ ଦିଅନ୍ତୁ। ସକ୍ରିୟ ରହିଲେ ଏବଂ ଖେଳିଲେ ଶରୀରର ବର୍ଜ୍ୟ ସହଜରେ ନିଷ୍କାସିତ ହୋଇପାରେ। ଯଦି ପିଲାର ଓଜନ ବଢ଼ିଯାଇଛି ତା’ହେଲେ ଏହାକୁ ଧୀରେ ଧୀରେ କମାଇବାକୁ ଲକ୍ଷ୍ୟ ରଖନ୍ତୁ। ଆଜିକାଲି ଅଧିକାଂଶ ଛୋଟପିଲା ସକାଳୁ କେବଳ କ୍ଷୀର ହର୍ଲିିକ୍ସ ଇତ୍ୟାଦି ପିଇ ସ୍କୁଲ ଚାଲିଯାଉଛନ୍ତି। କିନ୍ତୁ ଦିନର ସବୁଠାରୁ ଜରୁରୀ ଖାଦ୍ୟ ହେଉଛି ପ୍ରାତଃଭୋଜନ। ପିଲାମାନେ ଡେରି ରାତି ପର୍ଯ୍ୟନ୍ତ ପଢ଼ିଲେ ବିଳମ୍ବରେ ଖାଇବାର ଅଭ୍ୟାସ କରିନିଅନ୍ତି। କିନ୍ତୁ ମନେରଖନ୍ତୁ ରାତିର ଖାଇବା ୮ ବା ସାଢ଼େ ୮ଟା ମଧ୍ୟରେ ହେବା ଉଚିତ।
ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ, ଫକୀର ମୋହନ ମେଡିକାଲ କଲେଜ, ବାଲେଶ୍ୱର,
ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri