ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌ ଷ୍ଟେଟ୍‌ସ ଡିପାର୍ଟମେଣ୍ଟ ଅଫ୍‌ ଷ୍ଟେଟ୍‌ସ (ଆମେରିକା ପରରାଷ୍ଟ୍ର ବିଭାଗ) ଦ୍ୱାରା ପ୍ରକାଶିତ ୟୁଏସ୍‌ ମାନବ ଅଧିକାର ୨୦୨୩ ରିପୋର୍ଟ ଅଧିକ ଗୁରୁତ୍ୱ ବହନ କରେ। ପାଖାପାଖି ୨୦୦ଟି ଦେଶର ମାନବ ଅଧିକାର ଉପରେ ୟୁଏସ୍‌ ଷ୍ଟେଟ୍‌ ଡିପାର୍ଟମେଣ୍ଟ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟରେ ମୁଖ୍ୟତଃ ଭାରତର ମଣିପୁରରେ ହୋଇଥିବା ସଶସ୍ତ୍ର ସଂଘର୍ଷ, ବଳାତ୍କାର ଏବଂ ଆକ୍ରମଣ ସମ୍ପର୍କରେ ଦର୍ଶାଯାଇଛି। ଏହା ସାମ୍ବାଦିକଙ୍କ ବିରୋଧରେ ନିର୍ଯାତନା ଏବଂ ବେଆଇନ ଗିରଫକୁ ସାମ୍ନାକୁ ଆଣିିଛି। ଏହି ରିପୋର୍ଟ ବିବିସି ଉପରେ ଟ୍ୟାକ୍ସ ରେଡ୍‌ ଓ ଶିଖ ଆକ୍ଟିଭିଷ୍ଟ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାକୁ ସୂଚିତ କରିଛି। ଏ ସମ୍ପର୍କରେ ଭାରତର ବହିଃ ବ୍ୟାପାର ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ବି ଗତବର୍ଷର ରିପୋର୍ଟକୁ ମିଥ୍ୟ ଓ ତ୍ରୁଟିପୂର୍ଣ୍ଣ ଦର୍ଶାଇଥିଲା। ଭାରତରେ ଧର୍ମୀୟ ସଂଖ୍ୟାଲଘୁ ଭେଦଭାବ ଉପରେ ୟୁଏସ୍‌ ରିପୋର୍ଟ ମଧ୍ୟ ଗୁରୁତ୍ୱ ଦେଇଛି। ଏହା ବ୍ୟତୀତ ସୂଚନା ପ୍ରଦାନ ସ୍ବାଧୀନତାର ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସଂସ୍ଥା ରିପୋର୍ଟର୍ସ ଓ୍ବିଦାଉଟ ବର୍ଡର (ଆର୍‌ଡବ୍ଲ୍ୟୁବି) ତା’ର ୨୦୨୩ ଗଣମାଧ୍ୟମ ସ୍ବାଧୀନତା ସୂଚକାଙ୍କରେ ୧୮୩ଟି ଦେଶ ମଧ୍ୟରେ ଭାରତକୁ ୧୬୧ରେ ସ୍ଥାନିତ କରିଛି, ଯାହା ଦେଶର ଇତିହାସରେ ସବୁଠୁ ଖରାପ ସ୍ଥିତି। ତେବେ ୟୁଏସ୍‌ ମାନବ ଅଧିକାରର ରିପୋର୍ଟକୁ ଲକ୍ଷ୍ୟ କଲେ ଭାରତରେ ତାହାର ବାସ୍ତବତା ଉପଲବ୍ଧି କରିହୁଏ। ଉଲ୍ଲେଖନୀୟ ଯେ, ମେ ୨୦୨୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ପରିସ୍ଥିତି ଆଜି ମଧ୍ୟ ଜୀବିତ ଅଛି।
ଆମେରିକା ସଂସ୍ଥା ଫ୍ରିଡମ୍‌ ହାଉସ୍‌ର ୨୦୨୪ ରିପୋର୍ଟରେ ପାକିସ୍ତାନ, ବାଂଲାଦେଶ ସହ ଭାରତକୁ ‘ଆଂଶିକ ସ୍ବାଧୀନ’ ବୋଲି ଦର୍ଶାଯାଇଛି। ଅର୍ଥାତ୍‌ ଭାରତରେ ନାଗରିକଙ୍କ ସ୍ବାଧୀନତା ଅବରୁଦ୍ଧ। ଯଦି ବେଆଇନ ଗିରଫ କଥାକୁ ଦେଖିବା, ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀ, ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ଜେଲରେ ରଖିବା ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରିଛି। ଫ୍ରିଡମ୍‌ ହାଉସ୍‌ ରିପୋର୍ଟ ଅନୁଯାୟୀ, ରାଜନୈତିକ ବିରୋଧୀଙ୍କ ବିରୋଧରେ ସରକାରୀ ସଂସ୍ଥାଗୁଡ଼ିକୁ ଅତ୍ୟଧିକ ବ୍ୟବହାର କରାଯାଉଛି। ଏକ ବିରୋଧୀମୁକ୍ତ ବ୍ୟବସ୍ଥା ସୃଷ୍ଟି କରିବାକୁ ଏହା ପ୍ରୟାସ ବୋଲି କୁହାଯାଇପାରେ। କାରଣ ଯେଉଁ ଦେଶରେ ବିରୋଧୀ କିମ୍ବା ଭିନ୍ନ ମତ ଶୁଣିବାର ବ୍ୟବସ୍ଥା ରହେ ନାହିଁ, ସେହି ଦେଶକୁ ଗଣତାନ୍ତ୍ରିକ ବୋଲି କହିଦେବ ନାହିଁ।
କେବଳ ଏତିକି ନୁହେଁ, ବିଗତ ଏକ ଦଶନ୍ଧି ମଧ୍ୟରେ ଅଭିବ୍ୟକ୍ତି, ସଙ୍ଗଠନ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ସ୍ବାଧୀନତା ଉପରେ କଟକଣା ଅଣାଯାଇଛି। ବହୁ ସମୟରେ ଆଲୋଚକଙ୍କ ମୁହଁ ବନ୍ଦ କରିବା ଲାଗି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦ୍ୱାରା କଠୋର ପଦକ୍ଷେପ ନିଆଯାଉଛି। କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ସେଠାରେ ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲଗାଯିବା ଓ ଇଣ୍ଟରନେଟ ବନ୍ଦ କରାଯିବା ଘଟଣା ବିଶ୍ୱର ଦୃଷ୍ଟି ଆକର୍ଷଣ କରଛି। ସୁଇଡେନ୍‌ର ଗୋଥେନ୍‌ବର୍ଗ ବିଶ୍ୱବିଦ୍ୟାଳୟର ଭି-ଡେମ ରିପୋର୍ଟ ଅନୁଯାୟୀ ନାଗରିକ ସମାଜ, ଅଭିବ୍ୟକ୍ତି, ଗଣମାଧ୍ୟମ ସ୍ବାଧୀନତାରେ ଭାରତ ଉଭୟ ବାଂଲାଦେଶ ଏବଂ ନେପାଳ ତୁଳନାରେ ଖରାପ ସ୍ଥିତିରେ ରହିଛି। ୨୦୧୯ରେ ଭାରତରେ ଏକ ଭେଦଭାବପୂର୍ଣ୍ଣ ନାଗରିକତ୍ୱ ଆଇନ (ସିଏଏ) ଅଣାଯାଇଥିଲା। ପ୍ରବଳ ପ୍ରତିବାଦ ଯୋଗୁ ଏହାକୁ ଏଯାବତ୍‌ କାର୍ଯ୍ୟକାରୀ କରାଯାଇ ନାହିଁ। ୟୁରୋପୀୟ ସଂସଦ ଏହା ବିରୋଧରେ ନିନ୍ଦନୀୟ ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିଥିଲା। ଦେଖିବାକୁ ଗଲେ ଆମେ ଯାହାକୁ ଆମର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାବୁଛୁ, ଅନ୍ୟ ଦେଶ ବା ସଂସ୍ଥାଗୁଡ଼ିକ କାହିଁକି ତା’ ପ୍ରତି ଆଗ୍ରହୀ ହୋଇଛନ୍ତି ତାହା ବିଚାର କରିବା କଥା। ଏଭଳି ଭାରତୀୟ ବ୍ୟବସ୍ଥାକୁ ସମାଲୋଚନା କରୁଥିବା ରିପୋର୍ଟକୁ ଭାରତର କେତେକ ମହଲରୁ ତୀବ୍ର ନିନ୍ଦା କରାଯାଉଛି। ତେବେ ଆଧୁନିକ ଜଗତରେ ଯେତେବେଳେ ଦେଶ ତାହାର ନିଜସ୍ବ ଚାହିଦା ମେଣ୍ଟାଇବା ଲାଗି ବାହ୍ୟ ବା ବିଦେଶୀ ପୁଞ୍ଜି ଲଗାଣକାରୀ ସଂସ୍ଥା ଏବଂ ବ୍ୟକ୍ତି ବିଶେଷଙ୍କୁ ଅର୍ଥ ଲୋଭ ପାଇଁ ନିମନ୍ତ୍ରଣ କରୁଛି, ସେତେବେଳେ ବିଦେଶୀ ପରୀକ୍ଷଣ ପାଇଁ ମଧ୍ୟ ସେହି ଦେଶ ବା ସମାଜ ନିଜକୁ ସ୍ବଚ୍ଛ ଏବଂ ଖୋଲା ରଖିବା ପାଇଁ ବାଧ୍ୟ। ଅପରପକ୍ଷରେ ଉତ୍ତରକୋରିଆ ଭଳି ଦେଶ, ଯିଏ କେବେ ବିଦେଶୀ ପୁଞ୍ଜିଲଗାଣକାରୀଙ୍କୁ ନିମନ୍ତ୍ରଣ କରେ ନାହିଁ, ସେଭଳି ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାର ସ୍ବଚ୍ଛତା କାହାରିକୁ ପ୍ରମାଣ ଦେବାକୁ ପଡ଼େନାହିଁ। ଏଥିରୁ ବୁଝିବାକୁ ହେବ ଯେ, ଯେତେବେଳେ ଗୋଟିଏ ଦେଶ ବିଦେଶୀ ପୁଞ୍ଜି ଖୋଜୁଛି, ସେତେବେଳେ ସେହି ଦେଶର ରାଜନୈତିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ସହ ସାମାଜିକ ଦୋଷତ୍ରୁଟି ମଧ୍ୟ ବିଦେଶୀ ସଂସ୍ଥାମାନେ ଖୋଜିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?