![](https://www.dharitri.com/wp-content/uploads/2022/10/ei-bharatre.jpg)
ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି ସେ ଏହି କାର୍ଯ୍ୟରେ ସଫଳତା ପାଇପାରିଛନ୍ତି। ଭଜିନାଥଙ୍କ ବୟସ ୭୭। ସେ କୃଷି ବିଭାଗରେ ଚାକିରି କରିଥିଲେ ଓ ଅବସର ନେବା ପରେ ମାନଗଙ୍ଗାକୁ ପୁନରୁଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ। ଭଜିନାଥ ୨୦୧୧ରୁ ଲୋକମାନଙ୍କ ସହଯୋଗରେ ୭୫ କି.ମି. ବ୍ୟାପୀ ପ୍ରବାହିତ ଏହି ନଦୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରିଥିେଲେ। ସେ ପ୍ରଥମେ ହର୍ଟିକଲଚରିଷ୍ଟ, ବଟାନିଷ୍ଟ ଏବଂ ଜଳସେଚନ ବିଶେଷଜ୍ଞ, ଅବସରପ୍ରାପ୍ତ ସେନା କର୍ମଚାରୀ, ଶିକ୍ଷାବିତ୍ମାନଙ୍କୁ ନେଇ ଏକ ୧୧ ଜଣିଆ ଟିମ୍ ଗଠନ କରିିଥିଲେ। ସେମାନେ ନଦୀ ପ୍ରବାହ ଉପରେ ଅନୁଧ୍ୟାନ କରିବା ପରେ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରାଯାଇଥିଲା। ନଦୀକୂଳର ଗ୍ରାମବାସୀମାନଙ୍କୁ ନେଇ ସେମାନେ କାର୍ଯ୍ୟ ଆରମ୍ଭ କରିଥିଲେ। ନଦୀ ଶଯ୍ୟାରୁ ବିଭିନ୍ନ ଦଳ, ବୁଦାଗଛ ଆଦି ସଫା କରିବା ସହ ସ୍ରୋତରେ ପ୍ରତିିବନ୍ଧକ ସାଜୁଥିବା ବର୍ଜ୍ୟ ମଧ୍ୟ ହଟାଇଦେଇଛନ୍ତି। ସେମାନେ ‘ମାନଗଙ୍ଗା ବ୍ରହ୍ମନ୍ସେବା ମଲ୍ଟିପର୍ପସ ସୋସାଇଟି’ ଗଠନ କରିଛନ୍ତି। ତା’ମାଧ୍ୟମରେ ପାଣ୍ଠି ଯୋଗାଡ଼ କରି ଏହି କାର୍ଯ୍ୟ କରିପାରିଛନ୍ତି। ନଦୀ ପୁନରୁଦ୍ଧାର ହେବା ପରେ ମରୁଡ଼ିପ୍ରବଣ ସୋଲାପୁର ଜିଲାରେ ଜଳସେଚନରେ ଏହା ସହାୟକ ହୋଇପାରିଛି।