ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ ଭିତ୍ତିଭୂମି ପାଇଁ ପ୍ରସିଦ୍ଧ ଏହି ସହର ଅପ୍ରତ୍ୟାଶିତ ଭାବେ ପ୍ରଚଣ୍ଡ ବର୍ଷାର ପ୍ରଭାବରେ ବିପର୍ଯ୍ୟସ୍ତ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଲା। କ୍ଷିପ୍ର ବେଗରେ ଦୌଡୁଥିବା ସହରର ଗତିବିଧି ହଠାତ୍‌ ଏକ ବିଭୀଷିକାମୟ ପରିବେଶ ମଧ୍ୟକୁ ଠେଲି ହୋଇଗଲା। ଗୃହଠାରୁ ଅଫିସ ଏବଂ ରାସ୍ତାଘାଟ ସବୁକିଛି ବନ୍ୟାରେ କବଳିତ ହୋଇ ବହୁଳ କ୍ଷୟକ୍ଷତିର ସମ୍ମୁଖୀନ ହେଲା, ଘରଛାତରୁ ବର୍ଷାଜଳ ଝରିବାକୁ ଲାଗିଲା ଏବଂ ଲୋକେ ଜଳବନ୍ଦୀ ଜୀବନ ଯାପନ କଲେ। ସହରର ଚତୁର୍ଦ୍ଦିଗରେ ବନ୍ୟାର କରାଳ ରୂପ ମଧ୍ୟରେ ମନୁଷ୍ୟର ନିଃସହାୟତା ବାରି ହୋଇପଡୁଥିଲା, ଯେତେବେଳେ ଅତି ମୂଲ୍ୟବାନ, ସୌଖୀନ ଯାନ ସବୁ କାଗଜଡଙ୍ଗା ପରି ବନ୍ୟାସ୍ରୋତରେ ଭାସମାନ ଅବସ୍ଥାରେ ଥିଲେ। ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ବିମାନବନ୍ଦରର ମାନ୍ୟତା ହାସଲ କରିଥିବା ଦୁବାଇ ଏଆରପୋର୍ଟରେ ବିମାନ ଉଡ଼ାଣ ବହୁମାତ୍ରାରେ ବାଧାପ୍ରାପ୍ତ ହେଲା। ୟୁଏଇର ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହେବା ସହିତ ପଡ଼ୋଶୀରାଷ୍ଟ୍ରମାନ ଏବଂ ସାଉଦିଆରବ ମଧ୍ୟ ଏହି ବିଭୀଷିକାରେ ଅନେକାଂଶରେ ପ୍ରଭାବିତ ହେଲେ। ବିପୁଳ ସମ୍ପତ୍ତି ଓ ଭିତ୍ତିଭୂମି ନଷ୍ଟ ହେବା ସହ ଉଭୟ ଓମାନ ଓ ୟୁଏଇରେ ୨୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏକ ପ୍ରାକୃତିକ ବିପର୍ଯ୍ୟୟ ଯେ କେତେ ବିଧ୍ୱଂସକାରୀ ହୋଇପାରେ, ତାହା ଦୁବାଇ ବନ୍ୟା ମାନବଜାତିକୁ ପୁଣିଥରେ ଚେତାଇ ଦେଇଛି।
ଉଷ୍ମ ଏବଂ ଶୁଷ୍କ ଅଞ୍ଚଳ ରୂପେ ପରିଗଣିତ ୟୁଏଇରେ ହାରାହାରି ବର୍ଷାର ପରିମାଣ ହେଉଛି ବାର୍ଷିକ ୧୪୦ରୁ ୨୦୦ ମିଲିମିଟର (ମିମି)। ଏପ୍ରିଲ ୧୬ରେ ଅଲ ଆଇନ୍‌ ସହରରେ ୨୫୦ମିମିର ସର୍ବାଧିକ ବର୍ଷା ରେକର୍ଡ ହୋଇଥିଲାବେଳେ ଦୁବାଇ ସହରରେ ଏହା ଥିଲା ୧୫୨ମିମି। ଏପରି ଆକସ୍ମିକ, ପ୍ରଚୁର ବର୍ଷାର ଜଳକୁ ଠିକ୍‌ ଭାବରେ ନିଷ୍କାସିତ କରିବା ନିମନ୍ତେ ସହରରେ ଉପଲବ୍ଧ ନିଷ୍କାସନ ବ୍ୟବସ୍ଥାଗୁଡ଼ିକୁ ସଂଘର୍ଷ କରିବାକୁ ପଡ଼ିବ। କଂକ୍ରିଟ ଜଙ୍ଗଲର ଏହି ସହରରେ ପିଚୁ ଓ ପକ୍କା ସ୍ଥାନରେ ଭରପୂର ଭୂପୃଷ୍ଠ ମାଧ୍ୟମରେ ଜଳ ଭୂତଳ ମଧ୍ୟକୁ ପ୍ରବେଶ କରିବାର ସମ୍ଭାବନା କମିବାରୁ ରାସ୍ତା ଉପରେ ପର୍ଯ୍ୟାପ୍ତ ପରିମାଣର ଜଳ ପ୍ରବାହିତ ହେବାକୁ ଲାଗିଲା। ଗତ କିଛିବର୍ଷ ମଧ୍ୟରେ ଏହି ଉପସାଗରୀୟ ରାଷ୍ଟ୍ରରେ ବୃଷ୍ଟିପାତରେ ବୃଦ୍ଧିଘଟିଛି ଏବଂ ଆଗାମୀ ବର୍ଷମାନଙ୍କରେ ଏହା ୩୦ ଶତାଂଶ ପର୍ଯ୍ୟନ୍ତ ବୃଦ୍ଧିପାଇବାର ସମ୍ଭାବନା ରହିଛି। ପାରମ୍ପରିକ ଭାବେ ମରୁଭୂମି ଜଳବାୟୁ ଏବଂ ଅଭାବୀ ବର୍ଷାଦ୍ୱାରା ବର୍ଣ୍ଣିତ ହେଉଥିବା ୟୁଏଇ ଏବେ ଜଳବାୟୁ ପରିବର୍ତ୍ତନର ଶିକାର ହେଉଛି ବୋଲି ବିତର୍କର ଏକ ନୂତନ ଦିଗନ୍ତ ଉନ୍ମୋଚିତ ହୋଇଛି। ଦେଢ଼ବର୍ଷର ବର୍ଷାର ପରିମାଣ ଗୋଟିଏ ଦିନରେ ବର୍ଷିବା ଏହି ମତବାଦକୁ ଶକ୍ତିଶାଳୀ କରୁଛି। ଅନ୍ୟ ଏକ ଅଭିଯୋଗ ହେଉଛି ଯେ, ୟୁଏଇରେ ସମୟ ସମୟରେ କୃତ୍ରିମ ବର୍ଷା ସୃଷ୍ଟି ନିମନ୍ତେ ପୋଟାସିୟମ ଆୟୋଡାଇଡ, ସୋଡିୟମ ଫ୍ଲୋରାଇଡ ପରି ଲବଣ କିମ୍ବା ଶୁଷ୍କ ବରଫ ମେଘ ଉପରକ ୁସିଞ୍ଚନ କରାଯାଏ। ତେବେ, ୟୁଏଇ ପାଣିପାଗ କେନ୍ଦ୍ର ଏହି ଭୟଙ୍କର ଝଡ଼ବର୍ଷା ଓ ବଜ୍ରପାତର ତାଣ୍ଡବ ପୂର୍ବରୁ ଏପରି କିଛି ପଦକ୍ଷେପ ଗୃହୀତ ହୋଇ ନ ଥିବାର ପ୍ରକାଶ କରିଛି।
ପାଣିପାଗ ବିଶେଷଜ୍ଞଙ୍କ ମତରେ ଦେଶ ମଧ୍ୟକୁ ଆରବ ସାଗରରୁ ଉଷ୍ମ ଏବଂ ଆର୍ଦ୍ରବାୟୁର ଏକ ବିଶାଳ ପ୍ରବାହ ଘଟିଥିଲା, ଯାହା ଉତ୍ତର-ପଶ୍ଚିମଦିଗରୁ ପ୍ରବାହିତ ଶୀତଳ ବାୟୁ ସଂସ୍ପର୍ଶରେ ଆସି ପ୍ରବଳ ଝଡ଼ବର୍ଷାରେ ରୂପାନ୍ତରିତ ହୋଇଥିଲା। ତେବେ ଇତିହାସରେ ରେକର୍ଡ ସୃଷ୍ଟିକାରୀ ଏହି ବିପର୍ଯ୍ୟୟର ପୃଷ୍ଠଭୂମିରେ ଜଳବାୟୁ ପରିବର୍ତ୍ତନର ଭୂମିକା ଯେ ନିଃସନ୍ଦେହ ଏହା ବୈଜ୍ଞାନିକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ବିଗତ ଦଶନ୍ଧିମାନଙ୍କରେ କୋଇଲା, ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ପରି ଜୀବାଶ୍ମ ଇନ୍ଧନର ବହୁଳ ବ୍ୟବହାରରେ ମାତ୍ରାଧିକ ପରିମାଣର ଅଙ୍ଗାରକାମ୍ଲ ଓ ଅନ୍ୟସବୁ ଜଗୃହବାଷ୍ପ ବାୟୁମଣ୍ଡଳକୁ ନିର୍ଗତ ହେବା ଏବଂ ପ୍ରତିଫଳରେ ବିଶ୍ୱ ତାପମାତ୍ରା ବୃଦ୍ଧିହେବା ଘଟଣା ଏପରି ବିପର୍ଯ୍ୟୟର ମୂଳକାରଣ। ଉଚ୍ଚ ତାପମାତ୍ରାରେ ଉଭୟ ସ୍ଥଳଭାଗର ଜଳଉତ୍ସରୁ ଏବଂ ମହାସାଗରରୁ ଜଳର ବାଷ୍ପୀକରଣ ତ୍ୱରାନ୍ବିତ ହୁଏ ଏବଂ ଏପରି ଉଷ୍ମବାତାବରଣ ଅଧିକ ଆର୍ଦ୍ରତା ଧାରଣ କରେ। ଏକ ଅଧ୍ୟୟନ ପ୍ରକାଶ କରେ ଯେ ହାରାହାରି ତାପମାତ୍ରାରେ ପ୍ରତି ଏକ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇ ବାୟୁମଣ୍ଡଳ ପ୍ରାୟ ୭ ଶତାଂଶ ଅଧିକ ଆର୍ଦ୍ରତା ଧାରଣ କରିପାରେ। ଏହି କାରଣରୁ ବୃଷ୍ଟିପାତର ତୀବ୍ରତା, ଅବଧି କିମ୍ବା ବାରମ୍ବାରତାରେ ବୃଦ୍ଧି ଘଟିଥାଏ, ଯାହା ପରିଶେଷରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ଭାରତର ଥର୍‌ ମରୁଭୂମି ଏବଂ ଅଷ୍ଟ୍ରେଲିଆର କେତେକ ମରୁଭୂମି ଅଞ୍ଚଳରେ ହୋଇଥିବା ଅଧ୍ୟୟନରୁ ପ୍ରତୀୟମାନ ହୁଏ ଯେ ଜଳବାୟୁ ପରିବର୍ତ୍ତନ ଏସବୁ ସ୍ଥାନରେ ଅଧିକ ବର୍ଷାର କାରକ ସାଜୁଛି। ପୁନଶ୍ଚ, ୧୮୫୦ ପରଠାରୁ ପୃଥିବୀର ହାରାହାରି ତାପମାତ୍ରା ଏପର୍ଯ୍ୟନ୍ତ ଅତିକମରେ ୧.୧ ଡିଗ୍ରୀ ବୃଦ୍ଧି ପାଇଥିଲାବେଳେ ୟୁଏଇରେ ବିଗତ ୬୦ବର୍ଷରେ ପ୍ରାୟ ଦେଢ଼ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିଛି।
ଏବେ ସବୁଠାରୁ କଷ୍ଟସାଧ୍ୟ ଆହ୍ବାନ ହେଉଛି ଯେ ୟୁଏଇ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ମାନବ-ପ୍ରବର୍ତ୍ତିତ ଜଳବାୟୁ ପରିବର୍ତ୍ତନ ଅଥବା ପ୍ରକୃତିର ପରିବର୍ତ୍ତନଶୀଳ ପ୍ରକ୍ରିୟା ଦ୍ୱାରା ସଂଘଟିତ ହେଉଛି, ତାକୁ ନିଶ୍ଚିତରୂପେ ନିର୍ଣ୍ଣୟ କରିବା। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ‘ଏଲନିନୋ’ ଏବଂ ’ଲାନିନା’ ପର ିପ୍ରାକୃତିକ ଜଳବାୟୁ ବ୍ୟାଘାତକାରୀ ଘଟଣାଗୁଡ଼ିକରେ କ୍ରମଶଃ ବୃଦ୍ଧିଘଟୁଛି। ଏଥିରେ ମାନବ-ପ୍ରବର୍ତ୍ତିତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏକ ଉତ୍ତେଜକ କାରକର ଭୂମିକା ନିର୍ବାହ କରୁଛି। ସମ୍ପ୍ରତି ପୃଥିବୀର ଜଳବାୟୁ ପ୍ରଣାଳୀରେ ମାନବିକ ହସ୍ତକ୍ଷେପ ପୂର୍ବାପେକ୍ଷା ଅଧିକ ଦୃଶ୍ୟମାନ ହେଉଛି, କିନ୍ତୁ ଏସବୁର ପରିଣାମ ବିଷୟରେ ପୂର୍ବାନୁମାନ କରିବା ସେତିକି କଷ୍ଟସାଧ୍ୟ ବୋଧ ହେଉଛି। ସାରାବିଶ୍ୱରେ ଏପରି ଉତ୍ତପ୍ତ ପରିବେଶରେ ଜଳବାୟୁରେ ଯେଉଁ ନକାରାତ୍ମକ ପରିବର୍ତ୍ତନ ଘଟୁଛି, ତାହା ତୀବ୍ର ଗ୍ରୀଷ୍ମ ଲହରି, ଭାରି ବର୍ଷା, ବନ୍ୟା, ବାତ୍ୟା, ଭୂସ୍ଖଳନ, ମରୁଡ଼ି, ବଜ୍ରପାତ ଏବଂ ବନାଗ୍ନି ପରି ପ୍ରାକୃତିକ ବିପର୍ଯ୍ୟୟ ରୂପରେ ପ୍ରକଟିତ ହେଉଛି। ଏଥିରେ ବହୁ ଧନଜୀବନ ହାନି ହେବା ସହ ଭିତ୍ତିଭୂମି ବିପର୍ଯ୍ୟସ୍ତ ଏବଂ ଅର୍ଥନୀତି ପ୍ରଭାବିତ ହେଉଛି, ବିଶେଷ ଭାବରେ ଗରିବ ରାଷ୍ଟ୍ରମାନଙ୍କରେ ଏହି ପ୍ରଭାବ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି। ଜଳବାୟୁ ପ୍ରଦୂଷଣ ନିର୍ଗମନକୁ ହ୍ରାସ କରିବା ପାଇଁ ପର୍ଯ୍ୟାପ୍ତ ବିଶ୍ୱସ୍ତରୀୟ ପ୍ରତିବଦ୍ଧତାର ଅଭାବରେ ଆଗାମୀ ଭବିଷ୍ୟତରେ ଜଳବାୟୁ ସଙ୍କଟ ଅଧିକ ଘନୀଭୂତ ହେବାର ସମ୍ଭାବନା ସୃଷ୍ଟି ହେଉଛି।
ଦୁବାଇ ବନ୍ୟାର ବିଭୀଷିକାକୁ ଜଳବାୟୁ ପରିବର୍ତ୍ତନର ସଦ୍ୟତମ ମନ୍ଦ ସଙ୍କେତ ଓ ଚେତାବନୀ ରୂପେ ଗ୍ରହଣ କରି ମାନବ ଜାତି ସକାରାତ୍ମକ ପରିବର୍ତ୍ତନର ସ୍ରୋତକୁ ତ୍ୱରାନ୍ବିତ କରିବା ଏକାନ୍ତ ଅପରିହାର୍ଯ୍ୟ। ଉତ୍ତାପବୃଦ୍ଧିକୁ ୨୦୧୫ର ପ୍ୟାରିସ ରାଜିନାମା ଅନୁଯାୟୀ ଦେଢ଼ଡିଗ୍ରୀ ମଧ୍ୟରେ ସୀମିତ ରଖିବା ନିମନ୍ତେ ଏବେଠାରୁ ୨୦୩୦ ପର୍ଯ୍ୟନ୍ତ ପ୍ରତିବର୍ଷ ଅଙ୍ଗାରକ ନିର୍ଗମନକୁ ଅତିକମ୍ରେ ୭.୬ ଶତାଂଶ ହ୍ରାସକରିବା ଆବଶ୍ୟକ। ଏଥିସହ ଉଭୟ ସ୍ଥଳୀୟ ଏବଂ ଜଳୀୟ ପ୍ରାକୃତିକ ପରିସଂସ୍ଥାମାନଙ୍କର ସଂରକ୍ଷଣ ଏବଂ ପୁନରୁଦ୍ଧାରକୁ ଗୁରୁତ୍ୱ ପ୍ରଦାନ କରିବା ଏକ ଜରୁରୀ ଆବଶ୍ୟକତା। ମାନବ ସମସ୍ୟା ସବୁର ପ୍ରକୃତି-ଭିତ୍ତିକ ସମାଧାନ ନିମନ୍ତେ ଅଧିକ ପ୍ରତିବଦ୍ଧତା ଓ ବିନିଯୋଗ ହେଲେ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ସୀମିତ ହେବା ସହ ଏକ ସୁରକ୍ଷିତ ଭବିଷ୍ୟତର ଦୃଢ଼ ମୂଳଦୁଆ ସ୍ଥାପିତ ହୋଇପାରିବ।

  • ଡ. ଜୟକୃଷ୍ଣ ପାଣିଗ୍ରାହୀ
    ସମ୍ପାଦକ, ଓଡ଼ିଶା ପରିବେଶ ସମିତି, ଭୁବନେଶ୍ୱର
    ମୋ: ୯୪୩୭୦୭୬୧୦୦

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?