Posted inଖେଳ

ନିର୍ଣ୍ଣାୟକ ଦିନିକିଆ: ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ

ପୁଣେ,୨୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଦିନକିଆ ସିରିଜ ଜିତିବା ନେଇ ଏବେ ଘରୋଇ ଭାରତ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ୧-୧ ବରାବରସ୍ଥିତିରେ ରହିଛି। ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ଗ୍ରାଉଣ୍ଡରେ ରବିବାର ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଟେଷ୍ଟ ଓ ଟି୨୦ ସିରିଜ ବିଜୟ ପରେ ଦିନିକିଆ ଶୃଙ୍ଖଳା ଜିତିଲେ ଭାରତ ବିରଳ ହ୍ୟାଟ୍ରିକ ଅର୍ଜନ କରିବ। ପ୍ରଥମ ମ୍ୟାଚ୍‌ର ପରାଜୟ ପରେ ପ୍ରତ୍ୟାବର୍ତ୍ତନ କରି ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ଜିତି ଭାରତକୁ କଡ଼ା ଜବାବ ଦେଇଛି। ବଡ଼ ସ୍କୋର ହାସଲ କରିଥିଲେ ମଧ୍ୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଆଗରେ ଭାରତୀୟ ବୋଲର ମାମୁଲି ସାବ୍ୟସ୍ତ ହୋଇଥିଲେ ଓ ଦିଶାହୀନ ପ୍ରଦର୍ଶନ କରିଥିଲେ। ଭାରତୀୟ ବୋଲରଙ୍କ ପାଖରେ କୌଣସି ଉତ୍ତର ନ ଥିଲା।
ଦ୍ୱିତୀୟ ମ୍ୟାଚ୍‌ର ବ୍ୟାଟିଂ ଉଇକେଟରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ୨୦ଟି ଛକା ମାରିଥିଲେ ଓ ୩୩୭ ରନର ଟାର୍ଗେଟକୁ ଅତି ସହଜରେ ପୂରଣ କରିଥିଲେ। ଦୁଇ ସ୍ପିନର କୁଲଦୀପ ଯାଦବ ଓ କୃନାଲ ପାଣ୍ଡ୍ୟା ବେଶ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅଧିନାୟକ କୋହଲି ଅବଶ୍ୟ ଏହି ମ୍ୟାଚ୍‌ରେ ରବୀନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତି ଅନୁଭବ କରିଥିବେ। ଜନି ବେୟାରଷ୍ଟୋ ଓ ବେନ୍‌ ଷ୍ଟୋକ୍ସ ଭାରତୀୟ ବାମହାତୀ ରିଷ୍ଟ ଓ ଅର୍ଥୋଡକ୍ସ ସ୍ପିନରଙ୍କୁ ନିର୍ମମ ପ୍ରହାର କରିଥିଲେ।
ବୋଲିଂରେ ରିଷ୍ଟ ସ୍ପିନର କୁଲଦୀପ ୮ଟି ଛକା ଦେଇ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଥିଲେ। ଯେକୌଣସି ଭାରତୀୟ ବୋଲରଙ୍କ ପାଇଁ ଏହା ଏକ ରେକର୍ଡ। ପ୍ରଥମ ମ୍ୟାଚ୍‌ରେ କୁଲଦୀପ ୬୪ ଓ ଦ୍ୱିତୀୟରେ ୮୪ ରନ ବ୍ୟୟ କରିଥିଲେ। ସେହିପରି ମାତ୍ର ୬ ଓଭର ବୋଲିଂ କରି କୃନାଲ ପାଣ୍ଡ୍ୟା ୭୨ ରନ ବ୍ୟୟ କରିଥିଲେ। ଓଭର ପିଛା ସେ ୧୨ ରନ ବ୍ୟୟ କରିଥିଲେ। ଅନ୍ତିମ ମ୍ୟାଚ୍‌ରେ ଏହି ଦୁଇ ଖେଳାଳିଙ୍କ ବଦଳରେ ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଓ ଓ୍ବାଶିଂଟନ ସୁନ୍ଦରଙ୍କୁ ଖେଳାଯାଇପାରେ। ସୁନ୍ଦର ଭଲ ବୋଲିଂ କରିବା ସହ ବ୍ୟାଟିଂରେ ମଧ୍ୟ ଦମ୍‌ ଦେଖାଇବାରେ କ୍ଷମତା ରଖନ୍ତି। ଚହଲ ଏବେ ଶ୍ରେଷ୍ଠ ଫର୍ମରେ ନ ଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତିରେ ତାଙ୍କୁ ଅଣଦେଖା କରିହେବନାହିଁ। କୃନାଲ ଭଲ ବ୍ୟାଟିଂ କରିବାର ଦକ୍ଷତା ରଖୁଥିଲେ ମଧ୍ୟ ବାମହାତୀ ସ୍ପିନର ହୋଇଥିତ୍ବାରୁ ଦଳରେ ସ୍ଥାନ ନ ପାଇପାରନ୍ତି।
ବ୍ୟାଟିଂ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ୩୩୭ ରନ ଆଦୌ ଖରପ ନ ଥିଲା ବୋଲି କୁହାଯାଇପାରେ। ଭାରତ ଏବେ ଇନିଂସ ତିଆରି କରିବାରେ ତା’ର ରଣନୀତିରେ ପରିବର୍ତ୍ତନ କରିବ। ଶେଷ ୧୫ ଓଭରରେ ଭାରତ ସବୁବେଳେ ଦ୍ରୁତଗତିରେ ରନ ସଂଗ୍ରହ କରିଥାଏ ଓ ଏହା ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱ ନେବାଠାରୁ ଦେଖାଯାଇଛି।
ଗତ ମ୍ୟାଚ୍‌ରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଚାମ୍ପିୟନ ଭଳି ଖେଳିଥିଲା। ବ୍ୟାଟିଂ ଉଇକେଟରେ ଇଂଲଣ୍ଡର ଆକ୍ରମଣାତ୍ମକ ଆଭିମୁଖ୍ୟ ପ୍ରଶଂସନୀୟ ଥିଲା। ଅବଶ୍ୟ ଏହି ଟ୍ରାକ୍‌ରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ପାଓ୍ବାର- ହିଟିଂ କ୍ଷମତା ବଳରେ ବିସ୍ଫୋରକ ବ୍ୟାଟିଂ କରିବାକୁ ସକ୍ଷମ ହୋଇଥିଲେ। କ୍ରମାଗତ ଦୁଇଟି ଇନିଂସରେ କୋହଲି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଦୀର୍ଘଦିନ ଧରି ଶତକ ହାସଲ କରି ନ ଥିବାରୁ ସେ ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିବାର ଆବଶ୍ୟକତା ରହିଛି। ତେବେ ରେକର୍ଡ କିମ୍ବା ମାଇଲଖୁଣ୍ଟ ଅତିକ୍ରମ କରିବା ମୋର ଲକ୍ଷ୍ୟ ନୁହେଁ ବୋଲି କୋହଲି ସ୍ପଷ୍ଟ କରିଛନ୍ତି। ଶତକ ହାସଲ କରିବାକୁ କେବେ ବି କ୍ୟାରିୟରରେ ପ୍ରୟାସ କରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଶେଷଥର ପାଇଁ କୋହଲି ଦିନିକିଆରେ ୨୦୧୯ ଅଗଷ୍ଟରେ ଶତକ ଅର୍ଜନ କରିଥିଲେ। ବ୍ୟକ୍ତିଗତ ଭାବେ ଶତକ ହାସଲ କରିବା ଅପେକ୍ଷା ଦଳ ଜିତିବା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କୋହଲି କହିଛନ୍ତି।
ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫିନିଶର ଭୂମିକାରେ ତାଙ୍କର ପ୍ରଦର୍ଶନ ଜାରିରଖିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ଏ ନେଇ କେତୋଟି ପ୍ରଶ୍ନ ରହିଛି। ଗତ ଟି୨୦ ସିରିଜରେ ସେ କେତେ ଓଭର ବୋଲିଂ କରୁଥିବାର ଦେଖାଯାଇଥିଲା। ସେହିପରି ଦିନିକିଆରେ ସେ ବୋଲିଂ କରିବାର ଆବଶ୍ୟକତା ରହିଛି। ଦ୍ରୁତ ବୋଲିଂରେ ଶାର୍ଦ୍ଦୁଳ ଠାକୁରଙ୍କୁ ବିଶ୍ରାମ ଦିଆଗଲେ ଭୁବନେଶ୍ୱର କୁମାର, ୟର୍କର ସ୍ପେଶାଲିଷ୍ଟ ଟି. ନଟରାଜନ ଦାୟିତ୍ୱରେ ରହିବେ। ସେହିପରି ମହମ୍ମଦ ସିରାଜ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବ। ତେବେ କ୍ରିଷ୍ଣାଙ୍କୁ ନିଶ୍ଚିତ ଭାବେ ଅଗ୍ରାଧିକାର ଦିଆଯିବ।
ଅପରପକ୍ଷରେ ଦେଖିବାକୁ ଗଲେ ବିଜୟ ହାସଲ ପରେ ଇଂଲଣ୍ଡ ଆତ୍ମବିଶ୍ୱାସ ବୃଦ୍ଧିପାଇଛି। ବେନ୍‌ ଷ୍ଟୋକ୍ସ ଫର୍ମକୁ ଫେରିବା ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ପୂର୍ବରୁ ଷ୍ଟୋକ୍ସ ସଂଘର୍ଷ କରୁଥିବାର ଲକ୍ଷ୍ୟ କରାଯାଇଥିଲା। ରବିବାର ମ୍ୟାଚ ଆୟୋଜନ ହେବାକୁ ଥିବାରୁ ଏହା ରୋମାଞ୍ଚକ ହେବ। ମ୍ୟାଚ ସହ ସିରିଜ ଜିତି ଭାରତ ଦେଶବାସୀଙ୍କୁ ହୋଲି ପାଇଁ ବିଜୟ ଭେଟି ତଥା ଉପହାର ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାଓ୍ବନ, ଶୁବମନ ଗିଲ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ଉଇକେଟକିପର), ଲୋକେଶ ରାହୁଲ (ଉଇକେଟକିପର), ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ଟି. ନଟରାଜନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଶାର୍ଦ୍ଦୁଳ ଠାକୁର।
ଇଂଲଣ୍ଡ ଦଳ: ଜୋଶ ବଟଲର (ଅଧିନାୟକ), ମୋଇନି ଅଲି, ଜନି ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ସାମ କୁରାନ, ଟମ୍‌ କୁରାନ, ଲିଆମ ଲିଭିଙ୍ଗଷ୍ଟୋନ, ମ୍ୟାଟ୍‌ ପାର୍କିନସନ, ଆଦିଲ ରସିଦ, ଜାସନ ରୟ, ବେନ ଷ୍ଟୋକ୍ସ, ରିସି ଟୋପ୍ଲେ, ମାର୍କ ଉଡ, ଡାଓ୍ବିଡ ମଲାନ। କଭର ଖେଳାଳି: ଜ୍ୟାକ ବଲ, କ୍ରିସ୍‌ ଜୋର୍ଡାନ।
ମ୍ୟାଚ୍‌ ଆରମ୍ଭ: ଅପରାହ୍ନ ୧.୩୦
ସ୍ଥାନ: ଏମ୍‌ସିଏ ଷ୍ଟାଡିୟମ, ପୁଣେ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri