ଏପ୍ରିଲରୁ ମହଙ୍ଗା ହେବ ଗାଡ଼ି

ନୂଆଦିଲ୍ଲୀ,୨୮। ୩:  କରୋନା ମହାମାରୀ ଯୋଗୁ ଅଟୋମୋବାଇଲ ଶିଳ୍ପ ବ୍ୟାପକ ଭାବରେ ପ୍ରଭାବିତ ହୋଇଛନ୍ତି। ମହାମାରୀ କାରଣରୁ ଉତ୍ପାଦନ ଏବଂ ଆବଶ୍ୟକ ସାମଗ୍ରୀର ଘୋର ସଙ୍କଟ ମଧ୍ୟ ଦେଖାଦେଇଛି। ସେହିଭଳି ସରକାରଙ୍କ ପରିବହନ ପ୍ରତିବନ୍ଧକ ଯୋଗୁ ବିଦେଶରୁ କୌଣସି ସାମଗ୍ରୀ ଠିକ୍‌ ଭାବେ ଆମଦାନୀ ହୋଇପାରିନାହିଁ। ଅନ୍ୟପକ୍ଷରେ ଚଳିତ ବର୍ଷର ବଜେଟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ବସ୍ତୁର ଦାମ୍‌ ମଧ୍ୟ ସରକାର ବଢାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଶିଳ୍ପ ବଞ୍ଚାଇବାକୁ ହେଲେ ଯାନବାହନର ଦର ବୃଦ୍ଧି କରିବାକୁ ହେବ ବୋଲି ବିଭିନ୍ନ ଯାନ ନିର୍ମାଣକାରୀ କମ୍ପାନୀ ମତବ୍ୟକ୍ତ କରିଛନ୍ତି। ୨୦୨୧ ଏପ୍ରିଲ ପହିଲାରୁ ୨, ୩ ଓ ୪ ଚକିଆ ଯାନ ମହଙ୍ଗା ହେବ ବୋଲି ସୂଚନା ମିଳିଛି। ଶିଳ୍ପକୁ ବଞ୍ଚାଇବା ସହ କାରବାରରେ ସୁଧାର ଆଣିବାକୁ ହେଲେ ଦରବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଅଟୋ କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି।
ନିକଟରେ ମାରୁତି ସୁଜୁକି ସହ ଅନେକ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବା ପରେ ଏବେ ଅଟୋଶିଳ୍ପର ମହଙ୍ଗା ଖବର ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ୨ ଓ ୪ ଚକିଆ ସହ ଟ୍ରାକ୍ଟରର ଦାମ ବି ବଢ଼ିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ଫଳରେ କୃଷକଙ୍କ ପାଇଁ ଏହା ଏକ ବଡ ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଦେଶର ଅଗ୍ରଣୀ କାର୍‌ ନିର୍ମାତା ମାରୁତି ସୁଜୁକି ୩ ରୁ ୫% ଦର ବଢାଇବାକୁ ନିଷ୍ପତ୍ତି ନେଇଛି। ସେହିଭଳି ନିଶାନ୍‌ ମଧ୍ୟ ଦରବୃଦ୍ଧି କରିବାକୁ ଘୋଷଣା କରିଛି। ଚଳିତ ବର୍ଷ ୨ୟ ଥର ଲାଗି ଗାଡ଼ି ଦାମରେ ବୃଦ୍ଧି ହେବାକୁ ଯାଉଛି। ଏହା ପୂର୍ବରୁ ଜାନୁୟାରୀରେ ବିଭିନ୍ନ ଗାଡ଼ିର ଦାମ୍‌ ବଢିଥିଲା।
ସେହିଭଳି ଟ୍ରାକ୍ଟର ନିର୍ମାତା ଏସ୍କର୍ଟସ୍‌ ଏହାର ବିଭିନ୍ନ ମଡେଲର ଦାମ୍‌ ମଧ୍ୟ ଏପ୍ରିଲ ୧ରୁ ବଢ଼ାଇବେ ବୋଲି କହିଛି। ଏ ସମ୍ପର୍କରେ କମ୍ପାନୀ ଷ୍ଟକ୍‌ ବଜାରକୁ ନିକଟରେ ସୂଚନା ଦେଇ କହିଛି, ଟ୍ରାକ୍ଟର ନିର୍ମାଣରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀର ଦାମ୍‌ ବୃଦ୍ଧି ପାଇଥିବାରୁ ଦରବୃଦ୍ଧି ଆବଶ୍ୟକ ହୋଇପଡ଼ିଛି। କମ୍ପାନୀର ବିଭିନ୍ନ ମଡେଲର ଦାମ ଭିନ୍ନ ଭିନ୍ନ ପ୍ରକାର ବୃଦ୍ଧି ହେବ ବୋଲି ଜଣାପଡିଛି।
ସେହିପରି ସ୍କୁଟର ଓ ବାଇକ୍‌ ନିର୍ମାତା ହିରୋ ମୋଟୋକର୍ପ ମଧ୍ୟ ଦରବୃଦ୍ଧି ବିଷୟରେ ଘୋଷଣା କରିଛି। ହିରୋ ଗାଡ଼ିଗୁଡ଼ିକର ଦାମ୍‌ ଏପ୍ରିଲ ୧ରୁ ବଢିବ। ହିରୋର ବିଭିନ୍ନ ଗାଡ଼ିର ମୂଲ୍ୟ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବଢିବ ବୋଲି ସୂଚନା ମିଳିଛି। ତେବେ କେଉଁ ମଡେଲର ଦାମ୍‌ କେତେ ବଢିବ ତାହା ଜଣାପଡ଼ିନାହିଁ। ଆଗାମୀ ଦିନରେ ଅନ୍ୟ ପ୍ରମୁଖ ଗାଡ଼ି ନିର୍ମାତାମାନେ ମଧ୍ୟ ସେମାନଙ୍କ ବିଭିନ୍ନ ମଡେଲର ଦରବୃଦ୍ଧି ବିଷୟରେ ଘୋଷଣା କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ବିଶ୍ବର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣର ୨ୟ ଲହର ବଢୁଥିବାରୁ ଅନେକ ଦେଶ ପରିବହନ ଓ ଯାତାୟାତ ଉପରେ କଟକଣା ଲଗାଇବା ଉପରେ ବିଚାର କରୁଛନ୍ତି। ଭାରତ ସରକାର ମଧ୍ୟ ଏସବୁ ଦିଗ ଉପରେ ନଜର ରଖିଛନ୍ତି। ଦେଶରେ ଗାଡ଼ି ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ବିଭିନ୍ନ ସ୍ଥାନରୁ ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ଆଦି ଆମଦାନୀ କରିଥାନ୍ତି। କରୋନା ସଂକ୍ରମଣ ଭୟରେ ପୁଣିଥରେ ଲାଗୁ ହେଉଥିବା କଟକଣା ଯୋଗୁ କେତେକ ସାମଗ୍ରୀ ଠିକ୍‌ ଭାବେ କମ୍ପାନୀ ପାଖରେ ପହଞ୍ଚିପାରୁନାହିଁ। ଏହାଦ୍ୱାରା ଯୋଗାଣ ଶୃଙ୍ଖଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଗାଡ଼ି ତିଆରିରେ ବ୍ୟବହାର ହେଉଥିବା ଇସ୍ପାତ ଭଳି ଆଉ କେତେକ ଧାତବ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ପ୍ଳାଷ୍ଟିକ୍‌ ସାମଗ୍ରୀର ଦର ମଧ୍ୟ ମହଙ୍ଗା ହୋଇଛି। ଫଳରେ ଗାଡି ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ପ୍ରତି ଗାଡ଼ି ନିର୍ମାଣ ପାଇଁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଏସବୁ କାରଣରୁ ଯାନର ଦରବୃଦ୍ଧି କରିବାକୁ ପଡୁଛି ବୋଲି କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?