ଏପ୍ରିଲରୁ ମହଙ୍ଗା ହେବ ଗାଡ଼ି

ନୂଆଦିଲ୍ଲୀ,୨୮। ୩:  କରୋନା ମହାମାରୀ ଯୋଗୁ ଅଟୋମୋବାଇଲ ଶିଳ୍ପ ବ୍ୟାପକ ଭାବରେ ପ୍ରଭାବିତ ହୋଇଛନ୍ତି। ମହାମାରୀ କାରଣରୁ ଉତ୍ପାଦନ ଏବଂ ଆବଶ୍ୟକ ସାମଗ୍ରୀର ଘୋର ସଙ୍କଟ ମଧ୍ୟ ଦେଖାଦେଇଛି। ସେହିଭଳି ସରକାରଙ୍କ ପରିବହନ ପ୍ରତିବନ୍ଧକ ଯୋଗୁ ବିଦେଶରୁ କୌଣସି ସାମଗ୍ରୀ ଠିକ୍‌ ଭାବେ ଆମଦାନୀ ହୋଇପାରିନାହିଁ। ଅନ୍ୟପକ୍ଷରେ ଚଳିତ ବର୍ଷର ବଜେଟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଓ ବସ୍ତୁର ଦାମ୍‌ ମଧ୍ୟ ସରକାର ବଢାଇ ଦେଇଛନ୍ତି। ଏଭଳି ପରିସ୍ଥିତିରେ ଶିଳ୍ପ ବଞ୍ଚାଇବାକୁ ହେଲେ ଯାନବାହନର ଦର ବୃଦ୍ଧି କରିବାକୁ ହେବ ବୋଲି ବିଭିନ୍ନ ଯାନ ନିର୍ମାଣକାରୀ କମ୍ପାନୀ ମତବ୍ୟକ୍ତ କରିଛନ୍ତି। ୨୦୨୧ ଏପ୍ରିଲ ପହିଲାରୁ ୨, ୩ ଓ ୪ ଚକିଆ ଯାନ ମହଙ୍ଗା ହେବ ବୋଲି ସୂଚନା ମିଳିଛି। ଶିଳ୍ପକୁ ବଞ୍ଚାଇବା ସହ କାରବାରରେ ସୁଧାର ଆଣିବାକୁ ହେଲେ ଦରବୃଦ୍ଧିର ଆବଶ୍ୟକତା ରହିଛି ବୋଲି ଅଟୋ କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି।
ନିକଟରେ ମାରୁତି ସୁଜୁକି ସହ ଅନେକ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହେବା ପରେ ଏବେ ଅଟୋଶିଳ୍ପର ମହଙ୍ଗା ଖବର ସାଧାରଣ ଜନତାଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ୨ ଓ ୪ ଚକିଆ ସହ ଟ୍ରାକ୍ଟରର ଦାମ ବି ବଢ଼ିବାର ଯଥେଷ୍ଟ ସମ୍ଭାବନା ଦେଖାଦେଇଛି। ଫଳରେ କୃଷକଙ୍କ ପାଇଁ ଏହା ଏକ ବଡ ସମସ୍ୟା ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି। ଦେଶର ଅଗ୍ରଣୀ କାର୍‌ ନିର୍ମାତା ମାରୁତି ସୁଜୁକି ୩ ରୁ ୫% ଦର ବଢାଇବାକୁ ନିଷ୍ପତ୍ତି ନେଇଛି। ସେହିଭଳି ନିଶାନ୍‌ ମଧ୍ୟ ଦରବୃଦ୍ଧି କରିବାକୁ ଘୋଷଣା କରିଛି। ଚଳିତ ବର୍ଷ ୨ୟ ଥର ଲାଗି ଗାଡ଼ି ଦାମରେ ବୃଦ୍ଧି ହେବାକୁ ଯାଉଛି। ଏହା ପୂର୍ବରୁ ଜାନୁୟାରୀରେ ବିଭିନ୍ନ ଗାଡ଼ିର ଦାମ୍‌ ବଢିଥିଲା।
ସେହିଭଳି ଟ୍ରାକ୍ଟର ନିର୍ମାତା ଏସ୍କର୍ଟସ୍‌ ଏହାର ବିଭିନ୍ନ ମଡେଲର ଦାମ୍‌ ମଧ୍ୟ ଏପ୍ରିଲ ୧ରୁ ବଢ଼ାଇବେ ବୋଲି କହିଛି। ଏ ସମ୍ପର୍କରେ କମ୍ପାନୀ ଷ୍ଟକ୍‌ ବଜାରକୁ ନିକଟରେ ସୂଚନା ଦେଇ କହିଛି, ଟ୍ରାକ୍ଟର ନିର୍ମାଣରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀର ଦାମ୍‌ ବୃଦ୍ଧି ପାଇଥିବାରୁ ଦରବୃଦ୍ଧି ଆବଶ୍ୟକ ହୋଇପଡ଼ିଛି। କମ୍ପାନୀର ବିଭିନ୍ନ ମଡେଲର ଦାମ ଭିନ୍ନ ଭିନ୍ନ ପ୍ରକାର ବୃଦ୍ଧି ହେବ ବୋଲି ଜଣାପଡିଛି।
ସେହିପରି ସ୍କୁଟର ଓ ବାଇକ୍‌ ନିର୍ମାତା ହିରୋ ମୋଟୋକର୍ପ ମଧ୍ୟ ଦରବୃଦ୍ଧି ବିଷୟରେ ଘୋଷଣା କରିଛି। ହିରୋ ଗାଡ଼ିଗୁଡ଼ିକର ଦାମ୍‌ ଏପ୍ରିଲ ୧ରୁ ବଢିବ। ହିରୋର ବିଭିନ୍ନ ଗାଡ଼ିର ମୂଲ୍ୟ ୨ରୁ ୩ ହଜାର ଟଙ୍କା ପର୍ଯ୍ୟନ୍ତ ବଢିବ ବୋଲି ସୂଚନା ମିଳିଛି। ତେବେ କେଉଁ ମଡେଲର ଦାମ୍‌ କେତେ ବଢିବ ତାହା ଜଣାପଡ଼ିନାହିଁ। ଆଗାମୀ ଦିନରେ ଅନ୍ୟ ପ୍ରମୁଖ ଗାଡ଼ି ନିର୍ମାତାମାନେ ମଧ୍ୟ ସେମାନଙ୍କ ବିଭିନ୍ନ ମଡେଲର ଦରବୃଦ୍ଧି ବିଷୟରେ ଘୋଷଣା କରିପାରନ୍ତି ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ବିଶ୍ବର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣର ୨ୟ ଲହର ବଢୁଥିବାରୁ ଅନେକ ଦେଶ ପରିବହନ ଓ ଯାତାୟାତ ଉପରେ କଟକଣା ଲଗାଇବା ଉପରେ ବିଚାର କରୁଛନ୍ତି। ଭାରତ ସରକାର ମଧ୍ୟ ଏସବୁ ଦିଗ ଉପରେ ନଜର ରଖିଛନ୍ତି। ଦେଶରେ ଗାଡ଼ି ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ବିଭିନ୍ନ ସ୍ଥାନରୁ ଯନ୍ତ୍ରାଂଶ ଓ ଅନ୍ୟାନ୍ୟ ଉପକରଣ ଆଦି ଆମଦାନୀ କରିଥାନ୍ତି। କରୋନା ସଂକ୍ରମଣ ଭୟରେ ପୁଣିଥରେ ଲାଗୁ ହେଉଥିବା କଟକଣା ଯୋଗୁ କେତେକ ସାମଗ୍ରୀ ଠିକ୍‌ ଭାବେ କମ୍ପାନୀ ପାଖରେ ପହଞ୍ଚିପାରୁନାହିଁ। ଏହାଦ୍ୱାରା ଯୋଗାଣ ଶୃଙ୍ଖଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ ଗାଡ଼ି ତିଆରିରେ ବ୍ୟବହାର ହେଉଥିବା ଇସ୍ପାତ ଭଳି ଆଉ କେତେକ ଧାତବ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଥିବା ବେଳେ ପ୍ଳାଷ୍ଟିକ୍‌ ସାମଗ୍ରୀର ଦର ମଧ୍ୟ ମହଙ୍ଗା ହୋଇଛି। ଫଳରେ ଗାଡି ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ପ୍ରତି ଗାଡ଼ି ନିର୍ମାଣ ପାଇଁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଏସବୁ କାରଣରୁ ଯାନର ଦରବୃଦ୍ଧି କରିବାକୁ ପଡୁଛି ବୋଲି କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri