ଝୁଲିଲା ରୁପା ଛାଉଣି ଡିଜାଇନ୍‌ ନିଷ୍ପତ୍ତି

ପୁରୀ ଅଫିସ, ୧୦।୧୧: ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପାରେ ଝଲସିବ। ଦ୍ୱାରଗୁଡ଼ିକର କବାଟକୁ ରୁପା ଛାଉଣି କରାଯିବ। ଏଥିପାଇଁ ଗଠିତ କମିଟିର ଦ୍ୱିତୀୟ ବୈଠକ ସୋମବାର ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅନୁଷ୍ଠିତ ହୋଇଥିଲା। ତଥାପି ନିଷ୍ପତ୍ତି ଝୁଲି ରହିଲା। ମଙ୍ଗଳବାର କମିଟି ସଦସ୍ୟ ଶିଳ୍ପୀ ଗ୍ରାମ ରଘୁରାଜପୁର ଗସ୍ତ କରିବେ। ଆବଶ୍ୟକ ପଡ଼ିଲେ କଟକ ମଧ୍ୟ ଯିବେ। ସେଠାରେ ବିଭିନ୍ନ ପ୍ରକାର ଡିଜାଇନ ଦେଖିବା ପରେ ଆସନ୍ତା ୧୯ ତାରିଖ ବୈଠକରେ ଆଲୋଚନା ହେବ। କଳିଙ୍ଗ କଳା, ସ୍ଥାପତ୍ୟ ଶୈଳୀରେ ଡିଜାଇନ କରାଯିବା ଲାଗି ସହମତି ପ୍ରକାଶ ପାଇଛି।
ଶ୍ରୀମନ୍ଦିରର ୮ଟି ଦ୍ୱାର ରୁପା ଛାଉଣି ଲାଗି ଜଣେ ଭକ୍ତ ଆଗେଇ ଆସିଛନ୍ତି। ସମ୍ପୃକ୍ତ ଦାତାଙ୍କ ପକ୍ଷରୁ ବୈଠକରେ ଯୋଗଦେଇଥିବା ପ୍ରତିନିଧିମାନେ ରୁପା ଛାଉଣି ଲାଗି ବିଭିନ୍ନ ପ୍ରକାର ଡିଜାଇନ ଦେଖାଇଥିଲେ। ୨ଟି ଡିଜାଇନକୁ କେତେଜଣ ସଦସ୍ୟ ପସନ୍ଦ କରିଥିଲେ। କିନ୍ତୁ ସର୍ବସମ୍ମତ ଭାବେ ଏହା ଗ୍ରହଣ ଯୋଗ୍ୟ ହୋଇ ନ ଥିଲା। ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଆପତ୍ତି ଉଠାଇଥିଲେ। ଶ୍ରୀମନ୍ଦିରରେ ବାହାର କଳା, ଭାସ୍କର୍ଯ୍ୟ ସ୍ଥାନିତ ହୋଇପାରିବ ନାହିଁ। କେବଳ କଳିଙ୍ଗ କଳା, ସ୍ଥାପତ୍ୟ ଆଧାରରେ ଡିଜାଇନ କରାଯିବ ବୋଲି କହିଥିଲେ। ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ। ଶିଳ୍ପୀ ଗ୍ରାମ ରଘୁରାଜପୁରରେ ଉତ୍କଳୀୟ କଳା ସଂସ୍କୃତିକୁ ଆଧାର କରି ମହାପ୍ରଭୁଙ୍କର ଅନେକ ପଟଚିତ୍ର ତିଆରି କରାଯାଉଥିବାରୁ ସେଠାକୁ କମିଟି ସଦସ୍ୟ ମଙ୍ଗଳବାର ଯିବେ। ବିଭିନ୍ନ ପ୍ରକାର ଡିଜାଇନ ଦେଖିବା ପରେ ଆସନ୍ତା ୧୯ ତାରିଖରେ ପୁଣି ବୈଠକ ବସିବ। ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। ଆବଶ୍ୟକ ପଡ଼ିଲେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କର ପରାମର୍ଶ ମଧ୍ୟ ନିଆଯିବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।
ସେହିପରି ୮ଟି ଦ୍ୱାର ମଧ୍ୟରୁ ମୁଖ୍ୟ ମନ୍ଦିରର ଜୟ ବିଜୟ, କଳାହାଟ, ବେହେରଣ ଦ୍ୱାର ଗୋଟିଏ ଡିଜାଇନ ହେବ। ସାତପାହାଚ, ପଶ୍ଚିମ ଭୋଗ ମଣ୍ଡପ ଗୋଟିଏ ପ୍ରକାର ଡିଜାଇନ କରାଯିବ। ପାର୍ଶ୍ୱ ମନ୍ଦିର ନୃସିଂହ ମନ୍ଦିର, ମା’ ବିମଳା ଓ ମା’ ମହାଲକ୍ଷ୍ମୀ ମନ୍ଦିରର ଗର୍ଭଦ୍ୱାର ଗୋଟିଏ ପ୍ରକାର ଡିଜାଇନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି। ପ୍ରଥମେ ୮ଟିଯାକ କବାଟ ବର୍ମାଟିକ୍‌ କାଠରେ ନୂତନ ଭାବେ ତିଆରି କରାଯାଇ ଏହା ଉପରେ ରୁପା ଛାଉଣି କରାଯିବ। ସୂଚନାଥାଉ କି, ଗତମାସ ୨୭ ତାରିଖରେ କମିଟିର ପ୍ରଥମ ବୈଠକ ବସିଥିଲା। ଏଥିରେ କବାଟ ତିଆରି, ରୁପା ରହିବା ପାଇଁ ଷ୍ଟ୍ରଙ୍ଗରୁମ୍‌, କାରିଗରଙ୍କ ରହଣି, କାମ ଅନୁଧ୍ୟାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲେ ମଧ୍ୟ ରୁପା ଛାଉଣି ଡିଜାଇନ ଚୂଡ଼ାନ୍ତ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri