ନିଷ୍ପତ୍ତି ଆମ ହାତରେ

ଉଚ୍ଚ ଶିକ୍ଷାରେ ଛାତ୍ରୀଛାତ୍ରମାନେ ଏକସଙ୍ଗେ ପୂର୍ଣ୍ଣକାଳୀନ (ଫୁଲ୍‌-ଟାଇମ୍‌) ଦୁଇଟି ଡିଗ୍ରୀ ପାଠ ପଢ଼ି ପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସଦ୍ୟ ନିୟମାବଳୀ ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନଙ୍କୁ ବହୁବିଧ ପାଠ ପଢ଼ିବା ଦିଗରେ ଏହା ସହାୟକ ହେବ ବୋଲି ୟୁଜିସି କହିଛି। ଏଥିଲାଗି ଶ୍ରେଣୀକକ୍ଷ ପାଠପଢ଼ା ହେଉ ବା ଅନ୍‌ଲାଇନ୍‌ରେ ପଢ଼ିବାର ସୁଯୋଗ ରହିବ। ଜଣେ ଗୋଟିଏ ବିଶ୍ୱବିଦ୍ୟାଳୟ ଅଧୀନ ବା ଅଲଗା ଶିକ୍ଷାନୁଷ୍ଠାନରେ ଦୁଇଟି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ସେହି ଅନୁଯାୟୀ ସମୟ ଏପରି କରାଯିବ ଯେପରି କୌଣସି ପାଠ ପଢ଼ିବାରେ ବ୍ୟାଘାତ ହେବ ନାହିଁ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଦୁଇଟି ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେଲେ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ଦେବାକୁ ପଡ଼ିବ ବୋଲି ୟୁଜିସି ଗାଇଡ୍‌ଲାଇନ୍ସରେ ଉଲ୍ଲେଖ କରାଯାଇଛି।
ଜନସଂଖ୍ୟା ବହୁଳ ଭାରତରେ ଉଚ୍ଚଶିକ୍ଷିତ ହୋଇ ନିଯୁକ୍ତି ପାଇବାକୁ ଅନେକେ ଆଶାୟୀ ରହିଛନ୍ତି। ଏବେ ପୁଣି ସାଧ୍ୱୀ ଋତୁମ୍ଭରା କହିଛନ୍ତି ଯେ, ହିନ୍ଦୁ ଦମ୍ପତି ସର୍ବନିମ୍ନ ୪ଟି ସନ୍ତାନ ଜନ୍ମ କରନ୍ତୁ। ତନ୍ମଧ୍ୟରୁ ୨ ଜଣଙ୍କୁ ଦେଶ ପାଇଁ ଉତ୍ସର୍ଗ କରନ୍ତୁ। ତାହା କଲେ, ଏହି ସାଧ୍ୱୀଙ୍କ ଅନୁସାରେ ଭାରତ ହିନ୍ଦୁ ରାଷ୍ଟ୍ର ହୋଇପାରିବ। ଅର୍ଥାତ୍‌ ଆହୁରି ଜନସଂଖ୍ୟା ବୃଦ୍ଧି କରିବାର ପରାମର୍ଶ ଦିଆଯାଉଛି। ଜନସଂଖ୍ୟା ବୃଦ୍ଧି ପାଇଲେ ପାଠପଢ଼ାରେ ବିରାଟକାୟ ସମସ୍ୟା ସୃଷ୍ଟି ହେବ। କେଉଁ ଧରଣର ପାଠ ପଢ଼ିଲେ ଜଣେ ନିଜକୁ ରୋଜଗାରକ୍ଷମ କରିପାରିବେ ବୋଲି ପିଲାମାନେ ଅନଭିଜ୍ଞ କ୍ୟାରିୟର୍‌ କାଉନ୍‌ସିଲରଙ୍କଠାରୁ ପରାମର୍ଶ ଲୋଡ଼ିଥାନ୍ତି।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ କାଉନ୍‌ସିଲର ଅନ୍ୟ କୌଣସି ନିଯୁକ୍ତି ପାଇବାରେ ଅସଫଳ ହେବାରୁ ଏଭଳି ପରାମର୍ଶଦାତା ପାଲଟି ଥାଆନ୍ତି। ଭାରତରେ ପିଲାଙ୍କୁ ଚାକିରି ପାଇଁ ଯୋଗ୍ୟ କରିବା ହେଉଛି ଶିକ୍ଷାର ମୂଳ ଲକ୍ଷ୍ୟ। ବିଶେଷକରି ଆଜିର ପରିସ୍ଥିତିରେ ଯେତେବେଳେ ଚାକିରି ମିଳୁନାହିଁ ସେତେବେଳେ ଛାତ୍ରୀଛାତ୍ର ଯେକୌଣସି ପାଠ ପଢ଼ିଲେ ମଧ୍ୟ ଅଯୋଗ୍ୟ ହୋଇ ବାହାରିବେ। ସେଥିପାଇଁ ଆଜିର ସମୟରେ ପାଠପଢ଼ାର ମାନ ପରିବର୍ତ୍ତନ ହେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଗତାନୁଗତିକ ପାଠ ପଢ଼ି ଯଦି ପିଲା ରୋଜଗାରକ୍ଷମ ହେବାରେ ଅସଫଳ ହେଉଛନ୍ତି, ତାହା ଛାତ୍ରୀଛାତ୍ରଙ୍କ ଦୋଷ ନୁହେଁ। ଦୋଷ ହେଉଛି ଶିକ୍ଷା ବ୍ୟବସ୍ଥାର। ଏକବିଂଶ ଶତାବ୍ଦୀର ଭାରତରେ ପିଲାଙ୍କୁ ଅର୍ଥନୀତି ବିଷୟରେ ସଚେତନ କରାଇବା ସହିତ ବ୍ୟକ୍ତିଗତ ଭାବେ ଅର୍ଥକୁ କିଭଳି ପରିଚାଳନା କରାଯାଏ ସେ ସଂକ୍ରାନ୍ତରେ ଜ୍ଞାନ ଦେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଲାଣି। ଆମ ଦେଶରେ ବ୍ୟବସ୍ଥା ଏହି ବାସ୍ତବତାକୁ ଆଖି ବନ୍ଦ କରି ଚିହ୍ନିବାକୁ ଅସ୍ବୀକାର କରୁଛି। ଆର୍ଥିକ ପରିଚାଳନା କିଭଳି ବିଫଳ ହେଉଛି ତାହା ଓଡ଼ିଶାର ଅନେକ ଅଞ୍ଚଳରେ ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ, ଯେତେବେଳେ ନୂଆ ଶିଳ୍ପ, ଜଳସେଚନ କିମ୍ବା ରେଳପଥ ଭଳି ପ୍ରକଳ୍ପ ପ୍ରତିଷ୍ଠା ହେଉଛି ସେଥିପାଇଁ ଘରୋଇ ଜମି ଅଧିଗ୍ରହଣ କରାଯାଉଛି। ଜମିହରା ପ୍ରଜା ପାଇଥିବା ଅର୍ଥରୁ ଗାଡ଼ି, ମୋଟର ସାଇକେଲ କିଣିବା ସହିତ ଅନେକ ଅଯଥା ଖର୍ଚ୍ଚ କରି ସେହି ପୁଞ୍ଜିକୁ ଖୁବ୍‌ଶୀଘ୍ର ଶୂନ କରିଦେଉଛନ୍ତି। ତା’ପରେ ଆରମ୍ଭ ହେଉଛି ପ୍ରକଳ୍ପ ବିରୋଧରେ ତାତି ଓ ଦାବି ହେଉଛି ଚାକିରି ଦିଅ। ଯଦି ଜମି ହରାଇଥିବା ପ୍ରଜା ଆର୍ଥିକ ଜ୍ଞାନଧାରୀ ହୋଇଥାଆନ୍ତେ ମିଳିଥିବା ଅର୍ଥକୁ ସଦୁପଯୋଗ କରି ନିଜର ସ୍ଥିତି ସୁଦୃଢ଼ କରିପାରି ଥାଆନ୍ତେ, ଚାକିରି ଖୋଜୁ ନ ଥାଆନ୍ତେ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ପିଲାଙ୍କୁ ଏହି ଦିଗରେ ଶିକ୍ଷିତ ଏବଂ ସଚେତନ କରାଇବା ସମ୍ପର୍କରେ ଚିନ୍ତା ଆରମ୍ଭ ହୋଇଛି। ଭାରତ ପାଇଁ ଏବେ ମଧ୍ୟ ନିଜର ଆଗାମୀ ପିଢ଼ିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସକାଶେ ସୁଯୋଗ ରହିଛି। ଏହି ସୁଯୋଗକୁ ହାତଛଡ଼ା କରିବାର ଏବଂ ବ୍ୟକ୍ତିଗତ ଆର୍ଥିକ ଉନ୍ନତିରୁ ଦୂରେଇ ଯିବାର ରାସ୍ତା ସାଧ୍ୱୀ ଋତୁମ୍ଭରାଙ୍କ ଭଳି ବ୍ୟକ୍ତିତ୍ୱ ଆମ ସମାଜକୁ ଦର୍ଶାଉଛନ୍ତି। ଆମେ ମନ୍ଦିର ଗଢ଼ିପାରିବା, ନୂଆ ପ୍ରକାରର ଜୟନ୍ତୀ ପାଳନ କରି ଦ୍ୱେଷ ଓ ହିଂସା ବୃଦ୍ଧି କରାଇପାରିବା। ଦେଶକୁ ପାଞ୍ଚ ଶହ ବର୍ଷ ପଛକୁ ନେଇଯାଇପାରିବା। ନଚେତ୍‌ ନିଜର ଆଖି ଫିଟାଇ ବ୍ୟକ୍ତିଗତ ଉନ୍ନତି ସହ ସମଗ୍ର ଦେଶକୁ ଆଗେଇ ନେଇପାରିବା। ନିଷ୍ପତ୍ତି ଆମ ହାତରେ।

 


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?