ନିଷ୍ପତ୍ତି ଆମ ହାତରେ

ଉଚ୍ଚ ଶିକ୍ଷାରେ ଛାତ୍ରୀଛାତ୍ରମାନେ ଏକସଙ୍ଗେ ପୂର୍ଣ୍ଣକାଳୀନ (ଫୁଲ୍‌-ଟାଇମ୍‌) ଦୁଇଟି ଡିଗ୍ରୀ ପାଠ ପଢ଼ି ପାରିବେ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସଦ୍ୟ ନିୟମାବଳୀ ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନଙ୍କୁ ବହୁବିଧ ପାଠ ପଢ଼ିବା ଦିଗରେ ଏହା ସହାୟକ ହେବ ବୋଲି ୟୁଜିସି କହିଛି। ଏଥିଲାଗି ଶ୍ରେଣୀକକ୍ଷ ପାଠପଢ଼ା ହେଉ ବା ଅନ୍‌ଲାଇନ୍‌ରେ ପଢ଼ିବାର ସୁଯୋଗ ରହିବ। ଜଣେ ଗୋଟିଏ ବିଶ୍ୱବିଦ୍ୟାଳୟ ଅଧୀନ ବା ଅଲଗା ଶିକ୍ଷାନୁଷ୍ଠାନରେ ଦୁଇଟି ପାଠ୍ୟକ୍ରମରେ ନାମ ଲେଖାଇପାରିବେ। ସେହି ଅନୁଯାୟୀ ସମୟ ଏପରି କରାଯିବ ଯେପରି କୌଣସି ପାଠ ପଢ଼ିବାରେ ବ୍ୟାଘାତ ହେବ ନାହିଁ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଦୁଇଟି ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେଲେ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ (ସିୟୁଇଟି) ଦେବାକୁ ପଡ଼ିବ ବୋଲି ୟୁଜିସି ଗାଇଡ୍‌ଲାଇନ୍ସରେ ଉଲ୍ଲେଖ କରାଯାଇଛି।
ଜନସଂଖ୍ୟା ବହୁଳ ଭାରତରେ ଉଚ୍ଚଶିକ୍ଷିତ ହୋଇ ନିଯୁକ୍ତି ପାଇବାକୁ ଅନେକେ ଆଶାୟୀ ରହିଛନ୍ତି। ଏବେ ପୁଣି ସାଧ୍ୱୀ ଋତୁମ୍ଭରା କହିଛନ୍ତି ଯେ, ହିନ୍ଦୁ ଦମ୍ପତି ସର୍ବନିମ୍ନ ୪ଟି ସନ୍ତାନ ଜନ୍ମ କରନ୍ତୁ। ତନ୍ମଧ୍ୟରୁ ୨ ଜଣଙ୍କୁ ଦେଶ ପାଇଁ ଉତ୍ସର୍ଗ କରନ୍ତୁ। ତାହା କଲେ, ଏହି ସାଧ୍ୱୀଙ୍କ ଅନୁସାରେ ଭାରତ ହିନ୍ଦୁ ରାଷ୍ଟ୍ର ହୋଇପାରିବ। ଅର୍ଥାତ୍‌ ଆହୁରି ଜନସଂଖ୍ୟା ବୃଦ୍ଧି କରିବାର ପରାମର୍ଶ ଦିଆଯାଉଛି। ଜନସଂଖ୍ୟା ବୃଦ୍ଧି ପାଇଲେ ପାଠପଢ଼ାରେ ବିରାଟକାୟ ସମସ୍ୟା ସୃଷ୍ଟି ହେବ। କେଉଁ ଧରଣର ପାଠ ପଢ଼ିଲେ ଜଣେ ନିଜକୁ ରୋଜଗାରକ୍ଷମ କରିପାରିବେ ବୋଲି ପିଲାମାନେ ଅନଭିଜ୍ଞ କ୍ୟାରିୟର୍‌ କାଉନ୍‌ସିଲରଙ୍କଠାରୁ ପରାମର୍ଶ ଲୋଡ଼ିଥାନ୍ତି।

 ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଧିକାଂଶ କାଉନ୍‌ସିଲର ଅନ୍ୟ କୌଣସି ନିଯୁକ୍ତି ପାଇବାରେ ଅସଫଳ ହେବାରୁ ଏଭଳି ପରାମର୍ଶଦାତା ପାଲଟି ଥାଆନ୍ତି। ଭାରତରେ ପିଲାଙ୍କୁ ଚାକିରି ପାଇଁ ଯୋଗ୍ୟ କରିବା ହେଉଛି ଶିକ୍ଷାର ମୂଳ ଲକ୍ଷ୍ୟ। ବିଶେଷକରି ଆଜିର ପରିସ୍ଥିତିରେ ଯେତେବେଳେ ଚାକିରି ମିଳୁନାହିଁ ସେତେବେଳେ ଛାତ୍ରୀଛାତ୍ର ଯେକୌଣସି ପାଠ ପଢ଼ିଲେ ମଧ୍ୟ ଅଯୋଗ୍ୟ ହୋଇ ବାହାରିବେ। ସେଥିପାଇଁ ଆଜିର ସମୟରେ ପାଠପଢ଼ାର ମାନ ପରିବର୍ତ୍ତନ ହେବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି। ଗତାନୁଗତିକ ପାଠ ପଢ଼ି ଯଦି ପିଲା ରୋଜଗାରକ୍ଷମ ହେବାରେ ଅସଫଳ ହେଉଛନ୍ତି, ତାହା ଛାତ୍ରୀଛାତ୍ରଙ୍କ ଦୋଷ ନୁହେଁ। ଦୋଷ ହେଉଛି ଶିକ୍ଷା ବ୍ୟବସ୍ଥାର। ଏକବିଂଶ ଶତାବ୍ଦୀର ଭାରତରେ ପିଲାଙ୍କୁ ଅର୍ଥନୀତି ବିଷୟରେ ସଚେତନ କରାଇବା ସହିତ ବ୍ୟକ୍ତିଗତ ଭାବେ ଅର୍ଥକୁ କିଭଳି ପରିଚାଳନା କରାଯାଏ ସେ ସଂକ୍ରାନ୍ତରେ ଜ୍ଞାନ ଦେବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଲାଣି। ଆମ ଦେଶରେ ବ୍ୟବସ୍ଥା ଏହି ବାସ୍ତବତାକୁ ଆଖି ବନ୍ଦ କରି ଚିହ୍ନିବାକୁ ଅସ୍ବୀକାର କରୁଛି। ଆର୍ଥିକ ପରିଚାଳନା କିଭଳି ବିଫଳ ହେଉଛି ତାହା ଓଡ଼ିଶାର ଅନେକ ଅଞ୍ଚଳରେ ଦେଖିବାକୁ ମିଳୁଛି। ଉଦାହରଣ ସ୍ବରୂପ, ଯେତେବେଳେ ନୂଆ ଶିଳ୍ପ, ଜଳସେଚନ କିମ୍ବା ରେଳପଥ ଭଳି ପ୍ରକଳ୍ପ ପ୍ରତିଷ୍ଠା ହେଉଛି ସେଥିପାଇଁ ଘରୋଇ ଜମି ଅଧିଗ୍ରହଣ କରାଯାଉଛି। ଜମିହରା ପ୍ରଜା ପାଇଥିବା ଅର୍ଥରୁ ଗାଡ଼ି, ମୋଟର ସାଇକେଲ କିଣିବା ସହିତ ଅନେକ ଅଯଥା ଖର୍ଚ୍ଚ କରି ସେହି ପୁଞ୍ଜିକୁ ଖୁବ୍‌ଶୀଘ୍ର ଶୂନ କରିଦେଉଛନ୍ତି। ତା’ପରେ ଆରମ୍ଭ ହେଉଛି ପ୍ରକଳ୍ପ ବିରୋଧରେ ତାତି ଓ ଦାବି ହେଉଛି ଚାକିରି ଦିଅ। ଯଦି ଜମି ହରାଇଥିବା ପ୍ରଜା ଆର୍ଥିକ ଜ୍ଞାନଧାରୀ ହୋଇଥାଆନ୍ତେ ମିଳିଥିବା ଅର୍ଥକୁ ସଦୁପଯୋଗ କରି ନିଜର ସ୍ଥିତି ସୁଦୃଢ଼ କରିପାରି ଥାଆନ୍ତେ, ଚାକିରି ଖୋଜୁ ନ ଥାଆନ୍ତେ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ପିଲାଙ୍କୁ ଏହି ଦିଗରେ ଶିକ୍ଷିତ ଏବଂ ସଚେତନ କରାଇବା ସମ୍ପର୍କରେ ଚିନ୍ତା ଆରମ୍ଭ ହୋଇଛି। ଭାରତ ପାଇଁ ଏବେ ମଧ୍ୟ ନିଜର ଆଗାମୀ ପିଢ଼ିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବା ସକାଶେ ସୁଯୋଗ ରହିଛି। ଏହି ସୁଯୋଗକୁ ହାତଛଡ଼ା କରିବାର ଏବଂ ବ୍ୟକ୍ତିଗତ ଆର୍ଥିକ ଉନ୍ନତିରୁ ଦୂରେଇ ଯିବାର ରାସ୍ତା ସାଧ୍ୱୀ ଋତୁମ୍ଭରାଙ୍କ ଭଳି ବ୍ୟକ୍ତିତ୍ୱ ଆମ ସମାଜକୁ ଦର୍ଶାଉଛନ୍ତି। ଆମେ ମନ୍ଦିର ଗଢ଼ିପାରିବା, ନୂଆ ପ୍ରକାରର ଜୟନ୍ତୀ ପାଳନ କରି ଦ୍ୱେଷ ଓ ହିଂସା ବୃଦ୍ଧି କରାଇପାରିବା। ଦେଶକୁ ପାଞ୍ଚ ଶହ ବର୍ଷ ପଛକୁ ନେଇଯାଇପାରିବା। ନଚେତ୍‌ ନିଜର ଆଖି ଫିଟାଇ ବ୍ୟକ୍ତିଗତ ଉନ୍ନତି ସହ ସମଗ୍ର ଦେଶକୁ ଆଗେଇ ନେଇପାରିବା। ନିଷ୍ପତ୍ତି ଆମ ହାତରେ।

 


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ଅର୍ଥନୀତି ତଳକୁ ତଳକୁ

କିଶୋର ଜେନା ଦେଶର ଅର୍ଥନୀତି ତଳକୁ ତଳକୁ ଯାଉଛି, ଆଉ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ସଂସ୍କାରର ଗଳ୍ପ ଶୁଣାଉଛନ୍ତି। ସଂସ୍କାର ନୀତି ସମ୍ପର୍କରେ ତାଙ୍କର ଦାବି, କୋଭିଡ୍‌...

ଏଇ ଭାରତରେ

ଭାରତୀୟ ନାରୀଙ୍କ ଧୈର୍ଯ୍ୟ, ସହନଶୀଳତା ତଥା ସେବା ମନୋଭାବ ସବୁବେଳେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସହୋଇ ଆସିଛି, ଯାହା ଏବେ ପ୍ରମାଣିତ କରିଛନ୍ତି ଦିଲ୍ଲୀର ଉଷା...

ଈଶ୍ୱରଭାବର ଅନୁଚିନ୍ତା

ଅଲେଖ ଚନ୍ଦ୍ର ମିଶ୍ର ଦିନେ ନିରୋଳା ମୁହୂର୍ତ୍ତରେ ଦ୍ୱାରକାଧୀଶ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ତାଙ୍କର ଅଷ୍ଟ ପାଟବଂଶୀ ପ୍ରଶ୍ନ କଲେ, “ପ୍ରଭୁ ଆପଣ ଗୋପପୁର ଛାଡି ମଥୁରା...

ଏଇ ଭାରତରେ

ଦେଶର ବିଭିନ୍ନ ଅଞ୍ଚଳରେ ହୋଲି ପାଳନର ନିଆରା ପରମ୍ପରା ରହିଥିବାବେଳେ ଅନେକ ସ୍ଥାନରେ ଏହା ପାଳନ କରା ନ ଯିବାର ମଧ୍ୟ ଅଜବ ପ୍ରଥା ଓ...

କେବଳ ସାନମାନଙ୍କ ପାଇ

ଗଛ ଫଳ ଦିଏ। ଫଳ ତା’ ପାଖରେ ଥାଏ। ନଦୀ ଜଳ ଦିଏ। ଜଳ ତା’ ପାଖରେ ଥାଏ। ଗାଈ କ୍ଷୀର ଦିଏ। କ୍ଷୀର ତା’...

‘ସନାତନ’ ସ୍ରଷ୍ଟା

ଅସ୍ପୃଶ୍ୟତା ଶତାବ୍ଦୀ ଶତାବ୍ଦୀ ଧରି ଭାରତୀୟ ସମାଜରେ ଏକ କଳଙ୍କିତ ପ୍ରଥା ଭାବେ ରହିଆସିଛି। ମହାତ୍ମା ଗାନ୍ଧୀ ଏବଂ ବି.ଆର୍‌. ଆମ୍ବେଡ୍‌କର ଏହାକୁ ଦୂର କରିବା...

ଏଇ ଭାରତରେ

ଗାଁ ଗାଁ ବୁଲି ପୁରାତନ ସାମଗ୍ରୀ ସଂଗ୍ରହ କରି ଏକ ମ୍ୟୁଜିୟମ ବା ସଂଗ୍ରହାଳୟ ପ୍ରତିଷ୍ଠା କରିଛନ୍ତି ପଶ୍ଚିମବଙ୍ଗର ଡ. ବିଶ୍ୱଜିତ ରାୟ। ସେ ପିଜୁସକାନ୍ତି...

କୋଟିଆ କାହାର

ଡ. ପ୍ରଫୁଲ୍ଲ କୁମାର ସାହୁ ଦୀର୍ଘ ସାତ ଦଶନ୍ଧିଧରି କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଓ ଆନ୍ଧ୍ର ଭିତରେ ଲାଗିରହିଛି ସୀମା ବିବାଦ। ଓଡ଼ିଶା ପ୍ରଶାସନିକ...

Advertisement
Archives

Model This Week