ଋଣ ଭାର ୧.୧୨ ଲକ୍ଷ କୋଟି ଟପିବ

ଭୁବନେଶ୍ୱର,୧୨ା୭(ବ୍ୟୁରୋ):ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣଭାର ଏକ ଲକ୍ଷ ୧୨ ହଜାର କୋଟି ଟଙ୍କାକୁ ଟପିଯିବ। ଚଳିତ ବର୍ଷ ରାଜ୍ୟ ସରକାର ବିଭିନ୍ନ ଖର୍ଚ୍ଚ ତୁଲାଇବାକୁ ପ୍ରାୟ ୧୧ହଜାର କୋଟି ଟଙ୍କା ଋଣ କରିବାକୁ ଯୋଜନା କରିଛନ୍ତି। ଚଳିତ ବର୍ଷ ଏପ୍ରିଲ ପହିଲା ସୁଦ୍ଧା ରାଜ୍ୟର ଋଣଭାର ୧ ଲକ୍ଷ ୩ ହଜାର କୋଟି ଟଙ୍କା ଥିବା ବେଳେ ୨୦୨୩ ମାର୍ଚ୍ଚ ୩୧ ବେଳକୁ ଏହା ୧,୧୨,୪୦୧ କୋଟି ଟଙ୍କା ହୋଇଯିବ ବୋଲି ଆକଳନ କରାଯାଇଛି। ରାଜ୍ୟ ସରକାର ଯେତିକି ଋଣ କରୁଛନ୍ତି ତାହା ବିଭିନ୍ନ ପ୍ରକଳ୍ପ ପ୍ରତିଷ୍ଠାରେ ବ୍ୟୟ କରୁଛନ୍ତି। ଋଣ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବିନିଯୋଗ ହେଉଥିବା ଯୋଗୁ ସରକାର ଋଣ ପରିଶୋଧ କରିବା କ୍ଷେତ୍ରରେ ଅସୁବିଧାରେ ପଡ଼ୁନାହାନ୍ତି। ଋଣ କରି ଯଦି ବ୍ୟୟରେ ବିନିଯୋଗ ହେଉଥାନ୍ତା, ତାହେଲେ ସରକାରଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇଥାଆନ୍ତା।
ମଧ୍ୟମ ମିଆଦୀ ଆକଳନ ଅନୁଯାୟୀ, ରାଜ୍ୟର ମୋଟ୍‌ ଘରୋଇ ଉତ୍ପାଦ (ଜିଏସ୍‌ଡିପି) ଅନୁପାତରେ ମୋଟ ଋଣ ୨୦୨୫-୨୬ ଆର୍ଥିକ ବର୍ଷରେ ୧୮.୧ ପ୍ରତିଶତ ସ୍ତରରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଫିସ୍‌କାଲ ରେସ୍‌ପନ୍‌ସିବିଲିଟି ଆଣ୍ଡ୍‌ ବଜେଟ ମ୍ୟାନେଜ୍‌ମେଣ୍ଟ(ଏଫ୍‌ଆର୍‌ବିଏମ୍‌) ଆଇନ-୨୦୦୩ ଅନୁଯାୟୀ ଋଣଭାର ଜିଏସ୍‌ଡିପିର ୨୫ ପ୍ରତିଶତ ମଧ୍ୟରେ ରହିବା କଥା। ଏଫ୍‌ଆରବିଏମ୍‌ ଧାର୍ଯ୍ୟ କରିଥିବା ସୀମାରେଖା ମଧ୍ୟରେ ଋଣ ହେଉଥିବାରୁ କୌଣସି ସମସ୍ୟା ନାହିଁ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।
ଅଭିବୃଦ୍ଧି ଅଧିକ ହେଉଥିବା ଯୋଗୁ ସୁଧ ପୈଠ କ୍ଷେତ୍ରରେ କୌଣସି ସମସ୍ୟା ନାହିଁ। ରାଜ୍ୟର ରାଜସ୍ବ ଅଭିବୃଦ୍ଧିର ହାର ଜାତୀୟ ଅଭିବୃଦ୍ଧି ହାରଠାରୁ ଅଧିକ ରହିଛି। ଦେଶ ଓ ରାଜ୍ୟର ଋଣଭାର ସଂକ୍ରାନ୍ତରେ ହୋଇଥିବା ଅନୁଧ୍ୟାନରୁ ଜଣାଯାଏ ଯେ, ଓଡ଼ିଶାର ଋଣଭାର ଜିଏସ୍‌ଡିପିର ୧୫.୮ ପ୍ରତିଶତ ଥିବାବେଳେ ଦେଶର ଋଣଭାର ମୋଟ୍‌ ଘରୋଇ ଉତ୍ପାଦ(ଜିଡିପି)ର ୬୧ ପ୍ରତିଶତରେ ପହଞ୍ଚତ୍ଲାଣି।
ଖୋଲା ବଜାରରୁ ଋଣ ନ ଉଠାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଖୋଲାବଜାର ଋଣ ପାଇଁ ସରକାରଙ୍କୁ ଉଚ୍ଚହାରରେ ସୁଧ ଦେବାକୁ ହୋଇଥାଏ। ତାହା ନ କରି ସ୍ବଳ୍ପ ସୁଧହାରରେ ବିଶ୍ୱ ବ୍ୟାଙ୍କ, ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି), ଇଣ୍ଟରନ୍ୟାଶନାଲ ଫଣ୍ଡ୍‌ ଫର୍‌ ଏଗ୍ରିକଲ୍‌ଚରାଲ୍‌ ଡେଭେଲପ୍‌ମେଣ୍ଟ, ଜାପାନ ଇଣ୍ଟରନ୍ୟାଶନାଲ କର୍ପୋରେଶନ ଏଜେନ୍ସି, ନାବାର୍ଡ, ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ (ଓଏମ୍‌ବିଏଡିସି) ପାଣ୍ଠି ଏବଂ କ୍ଷତିପୂରକ ବନୀକରଣ (କାମ୍ପା) ପାଣ୍ଠିରୁ ସରକାର ସ୍ବଳ୍ପ ସୁଧହାରରେ ଋଣ ନେଉଛନ୍ତି।
ସରକାର ଖୋଲା ବଜାରରୁ ଋଣ କରୁନାହାନ୍ତି। ୨୦୨୧-୨୨ ମଧ୍ୟରେ ଖୋଲାବଜାର ଋଣ ପରିମାଣ ଶୂନ ଥିବାବେଳେ ୨୦୨୨-୨୩ରେ ଏହା ସମାନ ସ୍ତରରେ ରହିବ। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟ ସରକାର ସରକାରୀ ସଂସ୍ଥା, ପୌରସଂସ୍ଥା ଏବଂ ସମବାୟ ଅନୁଷ୍ଠାନକୁ ମୋଟ୍‌ ୬,୧୪୦.୯୧ କୋଟି ଟଙ୍କା ଋଣ ଗ୍ୟାରେଣ୍ଟି ଦେଇଛନ୍ତି। ଏହା ଜିଏସ୍‌ଡିପିର ୦.୯୬ ପ୍ରତିଶତ। ଏହି ଗ୍ୟାରେଣ୍ଟି ସରକାରଙ୍କ ଋଣଭାରର ଅଂଶ ନୁହେଁ। ଏହି ଋଣକୁ ଉପରୋକ୍ତ ସଂସ୍ଥା ପରିଶୋଧ କରିଥାନ୍ତି।
ସମସ୍ତ ଋଣ ସାମାଜିକ ଲାଭଦାୟକ ପୁଞ୍ଜି ପ୍ରକଳ୍ପରେ ବ୍ୟବହୃତ ହୋଇଛି, ଯାହା ଅର୍ଥନୈତିକ କାର୍ଯ୍ୟକଳାପ, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟବାସୀଙ୍କ ଜୀବନ ଧାରଣରେ ଉନ୍ନତି ଆଣିବା ପାଇଁ ସହାୟକ ହେଉଛି। ସେହି ଅନୁଯାୟୀ ଭଲ ପ୍ରକଳ୍ପ ଚିହ୍ନଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେଣୁ ଅପେକ୍ଷାକୃତ କମ୍‌ ପରିମାଣର ଋଣ, ସ୍ବଳ୍ପ ସୁଧହାରରେ ଋଣ ସଂଗ୍ରହ ଦ୍ୱାରା ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ,୨୦୦୯-୧୦ରେ ରାଜ୍ୟରେ ମୁଣ୍ଡ ପିଛା ଋଣ ୯୧୮୦ ଟଙ୍କା ଥିବା ବେଳେ ୧୦ ବର୍ଷ ପରେ ଅର୍ଥାତ୍‌ ୨୦୨୧-୨୨ରେ ଏହା ୨୩ ହଜାର ୫୨୪ ଟଙ୍କାରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ  

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ହାଇ ଆଲର୍ଟ: ଜିଲାରେ ଝାଡ଼ଖଣ୍ଡ ଓ ବାହାର ରାଜ୍ୟର ଅପରାଧୀ, ସତର୍କ ରହିବାକୁ ପୋଲିସର ଅପିଲ୍

ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲାରେ ଝାଡ଼ଖଣ୍ଡ ସମେତ ବାହାର ରାଜ୍ୟର ଅପରାଧୀ ଗ୍ୟାଙ୍ଗର ଗତିବିଧି ନଜରକୁ ଆସିବା ପରେ ଜିଲା ପୋଲିସ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?