ମାଟ୍ରିକ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ

କଟକ ଅଫିସ,୧୨ା୭:ମାଟ୍ରିକ ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ପରୀକ୍ଷାର୍ଥୀଙ୍କ ନିମନ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୋମବାରଠାରୁ ଉତ୍ତର ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଅନ୍‌ଲାଇନ ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ବିଷୟ ପ୍ରତି ୧୦୦ ଟଙ୍କା ଲେଖାଏ ଆବେଦନ ଫି ଧାର୍ଯ୍ୟ କରାଯାଇଛି। ପରୀକ୍ଷାର୍ଥୀଙ୍କୁ ଉଭୟ ସବ୍‌ଜେକ୍ଟିଭ ଏବଂ ଅବ୍‌ଜେକ୍ଟିଭ ପେପର ଯାଞ୍ଚ ପାଇଁ ପୃଥକ ଭାବେ ଫି ଦେବାକୁ ପଡିବ। ସେହିଭଳି ଯଦି ଉତ୍ତରଖାତାର ଫଟୋକପି ପରୀକ୍ଷାର୍ଥୀମାନେ ନେବାକୁ ଚାହୁଁଥାନ୍ତି, ତା’ହେଲେ ୨୦୦ ଟଙ୍କା ଦେବାକୁ ହେବ। ଆବେଦନ ପ୍ରକ୍ରିୟାର ସବିଶେଷ ତଥ୍ୟ ବୋର୍ଡ ୱେବସାଇଟରେ ଦିଆଯାଇଥିବା ସମ୍ପାଦକ ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି।
ମାଟ୍ରିକ ପରୀକ୍ଷା ଉତ୍ତରଖାତା ଯାଞ୍ଚ ପାଇଁ ପରୀକ୍ଷାର୍ଥୀଙ୍କୁ ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଯଦି ସେମାନେ ପୂର୍ବରୁ ପଞ୍ଜୀକୃତ ହୋଇଥିବେ ତା’ହେଲେ ନିଜର ପରୀକ୍ଷା ରୋଲ ନମ୍ବର ଏବଂ ପାସୱାର୍ଡ ଲଗ ଇନ୍‌ କରି ଆପ୍ଲିକେଶନ ଫର୍ମ ପୂରଣ କରିପାରିବେ। ଆବେଦନ ଫର୍ମରେ ନିଜର ପରୀକ୍ଷା ରୋଲ ନମ୍ବର, ମାଆଙ୍କ ନାମ, ମୋବାଇଲ ନମ୍ବର ଦାଖଲ କରିବେ। ଏହାପରେ ଉକ୍ତ ମୋବାଇଲ ନମ୍ବରକୁ ଯାଇଥିବା ଏକ ଭେରିଫିକେଶନ କୋଡକୁ ଦେବା ପରେ ସମ୍ପୃକ୍ତ ପରୀକ୍ଷାର୍ଥୀଙ୍କ ସମସ୍ତ ତଥ୍ୟ ବୋର୍ଡ ୱେବସାଇଟରେ ପ୍ରଦର୍ଶିତ ହେବ। ପରୀକ୍ଷାର୍ଥୀମାନେ ଉକ୍ତ ପେଜ୍‌ରେ ଯେଉଁ ବିଷୟରେ ପୁନଃ ଯାଞ୍ଚ କରିବାକୁ ଚାହୁଁଥିବେ ତାହା ଚୟନ କରିବେ। ସେହି ଅନୁଯାୟୀ ତାଙ୍କ ଅନଲାଇନ ମାଧ୍ୟମରେ ଫି ପୈଠ କରିବାକୁ ପଡିବ। ଫି ଦେବାପରେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ବୋର୍ଡ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ସୂଚନାଥାଉକି, ଚଳିତବର୍ଷର ମାଟ୍ରିକ ପାସ୍‌ ହାର ୯୦.୫ ପ୍ରତିଶତ ରହିଥିଲା। ୫ଲକ୍ଷ ୨୬ହଜାର ୮୧୮ଜଣ ପରୀକ୍ଷାର୍ଥୀଙ୍କ ଭିତରୁ ୨ଲକ୍ଷ ୫୬ହଜାର ୮୭୭ ଛାତ୍ର ଓ ୨ଲକ୍ଷ ୬୦ହଜାର ୯୭୦ଜଣ ଛାତ୍ରୀଙ୍କୁ ମିଶାଇ ମୋଟ ୫ଲକ୍ଷ ୧୭ହଜାର ୮୪୭ଜଣ କୃତକାର୍ଯ୍ୟ ହୋଇଥିଲେ। ଯଦି ପରୀକ୍ଷାର୍ଥୀମାନେ ବୋର୍ଡ ପକ୍ଷରୁ କରାଯାଇଥିବା ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବେ ତା’ହେଲେ ସେମାନଙ୍କୁ ପୁନଃ ଯାଞ୍ଚ ପାଇଁ ସୁଯୋଗ ଦିଆଯିବ ବୋଲି ପୂର୍ବରୁ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?