ପୋଷାହାତୀ ଭବାନୀର ମୃତ୍ୟୁ, ପ୍ରାଣୀପ୍ରେମୀଙ୍କୁ ଝଟ୍‌କା

ବାରିପଦା,୨୮।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷାହାତୀ ଭବାନୀର ମୃତ୍ୟୁ ଘଟିଛି । ମଙ୍ଗଳବାର ସକାଳ ୬ଟା ୧୦ରେ ମୃତ୍ୟୁ ହୋଇଥିବା ନେଇ ଜଣାପଡିବା ପରେ ବନକର୍ମଚାରୀ ଓ ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଗଭୀର ଆଘାତ ଲାଗିଛି। ସାଢେ ୭ଫୁଟରୁ ଉଚ୍ଚ ଭବାନୀର ବୟସ ୬୦ବର୍ଷ ହେବ ବୋଲି ଓଡିଶା ବନ ଉନ୍ନୟନ ନିଗମର ସ୍ବାଧିନ ନିର୍ଦ୍ଦେଶକ ତଥା ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି। ଶିମିଳିପାଳ ଅଭୟାରଣ୍ୟର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ଶୋଭା ହାତୀ ପିଠିରେ ବସି କର୍ମଚାରୀମାନେ ପେଟ୍ରୋଲିଂ କରୁଥିଲେ। ଶିକାରୀ ଓ କାଠ ଚୋରିକୁ ରୋକିବା ଦିଗରେ ଜଣେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିଲା ଭବାନୀ । ଏପରିକି ବଣୁଆ ହାତୀଙ୍କ ଉପଦ୍ରବ ସମୟରେ ଭବାନୀର କାର୍ଯ୍ୟ ଅତ୍ୟନ୍ତ ଉଲ୍ଲଖନୀୟ ରହିଥାଏ। ହାତୀମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା । ସେହିପରି ପର୍ଯ୍ୟଟକକୁ ପିଠିରେ ବସାଇ ଶିମିଳିପାଳ ଅଭୟାରଣ୍ୟ ବୁଲୁଥିଲା। ଶାନ୍ତପ୍ରିୟ ପ୍ରାଣୀ ଭାବେ ଅତି ପ୍ରିୟପାତ୍ର ରହିଥିଲା ଭବାନୀ। ତେବେ କିଛିଦିନ ଧରି ସ୍ବାସ୍ଥ୍ୟବସ୍ଥାରେ ସାମାନ୍ୟ ଖରାପ ଥିବାବେଳେ ହଠାତ ମୃତ୍ୟୁବରଣ କରିଛି। ତେବେ ଶିମିଳିପାଳ ପାଇଁ ମହିନ୍ଦ୍ରା ସହିତ ଶୋଭାର କର୍ତ୍ତବ୍ୟ ଚିରଦିନ ପର୍ଯ୍ୟନ୍ତ ରହିବ ବୋଲି ପ୍ରାଣୀପ୍ରେମୀମାନେ ପ୍ରକାଶ କରିଛନ୍ତି । ମଙ୍ଗଳବାର ପ୍ରାଣୀ ଡାକ୍ତର ଓ ଅଧିକାରୀଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି। ତେବେ ଶିମିଳିପାଳ ସୁରକ୍ଷାରେ ସୈନିକ ସାଜିଥିବା ଶୋଭା,ମହିନ୍ଦ୍ରା ଓ ପରେ ଭବାନୀର ମୃତ୍ୟୁ ହେବା ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଧାରଣାରତ ମହିଳାଙ୍କୁ ପୋଲିସ ଭ୍ୟାନ୍‌ରେ ପୂରାଇ ଭଙ୍ଗାଗଲା ଘର

ବଲାଙ୍ଗୀର ଜିଲାର ଲୋୟର ସୁକ୍‌ତେଲ ପ୍ରକଳ୍ପ ପ୍ରଭାବିତ ଲୋଇସିଂହା ବ୍ଲକ ତବଲବାଞ୍ଜି ଗଁାରେ ବୁଧବାର ବିସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଯୁକ୍ତ କ୍ଷତିପୂରଣ ଏବଂ ଉଚିତ ଥଇଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri