ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ରାଇରଙ୍ଗପୁର,୫ା୮(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଘୁଙ୍ଗୁ ପାହାଡ଼ି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମର ଜନୈକ ଯୁବକଙ୍କ ବାସଗୃହ ପଛପଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତ ଯୁବକଙ୍କ ମୃତଦେହକୁ ଶନିବାର ପୋଲିସ ଉଦ୍ଧାର କରିଥିବାର ଜଣାଯାଇଛି। ମୃତ ଯୁବକ ସମା ଖଡ଼ସରା (୩୮) ବୋଲି ଜଣାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ସମାଙ୍କ ମୃତଦେହ ଜବତ କରି ରାଇରଙ୍ଗପୁର ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ପୋଲିସ ପକ୍ଷରୁ କେସ୍‌ ନଂ ୧୨/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବାର ଜଣାଯାଇଛି। ପୋଲିସ ଉକ୍ତ ମାମଲାର ପ୍ରାଥମିକ ତଦନ୍ତରେ ମୃତ ଯୁବକ ସମା ଏବଂ ସ୍ତ୍ରୀ ଉଭୟ ମଧ୍ୟରେ ଘରୋଇ କନ୍ଦଳକୁ ନେଇ ଆତ୍ମହତ୍ୟା କରିଥିବା ତଦନ୍ତକାରୀ ପୋଲିସ ପକ୍ଷରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷା: ଏହି ଜିଲାରେ ସମସ୍ତ ସ୍କୁଲ ବନ୍ଦ

ବାରିପଦା,୧୩।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ଗତ ରାତିରୁ ଆରମ୍ଭ ହୋଇ ଏପର୍ଯ୍ୟନ୍ତ ଜାରି ରହିଥିବା ଭାରି ବର୍ଷାକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲାର ସମସ୍ତ…

ପଥରରେ ଛେଚି ଯୁବକଙ୍କୁ ହତ୍ୟା !: ନିର୍ମାଣାଧୀନ ଆବାସ ଘରୁ ରକ୍ତାକ୍ତ ମୃତଦେହ

ରାଇରଙ୍ଗପୁର,୧୧।୮: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳର ବାଢୁଣିଆ ଗାଁରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହଜନକ ଘଟଣା ସାମ୍ନାକୁ ଆସିଛି। ଗାଁର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri