ରାସ୍ତାରେ ଛାଡ଼ି ପଳାଇଲେ ପ୍ରେମିକାଙ୍କ ମୃତଦେହ

ଭୁବନେଶ୍ୱର,(ସୂର୍ଯ୍ୟକାନ୍ତ ବେହେରା)/ପୁରୁଣା ଭୁବନେଶ୍ୱର, ୯ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରେମିକାଙ୍କ ମୃତଦେହକୁ ନଦୀରେ ଫିଙ୍ଗିବାକୁ ସହଯୋଗୀଙ୍କ ସହ ବାଇକରେ ନେଉଥିଲେ। ହେଲେ ଅଧାବାଟରେ ସ୍ଥାନୀୟ ଲୋକେ ଏହା ଦେଖି ଧରିବାକୁ ଗୋଡ଼ାଇବାରୁ ଘଟିଲା ଦୁର୍ଘଟଣା। ଫଳରେ ରାସ୍ତା ମଝିରେ ବାଇକ ସହ ମୃତଦେହ ଛାଡ଼ି ପଳାଇଲେ ପ୍ରେମିକଙ୍କ ସମେତ ୩ ଯୁବକ। ରାଜଧାନୀ ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୋଲିସ ଘଟଣାସ୍ଥଳରୁ ୨ ବାଇକ ସମେତ ଯୁବତୀଙ୍କ ମୃତଦେହ ଜବତ କରି ଖୋଳତାଡ଼ ଜାରି ରଖିଛି। ମୃତା ଯୁବତୀ ହେଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ଭାଗ୍ୟ ଡାକୁଆ(୧୮)। ମୃତା ଭାଗ୍ୟଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଛି। ଭାଗ୍ୟଙ୍କୁ ହତ୍ୟା କରାଯାଇଥିବା ଗଙ୍ଗୋତ୍ରିନଗରରେ ରହୁଥିବା ତାଙ୍କ ପରିବାର ଲୋକେ କହୁଛନ୍ତି। ବାପା ହୀନ ଡାକୁଆଙ୍କ ଏତଲା ପରେ ଧଉଳି ଥାନା ପୋଲିସ ଏକ ହତ୍ୟା ମାମଲା (ନଂ. ୯୦/୨୦୨୪) ରୁଜୁ କରି ଘଟଣାର ଖୋଳତାଡ ଚଳାଇଛି। ପୋଲିସ ଜବତ କରିଥିବା ବାଇକର ତଥ୍ୟ ଆଧାରରେ ପ୍ରେମିକ ସେକ୍‌ ରାଜୁ (୩୦)ଙ୍କୁ ଗିରଫ କରି ପଚରାଉଚରା କରୁଛି। ରାଜୁଙ୍କ ଘର ପଶ୍ଚିମବଙ୍ଗ ହୋଇଥିବାବେଳେ ସେ ଭୁବନେଶ୍ୱରରେ ଠିକାଦାରି କରନ୍ତି। ତେବେ ରାଜୁ ପୂର୍ବରୁ ବିବାହିତ ହୋଇଥିବାବେଳେ ତାଙ୍କ ଅଧୀନରେ କାମ କରୁଥିବା ମୃତା ଭାଗ୍ୟଙ୍କୁ ସେ ପ୍ରେମ ଜାଲରେ ଫସାଇଥିଲେ। ଭାଗ୍ୟ ଘର ଛାଡ଼ି ରାଜୁଙ୍କ ପାଖକୁ ପଳାଇ ଆସିଥିଲେ। ଉଭୟ ଏହି ଥାନା ଅନ୍ତର୍ଗତ ବଡଦା ହସ୍ପିଟାଲ ନିକଟରେ ଘରଭଡ଼ା ନେଇ ୩ ମାସ ହେବ ଲିଭ୍‌ ଇନ୍‌ରେ ରହୁଥିଲେ। ତେବେ ଭାଗ୍ୟ ଘର ଭିତରେ ଫ୍ୟାନ ହୁକ୍‌ରେ ଶାଢି ଦ୍ୱାରା ଆତ୍ମହତ୍ୟା କରିଥିବା ରାଜୁ ପୋଲିସକୁ କହିଛନ୍ତି। ଭୟରେ ମୃତଦେହକୁ କେଉଁଆଡେ ଫୋପାଡି ପ୍ରମାଣ ଲୁଚାଇବା ପାଇଁ ନେଇଯାଉଥିଲେ ବୋଲି ଜଣାଇଛନ୍ତି। ହେଲେ ଆତ୍ମହତ୍ୟା ସମ୍ପର୍କରେ ପରିବାର ଲୋକ କିମ୍ବା ପୋଲିସକୁ ନ ଜଣାଇ କାହିଁକି ମୃତଦେହକୁ ଫିଙ୍ଗିବାକୁ ନେଉଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ଅଭିଯୁକ୍ତ ରାଜୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାଏକ କହିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ରାଜୁଙ୍କ ଦୁଇ ସହଯୋଗୀଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଥିବା ସେ ସୂଚନା ଦେଇଛନ୍ତି।

ଆଖିପତା, ଆଙ୍ଗୁଠିରେ କ୍ଷତ, ବେକରେ ଦାଗ

ରବିବାର ରାତି ୧୦ରୁ ୧୦ଟା ୩୦ ମଧ୍ୟରେ ଲିଙ୍ଗିପୁର ନଦୀପଠା ବନ୍ଧ ରାସ୍ତାରେ ୨ଟି ବାଇକ ପାଖାପାଖି ହୋଇ ଯାଉଥିବାବେଳେ ଗୋଟିଏ ବାଇକରେ ୨ଜଣ ଯୁବକଙ୍କ ମଝିରେ ଜଣେ ଯୁବତୀ ବସିଥିବା ଦେଖିଥିଲେ। ତେବେ ଯୁବତୀଙ୍କ ଗୋଡ଼ ତଳକୁ ଓହଳି ରାସ୍ତାରେ ଘୋଷାରି ହୋଇ ଯାଉଥିବାରୁ ଲୋକେ ସନ୍ଦେହ କରି ସେମାନଙ୍କର ପିଛା କରିଥିଲେ। ବର୍ଷା ଯୋଗୁ ରାସ୍ତା ଓଦା ରହିଥିଲା। ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ଭାରସାମ୍ୟ ହରାଇବାରୁ ବାଇକ ଦୁଇଟି ଦୁର୍ଘଟଣା ହୋଇଥିଲା। ଏହାପରେ ରାଜୁ ଓ ତାଙ୍କ ଦୁଇ ସହଯୋଗୀ ଘଟଣାସ୍ଥଳରୁ ବାଇକ ଛାଡ଼ି ପଳାଇଯାଇଥିବା ବେଳେ ରାସ୍ତାରେ ଭାଗ୍ୟଙ୍କ ମୃତଦେହ ପଡି ରହିଥିଲା। ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲା। ଯୁବତୀଙ୍କ ଆଖି ପତା, ପାଦ ଆଙ୍ଗୁଠିରେ କ୍ଷତ ଚିହ୍ନ ଥିବା ବେଳେ ବେକରେ ମଧ୍ୟ ଦାଗ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ଏହାସହ ସୋମବାର ସକାଳେ ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଘଟଣାସ୍ଥଳ ସମେତ ସେମାନେ ରହୁଥିବା ଘରକୁ ଯାଇ ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri