ରାସ୍ତାରେ ଛାଡ଼ି ପଳାଇଲେ ପ୍ରେମିକାଙ୍କ ମୃତଦେହ

ଭୁବନେଶ୍ୱର,(ସୂର୍ଯ୍ୟକାନ୍ତ ବେହେରା)/ପୁରୁଣା ଭୁବନେଶ୍ୱର, ୯ା୪(ସୁବାସ ଚନ୍ଦ୍ର ପ୍ରଧାନ):ପ୍ରେମିକାଙ୍କ ମୃତଦେହକୁ ନଦୀରେ ଫିଙ୍ଗିବାକୁ ସହଯୋଗୀଙ୍କ ସହ ବାଇକରେ ନେଉଥିଲେ। ହେଲେ ଅଧାବାଟରେ ସ୍ଥାନୀୟ ଲୋକେ ଏହା ଦେଖି ଧରିବାକୁ ଗୋଡ଼ାଇବାରୁ ଘଟିଲା ଦୁର୍ଘଟଣା। ଫଳରେ ରାସ୍ତା ମଝିରେ ବାଇକ ସହ ମୃତଦେହ ଛାଡ଼ି ପଳାଇଲେ ପ୍ରେମିକଙ୍କ ସମେତ ୩ ଯୁବକ। ରାଜଧାନୀ ଉପକଣ୍ଠ ଧଉଳି ଥାନା ଅନ୍ତର୍ଗତ ଲିଙ୍ଗିପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପୋଲିସ ଘଟଣାସ୍ଥଳରୁ ୨ ବାଇକ ସମେତ ଯୁବତୀଙ୍କ ମୃତଦେହ ଜବତ କରି ଖୋଳତାଡ଼ ଜାରି ରଖିଛି। ମୃତା ଯୁବତୀ ହେଲେ ଗଞ୍ଜାମ ହିଞ୍ଜିଳିକାଟୁ ଅଞ୍ଚଳର ଭାଗ୍ୟ ଡାକୁଆ(୧୮)। ମୃତା ଭାଗ୍ୟଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଛି। ଭାଗ୍ୟଙ୍କୁ ହତ୍ୟା କରାଯାଇଥିବା ଗଙ୍ଗୋତ୍ରିନଗରରେ ରହୁଥିବା ତାଙ୍କ ପରିବାର ଲୋକେ କହୁଛନ୍ତି। ବାପା ହୀନ ଡାକୁଆଙ୍କ ଏତଲା ପରେ ଧଉଳି ଥାନା ପୋଲିସ ଏକ ହତ୍ୟା ମାମଲା (ନଂ. ୯୦/୨୦୨୪) ରୁଜୁ କରି ଘଟଣାର ଖୋଳତାଡ ଚଳାଇଛି। ପୋଲିସ ଜବତ କରିଥିବା ବାଇକର ତଥ୍ୟ ଆଧାରରେ ପ୍ରେମିକ ସେକ୍‌ ରାଜୁ (୩୦)ଙ୍କୁ ଗିରଫ କରି ପଚରାଉଚରା କରୁଛି। ରାଜୁଙ୍କ ଘର ପଶ୍ଚିମବଙ୍ଗ ହୋଇଥିବାବେଳେ ସେ ଭୁବନେଶ୍ୱରରେ ଠିକାଦାରି କରନ୍ତି। ତେବେ ରାଜୁ ପୂର୍ବରୁ ବିବାହିତ ହୋଇଥିବାବେଳେ ତାଙ୍କ ଅଧୀନରେ କାମ କରୁଥିବା ମୃତା ଭାଗ୍ୟଙ୍କୁ ସେ ପ୍ରେମ ଜାଲରେ ଫସାଇଥିଲେ। ଭାଗ୍ୟ ଘର ଛାଡ଼ି ରାଜୁଙ୍କ ପାଖକୁ ପଳାଇ ଆସିଥିଲେ। ଉଭୟ ଏହି ଥାନା ଅନ୍ତର୍ଗତ ବଡଦା ହସ୍ପିଟାଲ ନିକଟରେ ଘରଭଡ଼ା ନେଇ ୩ ମାସ ହେବ ଲିଭ୍‌ ଇନ୍‌ରେ ରହୁଥିଲେ। ତେବେ ଭାଗ୍ୟ ଘର ଭିତରେ ଫ୍ୟାନ ହୁକ୍‌ରେ ଶାଢି ଦ୍ୱାରା ଆତ୍ମହତ୍ୟା କରିଥିବା ରାଜୁ ପୋଲିସକୁ କହିଛନ୍ତି। ଭୟରେ ମୃତଦେହକୁ କେଉଁଆଡେ ଫୋପାଡି ପ୍ରମାଣ ଲୁଚାଇବା ପାଇଁ ନେଇଯାଉଥିଲେ ବୋଲି ଜଣାଇଛନ୍ତି। ହେଲେ ଆତ୍ମହତ୍ୟା ସମ୍ପର୍କରେ ପରିବାର ଲୋକ କିମ୍ବା ପୋଲିସକୁ ନ ଜଣାଇ କାହିଁକି ମୃତଦେହକୁ ଫିଙ୍ଗିବାକୁ ନେଉଥିଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ହତ୍ୟା ପରେ ଆତ୍ମହତ୍ୟା ରୂପ ଦେବାକୁ ଅଭିଯୁକ୍ତ ରାଜୁ ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଥାନା ଅଧିକାରୀ ପ୍ରଦୀପ୍ତ କିଶୋର ନାଏକ କହିଛନ୍ତି। ଏହି ମାମଲାରେ ସଂପୃକ୍ତ ଥିବା ରାଜୁଙ୍କ ଦୁଇ ସହଯୋଗୀଙ୍କୁ ଧରିବାକୁ ପୋଲିସ ଉଦ୍ୟମ କରୁଥିବା ସେ ସୂଚନା ଦେଇଛନ୍ତି।

ଆଖିପତା, ଆଙ୍ଗୁଠିରେ କ୍ଷତ, ବେକରେ ଦାଗ

ରବିବାର ରାତି ୧୦ରୁ ୧୦ଟା ୩୦ ମଧ୍ୟରେ ଲିଙ୍ଗିପୁର ନଦୀପଠା ବନ୍ଧ ରାସ୍ତାରେ ୨ଟି ବାଇକ ପାଖାପାଖି ହୋଇ ଯାଉଥିବାବେଳେ ଗୋଟିଏ ବାଇକରେ ୨ଜଣ ଯୁବକଙ୍କ ମଝିରେ ଜଣେ ଯୁବତୀ ବସିଥିବା ଦେଖିଥିଲେ। ତେବେ ଯୁବତୀଙ୍କ ଗୋଡ଼ ତଳକୁ ଓହଳି ରାସ୍ତାରେ ଘୋଷାରି ହୋଇ ଯାଉଥିବାରୁ ଲୋକେ ସନ୍ଦେହ କରି ସେମାନଙ୍କର ପିଛା କରିଥିଲେ। ବର୍ଷା ଯୋଗୁ ରାସ୍ତା ଓଦା ରହିଥିଲା। ଲୋକଙ୍କୁ ଦେଖି ଅଭିଯୁକ୍ତମାନେ ଭାରସାମ୍ୟ ହରାଇବାରୁ ବାଇକ ଦୁଇଟି ଦୁର୍ଘଟଣା ହୋଇଥିଲା। ଏହାପରେ ରାଜୁ ଓ ତାଙ୍କ ଦୁଇ ସହଯୋଗୀ ଘଟଣାସ୍ଥଳରୁ ବାଇକ ଛାଡ଼ି ପଳାଇଯାଇଥିବା ବେଳେ ରାସ୍ତାରେ ଭାଗ୍ୟଙ୍କ ମୃତଦେହ ପଡି ରହିଥିଲା। ମୃତଦେହ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲା। ଯୁବତୀଙ୍କ ଆଖି ପତା, ପାଦ ଆଙ୍ଗୁଠିରେ କ୍ଷତ ଚିହ୍ନ ଥିବା ବେଳେ ବେକରେ ମଧ୍ୟ ଦାଗ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରିଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ। ଏହାସହ ସୋମବାର ସକାଳେ ପୋଲିସ ସାଇଣ୍ଟିଫିକ ଟିମ୍‌ ସହାୟତାରେ ଘଟଣାସ୍ଥଳ ସମେତ ସେମାନେ ରହୁଥିବା ଘରକୁ ଯାଇ ତଦନ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?