ବିଶ୍ୱର ହିନ୍ଦୁମାନଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ: କାନାଡା ସାଂସଦ ଚନ୍ଦ୍ର ଆର୍ଯ୍ୟ

ଓଟଓ୍ବା,୩୧।୧: ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ କରାଯାଇଥିଲା। ଏହାର ଗୁଞ୍ଜରଣ ସାରା ଦୁନିଆରେ ବ୍ୟାପିଥିଲା। ସମଗ୍ର ବିଶ୍ୱରେ ୧.୨ ବିଲିୟନ ହିନ୍ଦୁଙ୍କ ପାଇଁ ଏହା ଏକ ନୂତନ ଯୁଗର ଆରମ୍ଭ। କାନାଡାର ସାଂସଦ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି।
ବୁଧବାର ରାମ ମନ୍ଦିର ଉପରେ କାନାଡା ସଂସଦରେ ଭାଷଣ ଦେବାବେଳେ ଚନ୍ଦ୍ର ଆର୍ଯ୍ୟ କହିଛନ୍ତି, ଯେତେବେଳେ ରାମ ମନ୍ଦିର ଉଦ୍‌ଘାଟନ ହୋଇଥିଲା, ସେତେବେଳେ ମୁଁ ଓଟଓ୍ବା ହିନ୍ଦୁ ମନ୍ଦିରରେ ଥିଲି ଏବଂ ଏହାର ଲାଇଭ କଭରେଜ ଦେଖିଥିଲି। ଏହା ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। ବିଶ୍ୱର ସର୍ବ ପୁରାତନ ଧର୍ମର ଇତିହାସରେ, ଜାନୁଆରୀ ୨୨, ୨୦୨୪ କାନାଡ଼ାରେ ଏକ ମିଲିୟନ ହିନ୍ଦୁ ସମେତ ୧.୨ ବିଲିୟନ ହିନ୍ଦୁମାନଙ୍କ ପାଇଁ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ବ:ର୍ଷ ବର୍ଷ ଧରି ପ୍ରତୀକ୍ଷା ଏବଂ ଅପାର ବଳିଦାନ ପରେ ଅଯୋଧ୍ୟାରେ ଥିବା ଈଶ୍ୱରୀୟ ମନ୍ଦିର ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସହିତ ଉଦ୍‌ଘାଟିତ ହୋଇଥିଲା, ଯାହା ଏକ ପ୍ରତିମାକୁ ଦେବତା ରୂପେ ପରିଣତ କରିଥିଲା।
କାନାଡାର ପ୍ରାୟ ୧୧୫ଟି ମନ୍ଦିର ଏବଂ ଇଭେଣ୍ଟରେ ଅନ୍ୟ ହିନ୍ଦୁମାନଙ୍କ ପରି ମୁଁ ମଧ୍ୟ ଅଟ୍ଟୋ ହିନ୍ଦୁ ମନ୍ଦିରରେ ଏହି ଭାବପ୍ରବଣ ମୁହୂର୍ତ୍ତର ଲାଇଭ କଭରେଜ ଦେଖିଥିଲି ବୋଲି ଭାରତୀୟ ମୂଳ କାନାଡିୟ ସାଂସଦ ଆର୍ଯ୍ୟ କହିଛନ୍ତି।
ଭାରତକୁ ହିନ୍ଦୁମାନଙ୍କର ଜନ୍ମସ୍ଥାନ ବୋଲି ବର୍ଣ୍ଣନା କରି ସେ ଆହୁରି କହିଛନ୍ତି, ଭାରତ, ହିନ୍ଦୁ ଧର୍ମର ଜନ୍ମସ୍ଥାନ, ଏକ ପ୍ରମୁଖ ବିଶ୍ୱ ଅର୍ଥନୈତିକ ଏବଂ ଭୌଗୋଳିକ ଶକ୍ତି ଭାବରେ ଉଭା ହେବା ପାଇଁ ଏହାର ସଭ୍ୟତାକୁ ପୁନଃ ନିର୍ମାଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

ବାଇକରେ ବୁହାହେଲା ମୃତଦେହ: ଅଭାବନୀୟ ଚିତ୍ରର ଭିଡିଓ ହେଉଛି ଭାଇରାଲ

ବଲାଙ୍ଗୀର,୨୪।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରୁ ଆସିଛି ଅଭାବନୀୟ ଚିତ୍ର। କଣ୍ଟାବାଞ୍ଜି ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଖଇରପଦର ଗାଁର ୧୨ ବର୍ଷୀୟା…

ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପୁଟିନ: ଦେଲେ ସବୁ ଶ୍ରେୟ

ମସ୍କୋ,୨୪।୮: ମସ୍କୋରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ସୋମବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ଏଠାରେ ଉଭୟ ପକ୍ଷ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର…

‘ମୁଁ ରାଜନୀତିରୁ ସନ୍ନ୍ୟାସ…’, TMCରେ ବିଦ୍ରୋହ ମଧ୍ୟରେ ମମତା ବାନାର୍ଜୀଙ୍କ ବଡ଼ ଘୋଷଣାକୁ ନେଇ ହଇଚଇ

ନୂଆଦିଲ୍ଲୀ,୨୪।୮: TMC ମୁଖ୍ୟ ମମତା ବାନାର୍ଜୀ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ରାଜନୀତିରୁ ସନ୍ନ୍ୟାସ ନେବାର…

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସରକାର ବିରୋଧରେ CJPର ବଡ଼ ଘୋଷଣା: ୫ ସେପ୍ଟେମ୍ବରରେ…

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ନୂଆଦିଲ୍ଲୀରେ ବିରୋଧ ମାର୍ଚ୍ଚ କରିବାକୁ ଘୋଷଣା କରିଛି। ଦଳର ଅଭିଯୋଗ ଅନୁସାରେ, କେନ୍ଦ୍ର ସରକାର ୨୫ ଜୁଲାଇରେ ଦେଶର ଯୁବପିଢ଼ିଙ୍କୁ…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ଚିନିକୁ ନେଇ ଦେଶରେ ହଇଚଇ: ବଡ଼ ସୂଚନା ଦେଲା ଭାରତୀୟ ଚିନି ମିଲ୍‌ ସଂଘ, ଆଗକୁ…

ନୂଆଦିଲ୍ଲୀ,୨୪।୮: ଦେଶରେ ଚିନିର କୌଣସି ଅଭାବ ନାହିଁ ଏବଂ ଆଗାମୀ ଦିନରେ ଖୁଚୁରା ବଜାରରେ ଚିନି ଦର କମିବାର ଆଶା ରହିଛି ବୋଲି ଭାରତୀୟ ଚିନି ମିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri