Posted inଫୁରସତ

ଗ୍ରାହକ କୈନ୍ଦ୍ରିକ ପଦକ୍ଷେପରୁ ମିଳିଛି ସ୍ବତନ୍ତ୍ରତା

ଓଡ଼ିଶା ବଜାରକୁ ନେଇ କ’ଣ କହିବେ?
ଭାରତରେ କମ୍ପାନୀ ଯେଉଁ କେତୋଟି ରାଜ୍ୟକୁ ତା’ର ଅଗ୍ରଣୀ ବ୍ୟବସାୟ କ୍ଷେତ୍ର ଭାବେ ମନୋନୀତ କରିଛି, ସେଥିମଧ୍ୟରୁ ଓଡ଼ିଶା ହେଉଛି ଅନ୍ୟତମ। ରାଜ୍ୟର ପ୍ରମୁଖ କୃଷି ଅଞ୍ଚଳ ବରଗଡ଼ ଓ ସୋନପୁର ଆମ ପାଇଁ ପ୍ରମୁଖ ବଜାର ଭାବେ ପରିଗଣିତ ହୋଇଛି। ମୋଟ କାରବାର ୧୫%ରୁ ଊର୍ଦ୍ଧ୍ୱ ଅଂଶ ଓଡ଼ିଶା ବଜାରରୁ ସଂଗ୍ରହ ହୋଇଥାଏ।
କୋଭିଡ୍‌ ସ୍ଥିତିକୁ କିଭଳି ସାମ୍ନା କଲେ?
ଯୋଗୁ ବ୍ୟବସାୟୀମାନେ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ବଜାରର ସମସ୍ୟାକୁ ନଜରରେ ରଖି ଚାଷୀଙ୍କୁ ଉପଯୁକ୍ତ ସେବା ସହ ବୀମା ସୁବିଧା ପ୍ରଦାନ କରିଛୁ। କମ୍ପାନୀ ସହ ଜଡ଼ିତ ଅନ୍ୟ ଅଂଶୀଦାରଙ୍କୁ ମଧ୍ୟ ସହଯୋଗ କରାଯାଇଛି। କର୍ମଚାରୀଙ୍କୁ କୋଭିଡ୍‌ ସହାୟତା ସହ ନିଯୁକ୍ତି ସୁରକ୍ଷା ଓ ମେଡିକାଲ ସୁବିଧା ପ୍ରଦାନ କରାଯାଇଛି। କର୍ମଚାରୀ, ଡିଲର ଏବଂ ଗ୍ରାହକଙ୍କ ମନରେ ଯେଭଳି କୌଣସି ଆଶଙ୍କା ନ ଆସେ ସେ ଦିଗକୁ ଧ୍ୟାନରେ ରଖିଥିଲୁ।
ସୋନାଲିକାର ଟ୍ରାକ୍ଟର ବିକ୍ରି କିପରି ରହିଛି?
ପ୍ରାୟ ସମୟରେ କାରବାର ଭଲ ରହିଥାଏ। ଏଠାରେ କୃଷି, ଖଣି, ପରିବହନ ସହ ଅନ୍ୟ କ୍ଷେତ୍ରରେ ଟ୍ରାକ୍ଟର ବ୍ୟବହାର ହେଉଛି। ଗ୍ରାହକଙ୍କୁ ସହଜ ଋଣ ଓ ସୁଲଭ ମୂଲ୍ୟରେ ଗାଡ଼ି ଯୋଗାଇ ଦେଉଛୁ। କୃଷି କ୍ଷେତ୍ର ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ଯୋଗୁ ସୋନାଲିକାର ଟ୍ରାକ୍ଟର ବିକ୍ରି ବେଶ୍‌ ଭଲ ରହିଛି। କୋଭିଡ୍‌ ଯୋଗୁ କାରବାର ପ୍ରଭାବିତ ହୋଇଛି। ପ୍ରଥମ ଲହରରେ ଚାହିଦା ଅନୁସାରେ ଉତ୍ପାଦନ ଓ ଯୋଗାଣ ଠିକ ଭାବେ ହୋଇ ପାରି ନ ଥିଲା। ୨ୟ ଲହରରେ ଚାହିଦାରେ ଉନ୍ନତି ଆସିବାରୁ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଚେଷ୍ଟା ଜାରି ରହିଛି। ଟ୍ରାକ୍ଟରର ଡିମାଣ୍ଡ ରହିଥିବାରୁ କାରବାର ବୃଦ୍ଧି ନେଇ ଯୋଜନା ରହିଛି।
ଜିଏସ୍‌ଟି କେତେ ସହାୟକ ହୋଇଛି?
ଓ ସେବା ଟିକସ(ଜିଏସ୍‌ଟି) ଦ୍ୱାରା ଟିକସ କ୍ଷେତ୍ରର ବିଭିନ୍ନ ସମସ୍ୟା ସମାଧାନ ହୋଇଛି। ସାରା ଦେଶରେ ସିଙ୍ଗଲ୍‌ ଓ୍ବିଣ୍ଡୋ ଦ୍ୱାରା ସମୟ ଅନୁସାରେ କାମ ହୋଇପାରୁଛି। ବ୍ୟବସାୟୀ ଓ ଗ୍ରାହକ ବେଶ୍‌ ଉପକୃତ ହୋଇପାରୁଛନ୍ତି। ରାଜ୍ୟ ସ୍ତରରେ ଟିକସରେ ଭିନ୍ନତା ଓ ବିଭିନ୍ନ ଅନୁମତି ନେବାରେ ପୂର୍ବରୁ ସମସ୍ୟା ରହୁଥିଲା, ଯାହା ବର୍ତ୍ତମାନ ଆଉ ନାହିଁ।
ସୋନାଲିକା କିଭଳି ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି?
ଚାହିଦା ଓ ବଜାରର ଆବଶ୍ୟକତାକୁ ନଜରରେ ରଖାଯାଇଛି। ନୂଆ ଜ୍ଞାନକୌଶଳ ଦ୍ୱାରା ୧୫ ଏଚ୍‌ପିରୁ ୧୧୦ ଏଚ୍‌ପି ବର୍ଗର ଟ୍ରାକ୍ଟର ବଜାରରେ ଉପଲବ୍ଧ କରିଛୁ। ପ୍ରତି ଜିଲାରେ ଡିଲର ପଏଣ୍ଟ ସହ ସର୍ଭିସ ସେଣ୍ଟର ସ୍ଥାପନ କରାଯାଇଛି। ୨ ଦିନ ମଧ୍ୟରେ ଗ୍ରାହକ ସନ୍ତୁଷ୍ଟି ସେବା ଯୋଗାଉଛୁ। ମୂଲ୍ୟରେ ସୁଲଭତା, ବିକ୍ରି ପରବର୍ତ୍ତୀ ସେବା ଏବଂ ଗ୍ରାହକଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ। ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ସୋନାଲିକାକୁ ଅନ୍ୟ ବ୍ରାଣ୍ଡଠାରୁ ସ୍ବତନ୍ତ୍ର କରିଛି। ଫଳରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇଛୁ।
ସରକାରଙ୍କଠାରୁ କିଛି ସୁବିଧା ପାଉଛନ୍ତି?
କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କରୁଛନ୍ତି। କୃଷି କ୍ଷେତ୍ରର ସବ୍‌ସିଡି ଯୋଜନାକୁ ଦୀର୍ଘ ସ୍ଥାୟୀ କରିବା ଆବଶ୍ୟକ। ଏହା କୃଷି ପ୍ରତି ଆଗ୍ରହ ଏବଂ ଚାହିଦା ବଢ଼ାଇବାରେ ସହାୟକ ହେବ। ସବ୍‌ସିଡି ଯୋଜନାରେ ନୂତନ ବର୍ଗର ଟ୍ରାକ୍ଟର ଓ ଯନ୍ତ୍ରପାତିକୁ ସାମିଲ କରାଗଲେ ଭଲ ହୁଅନ୍ତା। ପରିବହନ ବ୍ୟବସ୍ଥା ଓ ନିୟମ କୋହଳ ହେଲେ ସବୁ ବର୍ଗ ସୁବିଧା ପାଇପାରନ୍ତେ।
ପାର୍ବଣ ପାଇଁ କ’ଣ ଯୋଜନା ରହିଛି?
ବର୍ଷ ସାରା ପର୍ବପର୍ବାଣି। ପାର୍ବଣରେ ନୂଆ ମଡେଲ ସହ ସ୍ବତନ୍ତ୍ର କମ୍ବୋ ଅଫର ଆସିବ। ୩୨ଟି ଡିଲର ପଏଣ୍ଟ ଜରିଆରେ ପ୍ରଡକ୍ଟ ଏବଂ ସେବା ଯୋଗାଇବାକୁ ଯୋଜନା ରହିଛି।
ଅଫିସ ଏବଂ ପରିବାର ମଧ୍ୟରେ କିଭଳି ସମନ୍ବୟ ରକ୍ଷା କରନ୍ତି?
କର୍ତ୍ତୃପକ୍ଷ ଓ ପରିବାରର ସହଯୋଗ ଯୋଗୁ ସବୁ କାର୍ଯ୍ୟ ଠିକ୍‌ରେ କରି ହେଉଛି। ସମୟକୁ ଠିକ୍‌ ଭାବେ ବାଣ୍ଟିଦେଲେ ଦାୟିତ୍ୱ ନିର୍ବାହ କୋହଳ ହୋଇପାରିବ। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ଅନେକ ଗୁରୁଦାୟିତ୍ୱ ରହିଛି। ପରିବାର ଲୋକଙ୍କ ପାଇଁ ମଧ୍ୟ କର୍ତ୍ତବ୍ୟ ରହିଛି। ସମସ୍ତଙ୍କଠାରୁ ସହଯୋଗ ପାଇଛି।

-ସାକ୍ଷାତ୍‌କାର: ଅଭୟ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri