Posted inଫୁରସତ

ଗ୍ରାହକ କୈନ୍ଦ୍ରିକ ପଦକ୍ଷେପରୁ ମିଳିଛି ସ୍ବତନ୍ତ୍ରତା

ଓଡ଼ିଶା ବଜାରକୁ ନେଇ କ’ଣ କହିବେ?
ଭାରତରେ କମ୍ପାନୀ ଯେଉଁ କେତୋଟି ରାଜ୍ୟକୁ ତା’ର ଅଗ୍ରଣୀ ବ୍ୟବସାୟ କ୍ଷେତ୍ର ଭାବେ ମନୋନୀତ କରିଛି, ସେଥିମଧ୍ୟରୁ ଓଡ଼ିଶା ହେଉଛି ଅନ୍ୟତମ। ରାଜ୍ୟର ପ୍ରମୁଖ କୃଷି ଅଞ୍ଚଳ ବରଗଡ଼ ଓ ସୋନପୁର ଆମ ପାଇଁ ପ୍ରମୁଖ ବଜାର ଭାବେ ପରିଗଣିତ ହୋଇଛି। ମୋଟ କାରବାର ୧୫%ରୁ ଊର୍ଦ୍ଧ୍ୱ ଅଂଶ ଓଡ଼ିଶା ବଜାରରୁ ସଂଗ୍ରହ ହୋଇଥାଏ।
କୋଭିଡ୍‌ ସ୍ଥିତିକୁ କିଭଳି ସାମ୍ନା କଲେ?
ଯୋଗୁ ବ୍ୟବସାୟୀମାନେ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। ବଜାରର ସମସ୍ୟାକୁ ନଜରରେ ରଖି ଚାଷୀଙ୍କୁ ଉପଯୁକ୍ତ ସେବା ସହ ବୀମା ସୁବିଧା ପ୍ରଦାନ କରିଛୁ। କମ୍ପାନୀ ସହ ଜଡ଼ିତ ଅନ୍ୟ ଅଂଶୀଦାରଙ୍କୁ ମଧ୍ୟ ସହଯୋଗ କରାଯାଇଛି। କର୍ମଚାରୀଙ୍କୁ କୋଭିଡ୍‌ ସହାୟତା ସହ ନିଯୁକ୍ତି ସୁରକ୍ଷା ଓ ମେଡିକାଲ ସୁବିଧା ପ୍ରଦାନ କରାଯାଇଛି। କର୍ମଚାରୀ, ଡିଲର ଏବଂ ଗ୍ରାହକଙ୍କ ମନରେ ଯେଭଳି କୌଣସି ଆଶଙ୍କା ନ ଆସେ ସେ ଦିଗକୁ ଧ୍ୟାନରେ ରଖିଥିଲୁ।
ସୋନାଲିକାର ଟ୍ରାକ୍ଟର ବିକ୍ରି କିପରି ରହିଛି?
ପ୍ରାୟ ସମୟରେ କାରବାର ଭଲ ରହିଥାଏ। ଏଠାରେ କୃଷି, ଖଣି, ପରିବହନ ସହ ଅନ୍ୟ କ୍ଷେତ୍ରରେ ଟ୍ରାକ୍ଟର ବ୍ୟବହାର ହେଉଛି। ଗ୍ରାହକଙ୍କୁ ସହଜ ଋଣ ଓ ସୁଲଭ ମୂଲ୍ୟରେ ଗାଡ଼ି ଯୋଗାଇ ଦେଉଛୁ। କୃଷି କ୍ଷେତ୍ର ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ଯୋଗୁ ସୋନାଲିକାର ଟ୍ରାକ୍ଟର ବିକ୍ରି ବେଶ୍‌ ଭଲ ରହିଛି। କୋଭିଡ୍‌ ଯୋଗୁ କାରବାର ପ୍ରଭାବିତ ହୋଇଛି। ପ୍ରଥମ ଲହରରେ ଚାହିଦା ଅନୁସାରେ ଉତ୍ପାଦନ ଓ ଯୋଗାଣ ଠିକ ଭାବେ ହୋଇ ପାରି ନ ଥିଲା। ୨ୟ ଲହରରେ ଚାହିଦାରେ ଉନ୍ନତି ଆସିବାରୁ ଯୋଗାଣକୁ ତ୍ୱରାନ୍ବିତ କରିବାକୁ ଚେଷ୍ଟା ଜାରି ରହିଛି। ଟ୍ରାକ୍ଟରର ଡିମାଣ୍ଡ ରହିଥିବାରୁ କାରବାର ବୃଦ୍ଧି ନେଇ ଯୋଜନା ରହିଛି।
ଜିଏସ୍‌ଟି କେତେ ସହାୟକ ହୋଇଛି?
ଓ ସେବା ଟିକସ(ଜିଏସ୍‌ଟି) ଦ୍ୱାରା ଟିକସ କ୍ଷେତ୍ରର ବିଭିନ୍ନ ସମସ୍ୟା ସମାଧାନ ହୋଇଛି। ସାରା ଦେଶରେ ସିଙ୍ଗଲ୍‌ ଓ୍ବିଣ୍ଡୋ ଦ୍ୱାରା ସମୟ ଅନୁସାରେ କାମ ହୋଇପାରୁଛି। ବ୍ୟବସାୟୀ ଓ ଗ୍ରାହକ ବେଶ୍‌ ଉପକୃତ ହୋଇପାରୁଛନ୍ତି। ରାଜ୍ୟ ସ୍ତରରେ ଟିକସରେ ଭିନ୍ନତା ଓ ବିଭିନ୍ନ ଅନୁମତି ନେବାରେ ପୂର୍ବରୁ ସମସ୍ୟା ରହୁଥିଲା, ଯାହା ବର୍ତ୍ତମାନ ଆଉ ନାହିଁ।
ସୋନାଲିକା କିଭଳି ଗ୍ରାହକଙ୍କୁ ଆକୃଷ୍ଟ କରିପାରିଛି?
ଚାହିଦା ଓ ବଜାରର ଆବଶ୍ୟକତାକୁ ନଜରରେ ରଖାଯାଇଛି। ନୂଆ ଜ୍ଞାନକୌଶଳ ଦ୍ୱାରା ୧୫ ଏଚ୍‌ପିରୁ ୧୧୦ ଏଚ୍‌ପି ବର୍ଗର ଟ୍ରାକ୍ଟର ବଜାରରେ ଉପଲବ୍ଧ କରିଛୁ। ପ୍ରତି ଜିଲାରେ ଡିଲର ପଏଣ୍ଟ ସହ ସର୍ଭିସ ସେଣ୍ଟର ସ୍ଥାପନ କରାଯାଇଛି। ୨ ଦିନ ମଧ୍ୟରେ ଗ୍ରାହକ ସନ୍ତୁଷ୍ଟି ସେବା ଯୋଗାଉଛୁ। ମୂଲ୍ୟରେ ସୁଲଭତା, ବିକ୍ରି ପରବର୍ତ୍ତୀ ସେବା ଏବଂ ଗ୍ରାହକଙ୍କୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛୁ। ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ସୋନାଲିକାକୁ ଅନ୍ୟ ବ୍ରାଣ୍ଡଠାରୁ ସ୍ବତନ୍ତ୍ର କରିଛି। ଫଳରେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ସକ୍ଷମ ହୋଇଛୁ।
ସରକାରଙ୍କଠାରୁ କିଛି ସୁବିଧା ପାଉଛନ୍ତି?
କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ବିଭିନ୍ନ ଯୋଜନା କରୁଛନ୍ତି। କୃଷି କ୍ଷେତ୍ରର ସବ୍‌ସିଡି ଯୋଜନାକୁ ଦୀର୍ଘ ସ୍ଥାୟୀ କରିବା ଆବଶ୍ୟକ। ଏହା କୃଷି ପ୍ରତି ଆଗ୍ରହ ଏବଂ ଚାହିଦା ବଢ଼ାଇବାରେ ସହାୟକ ହେବ। ସବ୍‌ସିଡି ଯୋଜନାରେ ନୂତନ ବର୍ଗର ଟ୍ରାକ୍ଟର ଓ ଯନ୍ତ୍ରପାତିକୁ ସାମିଲ କରାଗଲେ ଭଲ ହୁଅନ୍ତା। ପରିବହନ ବ୍ୟବସ୍ଥା ଓ ନିୟମ କୋହଳ ହେଲେ ସବୁ ବର୍ଗ ସୁବିଧା ପାଇପାରନ୍ତେ।
ପାର୍ବଣ ପାଇଁ କ’ଣ ଯୋଜନା ରହିଛି?
ବର୍ଷ ସାରା ପର୍ବପର୍ବାଣି। ପାର୍ବଣରେ ନୂଆ ମଡେଲ ସହ ସ୍ବତନ୍ତ୍ର କମ୍ବୋ ଅଫର ଆସିବ। ୩୨ଟି ଡିଲର ପଏଣ୍ଟ ଜରିଆରେ ପ୍ରଡକ୍ଟ ଏବଂ ସେବା ଯୋଗାଇବାକୁ ଯୋଜନା ରହିଛି।
ଅଫିସ ଏବଂ ପରିବାର ମଧ୍ୟରେ କିଭଳି ସମନ୍ବୟ ରକ୍ଷା କରନ୍ତି?
କର୍ତ୍ତୃପକ୍ଷ ଓ ପରିବାରର ସହଯୋଗ ଯୋଗୁ ସବୁ କାର୍ଯ୍ୟ ଠିକ୍‌ରେ କରି ହେଉଛି। ସମୟକୁ ଠିକ୍‌ ଭାବେ ବାଣ୍ଟିଦେଲେ ଦାୟିତ୍ୱ ନିର୍ବାହ କୋହଳ ହୋଇପାରିବ। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ହୋଇଥିବାରୁ ଅନେକ ଗୁରୁଦାୟିତ୍ୱ ରହିଛି। ପରିବାର ଲୋକଙ୍କ ପାଇଁ ମଧ୍ୟ କର୍ତ୍ତବ୍ୟ ରହିଛି। ସମସ୍ତଙ୍କଠାରୁ ସହଯୋଗ ପାଇଛି।

-ସାକ୍ଷାତ୍‌କାର: ଅଭୟ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?