ନୂଆ ରୂପରେ ‘ଦି କ୍ରାଉନ’ ଭୁବନେଶ୍ୱର

ଭୁବନେଶ୍ୱର,୩।୭: (ଅଭୟ ଦାଶ): ସ୍ମାର୍ଟସିଟି ଭୁବନେଶ୍ୱରର ଜଣାଶୁଣା ହୋଟେଲ ‘ଦି କ୍ରାଉନ’ର ଆନୁଷ୍ଠାନିକ ଉଦଘାଟନୀ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଦୀର୍ଘ ମାସ ହେବ ନବୀକରଣ ହେଉଥିବା କ୍ରାଉନ ଅତ୍ୟାଧୁନିକ ସୁବିଧା ସହ ନୂଆ ରୂପରେ ପୁନଃ ଆରମ୍ଭ ହେବାକୁ ଯାଉଛି ବୋଲି ହୋଟେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଦେଶର ପ୍ରମୁଖ ତଥା ଅନ୍ତଃରାଷ୍ଟ୍ରୀୟ ହସ୍ପିଟାଲିଟି ବ୍ରାଣ୍ଡ୍‌ ଆଇଏଚ୍‌ସିଏଲ୍‌ (ତାଜ୍‌ ଗ୍ରୁପ) ଏବଂ ଦି କ୍ରାଉନ ଭୁବନେଶ୍ୱର ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିଲା। ଏପରିକି ଉଭୟ ସଂସ୍ଥାର ସହଯୋଗରେ ଉକ୍ତ ହୋଟେଲର ନବୀକରଣ କରାଯାଇଛି। ବିଶେଷ କରି ସହରର ମଧ୍ୟଭାଗ ଏବଂ ଜାତୀୟ ରାଜପଥ କଡରେ ଉକ୍ତ ହୋଟେଲ ୨୦୦୦ ମସିହାରୁ ଅବସ୍ଥିତ ରହିଛି। ଏପରିକି ଉକ୍ତ ହୋଟେଲରେ ଅନେକ ସୁବିଧା ସହ ୮୦ଟି ରୁମ୍‌ ଓ ୩ଟି ଫୁଡ୍‌ ଆଣ୍ଡ୍‌ ବେଭରେଜ ଆଉଟଲେଟ ସହିତ ୧୦,୦୦୦ ବର୍ଗ ଫୁଟ ପରିବ୍ୟାପ୍ତ ଅଞ୍ଚଳରେ ଏକ ବୃହତ ବାଙ୍କୁଏଟିଂ ଫାସିଲିଟି ଉପଲବ୍ଧ। ସେହିଭଳି ଉଭୟ ସଂସ୍ଥାର ମିଳିତ ସହଯୋଗରେ ଉକ୍ତ ହୋଟେଲ ‘ଦି କ୍ରାଉନ ଆଇଏଚସିଏଲ ସେଲିକ୍ୟୁଶନ୍ସ’ ନାମରେ ନୂତନ ଭାବେ ଆରମ୍ଭ ହୋଇଛି। ଅପରପକ୍ଷରେ ଆଇଏଚସିଏଲ (ତାଜ୍‌ ଗ୍ରୁପ)ର ଏକ ବିଶାଳ ନେଟଓ୍ବର୍କ ଯଥା ତାଜ, ସେଲିକ୍ୟୁଶନ୍ସ, ଭିଭାନ୍ତ ଏବଂ ଜିଞ୍ଜର ଭଳି ହୋଟେଲ ଓଡ଼ିଶା ସମେତ ଭାରତରେ କାର୍ଯ୍ୟକ୍ଷମ ରହିଛି। ସେହିଭଳି ଉଭୟ ଦି କ୍ରାଉନ ଓ ଆଇଏଚସିଏଲ (ତାଜ ଗ୍ରୁପ)ର ମିଳିତ ପ୍ରତିଷ୍ଠାନ (ହୋଟେଲ) ‘ଦି କ୍ରାଉନ ଆଇଏଚସିଏଲ ସେଲିକ୍ୟୁଶନ୍ସ’ ସବୁ ବର୍ଗର ଗ୍ରାହକଙ୍କୁ ଉଚ୍ଚମାନର ସେବା ଓ ସୁଷମ ଖାଦ୍ୟ ପରିବେଷଣ ସାଙ୍ଗକୁ ରାଜ୍ୟର ପର୍ଯ୍ୟଟନ ଓ ହସ୍ପିଟାଲିଟି କ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ଦି କ୍ରାଉନ ଆଇଏଚସିଏଲ ସେଲିକ୍ୟୁଶନ୍ସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri