ଡ୍ରେସିଂ ରୁମ୍‌ରେ ହେଲମେଟ୍‌ ଫିଙ୍ଗି ଭଙ୍ଗାରୁଜା କଲେ ଏହି କ୍ରିକେଟର୍‌

ମୁମ୍ବାଇ,୨୦।୫: ଆଇପିଏଲ ୨୦୨୨ର ୬୭ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮ ଉଇକେଟ୍‌ରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଆରସିବି ପ୍ଲେ ଅଫ୍‌ ଖେଳିବା ଆଶା ଉଜ୍ଜିବୀତ ହୋଇଛି।
ଏହି ମ୍ୟାଚ୍‌ରେ ଆରସିବିର ବୋଲର ଏବଂ ବ୍ୟାଟ୍ସମ୍ୟାନ୍‌ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ଏହି ମ୍ୟାଚ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଗୁଜରାଟ ଇନିଂସର ତୃତୀୟ ଓଭରରେ ଶୁଭମାନ ଗିଲ ଆଉଟ୍‌ ହେବା ପରେ ମାଥ୍ୟୁ ୱେଡ ବ୍ୟାଟିଂ କରିବାକୁ ଆସିଥିଲେ। କିନ୍ତୁ ସେ ଏକ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ମାତ୍ର ୧୩ଟି ବଲରେ ୧୬ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ। ଷଷ୍ଠ ଓଭରର ଦ୍ୱିତୀୟ ବଲରେ ମ୍ୟାକ୍ସୱେଲ ୱେଡଙ୍କୁ ଏଲ୍‌ବିଡବ୍ଲୁ ଆଉଟ୍‌ କରିଥିଲେ।
ତେବେ ୱେଡ ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ଖୁସି ନ ଥିଲେ ଏବଂ ଡିଆରଏସ୍‌ ନେଇଥିଲେ। ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ତୃତୀୟ ଅମ୍ପାୟାର ମଧ୍ୟ ସମର୍ଥନ କରିଥିଲେ। ୱେଡ ଅମ୍ପାୟାରଙ୍କ ନିଷ୍ପତ୍ତିରେ ରାଗିଯାଇଥିଲେ। ଡ୍ରେସିଂ ରୁମରେ ପହଞ୍ଚିବା ପରେ ସେ ହେଲମେଟ ଫିଙ୍ଗି ତାଙ୍କ ବ୍ୟାଟରେ କିଛି ଜିତିଷ ଭଙ୍ଗାରୁଜା କରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୁନରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି ଡିଭିଲିୟର୍ସ

ଜୋହାନ୍ସବର୍ଗ,୪ା୩- ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିପାରନ୍ତି। ଦଳର ମୁଖ୍ୟ କୋଚ୍‌ ମାର୍କ ବାଉଚର...

ବୁମ୍‌ରା ସବୁଠାରୁ ଚତୁର ଦ୍ରୁତ ବୋଲର: ଅଖ୍‌ତାର

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତୀୟ ତାରକା ଦ୍ରୁତ ବୋଲର ଯଶ୍‌ପ୍ରୀତ ବୁମ୍‌ରାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପାକିସ୍ତାନ ପୂର୍ବତନ ପେସର ସୋଏବ ଅଖ୍‌ତର। ଏବେ ବୁମ୍‌ରା ବିଶ୍ୱର ସବୁଠାରୁ...

ପ୍ରଥମ ଥର ଭାରତୀୟ ଦଳରେ ୩ ରାଜସ୍ଥାନ ଖେଳାଳି

ଜୟପୁର,୨୨।୭-ଓ୍ବେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ଦଳରେ ପ୍ରଥମ ଥର ପାଇଁ ୩ ଜଣ ରାଜସ୍ଥାନ ଖେଳାଳି ସ୍ଥାନ ପାଇଛନ୍ତି। ବାମହାତୀ...

ଟସ ଜିତିଲା ଇଂଲଣ୍ଡ, ପ୍ରଥମେ ବୋଲିଂ…

ମେଲବୋର୍ନ,୧୩।୧୧ : ଟି-୨୦ ବିଶ୍ୱକପର ଫାଇନାଲରେ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ମେଲବୋର୍ନ ଗ୍ରାଉଣ୍ଡରେ ହେଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ବୋଲିଂ...

ମ୍ୟାଚ ପୂର୍ବରୁ ବାଂଲାଦେଶକୁ ଝଟକା, ପୂରା ଟୁର୍ନାମେଣ୍ଟରୁ ବାଦ୍‌ ପଡିଲେ ଏହି ଖେଳାଳି

ଢାକା,୩୦।୮: ଆଜିଠାରୁ ଏସିଆ କପ ୨୦୨୩ ଆରମ୍ଭ ହେଉଛି। ଓପନିଂ ମ୍ୟାଚ ନେପାଳ ଏବଂ ପାକିସ୍ତାନ ମଧ୍ୟରେ ମୁଲତାନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି...

ଆଇପିଏଲ୍‌ରେ ହେବ ଡୋପ୍‌ ଟେଷ୍ଟ

ନୂଆଦିଲ୍ଲୀ, ୨୬ା୮ (ପି.ଟି.)-ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବେଳେ ଖେଳାଳିଙ୍କଠାରୁ ଡୋପ୍‌ ଟେଷ୍ଟ ପାଇଁ...

ଦୁଇ ବର୍ଷ ତଳେ ପରିବାରକୁ ଭେଟିଥିଲେ କିଶୋର

ନୂଆଦିଲ୍ଲୀ,୨୯ା୮: ସାଧାରଣତଃ କ୍ରୀଡ଼ା ସହ ଜଡ଼ିତ ସମସ୍ତ ଆଥ୍‌ଲେଟ ଶୈଶବରୁ ଉକ୍ତ କ୍ରୀଡ଼ାକୁ ଆପଣେଇଥାନ୍ତି। ତେବେ ଓଡ଼ିଶାର ଓଭରନାଇଟ ସେନ୍‌ସେସନ୍‌ ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କ...

ହକି ତାରକା ପ୍ରବୋଧଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ହକି ପଦକ ବି ଛାଡ଼ିଲେନି…

ଭୁବନେଶ୍ୱର,୨୨।୧(ବ୍ୟୁରୋ): ଜାତୀୟ ହକି ତାରକାଙ୍କ ସରକାରୀ କ୍ୱାର୍ଟର୍ସରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଭୁବନେଶ୍ୱରର ୟୁନିଟ-୬ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସରେ ରହୁଥିବା ପ୍ରବୋଧ ତିର୍କୀଙ୍କ ଘରୁ...

Advertisement
Archives

Model This Week