Posted inଖେଳ

ଗୋଟିଏ ବଲ୍‌ରୁ ୮ ରନ୍‌ରେ କରିଥିଲେ ଏହି କ୍ରିକେଟର୍‌: ଜାଣନ୍ତୁ କେମିତି

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କୋଚ୍‌ ଜନ୍‌ ରାଇଟ୍‌ ଆଜି ୬୭ ବର୍ଷରେ ପଦାର୍ପଣ କରିଛନ୍ତି। ନ୍ୟୁଜିଲାଣ୍ଡର ସଫଳ କ୍ରିକେଟ୍‌ର ଭାବେ ଜଣାଶୁଣା ରାଇଟ୍‌ ୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ଭାରତୀୟ ଦଳର କୋଚ ଥିଲେ। ଏହି ସମୟରେ ଭାରତୀୟ କ୍ରିକେଟକୁ ସେ ଏକ ଉଚ୍ଚ ସୋପାନରେ ପହଞ୍ଚାଇଥିଲେ।
୧୯୭୮ ରେ ଡେବ୍ୟୁ କରିଥିବା ରାଇଟ ନ୍ୟୁଜିଲାଣ୍ଡ ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ସେ ୧୯୭୭-୭୮ ମସିହାରେ ୱେଲିଙ୍ଗଟନରେ ପ୍ରଥମ ଇନିଂସରେ ୫୫ ରନ ସଂଗ୍ରହ କରିଥିଲେ କିନ୍ତୁ ପ୍ରାୟ ଛଅ ଘଣ୍ଟା ବ୍ୟାଟିଂ କରିଥିଲେ। ତାଙ୍କ ଇନିଂସ ଯୋଗୁ କିୱି ଦଳ ଇଂଲଣ୍ଡ ବିପକ୍ଷରେ ବିଜୟ ହାସଲ କରିଥିଲା। ଏହି ବିଜୟ ନ୍ୟୁଜିଲାଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା କାରଣ ଏହା ୪୮ ତମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ବିଜୟ ଥିଲା।
ଟେଷ୍ଟ କ୍ରିକେଟରେ ରାଇଟ ୧୨ ଶତକ ହାସଲ କରିଥିଲେ। ଏଥିମଧ୍ୟରୁ ୯ଟି ମ୍ୟାଚ ଡ୍ର ରହିଥିଲା। ଶତକ ଦୃଷ୍ଟିରୁ ସେ ମଧ୍ୟ ଟିକେ ଦୁର୍ଭାଗ୍ୟଶାଳୀ ଥିଲେ। ଦୁଇଥର ସେ ୯୯ରେ ଏବଂ ଥରେ ୯୮ ରେ ଆଉଟ୍‌ ହୋଇଥିଲେ। ଭାରତର କୋଚ ହେବା ପୂର୍ବରୁ ସେ ଭାରତୀୟ ବୋଲିଂକୁ ବହୁତ ପସନ୍ଦ କରୁଥିଲେ। ଭାରତ ବିପକ୍ଷରେ ସେ ୯ ଟେଷ୍ଟରେ ହାରାହାରି ୬୧.୮୪ରେ ୮୦୪ ରନ ସ୍କୋର କରିଥିଲେ। ଏଥିରେ ୩ ଶତକ ଏବଂ ୩ ଅର୍ଦ୍ଧ ଶତକ ଅନ୍ତର୍ଭୁକ୍ତ ଥିଲା। ସେ ପ୍ରାୟ ପାଞ୍ଚ ବର୍ଷ ଧରି ଭାରତୀୟ ଦଳର ପ୍ରଶିକ୍ଷକ ଥିଲେ। ଏହା ପରେ ସେ ନ୍ୟୁଜିଲାଣ୍ଡର କୋଚ ମଧ୍ୟ ଥିଲେ କିନ୍ତୁ ଏହି ଯାତ୍ରା ବେଶି ଦିନ ରହିଲା ନାହିଁ । ତାଙ୍କ ଯାତ୍ରା ସମୟରେ ନ୍ୟୁଜିଲାଣ୍ଡ ହୋବର୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଐତିହାସିକ ବିଜୟ ହାସଲ କରିଥିଲା। ଏହା ବ୍ୟତୀତ କିୱି ଦଳ ବିଶ୍ୱକପ ୨୦୧୧ ରେ ସେମିଫାଇନାଲକୁ ଯାତ୍ରା କରିଥିଲା।
ତାଙ୍କ କ୍ୟାରିୟର ବିଷୟରେ କହିବାକୁ ଗଲେ ବାମହାତୀ ବ୍ୟାଟ୍ସମ୍ୟାନ ରାଇଟ୍‌ ନ୍ୟୁଜିଲାଣ୍ଡ ପାଇଁ ୮୨ଟି ଟେଷ୍ଟ ଏବଂ ୧୪୯ ଟି ଦିନିକିଆ ଖେଳିଥିଲେ। ସେ ଟେଷ୍ଟ ମ୍ୟାଚରେ ୫୩୩୪ ରନ ଏବଂ ଦିନିକିଆରେ ୩୮୯୧ ରନ ସଂଗ୍ରହ କରିଥିଲେ। ୧୯୮୦ରେ, ଜନ ରାଇଟ ଗୋଟିଏ ବଲରୁ ୮ ରନ ସ୍କୋର କରି ଚର୍ଚ୍ଚାକୁ ଆସିଥିଲେ। କ୍ରିକେଟ ଇତିହାସରେ ଦ୍ୱିତୀୟ ଖେଳାଳି ଭାବେ ସେ ଏହି କାରନାମା କରିଥିଲେ। ସେ ଚାରି ରନ ଦୌଡି ଦୌଡି ନେଇଥିବାବେଳେ ବାକି ରନ ଓଭର ଥ୍ରୋରୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍‌ ବାସିଲଙ୍କ ପରଲୋକ

ଫ୍ଲୋରିଡା, ୧୮।୧୨- ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍‌ ବାସିଲ ବାଉଚରଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ: ଫାଇନାଲରେ ପହଞ୍ଚିପାରିବନି ଭାରତ

ନୂଆଦିଲ୍ଲୀ,୧୦।୧୦: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଟି-୨୦ ବିଶ୍ୱକପ୍‌ ପୂର୍ବରୁ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଭାରତ ବିଶ୍ୱକପ ଜିତିବା ସମ୍ଭାବନା ସହ ଜଡିତ ଏକ...

ପାକିସ୍ତାନୀ କ୍ରିକେଟରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

କରାଚୀ, ୨୧।୧୨ : ପାକିସ୍ତାନ ଟେଷ୍ଟ ଲେଗ୍‌ ସ୍ପିନର ୟାସିର ଶାହା ଓ ତାଙ୍କର ଜଣେ ସାଙ୍ଗଙ୍କ ବିରୋଧରେ ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା ଏବଂ...

ବୁମ୍‌ରାଙ୍କୁ ‘ବେବି ବୋଲର୍‌’ କହିଲେ ଏହି ପାକିସ୍ତାନୀ କ୍ରିକେଟର: ରାଗିଲେ ପ୍ରଶଂସକ

ନୂଆଦିଲ୍ଲୀ,୧୭।୧: ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରାଙ୍କ ବଲ୍‌କୁ ଖେଳିବାକୁ ବିଶ୍ୱର ଦିଗ୍ଗଜ ବ୍ୟାଟ୍ସମ୍ୟାନ୍‌ ଡରିଥାନ୍ତି। ଖୁବ୍‌ କମ୍‌ ଦିନର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ସେ...

ଏହି ଅଭିନେତାଙ୍କୁ ମିଳିଲା ମୁମ୍ବାଇ ରଣଜୀ ଟିମ୍‌ ଚୟନ ଦାୟିତ୍ୱ

କ୍ରିକେଟ ଏବଂ ଫିଲ୍ମ ଦୁନିଆ ମଧ୍ୟରେ ଘନିଷ୍ଟ ସମ୍ପର୍କ ରହିଛି। ଅଜୟ ଜାଡେଜା ଏବଂ ହରଭଜନ ସିଂହଙ୍କ ଭଳି କ୍ରିକେଟରମାନେ ଅଭିନେତା ହେବାକୁ ଚେଷ୍ଟା କରିସାରିଛନ୍ତି।...

ଦିଲ୍ଲୀ ଡାଇନାମସ ହୋଇପାରେ ‘ଓଡ଼ିଶା ଏଫ୍‌ସି’

ଭୁବନେଶ୍ୱର, ୧୧।୮(କ୍ରୀଡ଼ା ପ୍ରତିନିଧି) ଓଡ଼ିଶାରେ ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ବାଟ ଫିଟୁଛି। କଳିଙ୍ଗ ଷ୍ଟାଡିୟମରେ ଗତ କିଛିବର୍ଷ ମଧ୍ୟରେ ଇଣ୍ଡିଆନ ସୁପର...

ହକି ଇଣ୍ଡିଆର ସୁପାରିସ: ଶ୍ରୀଜେସ୍‌ ଓ ଦୀପିକା ଖେଳରତ୍ନ, ହରମନପ୍ରୀତ ଅର୍ଜୁନ

ନୂଆଦିଲ୍ଲୀ,୨୭ା୬(ପି.ଟି.)- ଚଳିତବର୍ଷର ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ହକି ଇଣ୍ଡିଆ ଶନିବାର ଭାରତର ଭେଟେରାନ ଗୋଲକିପର ପି.ଆର. ଶ୍ରୀଜେସ୍‌ ଓ ମହିଳା ଦଳର...

ଅଷ୍ଟ୍ରେଲିଆ ଟି୨୦ ଦଳକୁ ଫେରିଲେ ସ୍ମିଥ୍‌, ଓ୍ବାର୍ନର

ଆଡିଲେଡ୍‌, ୨୬।୧୦ (ଏଏଫ୍‌ପି)- ଆସନ୍ତା ବର୍ଷ ଘରୋଇ ପରିବେଶ୍‌ରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାବେଳେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦...

Advertisement
Archives

Model This Week