୬ ଦିନ ମଧ୍ୟରେ ଜିରୋରୁ ହିରୋ ହେଲେ ଏହି କ୍ରିକେଟର୍‌

ପୁଣେ,୧୫।୪: ଆଇପିଏଲ ୨୦୨୨ ଆଇପିଏଲ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର୍‌ ଓଡିଆନ ସ୍ମିଥଙ୍କୁ ବହୁ ଉତ୍‌ଥାନ-ପତନ ଦେଇ ଗତି କରିବାକୁ ପଡିଛି। ଚଳିତବର୍ଷ ସେ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଅନ୍ତିମ ୨ଟି ବଲରେ ୨ଟି ଛକା ଖାଇବା ପରେ ସ୍ମିଥଙ୍କ ଉପରେ ଅଙ୍ଗୁଳି ଉଠାଯାଇଥିଲା। କିନ୍ତୁ ଟୁର୍ନାମେଣ୍ଟର ଅନ୍ୟ ଏକ ଗୋଟିଏ ମ୍ୟାଚରେ ସେ ପୁଣି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୦ ତମ ଓଭର ବୋଲିଂ କରିବାକୁ ଆସିଥିଲେ। ଏଥର ସେ ଚମତ୍କାର ବୋଲିଂ କରି ୩ଟି ଉଇକେଟ ନେଇଥିଲେ। ଏହି ଦୁଇଟି ମ୍ୟାଚ ୬ ଦିନର ପାର୍ଥକ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି କାରଣରୁ ପଞ୍ଜାବ କିଙ୍ଗ୍ସର ଦଳ ଏହି ମ୍ୟାଚକୁ ୧୨ ରନରେ ଜିତିବାରେ ସକ୍ଷମ ହୋଇଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୫ ଉଇକେଟ ହରାଇ ୧୯୮ ରନ କରିଥିଲା। ଏହାର ଜବାବରେ ମୁମ୍ବାଇର ଦଳ ୯ ଉଇକେଟ୍‌ ହରାଇ ୧୮୬ ରନ ସ୍କୋର କରିପାରିଥିଲା। ୫ଟି ମ୍ୟାଚରେ ଏହା ପଞ୍ଜାବର ତୃତୀୟ ବିଜୟ। ଦଳ ଟେବୁଲରେ ତୃତୀୟ ସ୍ଥାନ ଅଧିକାର କରିଛି।
ଶେଷ ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ୨୨ ରନ ସ୍କୋର କରିବାକୁଥିବାବେଳେ ହାତରେ ୪ଟି ଉଇକେଟ ବାକି ଥିଲା। ଜୟଦେବ ଉନାଦକତ ପ୍ରଥମ ବଲରେ ମିଡୱିକେଟରେ ଛକା ମାରିଥିଲେ। ଏହା ପରେ ସ୍ମିଥ ଟିକିଏ ଚାପରେ ନଜର ଆସିଥିଲେ। ଦ୍ୱିତୀୟ ବଲରୁ ୨ ରନ ହୋଇଥିଲା। ତୃତୀୟ ବଲରେ ସେ ଉନାଦକତଙ୍କୁ ଆଉଟ୍‌ କରିଥିଲେ। ଓଡେନ ସ୍ମିଥ ଚତୁର୍ଥ ବଲରେ ଜଶପ୍ରୀତ ବୁମ୍‌ରା ଏବଂ ଶେଷ ବଲରେ ଟାଇମାଲ ମିଲ୍ସଙ୍କୁ ଆଉଟ୍‌ କରିଥିଲେ। ସ୍ମିଥ୍‌ ୩ ଓଭରରେ ୩୦ ରନ ଦେଇ ୪ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪ା୮: ଏସିଆ କପ ଟି-୨୦ ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଐତିହାସିକ ମ୍ୟାଚ ଅଗଷ୍ଟ ୨୮ରେ ଦୁବାଇ...

ଟେଲରଙ୍କ ସ୍ବତନ୍ତ୍ର ରେକର୍ଡ

ଓ୍ବେଲିଂଟନ,୨୧।୨(ପି.ଟି.)- ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟରେ ପଡ଼ିଆକୁ ଓହ୍ଲାଇ ଇତିହାସ ରଚିଛନ୍ତି। ପ୍ରତ୍ୟେକ ଫର୍ମାଟରେ ୧୦୦ ମ୍ୟାଚ୍‌...

ଆଜି ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୧୬।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଶୁକ୍ରବାରରୁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ୪ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ...

ପାକିସ୍ତାନୀ ଖେଳାଳି କହିଲେ, ଇମାମଙ୍କ ଶତକକୁ ଡଷ୍ଟବିନ୍‌ରେ ଫୋପାଡି ଦେବା ଉଚିତ୍‌

ଇସଲମାବାଦ୍‌, ୭।୭: ୨୦୧୯ ଆଇସିସି ବିଶ୍ୱକପରୁ ବିଦାୟ ନେଇ ପାକିସ୍ତାନ। ଶେଷ ମ୍ୟାଚ୍‌ ବାଂଲାଦେଶକୁ ୯୯ ରନ୍‌ରେ ପରାସ୍ତ କରି ବିଜୟର ସହ ବିଶ୍ୱକପରୁ ବିଦାୟ...

ଇତିହାସ ରଚିଲେ ଏହି କ୍ରିକେଟର୍‌

କିଙ୍ଗଷ୍ଟନ,୨୪।୮:ପାକିସ୍ତାନ କ୍ରିକେଟ ଦଳର ଏବେ ନୂଆ ସଙ୍କଟମୋଚକ ହେଉଛନ୍ତି ଫୱାଦ ଆଲାମ। ଦଳର ଆବଶ୍ୟକତା ସମୟରେ ସେ ଚମତ୍କାର ଖେଲ ପ୍ରଦର୍ଶନ କରୁଛନ୍ତି॥ ୱେଷ୍ଟଇଣ୍ଡିଜ ବିପକ୍ଷରେ...

ବକ୍‌ନରଙ୍କୁ ପଛରେ ପକାଇବେ ଅଲିମ୍‌ ଦାର

ଦୁବାଇ, ୧୨।୧୨(ପି.ଟି.)- ପାକିସ୍ତାନ ଅମ୍ପାୟର ଅଲିମ୍‌ ଦାର ଏବେ ଓ୍ବେଷ୍ଟଇଣ୍ଡିଜର ଷ୍ଟିଭ୍‌ ବକ୍‌ନରଙ୍କ ରେକର୍ଡକୁ ଅତିକ୍ରମ କରିବାକୁ ଯାଉଛନ୍ତି। ଅମ୍ପାୟର ହିସାବରେ ସର୍ବାଧିକ ଟେଷ୍ଟ ମ୍ୟାଚ୍‌...

ହାଇଦ୍ରାବାଦ୍‌କୁ ୧୩୪ ରନ୍‌ରେ ରୋକି ଦେଲା ଦିଲ୍ଲୀ

ଦୁବାଇ,୨୨।୯: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସନରାଇଜର୍ସ ହାଇଦ୍ରାବାଦ୍‌ ଅଧିନାୟକ କେନ ଓ୍ବିଲିୟମସନ। କିନ୍ତୁ ପ୍ରତିପକ୍ଷ ଦଳର ବୋଲରଙ୍କ ମାପଚୁପ ବୋଲିଂ...

ଟିମ୍‌ ଇଣ୍ଡିଆ କୋଚ୍‌ ପଦ ଦୌଡ଼ରୁ ସିମନ୍ସ ଓହରିଲେ

ମୁମ୍ବାଇ,୧୬।୮: ପୂର୍ବତନ ଓ୍ବେଷ୍ଟଇଣ୍ଡିଜ ଓପନର ଫିଲ ସିମନ୍ସ ଶୁକ୍ରବାର ଭାରତୀୟ ଦଳର ମୁଖ୍ୟ କୋଚ୍‌ ପଦ ଦୌଡ଼ରୁ ନିଜ ଆଡ଼ୁ ଓହରି ଯାଇଛନ୍ତି। ଫଳରେ ଟିମ୍‌...

Advertisement
Archives

Model This Week