ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଗାଈକୁ ଦେଖିବାକୁ ମିଳୁଛି। ଗାଈଟିକୁ ଶୋଷ ଲାଗୁଥିବା ବେଳେ ସେ ତାର ଶିଙ୍ଗରେ ପାଣି ଟ୍ୟାପ୍କୁ ଖୋଲିବାକୁ ଚେଷ୍ଟା କରୁଛି। ସେ ଥିରେ ସଫଳ ହୋଇ ପାଣି ପିଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
If he can,
We all can👌Each drop counts.
(Watch till the end) pic.twitter.com/p0rAsSz4mF— Susanta Nanda IFS (@susantananda3) October 14, 2021