Posted inଜାତୀୟ

ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ଏବଂ ତାଙ୍କ ଝିଅଙ୍କୁ ପଳାତକ ଘୋଷଣା କଲେ କୋର୍ଟ

ଲକ୍ଷ୍ନୌ, ୧୯।୭: ଉତ୍ତରପ୍ରଦେଶର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା ରାଷ୍ଟ୍ରିୟ ଶୋଷିତ ସମାଜ ପାର୍ଟିର ସଭାପତି ସ଼୍ବାମୀ ପ୍ରସାଦ ମୌର୍ଯ୍ୟଙ୍କୁ ଲକ୍ଷ୍ନୌ କୋର୍ଟ ପଳାତକ ଘୋଷିତ କରିଛନ୍ତି। ମୌର୍ଯ୍ୟଙ୍କ ଝିଅ ତଥା ପୂର୍ବତନ ସାଂସଦ ସଂଘମିତ୍ରା ମୌର୍ଯ୍ୟଙ୍କୁ ମଧ୍ୟ କୋର୍ଟ ପଳାତକ ଘୋଷିତ କରିଛନ୍ତି। ସୂଚନାନୁସାରେ, ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ସଂଘମିତ୍ରା ମୌର୍ଯ୍ୟ ଏବଂ ତାଙ୍କ ପିତା ସ଼୍ବାମୀ ପ୍ରସାଦଙ୍କ ସମେତ ତିନି ଜଣଙ୍କ ବିରୋଧରେ ଧାରା ୮୨ ଅନୁଯାୟୀ ଲକ୍ଷ୍ନୌର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

ଲକ୍ଷ୍ନୌର ଗଲ୍ଫ ସିଟି ବାସିନ୍ଦା ଦୀପକ କୁମାର ସ଼୍ବର୍ଣ୍ଣକର ତଥା ଭାଜପାର ପୂର୍ବତନ ସାଂସଦ ସଂଘମିତ୍ରାଙ୍କ ସହ ଏକ ବିବାଦୀୟ ମାମଲାରେ କୋର୍ଟ ଏହି ଅଭିଯୁକ୍ତମାନଙ୍କୁ ପଳାତକ ଘୋଷିତ କରିଛନ୍‌ତି । କୋର୍ଟ ସେମାନଙ୍କୁ ବାରମ଼୍ବାର ସମନ୍‌ ଜାରି କରିଥିଲେ । ବାପା-ଝିଅ ସମେତ ୩ ଅଭିଯୁକ୍ତଙ୍କୁ କୋର୍ଟ ୩ ଥର ସମନ୍‌, ୨ ଥର ଜାମିନ୍‌ ୱାରେଣ୍ଟ ଏବଂ ଥରେ ଜାମିନ୍‌ ବିହୀନ ୱାରେଣ୍ଟ ଜାରି କରିଥିଲେ । ହେଲେ ଅଭିଯୁକ୍ତମାନେ କୋର୍ଟରେ ହାଜର ହେଉନଥିଲେ। ପରେ ସମସ୍ତ ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କରାଯାଇଥିଲା ା କାରଣ ସେମାନେ ୱାରେଣ୍ଟ ଜାରି କରିବା ପରେ ମଧ୍ୟ କୋର୍ଟରେ ହାଜର ହୋଇନଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

ଦାରିଙ୍ଗବାଡ଼ିରେ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି, ଜରିମାନା ବାବଦକୁ ଆଦାୟ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ବୁଧବାର ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି ହୋଇଛି। ଆଞ୍ଚଳିକ ପରିବହନ ବିଭାଗ ଓ ପୋଲିସର ମିଳିତ ଯାଞ୍ଚରେ ମୋଟ୍‌…

ଏମିତି କହି କାନ୍ଦି ପକାଇଲେ ଶେଖ ହାସିନା, ମରିବି ପଛେ….

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନିର୍ବାସନର ଦ୍ୱିତୀୟ ବର୍ଷପୂର୍ତ୍ତି ଅବସରରେ ଦେଇଥିବା ଉଦ୍‌ବୋଧନରେ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି…

ଚିଲିକାରୁ ୧୦୦ ଏକର ବେଆଇନ ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୫।୮ (କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ କୃଷ୍ଣପ୍ରସାଦ ତହସିଲ ଅଧୀନ ଚିଲିକା ହ୍ରଦରୁ ବେଆଇନ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ତହସିଲ ପ୍ରଶାସନ…

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri