ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାଇଥିବା ଦମ୍ପତ୍ତିଙ୍କୁ ମିଳିଲା ବିମାନ ଟିକେଟ୍‌

ଇନ୍ଦୋର, ୭।୯: ନିକଟରେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ନିଜ ଗର୍ଭବତୀ ସ୍ତ୍ରୀର ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାତ୍ରା କରି ସାରା ଦେଶରେ ଖବରର ଶିରୋନାମାରେ ରହିଥିଲେ। ଏହି ବ୍ୟକ୍ତିଜଣଙ୍କ ହେଲେ ଝାଡ଼ଖଣ୍ଡ ଗୋଡା ଜିଲାର ବାସିନ୍ଦା ଧନଞ୍ଜୟ। ତାଙ୍କ ସ୍ତ୍ରୀ ସୋନିଙ୍କ ସେପ୍ଟେମ୍ବର ୧୧ରେ ଡିପ୍ଲୋମା ଇନ୍‌ ଏଜୁକେଶନ ପରୀକ୍ଷା ମଧ୍ୟପ୍ରଦେଶ ଗ୍ବାଲିୟରରେ ଥିଲା। ଫଳରେ ସ୍ତ୍ରୀଙ୍କୁ ପରୀକ୍ଷା ଦେବାରୁ ବଞ୍ଚିତ ନ କରିବା ପାଇଁ ଧନଞ୍ଜୟ ୧୨୦୦ କିଲୋମିଟର ସ୍କୁଟି ଚଳାଇ ଝାଡ଼ଖଣ୍ଡରୁ ଗ୍ବାଲିୟରରେ ପହଞ୍ଚିଥିଲେ।


ସ୍ତ୍ରୀଙ୍କୁ ଧରି ଧନଞ୍ଜୟ ଏତେବାଟ ସ୍କୁଟିରେ ଆସିବାକୁ ଚାହୁଁ ନ ଥିଲେ। କିନ୍ତୁ ଘରର ଆର୍ଥିକ ପରିସ୍ଥିତି ସ୍ବଚ୍ଛଳ ନ ଥିବାରୁ ବ୍ୟକ୍ତିଗତ ଭାବେ ଗାଡ଼ି ଭଡ଼ା କରି ଗ୍ବାଲିୟର ଯାଇପାରି ନ ଥିଲେ। ସେହିଭଳି ସ୍ତ୍ରୀଙ୍କୁ ମଧ୍ୟ ପରୀକ୍ଷାରୁ ବଞ୍ଚିତ କରିବାକୁ ସେ ଚାହୁଁ ନ ଥିଲେ। ଏହି କାରଣରୁ ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ଧନଞ୍ଜୟ ସ୍କୁଟିରେ ସ୍ତ୍ରୀଙ୍କୁ ବସାଇ ଗ୍ବାଲିୟର ପହଞ୍ଚିଥିଲେ।
ପରୀକ୍ଷା ପରେ ଏବେ ଘରକୁ ଯିବା ଲାଗି ଏହି ଦମ୍ପତ୍ତିଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। କାହିଁକି ନା ତାଙ୍କୁ ଗ୍ବାଲିୟରରୁ ଝାଡ଼ଖଣ୍ଡ ପର୍ଯ୍ୟନ୍ତ ବିମାନରେ ଯାତ୍ରା କରିବା ଲାଗି ଟିକେଟ୍‌ ମିଳିଯାଇଛି। ଗଣମାଧ୍ୟମରେ ଏହି ଦମ୍ପତ୍ତିଙ୍କ ଖବର ଜାଣିବା ପରେ ଜଣେ ଉଦ୍ୟୋଗପତି ଉଭୟ ଧନଞ୍ଜୟ ଓ ସୋନିଙ୍କ ପ୍ରତ୍ୟାବର୍ତ୍ତନ ଲାଗି ବିମାନ ଟିକେଟ୍‌ ଆୟୋଜନ କରିଛନ୍ତି। ଗ୍ବାଲିୟରରୁ ରାଞ୍ଚିକୁ ସିଧା ବିମାନ ଚଳାଚଳ ସୁବିଧା ନାହିଁ। ତେଣୁ ଉଭୟଙ୍କୁ ପ୍ରଥମେ ହାଇଦ୍ରାବାଦ ଓ ପରେ ସେଠାରୁ ରାଞ୍ଚି ଅଭିମୁଖେ ଯିବା ପାଇଁ ଟିକେଟ୍‌ ହୋଇଛି। ସେହିଭଳି ତାଙ୍କ ସ୍କୁଟିକୁ ମଧ୍ୟ ପଠାଇବା ଲାଗି ବନ୍ଦୋବସ୍ତ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri