ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରି ଜେଲ୍‌ ଗଲେ ଦମ୍ପତି

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ): ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଡ. ଅରୁଣ କୁମାର ସାହୁ ଜଣେ ସରକାରୀ କର୍ମଚାରୀ ଓ ତାଙ୍କ ସ୍ତ୍ରୀ’ଙ୍କୁ ଶନିବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଗିରିଶୋଲା ଗେଟ୍‌ର ତତ୍‌କାଳୀନ ୪ର୍ଥ ଶ୍ରେଣୀ କର୍ମଚାରୀ ସତ୍ୟ ନାରାୟଣ ଶତପଥୀ(୫୭) ଓ ତାଙ୍କ ସ୍ତ୍ରୀ ଝୁନୁଲତା ଶତପଥୀ(୫୫)। ଉଭୟଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡ ହୋଇଥିବା ବେଳେ ପ୍ରତ୍ୟେକ ୨୦ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି ା ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଲେଖାଏ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ଜଜ୍‌ ନିଜ ରାୟରେ ଉଲ୍ଲେଖ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୦୦ରୁ ୨୦୧୦ ପର୍ଯ୍ୟନ୍ତ ସତ୍ୟନାରାୟଣ ଓଡ଼ିଶା-ଆନ୍ଧ୍ର ସୀମାରେ ଥିବା ଗିରିଶୋଲା ତନଖି ଫାଟକ( ଗେଟ)ରେ ୪ର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ସେହି ଗେଟ୍‌ ଦେଇ ଯାତାୟାତ କରୁଥିବା ବୋଝେଇ ମାଲବାହୀ ଟ୍ରକ୍‌ଗୁଡ଼ିକର ଓଜନ କରାଇବା କାର୍ଯ୍ୟ ସେ କରୁଥିଲେ। ତେବେ ସେତେବେଳେ ତାଙ୍କ ନାମରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। କଟକ ଭିଜିଲାନ୍ସ ସେଲ୍‌ ପକ୍ଷରୁ ୨୦୧୦ ନଭେମ୍ବର ୮ ତାରିଖରେ ତାଙ୍କ ଘର ସମତେ ଏକାଧିକ ସ୍ଥାନରେ ଚଢ଼ାଉ କରାଯାଇଥିଲା। ୨୦୦୦ ଏପ୍ରିଲ ୨୦ରୁ ୨୦୧୦ ନଭେମ୍ବର ୪ ତାରିଖ ମଧ୍ୟରେ ତାଙ୍କ ଆୟ ବ୍ୟୟର ହିସାବ କରାଯାଇଥିଲା। ଚଢ଼ାଉ ବେଳେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ୮୪ ଲକ୍ଷ ୧୬ହଜାର ୯୦୩ ଟଙ୍କା ଆକଳନ ହୋଇଥିଲା।

ସେହିପରି ସେ ଉକ୍ତ ସମୟ ମଧ୍ୟରେ ୩୦ଲକ୍ଷ ୭୧ ହଜାର ୨୫୭ଖର୍ଚ୍ଚ କରିଥିଲେ। ସେହି ସମୟ ମଧ୍ୟରେ ତାଙ୍କର ଆୟ ଥିଲା ୩୪ଲକ୍ଷ ୪୩ହଜାର ୩୦୩ ଟଙ୍କା। ସେଥିମଧ୍ୟରୁ ତାଙ୍କର ମୋଟ୍‌ ୮୦ ଲକ୍ଷ ୪୫ ହଜାର ୮୫୭ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ଦର୍ଶାଯାଇଥିଲା । ଯାହା ତାଙ୍କ ମୋଟ୍‌ ଆୟର ଶତକଡ଼ା ୨୩୪% ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ୨୦୦୦ଠାରୁ ୨୦୧୦ ମଧ୍ୟରେ ସତ୍ୟ ନାରାୟଣ ଉପରୋକ୍ତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିବା ଭିଜିଲାନ୍ସ କହିଥିଲା । ଉକ୍ତ ସମ୍ପତ୍ତିରେ ତାଙ୍କ ସ୍ତ୍ରୀ ଝୁନୁବାଳା ’ଙ୍କ ମଧ୍ୟରେ ଅଂଶ ରହିଥିଲା। ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ୪୯/୨୦୧୦ ରେ ଏକ ମାମଲା ରୁଜୁ ହେବା ସହ ସତ୍ୟନାରାୟଣ ଓ ତାଙ୍କ ସ୍ତ୍ରୀ’ଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ତେବେ ଉକ୍ତ ମାମଲାର ବିଚାରଣା ବେଳେ ସତ୍ୟ ନାରାୟଣଙ୍କ ଆୟ ବର୍ହିଭୂତ ସମ୍ପତ୍ତି ୬୮ ଲକ୍ଷ ୯୪ ହାଜର ୫୬୫ ବୋଲି କୋର୍ଟ ପକ୍ଷରୁ ନିର୍ଦ୍ଧାରଣ ହୋଇଥିଲା। ଯାହା ତାଙ୍କ ମୋଟ୍‌ ଆୟର ୧୪୮% ହୋଇଥିଲା। ଏହି ମାମଲାର ବିଚାରଣା ବେଳେ ମୋଟ୍‌ ୪୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଜଜ୍‌ ଶନିବାର ଉପରୋକ୍ତ ରାୟ ଶୁଣାଇଥିଲେ। ରାୟ ପ୍ରକାଶ ବେଳେ ଉଭୟ ସତ୍ୟନାରାୟଣ ଓ ତାଙ୍କ ସ୍ତ୍ରୀ କୋର୍ଟରେ ହଜାର ହୋଇଥିଲେ। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ସୁରେନ୍ଦ୍ର ପଣ୍ଡା ମୋକଦ୍ଦମା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

ଶିକ୍ଷା ବିଭାଗରେ ଚହଳ! ଘରେ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର, ବିରୋଧ କରିବାରୁ….

ଲକ୍ଷ୍ନୌ,୯ା୮: ଉତ୍ତରପ୍ରଦେଶର ହରଦୋଇ ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି…

ମମତା ବାନାର୍ଜୀଙ୍କ କାର ଉପରକୁ ପଥରମାଡ଼: ଚୋର-ଚୋର ନାରା ଦେଲେ….

କୋଲକାତା,୯ା୮: ପଶ୍ଚିମବଙ୍ଗର ହାଲିସହରରେ ତୃଣମୂଳ କଂଗ୍ରେସର ଜଣେ ମୃତ କର୍ମୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଛି…

ବିଶ୍ୱ ଆଦିବାସୀ ଦିବସରେ ପେସା ଆଇନ ଲାଗୁ ନେଇ ଉଠିଲା ଦାବି

ପଟ୍ଟାଙ୍ଗି,୯ା୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରମହକୁମାରେ ଏକାଠି ହୋଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ। ସୂଚନା ଅନୁଯାୟୀ, ସାରା ରାଜ୍ୟରେ ବିଶ୍ୱ…

ନିଜର ହକ୍‌ ପାଇଁ ଶୋଭାଯାତ୍ରାରେ ବାହାରିଲେ ଆଦିବାସୀ, କୁସଂସ୍କାର ଦୂର ପାଇଁ ଏକଜୁଟ୍‌ ହୋଇ…

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ରାଜୀବଗାନ୍ଧୀ ଭବନଠାରେ ଜୋରାଡବରା ପଞ୍ଚାୟତ କନ୍ଧ ସମାଜ ପକ୍ଷରୁ ବିଶ୍ୱ ଆଦିବାସୀ ଦିବସ ରବିବାର ପାଳିତ…

ରାଞ୍ଚିରେ ଆନ୍ଦୋଳନର ବଡ଼ ପ୍ରଭାବ! ରଦ୍ଦ ହେବ ୧୪ତମ JPSC ପରୀକ୍ଷା! ୯୦ ଦିନରେ CID ତଦନ୍ତ…

ରାଞ୍ଚି,୯ା୮: ଝାଡ଼ଖଣ୍ଡରେ JPSC ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରମାନଙ୍କ ଦାବି ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି । ପରୀକ୍ଷା ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଅଟକି ରହିଥିବା ପରୀକ୍ଷା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri