Posted inରାଜ୍ୟ

ହସୁଛି ବିଲାତି, କାନ୍ଦୁଛି ଚାଷୀ, କିଲୋ ଦୁଇ ଟଙ୍କାରେ ହଉଛି ବିକ୍ରି

କେନ୍ଦୁଝର,୨୦ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଶୀତଳ ଭଣ୍ଡାର ଅଭାବରୁ ବିଲାତି ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ପ୍ରତ୍ୟେକ ବର୍ଷ ଚାଷୀମାନେ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିଲେ ହେଁ କାୈଣସି ପ୍ରତିକାର କରାଯାଉନଥିବାରୁ ଚାଷୀ ମାନେ ଚିନ୍ତାରେ ରହିଛନ୍ତି। ବଜାରରେ ଉଚିତ ମୂଲ୍ୟ ମିଳୁନଥିବାରୁ ଜମି ବାଡିରେ ବିଲାତି ପଚୁଛି। ତୋଳିବା ପାଇଁ ପାରିଶ୍ରମିକ ମୂଲ୍ୟ ମିଳୁନଥିବାରୁ ଜମିବାଡିରେ ବିଲାତି ପଚୁଛି।

ଅନ୍ୟପକ୍ଷରେ ଚାଷୀ ସକାଳୁ ସକାଳୁ ବେପାରୀଙ୍କୁ ଅପେକ୍ଷା କରି ଜମିରେ ବସିରହୁଥିବା ବେଳେ କେତେକ ଚାଷୀ ବିଲାତି ଧରି ହାଟବଜାରରେ ବେପାରୀ, ଖାଉଟି ଙ୍କ ଅପେକ୍ଷାରେ ଟ୍ରେ ଧରି ବସୁଛନ୍ତି। ବଜାରରେ ଟ୍ରେ ରେ ୨୫/୩୦ କିଲୋ ବିଲାତି ମୂଲ୍ୟ ୪୦ ରୁ ୫୦ ଟଙ୍କା ରେ ବିକିବାକୁ ବାଧ୍ୟ ହେଉଥିବା କହିଛନ୍ତି।

ପ୍ରକାଶ ଯେ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଟିକରପଡା, ରାଜବନ୍ଧ, ନୂଆଗାଁ, ରାଇସୁଆଁ, ମହାଦେଇଯୋଡା, ପଦ୍ମପୁର ଆଦି ଅଂଚଳରେ ବିଲାତି ଚାଷ ଅଧିକ ହୋଇଥାଏ। ଏହା ଛଡା ମଇଦାନକେଲ, କାଠବାରି ଆଦି ଅଂଚଳରେ ମଧ୍ୟ ଚାଷୀ ମାନେ ବିଲାତି ଚାଷ କରିଥାନ୍ତି। ଏବେ ବିଲାତି ଅମଳ ହେଉଥିଲେ ହେଁ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ନ ଥିବାରୁ ଚାଷୀ ମାନେ ନଷ୍ଟ ହୋଇଯିବା ଭୟରେ ବହୁତ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଶୀତଳ ଭଣ୍ଡାର ଥିଲେ ଏହି ବିଲାତି ଆଉ କିଛି ମାସ ଧରି ସାଇତି ରଖାଯାଇ ପାରନ୍ତା ଏବଂ ପରେ ଭଲ ମୂଲ୍ୟ ପାଇପାରନ୍ତେ ବୋଲି ଚାଷୀ ମାନେ କହିଛନ୍ତି। ସେହିପରି ବାହର ବେପାରୀ ମାନେ ଆସି ବିଲାତି ନେଇ ଜିଲା ଓ ରାଜ୍ୟ ବାହାରକୁ ଚାଲାଣ କରିପାରନ୍ତେ। ଫଳରେ ଚାଷୀ ଓ ବେପାରୀ ଭଲ ରୋଜଗାର କରିପାରନ୍ତେ ବୋଲି ମତପ୍ରକାଶ ପାଉଛି।

ଏହା ଛଡା ଫୁଲ କୋବି, ବନ୍ଧା କୋବି, ଧନିଆ ପତ୍ର, ଶାଗ ଆଦି ମଧ୍ୟ ବହୁତ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବନ୍ଧା କୋବି ଗୋଟା ୫ ଟଙ୍କାରୁ ୧୦ ଟଙ୍କା ରେ ବିକ୍ରି କରୁଥିବା ବେଳେ ଫୁଲ କୋବି ୧୦ ରୁ ୨୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷ କରି ବାହାର ଜିଲାରୁ ମୂଲ୍ୟ କୋବି ଆସୁଥିବାରୁ କୋବି ଚାଷୀ ମାନେ ବିକ୍ରି କରିପାରୁନାହାଁନ୍ତି।

ସେହିପରି ଶାଗ ୨୦ ଟଙ୍କା ୪/୫ ବିଡା ବଦଳରେ ୧୦ ବିଡା ପର୍ୟ୍ୟନ୍ତ ମୂଲ୍ୟରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଶୀତଳ ଭଣ୍ଡାର ଥିଲେ ଅନ୍ୟ ଏହି ସବୁ କୁ ଅଧିକ ସମୟ ପର୍ୟ୍ୟନ୍ତ ସାଇତି ରଖାଯାଇପରିଥାନ୍ତା ବୋଲି ଚାଷୀ ମାନେ ମତବ୍ୟକ୍ତ କରୁଛନ୍ତି। ସେହିପରି ଉପଯୁକ୍ତ ପରିଚାଳନା ଅଭାବରୁ ଏକ ସଂଗରେ ଚାଷୀ ମାନେ ଗୋଟିଏ ପ୍ରକାରର ଚାଷ କରୁଥିବା ଏବଂ ଉତ୍ପାଦିତ ପନିପରିବା କୁ ନିଅଣ୍ଟିଆ ଜିଲାକୁ ପଠାଇ ବିକ୍ରି ବଟା କରିବାର ସୁବିଧା କରାଯାଉନଥିବାରୁ ଏଭଳି ସମସ୍ୟା ପ୍ରତ୍ୟେକ ବର୍ଷ ଉପୁଜିଛି ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌କମ୍‌ ଟ୍ୟାକ୍ସ ଦେବା ଏବେ ଆହୁରି ହେଲା ସହଜ, ଅନ୍‌ଲାଇନ୍‌ରେ ଏମିତି ପୂରଣ କରିପାରିବେ ITR-2 ଫର୍ମ

ନୂଆଦିଲ୍ଲୀ,୧୮ା୭: ଆୟକର ବିଭାଗ ୧୮ ଜୁଲାଇ ୨୦୨୫ରୁ ଅନ୍‌ଲାଇନ୍‌ରେ ITR-୨ ଫର୍ମ ଦାଖଲ କରିବାର ସୁବିଧା ଆରମ୍ଭ କରିଛି। ଏବେ ଯେଉଁ ବେତନଭୋଗୀ କରଦାତାମାନଙ୍କର ପୁଞ୍ଜି...

ସୌମ୍ୟାଶୀଙ୍କ ମୃତ୍ୟୁ ଘଟଣା: ପୁଣି ବଡ଼ ଘୋଷଣା କରିଦେଲେ ଭକ୍ତ, ହେବ…

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡି ଆରଡିସି ସ୍ତରୀୟ ବିକ୍ଷୋଭ ପାଇଁ ଘୋଷଣା କରିଥିବା ବେଳେ କଂଗ୍ରେସ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଫ୍‌ଏମ୍‌...

ଶ୍ରାବଣ ମାସରେ KFC ବନ୍ଦ, ହିନ୍ଦୁ ସଂଗଠନର କଡା ଚେତାବନୀ

ଗାଜିଆବାଦ,୧୮।୭: ଉତ୍ତରପ୍ରଦେଶର ଗାଜିଆବାଦର ବସୁନ୍ଧରା ଅଞ୍ଚଳରେ ଶୁକ୍ରବାର ହିନ୍ଦୁ ରକ୍ଷା ଦଳର ସଦସ୍ୟମାନେ ଶ୍ରାବଣ ମାସ ଓ କାଉଡିଆ ଯାତ୍ରା ଚାଲିଥିବା ବେଳେ ଦୁଇଟି ଲୋକପ୍ରିୟ...

କ୍ଲାସ୍‌ ଚାଲିଥିବାବେଳେ ଇଞ୍ଜିନିୟରିଂ କଲେଜରେ ଲାଗିଲା ନିଆଁ: ୬୦ରୁ ଅଧିକ ଛାତ୍ରୀଛାତ୍ର…

ଭୁବନେଶ୍ୱର,୧୮ା୭: ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଶୁକ୍ରବାର ପୂର୍ବାହ୍ନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡ ପରେ ୬୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କୁ ସୁରକ୍ଷିତ ଭାବେ...

FM କଲେଜ ଛାତ୍ର ମୃତ୍ୟୁ ଘଟଣା: ପୁଣି ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର,୧୮।୭: ଆସନ୍ତା ୨୧ ତାରିଖରେ ବିଜେଡିର ଆରଡିସି ସ୍ତରୀୟ ବିକ୍ଷୋଭ। କଟକ, ସମ୍ବଲପୁର, ବ୍ରହ୍ମପୁର ଆରଡିସି ଜୋନରେ ବିକ୍ଷୋପ କରିବ ବୋଲି ବିଜେଡି ନିଷ୍ପତ୍ତି ନେଇଛି।...

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ବିହାରରେ ଚନ୍ଦ୍ର ଶେଖରଙ୍କ ଏଣ୍ଟ୍ରି, ବିଗାଡିବେ କି ଖେଳ

ପାଟଣା,୧୮।୭: ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ନିର୍ବାଚନ ତାତି ବଢିବାରେ ଲାଗିଛି। ଇତି ମଧ୍ୟରେ ବିହାର ନିର୍ବାଚନରେ ଏଣ୍ଟ୍ରି କରିଛନ୍ତି ଚନ୍ଦ୍ର ଶେଖର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri