Posted inଫୁରସତ

ଏହି ଦେଶରେ ଏବେ ଚାଲିଛି ୨୦୧୩ ମସିହା, କାରଣ ଜାଣିଲେ…

ଦୁନିଆ ଏକ ନୂଆ ବର୍ଷରେ ପାଦ ଦେଇଛି। ଏବେ ଲୋକମାନେ ନୂଆବର୍ଷ ପାଳନ କରିବା ପରେ ନିଜ ନିଜ କାମକୁ ଫେରିଛନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ ଏପରି ଏକ ଦେଶ ଅଛି; ଯେଉଁଠାରେ ବର୍ତ୍ତମାନ ୨୦୧୩ ମସିହା ଚାଲିଛି। ଏହି ଦେଶର ନାମ ଇଥିଓପିଆ। ଏହି ଦେଶର କ୍ୟାଲେଣ୍ଡର ୭ ବର୍ଷ ୩ ମାସ ପର୍ଯ୍ୟନ୍ତ ବିଶ୍ୱ କ୍ୟାଲେଣ୍ଡରଠାରୁ ପଛରେ। ଏହି ଆଫ୍ରିକୀୟ ଦେଶ ଅନ୍ୟାନ୍ୟ କ୍ଷେତ୍ରରେ ବିଶ୍ୱଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଯେଉଁଠି କି ଅନ୍ୟ ଦେଶରେ ୧୨ ମାସରେ ଗୋଟିଏ ବର୍ଷ ହେଉଥିବା ବେଳେ ଏହି ଦେଶରେ ୧୩ ମାସରେ ଗୋଟିଏ ବର୍ଷ ହିସାବ ହୋଇଥାଏ।

ଇଥିଓପିଆର ଜନସଂଖ୍ୟା ପ୍ରାୟ ୮.୫ ନିୟୁତ ଅଟେ। ଯାହା ଆଫ୍ରିକାର ଦ୍ୱିତୀୟ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ। ଗ୍ରେଗୋରିଆନ କ୍ୟାଲେଣ୍ଡର ପଛରେ ଇଥିଓପିଆର କ୍ୟାଲେଣ୍ଡର ପ୍ରାୟ ଆଠ ବର୍ଷ ପଛରେ ଅଛି। ଏଠାରେ ନୂତନ ବର୍ଷ ଜାନୁୟାରୀ ୧ରେ ପାଳନ କରାଯାଏ ନାହିଁ, କିନ୍ତୁ ସେପ୍ଟେମ୍ବର ୧୧ରେ ଲୋକମାନେ ନୂତନ ବର୍ଷ ପାଳନ କରନ୍ତି।

ଗ୍ରେଗୋରିଆନ କ୍ୟାଲେଣ୍ଡର ୧୫୮୨ ମସିହାରେ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଇଥିଓପିଆରେ ଜୁଲିଆନ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା। ଯେଉଁଥିରେ ୧୨ ମାସ ୩୦ ଦିନର ଅଟେ। ଏଠାରେ ଶେଷ ମାସକୁ ପାଗିୟୁମ କୁହାଯାଏ। ଯାହାର ପାଞ୍ଚ କିମ୍ବା ଛଅ ଦିନ ଅଛି। ବର୍ଷର ଗଣନାରେ ନ ଥିବା ଦିନଗୁଡ଼ିକୁ ଯୋଗ କରି ଏହି ମାସ ପ୍ରସ୍ତୁତ କରାଯାଏ। ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳରେ ଅନ୍ତର୍ଭୁକ୍ତ ଅଧିକାଂଶ ସ୍ଥାନ ଇଥିଓପିଆର। ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସ୍ଥାନର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲ୍ୟାଣ୍ଡର ନିଆରା ସଂଗୀତ ପ୍ରତିଯୋଗିତା: ୩ ଦେଶରୁ ଗୀତ ଗାଇବାକୁ ଆସିଛନ୍ତି ପକ୍ଷୀ, ମିଳିବ ଦେଢ଼ ଲକ୍ଷ ପୁରସ୍କାର

ସଂଗୀତ ପ୍ରତିଯୋଗିତା ବିଷୟରେ ସମସ୍ତେ ଶୁଣିଛନ୍ତି ଏବଂ ଦେଖିଛନ୍ତି ମଧ୍ୟ। ଦକ୍ଷ ପ୍ରତିଯୋଗୀମାନେ ସଂଗୀତ ପ୍ରତିଯୋଗିତାରେ ଭାଗ ନେଇ ନିଜ କଳାର ପ୍ରଦର୍ଶନ କରିଥାନ୍ତି। ଏମିତି...

୭ କୋଟି ଟଙ୍କା ନା ମାନବିକତା- କାହାକୁ ବାଛିବେ

ବୋଷ୍ଟୋନ, ୩୦।୫: ଏକବିଂଶ ଶତାବ୍ଦୀରେ ଲୋକମାନେ ସ୍ବାର୍ଥପର କହିଲେ କେହି ଅସ୍ବୀକାର କରିବେ ନାହିଁ। ସମସ୍ତେ ନିଜ ଫାଇଦା ଦେଖନ୍ତି। ଅନ୍ୟ କଥା ଚିନ୍ତା କରିବାକୁ...

ବହୁ ପୁରାତନ ପଥର, ଯାହା ଲହୁଣିରୁ ସୃଷ୍ଟି ନେଇ ରହିଛି ବିଶ୍ୱାସ

ଏପରି କିଛି ଜିନିଷ ଅଛି, ଯାହାର ସୃଷ୍ଟି ରହସ୍ୟ ଏଯାବତ୍‌ କାହାକୁ ଜଣାନାହିଁ। ଏହାର ଏକ ଉଦାହରଣ ହେଉଛି ତାମିଲନାଡ଼ୁର ମହାବଳିପୁରମ୍‌ରେ ଥିବା ୧୨ ବର୍ଷ...

ଉଚ୍ଚ ବିଚାର କିନ୍ତୁ କାର୍ଯ୍ୟ ଶୂନ

କଠଉ ପିନ୍ଧିବାକୁ ଭଲ ପାଉଥିବା ଏବଂ ସମୟ ଓ ପରିସ୍ଥିତି ପାଇଲେ ଦିନରେ କିଛି ସମୟ କଠଉକୁ ଉପଯୋଗ କରୁଥିବା ଜଣେ ଶିକ୍ଷିତ ଆଧ୍ୟାତ୍ମିକ ବ୍ୟକ୍ତିଙ୍କୁ...

ଏମିତି ଭାବେ ମହିଳାଙ୍କୁ ଆଲିଙ୍ଗନ କରୁଛି ସିମ୍ପାଞ୍ଜି

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଟିକା ନେଇଥିବା ସେକ୍ସପିୟରଙ୍କ ମୃତ୍ୟୁ

କୋଭିଡ୍‌ ଟିକା ନେଇଥିବା ପ୍ରଥମ ପୁରୁଷ ତଥା ବିଶ୍ୱର ଦ୍ୱିତୀୟ ବ୍ୟକ୍ତି ବ୍ରିଟେନ ବାସିନ୍ଦା ବିଲ୍‌ ସେକ୍ସପିୟର(୮୧)ଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ଡିସେମ୍ବର ୮ରେ...

୯୦ କୋଟିର ପେଣ୍ଟିଂକୁ ନିଜେ ଜାଳିଦେଲେ ଚିତ୍ରଶିଳ୍ପୀ, କାରଣ ଜାଣିଲେ…

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସେମାନଙ୍କର ଚିନ୍ତାଧାରା ମଧ୍ୟ ନିଜସ୍ବ ଅନୁଯାୟୀ ଚାଲିଥାଏ। ବେଳେବେଳେ ଆମେ କେତେକ ପ୍ରସିଦ୍ଧ ଏବଂ ଜଣାଶୁଣା ସେଲିବ୍ରିଟିଙ୍କ ବିଷୟରେ...

ପ୍ରି-ଓ୍ବେଡିଂ ଫଟୋସୁଟ କରୁଥିବା ବେଳେ କନ୍ୟାଙ୍କ ସହ ଘଟିଲା କିଛି ଏଭଳି: ଭିଡିଓ ଭାଇରାଲ

ବେରୁଟ୍‌,୭।୮: ସବୁ ଝିଅ ଓ ପୁଅଙ୍କ ମନରେ ନିଜ ବିବହାକୁ ନେଇ ବହୁ ସ୍ବପ୍ନ ଓ ପ୍ଲାନିଂ ରହିଥାଏ। ହେଲେ ଏହି ସବୁ ସ୍ବପ୍ନ ସାକାର...

Advertisement
Archives

Model This Week