ଚାଉଳ ମୂଲ୍ୟଠାରୁ ଯାତାୟାତ ଖର୍ଚ୍ଚ ଅଧିକ

ଭବାନୀପାଟଣା,୨୧।୧(ଉତ୍ତମ କୁମାର ଦାଶ)ସରକାର ଗରିବ ଲୋକଙ୍କ ପାଇଁ ସାଧାରଣବଣ୍ଟନ ବ୍ୟବସ୍ଥା (ପିଡ଼ିଏସ୍‌)ରେ ଚାଉଳ ଦେଉଛନ୍ତି। ହେଲେ ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଚାଉଳର ମୂଲ୍ୟଠାରୁ ଯାତାୟତ ଖର୍ଚ୍ଚ ଅଧିକ ହେଉଛି। କଳାହାଣ୍ଡି ଜିଲାର ଦୁର୍ଗମ ଅଞ୍ଚଳରେ ଲୋକେ ଚାଉଳ ପାଇଁ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି। ରାସ୍ତା ନ ଥିବା ଯୋଗୁ ଗ୍ରାମବାସୀ ପାହାଡ଼ିଆ ଓ ବିପଦସଙ୍କୁଳ ରାସ୍ତାରେ ପାଦରେ ଚାଲି ନିଜର ବିପିଏଲ୍‌ ଚାଉଳ ଆଣିବା ପାଇଁ ଯାଉଛନ୍ତି। ଜୁନାଗଡ ବ୍ଲକର ଦୁଣ୍ଡା ଗ୍ରାମବାସୀମାନେ ୩ କିମି ଚାଲି ଚାଲି ଯାଇ ଥୁଆମୂଳ ରାମପୁର ବ୍ଲକର କିଆପଦର ପଞ୍ଚାୟତରୁ ଚାଉଳ ପାଉଛନ୍ତି। ଜୁନାଗଡ଼ ବ୍ଲକର ବୁଡ଼ିଦର ପଞ୍ଚାୟତର ଲଖନାପଡା ଗ୍ରାମବାସୀ ୮ କିମି, ବେହେରାଗୁଡା ଗ୍ରାମବାସୀ ୭ କିମି ଓ ବିଜ୍ରାଦର ଗ୍ରାମବାସୀ ୧୨ କିମି ପାହାଡି ରାସ୍ତାରେ ଚାଲିଚାଲି ଯାଇ ବିଦର ପଞ୍ଚାୟତରୁ ଚାଉଳ ଆଣିଥାନ୍ତି। ଯେଉଁ ପରିବାରରେ ବୃଦ୍ଧ ଓ ବୃଦ୍ଧା ଘରର ମୁଖିଆ ଅଛନ୍ତି ସେମାନଙ୍କ ପାଇଁ ପିଡିଏସ ଚାଉଳ ପାଇବା ଦୁର୍ବିସହ ହୋଇପଡେ। ଟଙ୍କିକିଆ ଚାଉଳ ପାଇଁ ପ୍ରାୟ ୧୦୦ରୁ ୨୦୦ ଟଙ୍କା ଖର୍ଚ୍ଚ କରି ପଞ୍ଚାୟତରୁ ପାହାଡ ଘାଟିତଳକୁ ନେଇ ପୁଣି ମୁଣ୍ଡରେ ବୋହି ପାହାଡି ରାସ୍ତାରେ ଜୀବନକୁ ବାଜି ଲଗାଇ କସରତ କରିଥାନ୍ତି। ଏମାନଙ୍କ ପାଇଁ ପିଡିଏସ ଚାଉଳ ହିଁ ଭରସା ଥିବାବେଳେ ଏଥିପାଇଁ ବର୍ଷ ତମାମ ସଂଘର୍ଷ କରୁଥିଲେ ମଧ୍ୟ ନା’ ଜିଲା ପ୍ରଶାସନ ନା’ ରାଜ୍ୟ ସରକାର କେହି ବି ସେମାନଙ୍କ ଦୁଃଖଲାଘବ କରିବା ପାଇଁ ନାହାଁନ୍ତି। ସେହିପରି ଲାଞ୍ଜିଗଡ ବ୍ଲକର ଲାଞ୍ଜି ପଞ୍ଚାୟତର ତୁର୍କା ଗ୍ରାମର ଅଧିବାସୀ ୧୫ କି.ମି. ପାହାଡିଆ ରାସ୍ତାରେ ଚାଲିଚାଲି ଯାଇ ମୂଷାନାଲ ପଞ୍ଚାୟତରୁ ପିଡିଏସ ଚାଉଳ ଆଣିଥାନ୍ତି। କାନକୁଟୃ ପଞ୍ଚାୟତର ଉପର ନଙ୍ଗଲବାଇଲି ଅଧିବାସୀ ପ୍ରାୟ ୩୫ କି.ମି. ଦୁର୍ଗମ ରାସ୍ତାରେ ଯାଇ ପଞ୍ଚାୟତ ମହକୁମା କାନକୁଟୃରୁ ପିଡିଏସ ଚାଉଳ ଆଣିଥାନ୍ତି। ବିଜେପୁର ପଞ୍ଚାୟତର ପିଡିସାଲ ଓ ପୋଇଗୁଡା ଗ୍ରାମବାସୀ ପ୍ରାୟ ୧୨କିମି, ମାଲିଯୁବାଙ୍ଗ ପଞ୍ଚାୟତର ସାନପଦର, ଟୁରିସେମେଲ ଗ୍ରାମବାସୀ ପ୍ରାୟ ୧୮ କି.ମି. ଦୂର୍ଗମ ପାହାଡରେ ଜୀବନକୁ ବାଜି ଲଗାଇ ପିଡିଏସ ଚାଉଳ ଆଣିଥାନ୍ତି। ପାହାଡପଦର ପଞ୍ଚାୟତର ତଇଁପଦର ଓ ଜିରା ଗ୍ରାମବାସୀ ପ୍ରାୟ ୧୩ କି.ମି, ଗୁଣ୍ଡରି ପଞ୍ଚାୟତର ବିଜେପୁର, କୁଟେହେଜୁ, ହାତୀମୁଣ୍ଡା, ଦାରବେଙ୍ଗ, ଅଦଲଡୁ, ତରଙ୍ଗଲ, ମାଟିବନ୍ଧା ଗ୍ରାମବାସୀ ରେତ ନଦୀ ଦେଇ ଛତିକୁଡା ରାସ୍ତାରେ ପ୍ରାୟ ୨୫ କି.ମି, ଭବାନୀପାଟଣା ବ୍ଲକର ଯୁଗସାଇପାଟଣା ପଞ୍ଚାୟତର ଟିଟିଝୁଲା, ଜାମଗୁଡା, କଟଲାଙ୍ଗ, ସଲପାଙ୍ଗ, ବଡମ୍ବା, ରଙ୍ଗୀଗୁଡା ଗ୍ରାମବାସୀ ପାହାଡ ଚଢି ୨୨ କି.ମି. ଯାଇ ଚାଉଳ ଆଣନ୍ତି। ଥୁଆମୂଳ ରାମପୁର ବ୍ଲକର ପୋଡାପଦର ପଞ୍ଚାୟତର ଭିତର ତେନ୍ତୁଳିପଦର, ସରାପାସ, ଘୁଟ୍ରୁଖାଲ, ଲିଟିମସ୍କା, ପୋଡାପଦର, କାରୱାଡି, ତଲଟେମରା, ଉପର ଟେମରା, କୁଡ୍ରୁପାଟ, ଗୁଞ୍ଜମାଲି ଗ୍ରାମଗୁଡିକର ପ୍ରାୟ ୪୦ରୁ ଅଧିକ ପରିବାର ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ବିପଦସଙ୍କୁଳ ଯାତ୍ରା କରି ପାର ହୋଇ ତଳନାଗି ପଞ୍ଚାୟତକୁ ଚାଉଳ ଆଣିବାକୁ ଯାଇଥାନ୍ତି। ବିରିକୋଟ ପଞ୍ଚାୟତର ତୁମନିଖୋଲର ଗ୍ରାମବାସୀ ୭ କି.ମି. ପାହାଡି ପାଦ ଚଲା ରାସ୍ତାରେ ପଞ୍ଚାୟତକୁ ପିଡିଏସ ଚାଉଳ ନେବାକୁ ଆସିଥାନ୍ତି। ପାଡେପଦର ପଞ୍ଚାୟତର ଭାଟିପାସ ଗ୍ରାମବାସୀ ପ୍ରାୟ ୧ କିମି ବିପଦସଙ୍କୁଳ ପାହାଡି ରାସ୍ତାରେ ପଞ୍ଚାୟତକୁ ଚାଉଳ ଆଣିବାକୁ ପଡୁଛି। କଳାହାଣ୍ଡି ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ପୋଲିସ ସେବା ପୁରସ୍କାର-୨୦୨୬ ଘୋଷଣା: ଓଡ଼ିଶାର ସଞ୍ଜୀବ ପଣ୍ଡା, ସ୍ମୀତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର,୧୪ା୮(ତ୍ରିନାଥ ମହାନ୍ତି): ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ବିଭିନ୍ନ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri