ଏହି ସ୍ଥାନରେ ଆଜିଯାଏ ପହଞ୍ଚିପାରିନି କରୋନା ଭାଇରସ୍‌

କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ହଟଚମଟ ସୃଷ୍ଟି କରିଛି। ଏହି ମହାମାରୀ ଯୋଗୁ ବିଶ୍ୱରୁ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ମହାମାରୀର ମୁକାବିଲା ପାଇଁ ଦୁନିଆର ଅନେକ ଦେଶକୁ ଲକ୍‌ଡାଉନ୍‌ ବି କରାଯାଇଥିଲା। ଯେଉଁଥିପାଇଁ ଲୋକଙ୍କୁ ନିଜ ଘରେ ରହିବାକୁ ପଡ଼ିଥିଲା। ଏହି ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତି ବହୁ କ୍ଷତି ସହିଥିବାବେଳେ ଲକ୍ଷଲକ୍ଷ ଲୋକ ଚାକିରି ହରାଇଛନ୍ତି। ଏବେ ଏଥିରେ ଟିକେ ସୁଧାର ଆସିଥିବାରୁ ଲୋକେ ଜୀବନ ଜୀବିକାକୁ ଗୁରୁତ୍ୱ ଦେଲେଣି। କିନ୍ତୁ ଦୁନିଆର ଏଭଳି ଏକ ସୁରକ୍ଷିତ ସ୍ଥାନ ରହିଛି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କରୋନା ମହାମାରୀ ପହଞ୍ଚି ପାରିନାହିଁ।

ଏହି ସ୍ଥାନର ନାମ ସେଣ୍ଟ୍‌ ହେଲେନା ଦ୍ୱୀପ। ଏଠାରୁ ଗୋଟିଏ ବି କରୋନା ମାମଲା ଆସିନାହିଁ। ଏକ ରିପୋର୍ଟରେ ଏହା କୁହାଯାଇଛି, ସବୁଠାରୁ ବଡ଼ କଥା ହେଉଛି କରୋନା ନିୟମ ଏଠାରେ ପାଳନ କରାଯାଏ ନାହିଁ। ଏଠାରେ ଲୋକମାନେ ପୂର୍ବପରି ସାଧାରଣ ଜୀବନଯାପନ କରୁଛନ୍ତି। ଏହି ଦ୍ୱୀପରେ କେହି ମାସ୍କ ପିନ୍ଧନ୍ତି ନାହିଁ ଏବଂ ସାମାଜିକ ଦୂରତାକୁ କେହି ଅନୁସରଣ କରନ୍ତି ନାହିଁ।

ଏଠାରେ ଲୋକମାନେ କେବଳ ହାତ ଧୋଇଥାନ୍ତି। ଯଦି କେହି କାଶନ୍ତି ତେବେ ସେମାନେ ନିଜ କାନ୍ଧ ସାହାଯ୍ୟରେ ମୁହଁକୁ ଘୋଡ଼ାଇ ଥାନ୍ତି। ଏହା ବ୍ୟତୀତ ଏଠାରେ କେହି ଅନ୍ୟ ସୁରକ୍ଷା ନିୟମ ଅନୁସରଣ କରନ୍ତି ନାହିଁ। କରୋନା ମାମଲା ଏଠାରେ ନ ଥିବାରୁ ଏଠାକୁ ପର୍ଯ୍ୟଟକମାନେ ଆସୁଛନ୍ତି। ଲୋକମାନେ ପୂର୍ବ ପରି ଏଠାରେ ନିଜ ଜୀବନ ବିତାଉଛନ୍ତି।

ଏହି ଦ୍ୱୀପଟି ମାତ୍ର ୧୨୦ବର୍ଗ କିମିରେ ଅବସ୍ଥିତ। ଏହାର ଜନସଂଖ୍ୟା ପ୍ରାୟ ୫୦୦୦। ନେପୋଲିଅନଙ୍କ ଯୋଗୁ ଏହି ଦ୍ୱୀପ ସବୁଠାରୁ ପ୍ରସିଦ୍ଧ। କୁହାଯାଏ, ୧୮୨୧ ମସିହାରେ ନେପୋଲିଅନଙ୍କ ଏଠାରେ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ପରେ ବି ନିଷ୍ପତ୍ତିରେ ଅଟଳ ସନରାଇଜର୍ସ! କାବ୍ୟା ମାରନ୍‌ଙ୍କ ଦଳରେ ଖେଳିବେ ପାକ୍ ସ୍ପିନର; ପିସିବି ଦେଲା…

ଲାହୋର,୩।୭: ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ବିଭିନ୍ନ ଦେଶରେ ଆୟୋଜିତ ହେବାକୁ ଥିବା ଟି-୨୦ ଏବଂ ସର୍ଟ-ଫର୍ମାଟ୍ ଲିଗ୍‌ରେ ଖେଳିବା ପାଇଁ ନିଜର ଅନେକ ପ୍ରମୁଖ ଖେଳାଳିଙ୍କୁ…

ଏଟିଏମ୍ କାର୍ଡ ବଦଳାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ଲୁଟ୍; ୯ ଥରରେ ଆକାଉଣ୍ଟରୁ କଟିଲା ଲକ୍ଷେରୁ ଅଧିକ ଟଙ୍କା, ସପିଙ୍ଗ୍ ମଧ୍ୟ…

ବୈଶିଙ୍ଗା,୩।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡ଼ଦେଉଳିଆ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ (SBI) ଏଟିଏମରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସହ ଏକ ଚାଞ୍ଚଲ୍ୟକର ଏଟିଏମ…

କେତନଙ୍କୁ ହତ୍ୟା କରିବା ପରେ ଅନୁତାପର ପ୍ରଶ୍ନ ନାହିଁ, ଗଣମାଧ୍ୟମକୁ ଅଶ୍ଳୀଳ ଇଙ୍ଗିତ କରି ଚର୍ଚ୍ଚାରେ ସିୟା…Video ଭାଇରାଲ ପରେ… 

ପୁଣେ,୩।୭: ପୁଣେର ପ୍ରସିଦ୍ଧ ବ୍ୟବସାୟୀ ବିଶାଲ ଅଗ୍ରୱାଲଙ୍କ ପୁଅ କେତନ ଅଗ୍ରୱାଲ ହତ୍ୟା ମାମଲାରେ ପ୍ରତିଦିନ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି, ଯାହା ସମାଜକୁ ସ୍ତବ୍ଧ…

ଗାଁ ନିକଟରୁ ମଦ ଦୋକାନ ସ୍ଥାନାନ୍ତର ଦାବି:ଏକଜୁଟ ହେଲେ ମହିଳା

ପାଟଣା,୩ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟ ବଡ଼ ପାଟଣା ପଞ୍ଚାୟତ ସାଧୁପଡ଼ା ଗାଁ ନିକଟରେ ଶୁକ୍ରବାର ନୂତନ କରି ଖୋଲିଥିବା ସରକାରୀ ମଦ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନୂତନ କୁଳପତି ଡ. ଅଜିତ କୁମାର ଶାସନୀ

କୋରାପୁଟ/ସୁନାବେଡ଼ା,୩ା୭(ଅମିତାଭ ବେହେରା/କୃତ୍ତିବାସ ପ୍ରଧାନ)-କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସିୟୁଓ)ର ନୂତନ କୁଳପତି ଭାବେ ଡ. ଅଜିତ କୁମାର ଶାସନୀଙ୍କୁ ନିଯୁକ୍ତ କରାଯାଇଥିବା ଜଣାପଡିଛି। ଭାରତର ରାଷ୍ଟ୍ରପତି…

ମୃତ ଯୁବକଙ୍କ ମିଳିଲା ପରିଚୟ: ସେଲଫି ନେବା ହେଲା କାଳ

କୋକସରା,୩।୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣା ନିକଟରେ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଶୁକ୍ରବାର ସକାଳୁ…

ସମୁଦ୍ର କୂଳ ଲଙ୍ଘିବା ଘଟଣା: ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପୋଡ଼ମପେଟାକୁ ନିଷିଦ୍ଧାଞ୍ଚଳ ଘୋଷଣା

ଗଞ୍ଜାମ/ ଛତ୍ରପୁର,୩।୭ (/ଅନାଥ ତରାଇ/ଦିଲ୍ଲୀପି ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ପୋଡମପେଟାରେ ସମୁଦ୍ର କୂଳ କ୍ଷୟ ଦିନକୁ ଦିନ ଉଦ୍‌ବେଗଜନକ ରୂପ ନେବାରେ ଲାଗିଛି। ସମୁଦ୍ର ଦ୍ରୁତ…

ଦାଦନ ଖଟି ଯାଇଥିଲେ, ଫେରିଲା ମୃତଦେହ: ତେଲେଙ୍ଗାନାରେ ବିଦ୍ୟୁତ ଆଘାତରେ ଗଜପତିର ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି,୩।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ଦାଦନ ଦୁଃଖର କରୁଣ ଚିତ୍ର ପୁଣି ସାମ୍ନାକୁ ଆସିଛି। ସ୍ଥାନୀୟ ଅଞ୍ଚଳରେ କାମର ଅଭାବ ଯୋଗୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri